ଆଳୁ: ଏକ ମୁଖ୍ୟ ଖାଦ୍ୟ

ଆଳୁ ଏକ ପରିବା ବିଶେଷ ଯାହା ମାଟି ତଳେ ବଢି଼ଥାଏ। ସାଧାରଣ ଓଡି଼ଆ ଖାଦ୍ୟରେ ଆଳୁର ଭୂମିକା ଉଲ୍ଲେଖଯୋଗ୍ୟ। ଏହା ଶ୍ୱେତସାରର ଏକ ମୁଖ୍ୟ ଉତ୍ସ। ଆଳୁରେ ଶ୍ୱେତସାର ଅଧିକ ଥିବାରୁ ମାତ୍ରାଧିକ ଖାଇବାଦ୍ୱାରା ଏହା ମଧୁମେହ ହେବାର ସମ୍ଭାବନା ବଢା଼ଇଥାଏ।

ଆଳୁ: ପ୍ରକାରଭେଦ, ଉତ୍ପାଦନ, ଔଷଧୀୟ ଗୁଣ
ଆଳୁ

ପ୍ରକାରଭେଦ

ଆଳୁ କହିଲେ ଅନେକେ ବିଲାତି ଆଳୁକୁ ବୁଝି ଥାଆନ୍ତି। ଏହି ପରିବା ରାଜ୍ୟରେ ପ୍ରଚଳନ କରିବାରେ ଇଂରେଜମାନଙ୍କର ଶ୍ରେୟ ଥିବାରୁ ଏହାର ନାମକରଣ ଏପରି ହୋଇଛି। କିନ୍ତୁ ଏହାର ବହୁ ପୂର୍ବରୁ ଆମ ଦେଶରେ ବିଭିନ୍ନ ବନ୍ୟ ଆଳୁ ଓ ଦେଶୀ ଆଳୁର ପ୍ରଚଳନ ରହି ଥିଲା ।। ଏହି ଆଳୁକୁ ଦେଶୀ ଆଳୁ, ମାଟି ଆଳୁ ବା ଖମ୍ବ ଆଳୁ କୁହାଯାଏ। ଦେଶୀ ଆଳୁ ସାଧାରଣତଃ ବିଲାତି ଆଳୁଠାରୁ ଆକାରରେ ବଡ଼ ଥାଏ। ଏହି ଦେଶୀ ଆଳୁ ମଧ୍ୟରେ ଘର ଆଳୁ , ବୈଂୟା ଆଳୁ ଆଦି ପ୍ରଧାନ ଅଟେ । ଏହି ଆଳୁ ୫ରୁ ୫୦ କି.ଗ୍ରା ପର୍ଯ୍ୟନ୍ତ ହୋଇ ଥାଏ ।

ଉତ୍ପାଦନ

ସର୍ବାଧିକ ଆଳୁ ଉତ୍ପାଦନ କରୁଥିବା ଭାରତୀୟ ରାଜ୍ୟଗୁଡି଼କର ତାଲିକା ନିମ୍ନରେ ଦିଆଗଲା।

  • ଉତ୍ତର ପ୍ରଦେଶ
  • ପଶ୍ଚିମବଙ୍ଗ
  • ବିହାର
  • ଗୁଜରାଟ
  • ମଧ୍ୟ ପ୍ରଦେଶ
  • ପଞ୍ଜାବ
  • ଆସାମ
  • କର୍ଣାଟକ
  • ହରିଆଣା
  • ଝାଡ଼ଖଣ୍ଡ

ଔଷଧୀୟ ଗୁଣ

ଆଳୁକୁ ପରିବାମାନଙ୍କର ରାଜା କୁହାଯାଇଥାଏ । ଅନ୍ୟ ପରିବା ମାନଙ୍କ ତୁଳନାରେ ଏହାର ମୂଲ୍ୟ ମଧ୍ୟ କମ ଅଟେ । ଖାଲି ଭାରତ ନୁହେଁ ଦୁନିଆରେ ସବୁଠାରେ ଲୋକେମାନେ ଆଳୁ ଖାଇଥାଆନ୍ତି । ଆଳୁ ଖାଇବାଦ୍ୱାରା ହଜମ କ୍ରିୟା ଭଲ ଭାବେ କାର୍ଯ୍ୟ କରେ, ହୃଦୟ ସୁସ୍ଥ ରହେ, କୋଲେଷ୍ଟ୍ରଲର ମାତ୍ରା କମ ରହେ। ଏଥିରେ କ୍ୟାଲସିୟମ ଓ ମେଟାବୋଲିଜିମ୍‍ ଅଧିକ ପରିମାଣରେ ଥିବାରୁ ଏହା ଆମ ସ୍ୱାସ୍ଥ୍ୟର ବହୁ ଉପକାର କରିଥାଏ ।

  • ଆଳୁରେ ଫାଇବର , ପୋଟାସିୟମ, ଭିଟାମିନ ସି ଓ ବି ଥିବାରୁ ଏହା କୋଲେଷ୍ଟ୍ରଲର ମାତ୍ରାକୁ କମ କରେ । ଯାହାଦ୍ୱାରା ଆମ ହୃଦୟ ସୁସ୍ଥ ରହିଥାଏ ।
  • ଆଳୁରେ ରହିଥିବା ପୋଷକ ତତ୍ତ୍ୱ ସ୍ମରଣ ଶକ୍ତି ବଢାଇଥାଏ । ତେଣୁ ନିୟମିତ ଗୋଟେ ଆଳୁ ଖାଇବା ଅତ୍ୟନ୍ତ ଆବଶ୍ୟକ ଅଟେ ।
  • ଆଳୁ ଖାଇବାଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହୋଇରହିଥାଏ ।
  • ରାତିରେ ଭଲ ନିଦ ହୋଇଥାଏ ।
  • ବାର୍ଦ୍ଧକ୍ୟ ବଢାଉଥିବା ଶକ୍ତିକୁ କମ କରିଥାଏ ।
  • ତ୍ୱଚାକୁ ସୁନ୍ଦର କରିଥାଏ ।

ହାନିକାରାକ ଗୁଣ

ଔଷଧୀୟ ଗୁଣାବଳୀ ସହିତ କିଛି ଲୋକଙ୍କ ନିମିତ୍ତ ଆଳୁ ହାନୀକାରକ ମଧ୍ୟ ହୋଇପାରେ । ଏହି ଆଳୁ ବହୁତ ରୋଗର କାରଣ ସାଜିପାରେ । ତେବେ ଚାଲନ୍ତୁ ଜାଣିବା ଆଳୁ ଖାଇବାଦ୍ୱାରା ଆମର କ’ଣ କ୍ଷତି ହୋଇଥାଏ –

ଅମ୍ଳ :

ପ୍ରତ୍ୟେକ ଦିନ ଆଳୁ ଖାଉଥିବା ବ୍ୟକ୍ତିଙ୍କର ଗ୍ୟାସ୍‍ ବା ଅମ୍ଳ ବୃଦ୍ଧି ହେବାର ଆଶଙ୍କା ଅଧିକ ଥାଏ, ତେଣୁ ଖାଦ୍ୟରେ ଆଳୁର ବ୍ୟବହାର କମ୍‍ କରନ୍ତୁ । ଶର୍କରାରେ ଭରପୁର : ଯଦି ଆପଣଙ୍କ ରକ୍ତରେ ଶର୍କରା ପରିମାଣ ଅଧିକ ରହିଛି, ତେବେ ଆଳୁ ବିଲ୍‍କୁଲ୍‍ ହି ଭୁଲିଯାଆନ୍ତୁ । ଆଳୁରେ ଗ୍ଲାଇସେମିକ୍‍ ଇଣ୍ଡେକ୍ସ ରହିଥାଏ, ଯାହାଦ୍ୱାରା ଶରୀରରେ ଗ୍ଲୁକୋଜ୍‍ର ମାତ୍ରା ବୃଦ୍ଧି ପାଇଥାଏ। ରକ୍ତରେ ଶର୍କରାର ମାତ୍ରା କମ୍‍ କରିବା ପାଇଁ ଆଳୁ ଖାଇବା ବନ୍ଦ କରିଦିଅନ୍ତୁ ।

ରକ୍ତଚାପ :

ଆଳୁ ଆପଣଙ୍କ ରକ୍ତଚାପରେ ପ୍ରଭାବ ପକାଇଥାଏ । ଏହା ଉଚ୍ଚ ରକ୍ତଚାପର ଆଶଙ୍କା ବଢାଇଥାଏ । ଗବେଷଣାରୁ ଜଣାପଡ଼ିଛି ସପ୍ତାହକୁ ୪ ଥର କିମ୍ବା ତା’ଠାରୁ ଅଧିକ ଆଳୁ ଖାଇବାଦ୍ୱାରା ଉଚ୍ଚ ରକ୍ତଚାପ ହେବାର ସମ୍ଭାବନା ଅଧିକ ଥାଏ ।

ମେଦ ବୃଦ୍ଧି :

ଏହା ସମସ୍ତେ ଜାଣନ୍ତି ଯେ ଆଳୁ ଓଜନ ବଢାଇବାରେ ସାହାଯ୍ୟ କରିଥାଏ । ଏହା ସେମାନଙ୍କ ପାଇଁ ବହୁ ଲାଭଦାୟକ ହୋଇଥାଏ ଯେଉଁମାନେ ନିଜ ଓଜନ ବଢାଇବାକୁ ଚାହିଁ ଥାଆନ୍ତି । ହେଲେ ଯଦି ଆପଣ ପତଳା ହେବା ପାଇଁ ଚାହୁଁଛନ୍ତି ତେବେ ଆଳୁର ସେବନ କମ୍‍ କରନ୍ତୁ। ଅଧିକ ଆଳୁ ଖାଇବାଦ୍ୱାରା ଚର୍ବି ବା ମୋଟାପଣ ବୃଦ୍ଧି ହୋଇଥାଏ ।

ଆଧାର

Tags:

ଆଳୁ ପ୍ରକାରଭେଦଆଳୁ ଉତ୍ପାଦନଆଳୁ ଔଷଧୀୟ ଗୁଣଆଳୁ ହାନିକାରାକ ଗୁଣଆଳୁ ଆଧାରଆଳୁ

🔥 Trending searches on Wiki ଓଡ଼ିଆ:

କେନ୍ଦୁଝର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଜାପାନୀ ଭାଷାସୋମବାରଜିନା ସାମଲଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଇନଷ୍ଟାଗ୍ରାମଯକ୍ଷ୍ମାଯୁକ୍ତରାଷ୍ଟ୍ର ଆମେରିକାଟିକୋନାଜୋଲପଦାର୍ଥ ବିଜ୍ଞାନବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭାସ୍କୋ ଡା ଗାମାସତୀ (ହିନ୍ଦୁ ଦେବୀ)ଚିନ୍ତାମଣି ମହାନ୍ତିଆସନ୧୯୮୮ସମ୍ବଲପୁର ଜିଲ୍ଲାବ୍ୟଞ୍ଜନ ବର୍ଣ୍ଣଅକ୍ଷୟ ତୃତୀୟାଲିଙ୍ଗରାଜ ମନ୍ଦିରଜଳବିଦ୍ୟୁତ୍ପୂର୍ବେଶ୍ୱର ଶିବ ମନ୍ଦିରହିନ୍ଦୁ ବିବାହ ଅଧିନିୟମ, ୧୯୫୫ରବି ସିଂ୧୯୮୯ଆମ୍ବଓଡ଼ିଶାର ଲୋକ ସଭା ସାଂସଦଙ୍କ ତାଲିକା୩ ଅଗଷ୍ଟସାମାଜିକ ବିଜ୍ଞାନଶ୍ରୀରାମ ପଣ୍ଡାଖାଦ୍ୟ ଖଣିଜ ଲବଣଶୁକ୍ରଚନ୍ଦକା ହାତୀ ଅଭୟାରଣ୍ୟଉପେନ୍ଦ୍ର ଭଞ୍ଜ୧୫୭୨୬ ଜୁଲାଇବିଷ୍ଣୁରାଜକିଶୋର ରାୟଗୌତମ ବୁଦ୍ଧଉପବାସବେଦଭାଷାଆଚାର୍ଯ୍ୟ ହରିହରବିର୍ସା ମୁଣ୍ଡାନନ୍ଦ କିଶୋର ବଳଚଇତି ଘୋଡ଼ା ନାଚଗୁରୁଭଦଭଦଳିଆଆନିଫ୍ରୋଲୁମାବବଳରାମ ଦାସଶନିକପିଳେନ୍ଦ୍ର ଦେବବ୍ରାହ୍ମ ସମାଜGlobe ruptureଯଦୁମଣି ମହାପାତ୍ର୩୪୩ବାଞ୍ଛାନିଧି ମହାନ୍ତିଗୋଦାବରୀଶ ମହାପାତ୍ର୨୧ ମାର୍ଚ୍ଚତୁଷାରକାନ୍ତି ବେହେରାଅଂଶୁଘାତପ୍ରଥମ ବିଶ୍ୱଯୁଦ୍ଧଓଡ଼ିଶା ବିଧାନ ସଭାୟୁରୋପ🡆 More