ଦାମୋଦର ହୋତା

ଦାମୋଦାର ହୋତା ( (listen);୨୫ ଡିସେମ୍ବର ୧୯୩୫- ୫ ଫେବୃଆରୀ ୨୦୨୨) ଜଣେ ପାରମ୍ପରିକ ଓଡ଼ିଶୀ ବା ଉଡ୍ରପଦ୍ଧତୀୟ ଶାସ୍ତ୍ରୀୟ ସଙ୍ଗୀତ ଓ ହିନ୍ଦୁସ୍ତାନୀ ସଙ୍ଗୀତ ଗାୟକ ଏବଂ ଗବେଷକ ଥିଲେ । ସେ ଆକାଶବାଣୀ କଟକ ଓ ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ୱରର ଜଣେ ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ଥିଲେ । ତାଙ୍କୁ ପଦ୍ମକେଶରୀ ଉପାଧିରେ ଭୂଷିତ କରାଯାଇଥିଲା । ସେ ଆଜୀବନ ଶିକ୍ଷାଦାନ, ଗବେଷଣା ଓ ଲେଖନୀ ଚାଳନାରେ ଲିପ୍ତ ଥିଲେ ।

ପଦ୍ମକେଶରୀ

ଦାମୋଦର ହୋତା
ପଦ୍ମକେଶରୀ
ଜନ୍ମ(1935-12-25)୨୫ ଡିସେମ୍ବର ୧୯୩୫
ମୃତ୍ୟୁବସନ୍ତ ପଞ୍ଚମୀ, ୫ ଫେବୃଆରୀ ୨୦୨୨(2022-02-05) (ବୟସ ୮୬)
ଜାତୀୟତାଦାମୋଦର ହୋତା ଭାରତୀୟ
ପ୍ରସିଦ୍ଧିଓଡ଼ିଶୀ ସଙ୍ଗୀତ ଓ ହିନ୍ଦୁସ୍ଥାନୀ ସଙ୍ଗୀତ ବିଶାରଦ ତଥା ଗୁରୁ
ଶୈଳୀଓଡ଼ିଶୀ ସଙ୍ଗୀତ
ପିତାମାତାs
  • ଗୋପୀନାଥ ହୋତା
  • ଦଣ୍ଡିମଣି ଦେବୀ
ଦସ୍ତଖତ
ଦାମୋଦର ହୋତା

ଜୀବନୀ

ପଣ୍ଡିତ ହୋତା ୧୯୩୫ ମସିହା କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ତିଥିରେ ପୁରୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଗୋପୀନାଥ ହୋତା ଗୌଡ଼ବାଡ଼ ସାହି ଅଡ଼ଙ୍ଗତିଆଡ଼ି ଯାଗାର ସଭ୍ୟ, ମଲ୍ଲଯୋଦ୍ଧା, ଗାୟକ ଓ ମର୍ଦ୍ଦଳବାଦକ ଥିଲେ । ମାତାଙ୍କ ନାମ ଦଣ୍ଡିମଣି ଦେବୀ ଥିଲା । ଶୈଶବ ଅବସ୍ଥାରୁ ସେ ନିଜ ପିତାଙ୍କ ସୁମଧୁର କଣ୍ଠରୁ ଯାଗା ଆଖଡ଼ାରେ ପ୍ରଚଳିତ ଓଡ଼ିଶୀ ସଙ୍ଗୀତ ଶୁଣି ଶୁଣି ଶିକ୍ଷା କରିଥିଲେ । ପରବର୍ତ୍ତୀ ସମୟରେ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ଶିଷ୍ୟ ପଣ୍ଡିତ ନୃସିଂହନାଥ ଖୁଣ୍ଟିଆଙ୍କଠାରୁ ସେ ଉଡ୍ରପଦ୍ଧତି ଆଧାରିତ ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତ ଓ ହିନ୍ଦୁସ୍ତାନୀ ସଙ୍ଗୀତ ଶିକ୍ଷା କରିଥିଲେ । ଗୁରୁ କାଶୀନାଥ ମୁଦୁଲିଙ୍କଠାରୁ ସେ ମର୍ଦ୍ଦଳ ଓ ତବଲାବାଦନ ଶିଖିଥିଲେ । ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀଠାରୁ ଆର୍ଥିକ ସହାୟତା ଲାଭକରି ସେ ପଣ୍ଡିତ ଓଁକାର ନାଥ ଠାକୁର ଓ ପଦ୍ମଶ୍ରୀ ବଳବନ୍ତ ରାୟଭଟ୍ଟଙ୍କଠାରୁ ହିନ୍ଦୁସ୍ତାନୀ ସଙ୍ଗୀତରେ ଉଚ୍ଚଶିକ୍ଷା ଲାଭ କରିଥିଲେ । ମୁମ୍ବାଇସ୍ଥିତ ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟଳୟରୁ ସେ ଡକ୍ଟରେଟ ମଧ୍ୟ ଲାଭ କରିଥିଲେ । ଓଡ଼ିଶା ତଥା ବାହାରେ ପଣ୍ଡିତ ହୋତା ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗବେଷକ, ବିଶେଷ କରି ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତର ଗବେଷକ ଭାବରେ ବେଶ ଆଦୃତ । ତାଙ୍କଦ୍ୱାରା ରଚିତ ୧୭ଖଣ୍ଡ ପୁସ୍ତକ ମଧ୍ୟରୁ ଅନେକ ପୁସ୍ତକ ପାଠ୍ୟପୁସ୍ତକ ଭାବରେ ମଧ୍ୟ ଆଦୃତ ହୋଇଛି । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ମଧ୍ୟ ଶିକ୍ଷାଦାନ କରିଥିଲେ ।

୨୦୨୨ ମସିହା ଫେବୃଆରୀ ୫ ତାରିଖରେ ବସନ୍ତ ପଞ୍ଚମୀ ଦିନ ଭୁବନେଶ୍ୱରଠାରେ ତାଙ୍କର ପରଲୋକ ଘଟିଥିଲା ।

ଉଡ୍ର ପଦ୍ଧତୀୟ ସଙ୍ଗୀତ

ପଣ୍ଡିତ ହୋତା ଅଧୁନା କଥିତ 'ଓଡ଼ିଶୀ ସଙ୍ଗୀତ' ସ୍ଥଳରେ 'ଉଡ୍ର ପଦ୍ଧତୀୟ ସଙ୍ଗୀତ' ଭାବେ ବୋଲୁଥିଲେ । ପଣ୍ଡିତ ହୋତାଙ୍କ ମତରେ ଶାସ୍ତ୍ର ଆଧାରରେ ଓ ପରମ୍ପରାକୁ ନେଇ ପରିବେଷିତ ଉନ୍ନତ ଗବେଷଣା ସମୃଦ୍ଧ ସଙ୍ଗୀତ ଧାରା 'ଉଡ୍ର ପଦ୍ଧତୀୟ ସଙ୍ଗୀତ' ଭାବରେ ଜଣା ।

ରଚନାବଳୀ

  • ହିନ୍ଦୁସ୍ତାନୀ ସଂଗୀତ ଲହରୀ- ୪ ଭାଗ
  • ସଂଗୀତ ଶାସ୍ତ୍ର- ୧ମ ଭାଗ
  • ଭାରତୀୟ ସଂଗୀତର ଇତିହାସ- ୧ମ ଭାଗ
  • ଉଡ୍ରପଦ୍ଧତୀୟ ମେଳ, ରାଗ, ତାଳ ଓ ପ୍ରବନ୍ଧ ଲକ୍ଷଣ
  • ଲକ୍ଷଣା ଓ ସ୍ୱରମାଳିକା ଲହରୀ ୧ମ ଭାଗ
  • ଉଡ୍ରପଦ୍ଧତୀୟ ଶିଶୁ ସଂଗୀତ ଲହରୀ-୧ମ ଭାଗ
  • କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଲହରୀ
  • ଶ୍ରୀମନ୍ଦିର ସଂଗୀତମାଳା -୨ ଭାଗ (ସହ-ଲେଖକ)
  • ପାରମ୍ପରିକ ଓଡ଼ିଶୀ ସଂଗୀତ- ୧ମ ଭାଗ
  • ଉଡ୍ରପଦ୍ଧତୀୟ ସଂଗୀତ- ୭ ଭାଗ
  • ଅଡ଼ିଓ ସିଡ଼ି (ଉଡ୍ରପଦ୍ଧତୀୟ ସଂଗୀତ) - ୧ମ ଓ ୨ୟ ଭାଗ

ସମ୍ମାନ ଓ ପୁରସ୍କାର

  • କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ - ୨୦୧୩
  • ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସମ୍ମାନ, ୧୯୯୪
  • ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ୨୦୦୪
  • ଶାରଳା ପୁରସ୍କାର
  • ଭାରତୀୟ ସଂଗୀତ ରତ୍ନ ସମ୍ମାନ
  • ସଙ୍ଗୀତ ଜ୍ୟୋତି ସମ୍ମାନ
  • ଜୟଦେବ ସମ୍ମାନ

ଆଧାର

ବାହାର ଆଧାର

Tags:

ଦାମୋଦର ହୋତା ଜୀବନୀଦାମୋଦର ହୋତା ଉଡ୍ର ପଦ୍ଧତୀୟ ସଙ୍ଗୀତଦାମୋଦର ହୋତା ରଚନାବଳୀଦାମୋଦର ହୋତା ସମ୍ମାନ ଓ ପୁରସ୍କାରଦାମୋଦର ହୋତା ଆଧାରଦାମୋଦର ହୋତା ବାହାର ଆଧାରଦାମୋଦର ହୋତାAbout this soundLL-Q33810 (ori)-Sangram Keshari Senapati (Ssgapu22)-ଦାମୋଦର ହୋତା.wavଆକାଶବାଣୀ କଟକଓଡ଼ିଶୀ ସଙ୍ଗୀତସହଯୋଗ:IPA/Odia

🔥 Trending searches on Wiki ଓଡ଼ିଆ:

ଜହ୍ନ୨୬ ଅପ୍ରେଲଓଡ଼ିଶା ସରକାରବ୍ରଜନାଥ ରଥଫୋସିନୋପ୍ରିଲପୋଟଳ ରସାଖାଦ୍ୟଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସବିଜୁ ପଟ୍ଟନାୟକରାଜକିଶୋର ରାୟଖଡ଼ଗପୁରଆଜାଦ ହିନ୍ଦ୍ ଫୌଜଗୋପୀନାଥ ମହାନ୍ତି୧୯୬୧ଗୋଦାବରୀଶ ମିଶ୍ରତ୍ରିଭୁଜ୨୭ ଜୁନଭାରତୀୟ ସଂଖ୍ୟା ପ୍ରଣାଳିଭାରତର ନଦୀ ସମୂହର ତାଲିକା୫ ନଭେମ୍ବରଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଗୋପାଳ ଛୋଟରାୟଆଚାର୍ଯ୍ୟ ହରିହରହରିପ୍ରସାଦ ଚୌରାଶିଆବିରଳା ମନ୍ଦିର, ହାଇଦ୍ରାବାଦଗିରିଜା କୁମାର ବଳୀୟାରସିଂହ୭ (ସଂଖ୍ୟା)ରଥଯାତ୍ରାବଉଳଗୀତଗୋବିନ୍ଦହୀରାକୁଦ ବନ୍ଧମନୋଜ ଦାସରାଧାମୋହନ ଗଡ଼ନାୟକପ୍ଲୁଟୋଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସୁନାଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଆଣ୍ଡାମାନ ସାଗରସତୀ (ହିନ୍ଦୁ ଦେବୀ)ଜାହାଙ୍ଗୀରମହାପାତ୍ର ନୀଳମଣି ସାହୁନାରାୟଣ ସାହୁଟ୍ରାଲୋକିନୁମାବସିନ୍ଧୁ ନଦୀସୁଭାଷ ଚନ୍ଦ୍ର ବୋଷଓଡ଼ିଆ ସାହିତ୍ୟଏଞ୍ଜେଲା ମେର୍କେଲ୍ବ୍ରାହ୍ମ ସମାଜତ୍ରିପୁରା ମିଶ୍ରଯଦୁମଣି ମହାପାତ୍ରବେଣୁଧର ରାଉତନନ୍ଦିଘୋଷପୂରଣବାଚକ ସଂଖ୍ୟାମହୁଫେବୃଆରୀମହାରାଷ୍ଟ୍ରବିରାଟ କୋହଲୀଗ୍ରହଆନ୍ଧ୍ର ପ୍ରଦେଶ୧୬୬୫ଶ୍ରବଣ ( ରାମାୟଣ ର ଚରିତ୍ର )ଛାୟାପଥନେଲସନ ମଣ୍ଡେଲା୨୪ ଅପ୍ରେଲଜାପାନ ସାଗରମଟର ସାଇକେଲସାଲଭାଡୋର ଡାଲିସେଇ ଝିଅଟିଓପନ-ସୋର୍ସ ସଫ୍ଟୱେରଟମ୍ ଖା କାଇ🡆 More