ଧନ ନନ୍ଦ

ମହାବୋଧିବଂଶର ବର୍ଣ୍ଣନା ଅନୁସାରେ ଧନ ନନ୍ଦ ନନ୍ଦ ବଂଶର ଶେଷ ଶାସକ ଥିଲେ । ସେ ମହାପଦ୍ମ ନନ୍ଦଙ୍କ ୯ ଜଣ ପୁତ୍ରଙ୍କ ମଧ୍ୟରୁ  ଅନ୍ୟତମ  ଥିଲେ । ପ୍ଳତାର୍ଚଙ୍କ ମତ ଅନୁସାରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ କହିଥିଲେ ଯେ ନନ୍ଦ ତାଙ୍କର କ୍ରୁରତା ଓ କୁଣ୍ଠିତତା ଯୋଗୁଁ ଅଧିନସ୍ଥ ମାନଙ୍କଦ୍ୱାରା ଘୃଣିତ ହଉଥିଲେ । 

ଧନ ନନ୍ଦ
Samrat

Dhana Nanda's empire
Last Nanda Emperor
ଶାସନକାଳ c. 329 BC – c. 321 BC
ପୂର୍ବାଧିକାରୀ Mahapadma Nanda
ଉତ୍ତରାଧିକାରୀ Chandragupta Maurya (the founder of Maurya Empire)
ବାପା Mahapadma Nanda

ନାମ 

ଗ୍ରୀକ ଏଇତିହାସିକ ଦୀଓଦୋରସ ଧନ ନନ୍ଦାଙ୍କୁ ଅଗ୍ରମ୍ମେସ ବା କ୍ଷନ୍ଦ୍ରାମେସ ଭାବରେ ବର୍ଣ୍ଣନା କରିଥିଲେ । ବୋଧ ହୁଏ ଏହି ଶବ୍ଦ ସଂସ୍କୃତର ଅଗ୍ରସୈନ୍ୟର ଅପଭ୍ରଂଶ ହେଇଥାଇପାରେ । .

ସ୍ରୋତ 

ଧନ ନନ୍ଦାଙ୍କ ବିଷୟରେ ବିଶେଷ ବିବରଣୀ କରଟିଆସ, ଦୀଓଦୋରସ, ପ୍ଲତାର୍ଛଙ୍କ ଗ୍ରୀକ ଲେଖାରୁ ମିଳିଥାଏ । 

ଜୀବନୀ 

ମହାପ୍ରସାଦ ମନ୍ଦଙ୍କ ଉତ୍ତରାଧିକାରୀ ଭାବରେ ଧନ ନନ୍ଦ ସିଂହାସନ ପାଇଥିଲେ । ସେ ସମୟରେ ନନ୍ଦା ବଂଶ ରହୟର ଲୋକ ସମୂହ ଓ ଅଧିନସ୍ଥ କର୍ମଚାରୀ, ଏପରିକି ନିକଟସ୍ଥ ରାଜ୍ୟ ମାନଙ୍କରେ ମଧ୍ୟ ଜନପ୍ରିଯ ନଥିଲେ । ଏହା ତାଙ୍କର କୃପଣତା ଓ ଅର୍ଥ ଲୋଭ ପାଇଁ ହେଇଥାଇ ପାରେ । 

ଶାସନ କାଳ 

ଧନ ନନ୍ଦ ଜଣେ ଶକ୍ତିଶାଳୀ ଶାସକ ଥିଲେ । ସେ ପ୍ରାଚ୍ୟ, ତଳ ଗଙ୍ଗା ଉପତ୍ୟକା ଅଞ୍ଚଳ ଶାସନ କରୁଥିଲେ । ତାଙ୍କ କାଳରେ ନନ୍ଦା ସମ୍ଭରଜ୍ୟ ବିହାର ଓ ବେଙ୍ଗଲରୁ ପୌର୍ବ ପଞ୍ଜାବ ଓ ପଶ୍ଚିମ ସିନ୍ଧ ଯାଏ ବ୍ୟାପ୍ତ ହେଇଥିଲା । ତାଙ୍କର ୪ଜଣ ମନ୍ତ୍ରୀ ବନ୍ଧୁ , ସୁବନ୍ଧୁ, କୁବେର ଓ ଶକଟାଳ ରହିଥିଲେ । ଶକଟାଳ ନନ୍ଦଙ୍କ ତହବିଲରୁ ଅର୍ଥ ନେଇ ମ୍ଳେଚ୍ଛ ଆକ୍ରମଣ କାରୀଙ୍କୁ ଦେଇଦେଇ ସମ୍ଭ୍ରାଜ୍ୟ ତାଙ୍କ ଆକ୍ରମଣରୁ ରକ୍ଷ୍ୟା କରିଥିଲେ କିନ୍ତୁ ରାଜା ତାଙ୍କୁ ସେଥି ନିମନ୍ତେ ସପରିବାର ଦେଶାନ୍ତର କରି ସେଠାରେ ବନ୍ଦୀ କରିଥିଲେ । କେବଳ ଜଣକ ପାଇଁ ଯଥେଷ୍ଟ ଖାଦ୍ୟ ଓ ଜଳ ତାଙ୍କୁ ଦିଆ ଯାଉଥିଲା । ଶକଟାଳଙ୍କ ବ୍ୟତୀତ ଅନନ୍ୟ ସମସ୍ତେ ମୃତ୍ୟୁ ବରଣ କଲେ । ଏହା ମଧ୍ୟରେ ପୁନର୍ବାର ବିଦେଶୀମାନେ ନନ୍ଦ ସାମ୍ରାଜ୍ୟ ଆକ୍ରମଣ କରିବାରୁ ଧନ ଶକଟାଳଙ୍କ ସାହାଯ୍ୟ ଲୋଡିଥିଲେ । କିନ୍ତୁ ସେ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଚାଣକ୍ୟଙ୍କ ସହାୟତାରେ ନନ୍ଦ ବଂଶ ଧ୍ୱଂଶ କରି ଶକଟାଳ ପ୍ରତିଶୋଧ ନେଇଥିଲେ । 

କଳିଙ୍ଗ ରାଜ୍ୟ ସହ ସମ୍ବନ୍ଧ 

କଳିଙ୍ଗ ରାଜ୍ୟ ସହ ନନ୍ଦା ବଂଶର ସମ୍ପର୍କ ଭଲ ନଥିଲେ ମଧ୍ୟ ରାଜପୁତ୍ର ସୂର୍ଯ୍ୟ ନନ୍ଦ କଳିଙ୍ଗର ରାଜକୁମାରୀ ଦମୟନ୍ତୀଙ୍କୁ ବିବାହ କରିବା ପରେ କିଛି କାଳ ପାଇଁ ତାହା ଉତ୍ତମ ରହିଥିଲା । ତେବେ ସେହି ବିବାହ ପରି ତାହା କ୍ଷଣ ସ୍ଥାୟୀ ଥିଲା । କଳିଙ୍ଗର ପ୍ରଜା ଓ ରାଜପୁତ୍ର ଖାରବେଳ ଧନ ନନ୍ଦଙ୍କୁ ବର୍ବର ଆଖ୍ୟା ଦେଇଥିଲେ । 

ନନ୍ଦ ସେନାବାହିନୀ 

ଧନ ନନ୍ଦ ପିତାଙ୍କଠାରୁ ବିଶାଳ ରାଜ୍ୟ ସହ ଏକ ବୃହତ ସୈନ୍ୟ ବାହିନୀର ଉତ୍ତରାଧିକାରୀ ହେଇଥିଲେ ।ଗ୍ରୀକ ଏଇତିହାସିକଙ୍କ ବର୍ଣ୍ଣନା ଅନୁସାରେ ନନ୍ଦଙ୍କ 2000,000 ପଦାତିକ , 20,000 ଘୋଡାସବାର , 2000 ଯୁଦ୍ଧ ରଥ , 3000 ଯୁଦ୍ଧ ହସ୍ତୀ ରହିଥିଲେ ।  

ପରାଜୟ ଓ ମୃତ୍ୟୁ 

ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କଦ୍ୱାରା ପରାଜିତ ହେଲା ପରେ ତାଙ୍କୁ ଦୁଇ ପତ୍ନୀଙ୍କ ସହ ପଳାଯନ ପାଇଁ ସୁଯୋଗ ଦିଆ ଯାଇଥିଲା । ସେ ତାଙ୍କର କନ୍ୟାଙ୍କୁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସହ ବିବାହ ଦେଇଥିଲେ । 

ଧନ ନନ୍ଦଙ୍କ ମୃତ୍ୟୁର କାରଣ ସଠିକ ଭାବରେ ଜଣା ଯାଇନହୀନ । କେତେକ ତଥ୍ୟ ଅନୁସାରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ତାଙ୍କର ହତ୍ୟା କରେଇଥିଲେ । ଆଉ କେତେକ ତଥ୍ୟାନୁସାରେ ଚାଣକ୍ୟ ତାଙ୍କୁ ନିର୍ବାସନରେ ପଠେଇ ପରେ ହତ୍ୟା କରେଇଥିଲେ । ପୁଣି କେତେକ ମତ ଅନୁସାରେ ଧନ ନନ୍ଦା ବୌଦ୍ଧ ଧର୍ମ ଗ୍ରହଣ କରି ଭିକ୍ଷୁ ଜୀବନ ଜାପନ କରିଥିଲେ । 

ନୋଟ ସବୁ 

Tags:

ଧନ ନନ୍ଦ ନାମ ଧନ ନନ୍ଦ ସ୍ରୋତ ଧନ ନନ୍ଦ ଜୀବନୀ ଧନ ନନ୍ଦ ଶାସନ କାଳ ଧନ ନନ୍ଦ କଳିଙ୍ଗ ରାଜ୍ୟ ସହ ସମ୍ବନ୍ଧ ଧନ ନନ୍ଦ ନନ୍ଦ ସେନାବାହିନୀ ଧନ ନନ୍ଦ ପରାଜୟ ଓ ମୃତ୍ୟୁ ଧନ ନନ୍ଦ ନୋଟ ସବୁ ଧନ ନନ୍ଦ ଆଧାର ଧନ ନନ୍ଦ

🔥 Trending searches on Wiki ଓଡ଼ିଆ:

ବୀଣାପାଣି ମହାନ୍ତିପଞ୍ଚସଖାସୁରେନ୍ଦ୍ର ମହାନ୍ତିଅନୁପମ ଭାରତଜୟ ଜଗନ୍ନାଥନମିତା ଅଗ୍ରୱାଲଭଗବତ ଗୀତାରାମଚନ୍ଦ୍ର ମିଶ୍ରବନ୍ଦେ ମାତରମଦ୍ରୌପଦୀ ମୁର୍ମୁହନୁମାନସ୍ତନଦ୍ରାଘିମାଆଇଜାକ ନିଉଟନଅଂଶୁଘାତଇଲେକ୍ଟ୍ରୋନିକ କମର୍ସମାୟାଧର ମାନସିଂହଜର୍ଜ କ୍ୟାଣ୍ଟରଓଡ଼ିଶାର ଲୋକନୃତ୍ୟଦେଓମାଳୀଅଂଶୁପା ହ୍ରଦମହିଳା ଯୌନାଙ୍ଗ ଛେଦନଗୁରୁ ପ୍ରସାଦ ମହାନ୍ତିଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାଣୀସାଦୃଶ୍ୟଓଡ଼ିଶା ଆଦର୍ଶ ବିଦ୍ୟାଳୟଶ୍ରାଦ୍ଧବୈକୁଣ୍ଠନାଥ ପଟ୍ଟନାୟକପ୍ରେମଏଲିନା ସାମନ୍ତରାୟବିଶ୍ୱଜିତ ଦାସମା ଓ ମମତା (୧୯୯୯ର ଓଡ଼ିଆ କଥାଚିତ୍ର)୧୭୩୬ଅଟିଜିମ୍‌ରଜମରିସସଭୁବନେଶ୍ୱରଉଇକିମିଡ଼ିଆ ଫାଉଣ୍ଡେସନwiki.phtmlହୃଷୀକେଶ ପଣ୍ଡାହିନ୍ଦୁ ଧର୍ମୱାଟରଲୁ ଯୁଦ୍ଧବର୍ଷା ପ୍ରିୟଦର୍ଶିନୀଚିନ୍ତାମଣି ମହାନ୍ତିଯଶୋବନ୍ତ ଦାସମିନତି ମିଶ୍ରରାକ୍ଷୀ ପୂର୍ଣ୍ଣିମାଦ୍ୱିତୀୟ ବିଶ୍ୱଯୁଦ୍ଧଦାସକାଠିଆସାରଳା ସମ୍ମାନସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)କୃଷ୍ଣ୧୨ ସେପ୍ଟେମ୍ବରଓକିଲ ଦିବସପ୍ରଥମ ବିଶ୍ୱଯୁଦ୍ଧଓଡ଼ିଶା ପ୍ରିମିଅର ଲିଗଉଇକିଅଭିଧାନଆଜାଦ ହିନ୍ଦ୍ ଫୌଜରାମଚନ୍ଦ୍ର ବେହେରାରାଷ୍ଟ୍ରପତି ଭବନଓଡ଼ିଆ ସାହିତ୍ୟର ଇତିହାସରାଧାମୋହନ ଗଡ଼ନାୟକକାଳୀଚରଣ ପଟ୍ଟନାୟକଚନ୍ଦନ ବୋଡ଼ାଓଡ଼ିଆ ଲିପିଆଲେକ୍‌ଜାଣ୍ଡର୍ ମହାନପୁରୀ ଜିଲ୍ଲା🡆 More