ଚାର୍ମି କୌର: ଦକ୍ଷିଣ ଭାରତୀୟ ଅଭିନେତ୍ରୀ

ଚାର୍ମି କୌର (ଜନ୍ମ: ୧୭ ମଇ ୧୯୮୭) ଜଣେ ଭାରତୀୟ ଅଭିନେତ୍ରୀ ଏବଂ ପ୍ରଯୋଜିକା, ଯିଏକି ମୁଖ୍ୟତଃ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ କରିବା ସହିତ ତାମିଲ, ମାଲାୟଲମ୍, କନ୍ନଡ଼ ଏବଂ ହିନ୍ଦୀ କଥାଚିତ୍ର ଜଗତରେ କାର୍ଯ୍ୟ କରନ୍ତି । ସେ ଚାଳିଶିରୁ ଅଧିକ କଥାଚିତ୍ରରେ ଅଭିନୟ କରିଛନ୍ତି ।

ଚାର୍ମି କୌର
ଚାର୍ମି କୌର: ଜନ୍ମ ଓ ପ୍ରାରମ୍ଭିକ ଜୀବନ, ଅଭିନୟ ଜୀବନ, ପୁରସ୍କାର
ସେଲିବ୍ରେଟି କ୍ରିକେଟ୍ ଲିଗ୍‌‌ର ୪ର୍ଥ ସଂସ୍କରଣ ଉଦଘାଟନୀ ଉତ୍ସବରେ ଚାର୍ମି
ଜନ୍ମ (1987-05-17) ୧୭ ମଇ ୧୯୮୭ (ବୟସ ୩୬)
ବୃତ୍ତିସମୂହ
  • ଅଭିନେତ୍ରୀ
  • ପ୍ରଯୋଜିକା
ସକ୍ରିୟ ବର୍ଷ୨୦୦୨–ଏବେଯାଏଁ
ୱେବସାଇଟcharmmekaur.com

୨୦୦୨ ମସିହାରେ ସେ ତେଲୁଗୁ ସମେତ ତାମିଲ ଓ ମାଲାୟଲମ୍ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେହି ବର୍ଷ ଏକ ହିନ୍ଦୀ କଥାଚିତ୍ରରେ ଅତିଥି କଳାକାର ଭାବରେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ । ୨୦୦୪ ମସିହାରେ ତାଙ୍କ ଅଭିନୀତ ତେଲୁଗୁ କଥାଚିତ୍ର ମାସ୍ ହିଟ୍ ହୋଇଥିଲା ଏବଂ ୨୦୦୭ ମସିହାରେ ସେ କନ୍ନଡ଼ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।

୨୦୦୫ ମସିହାରେ ତାଙ୍କ ଅଭିନୀତ ସୁପରହିଟ୍ ତେଲୁଗୁ କଥାଚିତ୍ର ଅନୁକୋକୁଣ୍ଡା ଓକା ରୋଜୁ ପାଇଁ ତାଙ୍କୁ ସିନେମା' ଆୱାର୍ଡ଼ସ୍ ଓ ନନ୍ଦି ଆୱାର୍ଡ଼ସ୍‌ରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିବା ସହିତ ଫିଲ୍ମଫେୟାର୍ ତେଲୁଗୁ ପୁରୁସ୍କାର ଉତ୍ସବରେ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମନୋନୀତ କରାଯାଇଥିଲା । ୨୦୦୭ ମସିହାରେ ତାଙ୍କ ଅଭିନୀତ କଥାଚିତ୍ର ମନ୍ତ୍ରା ପାଇଁ ତାଙ୍କୁ ନନ୍ଦି ଆୱାର୍ଡ଼ସ୍‌ରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା । ୨୦୧୧ ମସିହାରେ ଚର୍ଚ୍ଚିତ ହିନ୍ଦୀ କଥାଚିତ୍ର ବୁଢ଼ା ହୋଗା ତେରା ବାପ୍‌ରେ ସେ ହିନ୍ଦୀ କଥାଚିତ୍ର ଜଗତର ଜଣାଶୁଣା ଅଭିନେତା ଅମିତାଭ ବଚ୍ଚନଙ୍କ ସହିତ ଅଭିନୟ କରିଥିଲେ ।

ଜନ୍ମ ଓ ପ୍ରାରମ୍ଭିକ ଜୀବନ

ଚାର୍ମି ୧୯୮୭ ମସିହାର ମଇ ୧୭ ତାରିଖରେ ହାଇଦ୍ରାବାଦଠାରେ ଜନ୍ମଗ୍ରହଣ କରିଥିଲେ ।

ଅଭିନୟ ଜୀବନ

ଚାର୍ମି ୨୦୦୨ ମସିହାରେ ସେ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ହେଉଛି ନୀ ତୋଡ଼ୁ କାବାଲି, ଯେଉଁଥିରେ ସେ ମାତ୍ର ୧୫ ବର୍ଷ ବୟସରେ ଜଣେ ଗୃହିଣୀ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ବ୍ୟବସାୟିକ ସଫଳତା ପାଇନଥିଲେ ମଧ୍ୟ ଦକ୍ଷିଣ ଭାରତୀୟ କଥାଚିତ୍ର ଜଗତରୁ ତାଙ୍କୁ ଅନେକ ଅଭିନୟ ସୁଯୋଗ ମିଳିଥିଲା । ସେହି ବର୍ଷ ସେ ତାମିଲ ଓ ମାଲାୟଲମ୍ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ଏବଂ ଏକ ହିନ୍ଦୀ କଥାଚିତ୍ର, ମୁଝେ ଦୋସ୍ତି କରୋଗେରେ ମଧ୍ୟ ଅତିଥି କଳାକାର ଭାବରେ କାର୍ଯ୍ୟ କରିଥିଲେ ।

ପୁରସ୍କାର

  • ୨୦୧୨: ମଙ୍ଗଳା ପାଇଁ ନନ୍ଦୀ ସ୍ୱତନ୍ତ୍ର ଜୁରି ପୁରସ୍କାର
  • ୨୦୦୭: ମନ୍ତ୍ରା ପାଇଁ ନନ୍ଦି ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର
  • ୨୦୦୫: ଅନୁକୋକୁଣ୍ଡା ଓକା ରୋଜୁ ପାଇଁ ସାନ୍ତୋଷମ୍ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର
  • ୨୦୦୫: ଅନୁକୁକୁଣ୍ଡା ଓକା ରୋଜୁଙ୍କ ପାଇଁ ସିନେମା' ଶ୍ରେଷ୍ଠ ଅଭିନେତ୍ରୀ (ଜୁରି) ପୁରସ୍କାର
  • ୨୦୧୬: ଜ୍ୟୋତି ଲକ୍ଷ୍ମୀ ପାଇଁ ସିନେମା' ଶ୍ରେଷ୍ଠ ଅଭିନେତ୍ରୀ (ଜୁରି) ପୁରସ୍କାର
  • ୨୦୧୬: ଜ୍ୟୋତି ଲକ୍ଷ୍ମୀ ପାଇଁ ଜି ତେଲୁଗୁ ଆପସରା ପୁରସ୍କାର (ଜୁରି)
  • ୨୦୨୦: ଇସ୍ମାର୍ଟ ଶଙ୍କର ପାଇଁ ଜି ସିନେ ଆୱାର୍ଡ଼ସ୍‌ର ଶ୍ରେଷ୍ଠ ତେଲୁଗୁ ପ୍ରେଯୋଜିକା

ଆଧାର

ବାହାର ଆଧାର

Tags:

ଚାର୍ମି କୌର ଜନ୍ମ ଓ ପ୍ରାରମ୍ଭିକ ଜୀବନଚାର୍ମି କୌର ଅଭିନୟ ଜୀବନଚାର୍ମି କୌର ପୁରସ୍କାରଚାର୍ମି କୌର ଆଧାରଚାର୍ମି କୌର ବାହାର ଆଧାରଚାର୍ମି କୌରକନ୍ନଡ଼ ଭାଷାତାମିଲ ଭାଷାହିନ୍ଦୀ

🔥 Trending searches on Wiki ଓଡ଼ିଆ:

ରଥଯାତ୍ରା୧୯୭୫ତାଜମହଲରାଧା୨୬ ଜୁନଇଂରାଜୀ ଭାଷାଭଦ୍ରକରମେଶ ପ୍ରସାଦ ପାଣିଗ୍ରାହୀରଜ ପର୍ବକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାସରୋଜିନୀ ସାହୁରାମଚନ୍ଦ୍ର ବେହେରାବରୁଣଅଚ୍ୟୁତାନନ୍ଦ ପ‌ତିବଳଦେବଜୀଉ ମନ୍ଦିରଉଇକିପିଡ଼ିଆୟୁକ୍ରେନବିଶ୍ୱ ନାଟ୍ୟ ଦିବସସୀତାକାନ୍ତ ମହାପାତ୍ରଆକବରଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଅଷ୍ଟ୍ରେଲିଆସାତକଡ଼ି ହୋତାକଳାହାଣ୍ଡି ଜିଲ୍ଲାଜଳ ପ୍ରଦୂଷଣତାରକାସୁରସୌଭାଗ୍ୟ କୁମାର ମିଶ୍ରଅନୁରାଧା ବିଶ୍ୱାଳରମାକାନ୍ତ ରଥଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର୧୯୯୩ନନ୍ଦିନୀ ଶତପଥୀ୭ (ସଂଖ୍ୟା)କମ୍ପ୍ୟୁଟରଶ୍ରୀକୃଷ୍ଣହସ୍ତମୈଥୁନଭାରତର ଜାତୀୟ ପତାକାଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଚଳନ୍ତି ଠାକୁରଭାନୁଜୀ ରାଓଜଗନ୍ନାଥଙ୍କ ଧୂପଭାରତୀୟ ଆଇନରେ ବ୍ୟଭିଚାରଜ୍ଞାନୀ ଦେବାଶିଷ ମିଶ୍ରବିଶ୍ୱତାପନ୧ (ସଂଖ୍ୟା)ପୁରାଣଓଡ଼ିଶାର ଇତିହାସବଳରାମ ଦାସଉତ୍କଳ ସମ୍ମିଳନୀଶ୍ୟାମସୁନ୍ଦର କରମାଦଳା ପାଞ୍ଜିଆମାଜନ ନ‌ଦୀନୂଆଖାଇଚନ୍ଦ୍ରଶେଖର ରଥଭାଷାକାର୍ତ୍ତିକ ଚନ୍ଦ୍ର ରଥଆଲଜେରିଆବଲାଙ୍ଗୀର ଜିଲ୍ଲାସ୍ୱର ବର୍ଣ୍ଣଗୋମାଂସସୁକନ୍ୟା ସମୃଦ୍ଧି ଯୋଜନାନିଓୱାଇଜ ଧୂମକେତୁଡୁପିଟ୍ରେନ୍ସ କଣ୍ଟ୍ରାକଚରସୁଚିତ୍ରା ପାଣିଗ୍ରାହୀରାଣୀ ଲକ୍ଷ୍ମୀବାଈରାଜନୀତି ବିଜ୍ଞାନତମାଖୁର ସ୍ଵାସ୍ଥ୍ୟ ଉପରେ ପ୍ରଭାବହିମାଳୟାନ ଏକ୍ସପ୍ରେସୱେସର୍ବିଆପୂର୍ଣ୍ଣିମାପଠାଣି ପଟ୍ଟନାୟକ🡆 More