ଧୂଆଁଧାର ଜଳପ୍ରପାତ: ମଧ୍ୟ ପ୍ରଦେଶର ଜଳପ୍ରପାତ

ଧୂଆଁଧାର ଜଳପ୍ରପାତ ମଧ୍ୟ ପ୍ରଦେଶ ରାଜ୍ୟ ଅନ୍ତର୍ଗତ ଜବଲପୁର ଜିଲ୍ଲାରେ ଅବସ୍ଥିତ ।

ଧୂଆଁଧାର ଜଳପ୍ରପାତ
(ହିନ୍ଦୀରେ धुआंधार)
ଧୂଆଁଧାର ଜଳପ୍ରପାତ: ନାମକରଣ, ଜଳପ୍ରପାତ ସମ୍ବନ୍ଧୀୟ ତଥ୍ୟ, ଧୂଆଁଧାର ଜଳପ୍ରପାତର କେବଲ୍ କାର୍ ସେବା
ଗୋଧୂଳି ସମୟରେ ମଧ୍ୟ ପ୍ରଦେଶ ରାଜ୍ୟର ଭେଡ଼ାଘାଟ ନିକଟସ୍ଥ ଧୂଆଁଧାର ଜଳପ୍ରପାତ
ଅବସ୍ଥାନଜବଲପୁର ଜିଲ୍ଲା, ମଧ୍ୟ ପ୍ରଦେଶ
ଦିଗବାରେଣି23°07′30″N 79°48′47″E / 23.125°N 79.813°E / 23.125; 79.813 (Dhuandhar Fall)
ଉଚ୍ଚତା୩୦ ମିଟର୍ (୯୮ ଫୁଟ୍)
ଝରଣାନର୍ମଦା ନଦୀ

ନାମକରଣ

“ଧୂଆଁ” ଓ “ଧାର” – ଏହି ଦୁଇ ଶବ୍ଦକୁ ମିଶାଇ ଜଳପ୍ରପାତର ନାମ ରଖାଯାଇଛି । ଜଳପ୍ରପାତର ଜଳଧାରା ପ୍ରସ୍ତର ଶଯ୍ୟାରେ ପିଟି ହେବା ଫଳରେ ଯେଉଁ ପାଣି ଛିଟିକା ସୃଷ୍ଟି ହୁଏ ତାହା ଏକ ଧୂଆଁର ଧାରାର ଭ୍ରମ ସୃଷ୍ଟି କରେ ବୋଲି ସେପରି ନାମକରଣ କରାଯାଇଛି । ସାଧାରଣତଃ ବ୍ୟବହାରିକ ଭାଷାରେ “ଭୀଷଣ” ଶବ୍ଦକୁ ଦର୍ଶାଇବା ପାଇଁ “ଧୂଆଁଧାର” ଶବ୍ଦ ବ୍ୟବହୃତ ହୋଇଥାଏ ।

ଜଳପ୍ରପାତ ସମ୍ବନ୍ଧୀୟ ତଥ୍ୟ

ଭେଡ଼ାଘାଟ ଦେଇ ପ୍ରବାହିତ ନର୍ମଦା ନଦୀ ଶଯ୍ୟାସ୍ଥିଚ ଧୂଆଁଧାର ଜଳପ୍ରପାତର ଉଚ୍ଚତା ପ୍ରାୟ ୩୦ ମିଟର୍ । ଭେଡ଼ାଘାଟଠାରେ ଥିବା ମାର୍ବଲ୍ ପ୍ରସ୍ତର ଶଯ୍ୟା ଦେଇ ନର୍ମଦା ନଦୀ ଗତି କରେ ଓ ଏକ ସ୍ଥାନରେ ଅଣ-ଓସାରିଆ ଭାବେ ଗତି କରି ଜଳପ୍ରପାତରେ ପରିଣତ ହୁଏ । ଲମ୍ଫ ପ୍ରଦାନ କଲାବେଳେ ବହୁ ପରିମାଣର ଜଳରାଶି ପ୍ରସ୍ତର ଶଯ୍ୟାରେ ପିଟି ହେବାରୁ ଧୂମ୍ରର ଭ୍ରମ ସୃଷ୍ଟି ହୁଏ ଓ ଏହାର ଗର୍ଜ୍ଜନ ବହୁ ଦୂରରୁ ଶୁଣାଯାଇଥାଏ ।

ଶରତ ପୂର୍ଣ୍ଣିମା ଦିନ ନର୍ମଦା ମହୋତ୍ସବ ପାଳିତ ହୋଇଥାଏ ଓ ଧୂଆଁଧାର ଜଳପ୍ରପାତ ବୁଲିଯିବା ପାଇଁ ଏହା ପ୍ରକୃଷ୍ଟ ସମୟ । ଜହ୍ନ ଆଲୋକ ମାର୍ବଲ୍ ପଥର ଉପରେ ପଡ଼ି ରୂପା ପରି ଝଲସି ଉଠେ ଓ ଅପୂର୍ବ ଶୋଭା ସୃଷ୍ଟି କରେ । ଧୂଆଁଧାର ଜଳପ୍ରପାତ ଦେଖିବା ସହିତ ଭେଡ଼ାଘାଟର ପ୍ରସ୍ତରଘେରା ଉପତ୍ୟକାରେ ନୌକାବିହାରର ମଧ୍ୟ ଆନନ୍ଦ ଉପଭୋଗ କରିହେବ । ସୂର୍ଯ୍ୟାସ୍ତ ସମୟରେ ମାର୍ବଲ୍ ଉପରେ ସୂର୍ଯ୍ୟ କିରଣ ପଡ଼ି ସେଗୁଡ଼ିକ ହଳଦିଆ ରଙ୍ଗର ଆଭା ସୃଷ୍ଟି କରନ୍ତି ।

ଧୂଆଁଧାର ଜଳପ୍ରପାତର କେବଲ୍ କାର୍ ସେବା

ନର୍ମଦା ନଦୀର ପୂର୍ବ ତଟରୁ ଓ ପଶ୍ଚିମ ତଟରୁ ଧୂଆଁଧାର ଜଳପ୍ରପାତ ପାଖରେ ପହଞ୍ଚିହେବ । ଭେଡ଼ାଘାଟରୁ ଧୂଆଁଧାର ଜଳପ୍ରପାତ ପାଖରେ ପହଞ୍ଚିବା ପାଇଁ ଏକ କେବଲ୍ କାର୍ ସେବା ମଧ୍ୟ ରହିଛି । ଭେଡ଼ାଘାଟର ପ୍ରବେଶ ଦ୍ୱାର ନିକଟରେ ଏହି କେବଲ୍ କାର୍ ସେବା ଉପଲବ୍ଧ । ଏହି ସେବା ପୂର୍ବ ତଟରୁ ଆରମ୍ଭ ହୋଇ ନଦୀ ଅତିକ୍ରମ କରି ନଦୀର ପଶ୍ଚିମ ତଟରେ ଶେଷ ହୁଏ । ୮୫ ଟଙ୍କା ଭାରତୀୟ ମୁଦ୍ରା ବିନିମୟରେ ଏହି ସେବା ଉପଭୋଗ କରିହେବ । ଦ୍ୱିପ୍ରହର ୧:୩୦ରୁ ୨:୦୦ ପର୍ଯ୍ୟନ୍ତ କର୍ମଚାରୀମାନଙ୍କ ମଧ୍ୟାହ୍ନ ଭୋଜନ ପାଇଁ ବିରତି ଥିବାରୁ ଏହି ସମୟରେ କେବଲ୍ କାର୍ ସେବା ବନ୍ଦ ରହେ ।

ଚିତ୍ର ଗ୍ୟାଲେରି

ଆଧାର

Tags:

ଧୂଆଁଧାର ଜଳପ୍ରପାତ ନାମକରଣଧୂଆଁଧାର ଜଳପ୍ରପାତ ଜଳପ୍ରପାତ ସମ୍ବନ୍ଧୀୟ ତଥ୍ୟଧୂଆଁଧାର ଜଳପ୍ରପାତ ର କେବଲ୍ କାର୍ ସେବାଧୂଆଁଧାର ଜଳପ୍ରପାତ ଚିତ୍ର ଗ୍ୟାଲେରିଧୂଆଁଧାର ଜଳପ୍ରପାତ ଆଧାରଧୂଆଁଧାର ଜଳପ୍ରପାତମଧ୍ୟ ପ୍ରଦେଶ

🔥 Trending searches on Wiki ଓଡ଼ିଆ:

ଭାରତୀୟ ଡାକ ସେବା୧୮ ଅକ୍ଟୋବରପୂର୍ଣ୍ଣଚ୍ଛେଦତ୍ରିଭୁଜଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଭାରତୀୟ ଜନତା ପାର୍ଟିଜଗନ୍ନାଥଙ୍କ ଧୂପଜିମି ୱେଲ୍ସଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରଗୌରୀଶଙ୍କର ରାୟସତୀ (ହିନ୍ଦୁ ଦେବୀ)ଗୋବିନ୍ଦ ତ୍ରିପାଠୀଚାରି ଧାମଶ୍ରୀରାଧା୩୦ ଅପ୍ରେଲସୂର୍ଯ୍ୟବଂଶୀ ସୂରଜରାଜକିଶୋର ରାୟଟାହିଆଲାଗି ବେଶରାମଶଙ୍କର ରାୟ୨୯ ମାର୍ଚ୍ଚଭାରତୀୟ ମହାକାଶ ଗବେଷଣା ସଂସ୍ଥାବିଶ୍ୱତାପନଜଳଭାରତର ନଦୀ ସମୂହର ତାଲିକାଏଣ୍ଡୋମେଟ୍ରିଓସିସପର୍ଫେନାଜାଇନଲାଟିନ ଭାଷାଫସ୍‌ଫରସବିନ୍ଦୁବଉଳଚିକୁନ‌ଗୁନିଆଗୋଦର ରୋଗନଟବର ସାମନ୍ତରାୟଅକ୍ଷାଂଶପ୍ରଥମ ଭାସ୍କରତମନ୍ନା ବ୍ୟାସମଙ୍ଗଳୁ ଚରଣ ବିଶ୍ୱାଳଅଲାରନାଥ ମନ୍ଦିରଚିଲିକା (କବିତା)ବେଣୁଧର ରାଉତବଣ୍ଡ (ଅର୍ଥ)ରାଉରକେଲାନବକଳେବରଆଲୋକବିରଳା ମନ୍ଦିର, ହାଇଦ୍ରାବାଦଛାରପୋକଉଇକିଅଭିଧାନହମିଦା ବାନୁ ବେଗମପ୍ରାଣକୃଷ୍ଣ ପରିଜାରାବଣକୃଷ୍ଣନନ୍ଦିଘୋଷସୁଭାଷ ଚନ୍ଦ୍ର ବୋଷଗୋଲୋକ ବିହାରୀ ଧଳକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବକାଞ୍ଚି ଅଭିଯାନଓଡ଼ିଶା ପ୍ରିମିଅର ଲିଗବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୌରହରି ଦାସପଣା ସଂକ୍ରାନ୍ତିଅଣସରଖଞ୍ଜଣିଭଣ୍ଡ ଗଣେଶମହାବିଦ୍ୟାଭୀମ ପୃଷ୍ଟିବିଦ୍ୟାଳୟ🡆 More