ଗୋପୁରମ

ଗୋପୁରମ ବା ଗୋପୁର (ଏକବଚନ ), ଏକ ଅଳଙ୍କୁରୁତ ସ୍ଥାନଭାକାର ସ୍ଥାପତ୍ୟ ଯାହା ବିଶେଷତଃ ଦକ୍ଷିଣ ଭାରତୀୟ ଶୈଳୀର ମନ୍ଦିରରେ ଦେଖାଯାଇଥାଏ । ଏହା ଦ୍ରାବିଡ ସ୍ଥାପତ୍ୟ କଳାରେ ନିର୍ମିତ ମନ୍ଦିର ସମୂହର ଏକ ବିଶେଷତା । ମନ୍ଦିରର ପ୍ରବେଶ ଦ୍ୱାରରେ ଏହା ମଧ୍ୟ ଦେଇ ଭିତରକୁ ପ୍ରବେଶ ପାଇଁ ରାସ୍ତା ଥାଏ । ଏହା ସାଧାରଣତ ମନ୍ଦିର ପରିସରର ପ୍ରାଚୀରଠାରେ ଅବସ୍ଥିତଥାଏ । .

ଗୋପୁରମ
ମଦୁରାଇର ମୀନାକ୍ଷୀ ମନ୍ଦିରର ଗୋପୁରମ 

ଗୋପୁରମର ଉପତ୍ତି ପ୍ରାଚୀନ ଚୋଳ , ଛେରା , ପଣ୍ଡିଆ ଓ ପଲ୍ଲବ ରାଜବଂଶ ସମୟରୁ ଆରମ୍ଭ ହେଇ ଦ୍ୱାଦଶ ଶତାବ୍ଦୀର ପଣ୍ଡିଆ ରାଜୁତି ସମୟରେ ନିର୍ମିତ ମନ୍ଦିର ସମୂହର ଏକ ମୁଖ୍ୟ ବହିଃ- ଅଳଙ୍କରିକ ଭାବରେ ରହିଆସିଥିଲା । ଅନେକ କ୍ଷେତ୍ରରେ ଗୋପୁରମର ବିଶାଳତା ମନ୍ଦିର ଭିତର ନିର୍ମାଣ ଆଗରେ ରହି ମନ୍ଦିରର ମୁଖ୍ୟ ଆକର୍ଷଣ ହେଇଥାଏ । କେତେକ କ୍ଷେତ୍ରରେ କେତେକ ମନ୍ଦିରରେ ଏକାଧିକ ଗୋପୁରମ ଦେଖା ଯାଇଥାଏ । ଏହି ସ୍ଥାପତ୍ୟ କଳା ଭାରତ ବାହାରେ ମଧ୍ୟ ସେ ଯୁଗରେ ଭାବହୃତ ହେଇଥିବାର ଜଣାଯାଇଥାଏ । ଅଂକୋର ୱାଟ ଓ ଖାମେର ସ୍ଥାପତ୍ୟରେ ଏହାର ନକଲ ଦେଖିବାକୁ ମିଳେ । 

"କୋଇଲ" ଜାତୀୟ ମନ୍ଦିରରେ ଏକାଧିକ ପ୍ରାଚୀର ରହି ଅନେକ ସଂଖ୍ୟା ଚତୁର୍ଭୁଜାକାର ଗୋପୁରମ ରହି ବାହ୍ୟ ପ୍ରାଚୀରରେ ଗୋପୁରମଗୁଡ଼ିକ ନିର୍ମିତ ହେଇଥାଏ । ମନ୍ଦିରର ଆରାଧ୍ୟ ପିଠାଠାରେ ମଧ୍ୟ ସ୍ଥାମ୍ଭାକାର   ଛାତ ରହିଥାଏ ଓ ତାହାକୁ "ବିମାନମ " କୁହାଯାଇଥାଏ .

ବ୍ୟୁପତ୍ତି 

ଗୋପୁରମ 
ଥିରୁଭନ୍ନମଳଇ ଅନ୍ନାଭଲାଇ ଗୋପୁରମ

"ଗୋପୁରମ " ଶବ୍ଦର ବ୍ୟୁପତ୍ତି ତାମିଲ ଭାଷାର ଦୁଇଟି ଶବ୍ଦର ମିଳନରେ ହେଇଥାଏ ।கோ (kō) " ରାଜା"କୁ ବୁହାଉଥିବା ବେଳେ புறம் (puram) ବହିଃ ଭାଗକୁ ବୁଝାଉ ଥାଏ ଓ ଗୋପୁରମ  ସାଧାରଣତଃ " ଅବିନାଶଯୋଗ୍ୟ ମୁଖ୍ୟ ଦ୍ୱାର "କୁ ବୁଝାଇଥାଏ । 

ସିଗଫ୍ରେଡ ଲେହନର୍ଦ କିନ୍ତୁ ଏହାକୁ ସଂସ୍କୃତ ଶବ୍ଦ ଗୋପୁରରୁ ଆସିଥିବା ଦାବି କରନ୍ତି । ଏହା ଦିତି ଶବ୍ଦ "ଗୋ " , ଗୋରୁ ବା ଆକାଶ , ଓ "ପୁର" ବା ସହରରୁ ହେଇଥିବାର ପ୍ରକାଶ କରନ୍ତି । 

ସ୍ଥପତ୍ୟ କଳା 

ଗୋପୁରମ 
ଚେନ୍ନଇଠାରେ ମନ୍ଦିରର ଗୋପୁରମରେ ଥିବା ସ୍ଥପତ୍ୟ କଳା 

ଗୋପୁରମ ସାଧାରଣତଃ ଏକ ଆୟତ୍ତକାର ଆକୃତିର ନିର୍ମାଣ , ଯହିଁରେ ତଳ ସ୍ତରର ବିଶାଳ ଅଳଙ୍କୃତ କାଷ୍ଠ ନିର୍ମିତ ଦ୍ୱାର ରହି ,ଉପରକୁ ବହୁତକ ବିଶିଷ୍ଟ ନିର୍ମାଣ ଥାଏ । ଏହି ସ୍ତର କ୍ରମଶ ଶଙ୍କିର୍ଣ ହେଇ ସର୍ବୋଚ ସ୍ତରରେ ସମାନ୍ତରାଳ ନଳ ଆକୃତି ନେଇଥାଏ । ଏହି ନିର୍ମାଣ ଶୈଳୀ 10 ଶତାବ୍ଦୀରେ ନିର୍ମିତ ମହାବଳିପୁରମଠାରେ ଥିବା ଶୋର ମନ୍ଦିର ନିର୍ମାଣ ସାହା ଆରଭ ହେଇଥିବା ସ୍ଥଳେ 11 ଶ ଶତାବ୍ଦୀର ଥାଞ୍ଜାଭୁରର ବୃହଦେଶ୍ୱର ମନ୍ଦିର 2ଟି ବହୁତଲା ବିଶିଷ୍ଟ ଗୋପୁରମ ସହ ନିର୍ମିତ ହେଇଥିଲା । 13 ଶ ଶତାବ୍ଦୀ ମଧ୍ୟ ଭାଗରେ ନିର୍ମିତ ଚିଦମ୍ବରମଠାରେ ଥିବା ଥିଲଲାଇ ନଟରାଜ ମନ୍ଦିର  ରେ 4ଟି ଗୋପୁରମ ରହିଛି ।  ଏହି ଗୋପୁରମରେ ଅନେକ କାରୁ କାର୍ଯ୍ୟ  ରହିବା ସହ ହିନ୍ଦୁ ଦେବା ଦେବୀଙ୍କ ଚିତ୍ର କ୍ଷୋଦିତ ବା ନିର୍ମିତ ହେଇ ଉଜ୍ଜଳ ରଙ୍ଗଦ୍ୱାରା ସଜ୍ଜିତ ହେଇଥାଏ ।ତାମିଲନାଡୁସ୍ଥିତ ଶ୍ରୀ ରଙ୍ଗନାଥ ସ୍ୱାମୀ ମନ୍ଦିରରେ ଥିବା 243 ଫୁଟ ଉତ୍ଚ ଗୋପୁରମକୁ ଭାରତରେ ଥିବା ସର୍ବୋଚ ଗୋପୁରମ କୁହା ଯାଏ । [ଆଧାର ଲୋଡ଼ା]  

ପୁନଶ୍ଚ ଦେଖଣା 

  • List of tallest Gopurams

ନୋଟ ସବୁ 

ଆଧାର 

Dallapiccola, Anna L. (2002). Dictionary of Hindu Lore and Legend. London: Thames & Hudson. ISBN 0-500-51088-1.

  • Harle, J.C., The Art and Architecture of the Indian Subcontinent, 2nd edn. 1994, Yale University Press Pelican History of Art, ISBN 0300062176

ବାହାର ଲିଙ୍କ 

Tags:

ଗୋପୁରମ ବ୍ୟୁପତ୍ତି ଗୋପୁରମ ସ୍ଥପତ୍ୟ କଳା ଗୋପୁରମ ପୁନଶ୍ଚ ଦେଖଣା ଗୋପୁରମ ନୋଟ ସବୁ ଗୋପୁରମ ଆଧାର ଗୋପୁରମ ବାହାର ଲିଙ୍କ ଗୋପୁରମ

🔥 Trending searches on Wiki ଓଡ଼ିଆ:

ଫାଲଗୁନସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଗଜପତି ମହାରାଜା୧୪୦୧ୱାଘା ସୀମା ସମାରୋହପ୍ଲାଟେଲେଟ ଟ୍ରାନ୍ସଫ୍ୟୁଜନସାରଳା ମହାଭାରତଶ୍ରୀରାମ ପଣ୍ଡାପେଚାମନୋଜ ଦାସଲକ୍ଷ୍ମଣ ନାୟକଚନ୍ଦ୍ରଶେଖର ରଥଇଣ୍ଟରନେଟDebapriya Priyadarshi Chakraଭାରତୀୟ ସମ୍ବିଧାନଗୁଗଲ ମ୍ୟାପ୍ସନାରୀବାଦନିର୍ମଳା (ଉପନ୍ୟାସ)ନ୍ୟାସନାଲ ଆଲୁମିନିୟମ କମ୍ପାନିଓଡ଼ିଆ ଭ୍ରମଣ ସାହିତ୍ୟPimecrolimusଜଳବାୟୁନୀଳମାଧବ ମନ୍ଦିରଓଡ଼ିଆ ଭାଷା ଆନ୍ଦୋଳନଧଣିଆହୀରାକୁଦ ବନ୍ଧଭାରତୀୟ ସ୍ୱାଧୀନତା ଆନ୍ଦୋଳନ୧୫ ମାର୍ଚ୍ଚଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଚାଟିକଣାଗୁରୁତ୍ରିଭୁଜକଲରାପତରିଆ ବାଘଯାଯାବର (୧୯୭୫ର କଥାଚିତ୍ର)ଓଡ଼ିଶାବାଣପୁରଅଂଶୁଘାତକଟକକିଶୋରୀ ଚରଣ ଦାସଅସିତ ମହାନ୍ତିବିଶ୍ୱତାପନ୫ ମାର୍ଚ୍ଚଜୁନଭୁବନେଶ୍ୱରଅନୁରାଧା କୋଇରାଲାଓଡ଼ିଶାର କଳାପରିବାରବ୍ରହ୍ମୋତ୍ରୀ ମହାନ୍ତିଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମାୟାଧର ମାନସିଂହରବର୍ଟ ମୂଗହସ୍ତମୈଥୁନ୧୫୫୨୧୦ ନଭେମ୍ବର୨୮ ମାର୍ଚ୍ଚଅର୍ଜୁନ ଗଛଫତୁରାନନ୍ଦବିଜୁ ପଟ୍ଟନାୟକକଳ୍ପନା ଚାୱଲା୧୬ଶ ଓଡ଼ିଶା ବିଧାନ ସଭାବିକ୍ରମ କେଶରୀ ଦେଓମହୁଲିପ୍ରଥମ ବିଶ୍ୱଯୁଦ୍ଧପୁରାଣସୋନାକ୍ଷୀ ସିହ୍ନାଫିନଲ୍ୟାଣ୍ଡଆଲୋକ-ବୈଦୁତିକ ପ୍ରଭାବ🡆 More