ଖୋରଖୋଗ

ଖୋରଖୋଗ ଏକ ମଙ୍ଗୋଲୀୟ ବାର୍ବେକ୍ୟୁ ଖାଦ୍ୟ ଅଟେ । ଖୋରଖୋଗ ଏକ ମଧ୍ୟ ଏସୀୟ ଭୋଜନ ହିସାବରେ ଜଣାଯାଏ । ଏହାକୁ ମଙ୍ଗୋଲୀୟ ଭାଷାରେ କ୍ଜୋପକ୍ଜୋର ମଧ୍ୟ କୁହାଯାଏ । ମାଂସ ଟୁକୁଡାମାନଙ୍କୁ ଏକ ପାତ୍ରରେ ଭରାଯାଏ ଯେଉଁଥିରେ ଗରମ ପଥର ଖଣ୍ଡ ମାନ ଏବଂ ଗରମ ପାଣି ରହିଥାଏ ଏବଂ ପ୍ରାୟତଃ ଏହାକୁ ବାହାରୁ ମଧ୍ୟ ଗରମ କରାଯାଇଥାଏ ।

ଖୋରଖୋଗ
Khorkhog meal. Note the metal milk jug, the black stone, and the piece of boiled meat; the metal milk jug is where the cooking takes place.
ଖୋରଖୋଗ
Khorkhog meal. Served in a restaurant in Ulaanbaatar

ପ୍ରସ୍ତୁତି

ଖୋରଖୋଗକୁ ପ୍ରସ୍ତୁତ କରିବା ପାଇଁ ମେଣ୍ଢା ଛୁଆ ମାଂସ(ଏହା ବଦଳରେ ଛେଳିର ମାଂସର ମଧ୍ୟ ବ୍ୟବ‌ହାର କରାଯାଇ ପାରିବ) ବ୍ୟବ‌ହାର କରାଯାଏ । ପ୍ରଥମେ ମାଂସକୁ ସମାନ ମଧ୍ୟମ ଟୁକୁଡାରେ କଟା ଯାଏ ଯେଉଁଥିରେ ମାଂସ ସ‌ହିତ ହାଡ ମଧ୍ୟ ରହିଥାଏ । ଏହାପରେ ୧୦ରୁ ୨୦ଟି ହାତ ମୁଠା ଆକାରର ପଥରକୁ ନିଆଁ ଉପରେ ଗରମ କରାଯାଏ । ଯେତେବେଳେ ପଥରଗୁଡ଼ିକ ଅତ୍ୟଧିକ ଗରମ ହୋଇ ଯାଆନ୍ତି ଏହା ପରେ ଏକ ପାତ୍ରରେ ଗରମ ପଥର ଏବଂ ମାଂସକୁ ଏକାଠି ରଖାଯାଏ। ପରମ୍ପରା ଅନୁସାରେ ଧାତବ କ୍ଷୀର ପାତ୍ରରେ ଏହାର ପ୍ରସ୍ତୁତି ହୋଇଥାଏ । ଏହି ଧାତବ କ୍ଷୀର ପାତ୍ରର ଆକାର ବଡ଼ ହୋଇଥାଏ ଜେପରିକି ସେଥିରେ ଆବଶ୍ୟକ ମୁତାବକ ମାଂସ ରହିପାରିବ । ଏହି ଧାତବ କ୍ଷୀର ପାତ୍ରରେ ପଥର ଭଲରେ ରହିଥାଏ ଏବଂ ଖାଦ୍ୟ ସ‌ହଜରେ ପ୍ରସ୍ତୁତ ହୋଇଥାଏ ।

ଏହାପରେ ରୋଷେୟା ସେ‌ହି ପାତ୍ରରେ ଅନ୍ୟ ସାମଗ୍ରୀମାନ ତ‌ଥା ଗାଜର, କୋବି, ଆଳୁ ପକାଇ ରାନ୍ଧନ୍ତି ।ଏହାପରେ ସେଥିରେ ଲୁଣ ଏବଂ ଅଲଗା ମସଲା ସାମଗ୍ରୀ ପକାଇ ତାକୁ ରାନ୍ଧନ୍ତି । ସମସ୍ତ ସାମଗ୍ରୀକୁ ପାତ୍ରରେ ସ୍ତର କରି ରଖାଯାଏ ଏବଂ ଏହାର ଉପର ସ୍ତରରେ ପନିପରିବା ରଖାଯାଏ । ସର୍ବଶେଷରେ ସେ‌ଥିରେ ପର୍ଯ୍ୟାପ୍ତ ପାଣି ପକାଇ ବାମ୍ଫ ଦିଆଯାଏ । ଏହାପରେ ସେ‌ହି ଧାତବ ପାତ୍ରରେ ଢାଙ୍କୁଣି ଦିଆଯାଏ ।

ପଥରର ଉତ୍ତାପ ଏବଂ ପାଣିର ବାମ୍ଫ ପାତ୍ର ମଧ୍ୟରେ ମାଂସକୁ ରାନ୍ଧିଥାଏ । ଯଦି ପଥରର ଉତ୍ତାପଦ୍ୱାରା ପାତ୍ର ଗରମ ନ ହୁଏ ଏହା ବଦଳରେ ପାତ୍ରକୁ ନିଆଁ କିମ୍ବା ସ୍ଟୋବରେ ମଧ୍ୟ ଏହାକୁ ପ୍ରସ୍ତୁତ କରାଯାଇ ପାରିବ । ଏହପରେ ପଥର ଗରମ ହୋଇ ଏବଂ ମାଂସରୁ ଚର୍ବି ଅଂଶ ଗ୍ରହଣ କରି କଳା ପଡିଯାଏ । ଏହାପରେ ପାତ୍ରର ଢାଙ୍କୁଣି କାଢି ଦେଖାଯାଏ ମାଂସ ପ୍ରସ୍ତୁତ ହୋଇଛି କି ନାହିଁ । ପଥରରେ ଖୋରଖୋଗ ପ୍ରସ୍ତୁତ କରିବା ପାଇଁ ପ୍ରାୟତଃ ୧ ଘଣ୍ଟାରୁ ୧ ଘଣ୍ଟା ୩୦ ମିନିଟ ସମୟ ଲାଗେ।ଏହାପରେ ପାତ୍ରରୁ ମାଂସ ସ‌ହିତ ପଥର ଗୁଡିକୁ କଢା ଯାଏ ଏବଂ ଦୁଇ ହାତର ବ୍ୟବ‌ହାର କରି ମାଂସ ଓ ପଥରକୁ ଅଲଗା କରାଯାଇ ପରସା ଯାଏ ।

ଏହାକୁ ହାତରେ ଖାଆନ୍ତି । ଖାଇବା ସମୟରେ ମାଂସ ଓ ହାଡକୁ ଅଲଗା କରିବା ପାଇଁ ଛୁରୀର ମଧ୍ୟ ବ୍ୟବ‌ହାର ହୋଇଥାଏ ।

ଖୋରଖୋଗ ଏକ ମଧ୍ୟ ଏସୀୟ ଖାଦ୍ୟ ହିସାବରେ ଲୋକପ୍ରିୟ ଅଟେ କିନ୍ତୁ ଏହା ସାଧାରଣତଃ ଭାବରେ ରେସ୍ତୋରାଁ ମାନଙ୍କରେ ପରସା ଯାଏନାହିଁ ।.

ଟିପ୍ପଣୀ :- ଏଥିରେ ପନିପରିବାର ବ୍ୟବ‌ହାରରୁ ଏହାର ସ୍ୱାଦ ବଢିଥାଏ ।

ବାହାର ଆଧାର

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଟ୍ରାପିଜିଅମଆର୍ଯ୍ୟଭଟ୍ଟବି. ଆର. ଆମ୍ବେଦକର୩୦ ଅପ୍ରେଲଓମ'ଙ୍କ ନିୟମଭାରତ ସରକାରସରସ୍ୱତୀ ସମ୍ମାନଇରା ମହାନ୍ତିବିସ୍ଥାପିତ କାନ୍ଧ ଗଣ୍ଠିଖାଦ୍ୟତୃପ୍ତି ଦାସବିଶ୍ୱ ମ୍ୟାଲେରିଆ ଦିବସଖାରବେଳଜନ ଗଣ ମନଓଡ଼ିଶା ସରକାରନଇ ଆରପାରିଲକ୍ଷ୍ମୀନାରାୟଣ ସାହୁସମୟ (କାଳ)ଉପନିଷଦଚରକସତ୍ୟବାଦୀ ବନ ବିଦ୍ୟାଳୟଶ୍ରବଣ ( ରାମାୟଣ ର ଚରିତ୍ର )କାହ୍ନୁଚରଣ ମହାନ୍ତିଗ୍ରହଶାସ୍ତି (ଓଡ଼ିଆ କଥାଚିତ୍ର)ଶ୍ରୀନିବାସ ରାମାନୁଜନଜଗନ୍ନାଥ ପ୍ରସାଦ ଦାସଦେବଗଡ଼ ଜିଲ୍ଲାରାଜକିଶୋର ରାୟନବଗୁଞ୍ଜରନଅତୁଣ୍ଡୀବୈଷ୍ଣବ ପାଣିଅନନ୍ତ ପଟ୍ଟନାୟକଗଙ୍ଗାଧର ରଥରାମାୟଣବାଇଶି ପାହାଚଗୋପବନ୍ଧୁ ଦାସକୁଜିବର ପ‌ତ୍ରତ୍ରିଭୁଜଅଂଶୁପା ହ୍ରଦଉତ୍କଳ ଦିବସରାଣୀ ଲକ୍ଷ୍ମୀବାଈଢେଙ୍କାନାଳ୨୬ ଅପ୍ରେଲଆରିଷ୍ଟୋଟଲସୀତାକାନ୍ତ ମହାପାତ୍ରମହାଦେଶମନୋଜ ଦାସପାରାଦୀପ ବନ୍ଦରଜମ୍ମୁ ତୱି ରେଳ ଷ୍ଟେସନକୃଷ୍ଣପ୍ରସାଦ ମିଶ୍ରରାଜା ରାମମୋହନ ରାୟଶରତ କୁମାର ମହାନ୍ତିରାଧାମୋହନ ଗଡ଼ନାୟକ୪ ଇଡିଅଟସ୍୭୦୧ମାଛହାଡ଼ଫୁଟିଲସିଓଡ଼ିଶାର ଇତିହାସମଙ୍ଗଳା ମନ୍ଦିରମାଲକାନଗିରି ଜିଲ୍ଲାଲିମାଅଷ୍ଟ୍ରେଲିଆଓଡ଼ିଆ କବି ମାନଙ୍କର ତାଲିକା🡆 More