ଦନ୍ତ କ୍ଷୟ: ହୋଇ ଭାଙ୍ଗିଯାଏ ।

ଦନ୍ତ କ୍ଷୟ (ଇଂରାଜୀରେ Dental caries); (ଲାଟିନ ଭାଷାରେ caries ଅର୍ଥ ପଚା)), ବା ଲୋକପ୍ରିୟ ନାମ ପୋକ ଖିଆ ଦାନ୍ତ ବା କୋଟର ଏକ ପ୍ରକାର ରୋଗ ଯେଉଁଥିରେ ଜୀବାଣୁ କାର୍ଯ୍ୟକଳାପ ଯୋଗୁ ଦାନ୍ତ କ୍ଷୟ ହୋଇଯାଏ । ରୋଗାକ୍ରାନ୍ତ ଦାନ୍ତର ରଙ୍ଗ ହଳଦିଆରୁ କଳା ରଙ୍ଗ ପର୍ଯ୍ୟନ୍ତ ଅନେକ ପ୍ରକାର ରଙ୍ଗ ନିଏ । ଏହାର ଲକ୍ଷଣ ମଧ୍ୟରେ ଦାନ୍ତ ମୂଳରେ ଯନ୍ତ୍ରଣା ଓ ଖାଇବା କଷ୍ଟକର ହୁଏ । ଏହି ରୋଗର ଜଟିଳତା ମଧ୍ୟରେ ଦାନ୍ତ ଚାରିପଟେ ପ୍ରଦାହ, ଦାନ୍ତ ପଡ଼ିଯିବା ଓ ଦାନ୍ତ ମୂଳରେ ପୂଜ ଇତ୍ୟାଦି ଦେଖାଯାଏ ।

ଦନ୍ତ କ୍ଷୟ
ଦନ୍ତ କ୍ଷୟ:  ହୋଇ ଭାଙ୍ଗିଯାଏ ।
Destruction of a tooth by cervical decay from dental caries. This type of decay is also known as root decay.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିdentistry[*]
ଆଇସିଡ଼ି-୧୦K02.
ଆଇସିଡ଼ି-୯-ସିଏମ୍521.0
ରୋଗ ଡାଟାବେସ29357
ମେଡ଼ିସିନ-ପ୍ଲସ001055
ଦନ୍ତ କ୍ଷୟ:  ହୋଇ ଭାଙ୍ଗିଯାଏ ।

ଦାନ୍ତରେ ଲାଗିଥିବା ଖାଦ୍ୟାଂଶରୁ ଜୀବାଣୁଦ୍ୱାରା ଏସିଡ୍ ନିର୍ଗତ ହୋଇ କଠିନ ତନ୍ତୁରେ ତିଆରି ଦାନ୍ତର ଏନାମେଲ୍, ଡେଣ୍ଟିନ୍ ଓ ସେମେଣ୍ଟମ୍କୁ ନଷ୍ଟ କରିଦିଏ । ଜୀବାଣୁର ଶକ୍ତିଦାୟୀ ଖାଦ୍ୟ ସରଳ ଶର୍କରା ହୋଇଥିବାରୁ ଶର୍କରାଜାତୀୟ ଖାଦ୍ୟ ରୋଗ ସଙ୍କଟ ସୃଷ୍ଟି କରିପାରେ । ଦାନ୍ତରେ ଲବଣ ପ୍ରସ୍ତୁତିଠାରୁ ଲବଣ କ୍ଷୟ ପରିମାଣ ଅଧିକ ହେଲେ ଦନ୍ତ କ୍ଷୟ ହୁଏ । କୌଣସି ରୋଗରେ ପାଟିରେ ନିସୃତ ଲାଳ ପରିମାଣ କମିଗଲେ ଏହି ରୋଗ ହୁଏ ଯେପରିକି ଡାଏବେଟିସ୍ ମାଲିଟସ୍, ଜୋଗ୍ରେନ ସିଣ୍ଡ୍ରୋମ୍ ଓ କେତେକ ଔଷଧ ସେବନ । ଲାଳ କମେଇବା ଔଷଧଗୁଡ଼ିକ ମଧ୍ୟରେ ଆଣ୍ଟିହିସ୍ଟାମିନ ଓ ଆଣ୍ଟିଡିପ୍ରେସାଣ୍ଟ ମୁଖ୍ୟ । ଦାରିଦ୍ର୍ୟ, ମୁଖ ପରିଚ୍ଛନ୍ନତାର ଅଭାବ ହେଲେ ଓ ମାଢ଼ି କମିଯାଇ ଦାନ୍ତ ମୂଳ ଅନାବରଣ ହେଲେ ଦନ୍ତ କ୍ଷୟ ଅଧିକ ହୁଏ ।

ପ୍ରତିଷେଧ ବ୍ୟବସ୍ଥାରେ ନିୟମିତ ଦାନ୍ତ ସଫା ରଖିବା, ଖାଦ୍ୟରେ ଶର୍କରା ଜାତୀୟ ଖାଦ୍ୟ କମ୍ ଖାଇବା ଓ ଫ୍ଲୋରାଇଡ ପରିମାନ କମ୍ ରଖିବା ଆବଶ୍ୟକ । ଦିନ‌କୁ ଦୁଇ ଥର ଦାନ୍ତ ଘସିବା ଓ ଥରେ ଦାନ୍ତ ସନ୍ଧିକୁ ଫ୍ଲସ୍ ସାହାଯ୍ୟରେ ସଫା କରିବାକୁ ଉପଦେଶ ଦିଆଯାଏ । ଜଳରୁ, ଦାନ୍ତଘସା ପେସ୍ଟରୁ, ଲୁଣରୁ ବା ଅନ୍ୟ ଉତ୍ସରୁ ଫ୍ଲୋରାଇଡ ମିଳିପାରେ । ମା'ର ଦନ୍ତ କ୍ଷୟ ଚିକିତ୍ସା କଲେ ଜୀବାଣୁ ଛୁଆକୁ ନ ଯାଇ ପାରି ତାର ଦନ୍ତ କ୍ଷୟ ସଙ୍କଟ ଟଳି ଯାଏ । ସ୍କ୍ରିନିଙ୍ଗ କରି ପ୍ରାରମ୍ଭରୁ ରୋଗ ଚିହ୍ନଟ କରିବା ଉଚିତ । ଦାନ୍ତ ବାହାର କରିବା (extraction) ବା ଚିକିତ୍ସା କରି ରଖିବା (restoration) କ୍ଷୟର ପରିମାଣ ଉପରେ ନିର୍ଭର କରେ । କ୍ଷୟ ହୋଇଥିବା ବଡ଼ ଭାଗ ଦାନ୍ତକୁ ପୁନର୍ନିମାଣ ନିମନ୍ତେ କୌଣସି ପଦ୍ଧତି ଜଣାନାହିଁ । ବିକାଶଶୀଳ ଦେଶମାନଙ୍କରେ ଚିକିତ୍ସା ଉପଲବ୍‌ଧି ବିଶେଷ ଉତ୍ସାହପ୍ରଦ ନୁହେଁ । ଯନ୍ତ୍ରଣା ହେଲେ ପାରାସେଟାମଲ୍, ଆସେଟାମିନୋଫେନ କିମ୍ବା ଆଇବୁପ୍ରଫେନ ଦିଆଯାଏ ।

ପୃଥିବୀରେ ପ୍ରାୟ ୨.୪୩ ବିଲିଅନ୍ ଲୋକ ବା ଜନସଂଖ୍ୟାର ୩୬ % ଲୋକ ସ୍ଥାୟୀ ଦାନ୍ତରେ ଦନ୍ତ କ୍ଷୟ ରୋଗ ଭୋଗନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହିସାବରୁ ଜଣାଯାଏ, ପ୍ରାୟ ସମସ୍ତ ବୟସ୍କ ଲୋକ ଜୀବନର କୌଣସି ନା କୌଣସି ସମୟରେ ଏହି ରୋଗ ଭୋଗନ୍ତି । ୬୨୦ ନିୟୁତ ଲୋକ ବା ୯ % ଲୋକଙ୍କର ଶିଶୁ ଅବସ୍ଥରେ ଦନ୍ତ କ୍ଷୟ ହୋଇଥାଏ । ଅଧୁନା ଉଭୟ ପିଲା ଓ ବୟସ୍କଙ୍କୁ ଏହି ରୋଗ ଆକ୍ରମଣ କରୁଛି । ବିକଶିତ ଦେଶମାନଙ୍କରେ ଲୋକମାନେ ଅଧିକ ଶର୍କରା ଜାତୀୟ ଖାଦ୍ୟ ଖାଉଥିବାରୁ ଏହି ରୋଗ ଅନ୍ୟ ଦେଶର ଲୋକଙ୍କ ଅପେକ୍ଷା ଅଧିକ ହେଉଛି ।


ଆଧାର

Tags:

ଜୀବାଣୁ

🔥 Trending searches on Wiki ଓଡ଼ିଆ:

ଶ୍ରୀତମ ଦାସମନ୍ମଥ ନାଥ ଦାସବୀଜାଣୁଓଡ଼ିଆ କାବ୍ୟ କବିତାଫକୀର ମୋହନ ସେନାପତିଅସିତ ମହାନ୍ତିନବରାତ୍ରୀଦରବାର (କବିତା)ଗୀତଗୋବିନ୍ଦମାଣବସା ଗୁରୁବାରସମ୍ବାଦ (ଖବରକାଗଜ)ପଖାଳଭାରତୀୟ ଜାତୀୟ କଂଗ୍ରେସପ୍ଲାଟିପସଆନୋରେକସିଆ ନର୍ଭୋସା୧୭୩୯ସରସ୍ୱତୀପରମାଣୁ କ୍ରମାଙ୍କବୈଦେହୀଶ ବିଳାସବଙ୍ଗଳାଦେଶ ମୁକ୍ତିଯୁଦ୍ଧପରଳଆର୍ଟିଫିସିଆଲ ଇଣ୍ଟେଲିଜେନ୍ସପୁଷ୍ଟିସାରଜାକର୍ତାହୋଲିମହାଦେଶଓଡ଼ିଶାର ଦୋଳଯାତ୍ରାସଦାଶିବ ପ୍ରଧାନୀଫିନଲ୍ୟାଣ୍ଡମଠବିଶ୍ୱ ଏଡ୍‌ସ ଦିବସହେପାଟାଇଟିସ ବିଜାପାନପୃଥ୍ୱୀରାଜ ଚୌହାନଇମେଲସରୋଜିନୀ ନାଇଡୁରାଧାନାଥ ରାୟମହା ଶିବରାତ୍ରିଚିଲିକା ହ୍ରଦସ୍ୱାମୀ ବିବେକାନନ୍ଦବିଶ୍ୱ ତମାଖୁହୀନ ଦିବସପାଲାକଲରାପତରିଆ ବାଘମାଂସର ବିଳାପଚନ୍ଦ୍ରଯାନ-୩ବୈଜୟନ୍ତ ପଣ୍ଡାଛବିଳ ମଧୁ ବର୍ଣ୍ଣବୋଧବିଦ୍ୟାଳୟ୪ ମାର୍ଚ୍ଚକଳାହାଣ୍ଡି (କବିତା)ଇରା ମହାନ୍ତି୧୫୭୬ଏଚଆଇଭି/ଏଡସଶ୍ୱେତସାରବିଭୂତି ଭୂଷଣ ବଳବନ୍ତରାୟଓଡ଼ିଶା ପ୍ରିମିଅର ଲିଗ୧୩୯୧ଇଂରାଜୀ ଭାଷାମାଇନ ଟୁଡ଼ୁଟାଟା ମୋଟରସଅଚ୍ୟୁତ ସାମନ୍ତଓଡ଼ିଆ ଭାଷା ଆନ୍ଦୋଳନମହାଭାରତଜୟ ଜଗନ୍ନାଥଲିଓନେଲ୍ ମେସିଅଂଶୁଘାତଜୁଲିଅସ ସିଜରବିନି ଅରୋଡ଼ା🡆 More