କୋଇଲିଖିଆ

କୋଇଲିଖିଆ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ । ଏହା କଣ୍ଟାଯୁକ୍ତ । ଫୁଲର ରଙ୍ଗ ଅନୁସାରେ ଧଳା ଓ ନାଲି ଭେଦରେ ଏହା ଦୁଇ ପ୍ରକାରର । ଏ ଗଛର ପ୍ରତ୍ୟେକ ଗଣ୍ଠିରେ, ପତ୍ର ମୂଳେ ଅତି ତୀକ୍ଷ୍ଣ କଣ୍ଟା ରହିଥାଏ। ଏ ଗୁଡ଼ିକ ପ୍ରାୟତଃ ବେତ କଣ୍ଟା ପରି ଦିଶେ। ଫଳ ଗୁଡ଼ିକ ଅଳ୍ପକେ ଯବଧାନ ପରି ଦିଶିଥାଏ। ଏହା ଭିତରେ ଥିବା ମଞ୍ଜିକୁ ପାଣିରେ ପକାଇଲେ ଅଠା ବାହାରେ । ଏହା ଭାରତରେ ସର୍ବତ୍ର ଦେଖାଯାଏ । ପାଣି କୂଳରେ, ଧାନ କିଆରୀରେ ଓ ହିଡ଼ ମୂଳରେ ଏ ଗଛ ହୋଇଥାଏ । ରକ୍ତ କୋଇଲିଖିଆ ଅପେକ୍ଷା ଶୁକ୍ଳ କୋଇଲିଖିଆ ଅଧିକ ଔଷଧୀୟ ଗୁଣଯୁକ୍ତ ହୋଇଥାଏ ।

କୋଇଲିଖିଆ
କୋଇଲିଖିଆ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Asterids
ଗଣ: Lamiales
କୁଳ: Acanthaceae
ପ୍ରଜାତି: Hygrophila
ଜାତି: H. auriculata
ବାଇନୋମିଆଲ ନାମ
Hygrophila auriculata
Schumach
Synonyms

Astercantha longifolia (Carolus Linnaeus) Nees
Barleria auriculata Schumach.
Barleria longifolia Carolus Linnaeus
Hygrophila schulli M. R. Almeida & S. M. Almeida
Hygrophila spinosa T.Anderson

ବିବିଧ ଭାରତୀୟ ପ୍ରାଦେଶିକ ନାମ

ପ୍ରାଦେଶିକ ଭାଷା ନାମ
ଓଡ଼ିଆ କୋଇଲିଖିଆ, କୋଇଲେଖା
ସଂସ୍କୃତ କୋକିଳାକ୍ଷ, ତାଳମାଖନ, କାଣ୍ଡେକ୍ଷୁ, ବଜ୍ର, ଶୂଗାଳୀ, ଶୃଗାଳ କଣ୍ଟା, କ୍ଷୁର, ଶୂରକ, ଇକ୍ଷୁଗନ୍ଧା, ଶୃଙ୍ଗଳ, ବଜ୍ରକଣ୍ଟକ ଓ ବଜ୍ରସ୍ଥି
ହିନ୍ଦୀ କୌଲିୟା
ତେଲୁଗୁ ଗୋଲିମେଡ଼ି
ବଙ୍ଗଳା କୁଲେଖଡା

ଶାସ୍ତ୍ରୋକ୍ତ ଗୁଣ

ଅଳ୍ପ ମଧୁର ମିଶ୍ରିତ ତିକ୍ତରସ । ଶୀତଳ ଓ ବଳ ବର୍ଦ୍ଧକ।ଶରୀରର ଲୋହିତ ରକ୍ତ କଣିକା ବୃଦ୍ଧିରେ ସହାୟକ ହୋଇଥାଏ।

ବ୍ୟବହାର

ମୁଖ୍ୟତଃ ଏହାର ମଞ୍ଜି ଓ ପତ୍ର ଔଧଧୀ ରୂପେ ବ୍ୟବହୃତ ହୁଏ । ଏହା ଶୁକ୍ର ବର୍ଦ୍ଧକ, ବର୍ଣ୍ଣ ବର୍ଦ୍ଧକ, କାନ୍ତିପ୍ରଦ, ସ୍ତମ୍ଭନକାରକ, ଜ୍ୱର, ପିତ୍ତ, ପାଣ୍ଡୁ, ଶୋଥ, ମେହ, ସ୍ୱପ୍ନଦୋଷ, କାମଳ, ଜରାୟୁବ୍ୟାଧି, ଚଳଗର୍ଭ, ଇନ୍ଦ୍ରିୟ ଶୀତଳତା, ଧ୍ୱଜଭଙ୍ଗ ଆଦିର ରୋଗରେ ଏହାର ପ୍ରୟୋଗ କରାଯାଏ।ଯାଇଥାଏ। ଚର୍ମ ରୋଗରେ ମହୁ ସହିତ, ପ୍ରମେହ ଆଦିରେ କଞ୍ଚା ହଳଦୀ ସହିତ, ଅତିସାର, ଶୋଥ ଓ କାମଳ ଆଦିରେ ଗୋଲ ମରିଚ ସହିତ, ଶୁକ୍ରଜନିତ ରୋଗରେ ମିଶ୍ରି ସହିତ ସେବନ କରାଯାଏ। ଅଶ୍ୱଗନ୍ଧା, ଭୂଇଁ କଖାରୁ, ବାଳ ଶିମୂଳ ଓ ତାଳମୂଳୀ ସହିତ ଏହାର ପ୍ରୟୋଗ ଏକ ବଳ ବର୍ଦ୍ଧକ ଓ ବାଜୀ କାରକ ରସାୟନ ଅଟେ ।

ଆଧାର

ବାହାର ଆଧାର

  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ

Tags:

କୋଇଲିଖିଆ ବିବିଧ ଭାରତୀୟ ପ୍ରାଦେଶିକ ନାମକୋଇଲିଖିଆ ଶାସ୍ତ୍ରୋକ୍ତ ଗୁଣକୋଇଲିଖିଆ ବ୍ୟବହାରକୋଇଲିଖିଆ ଆଧାରକୋଇଲିଖିଆ ବାହାର ଆଧାରକୋଇଲିଖିଆ

🔥 Trending searches on Wiki ଓଡ଼ିଆ:

ସକ୍ରେଟିସକଳାହାଣ୍ଡି ଜିଲ୍ଲାବଙ୍ଗଳାଦେଶ ମୁକ୍ତିଯୁଦ୍ଧସମାଜ ବିଜ୍ଞାନବୀର ସୁରେନ୍ଦ୍ର ସାଏପଟ୍ଟନାୟକରବର୍ଟ ମୂଗକପିଳାସ ଶିବ ମନ୍ଦିରସୀତା ବିବାହଦେଶଅମୃତ ଫଳଖ୍ରୀଷ୍ଟ ଧର୍ମକୃଷ୍ଣଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟକୁକୁର୪ ମାର୍ଚ୍ଚକଲରାପତରିଆ ବାଘସଦାଶିବ ପ୍ରଧାନୀବିଜ୍ଞାନଓପନ-ସୋର୍ସ ସଫ୍ଟୱେରବିଭୂତି ଭୂଷଣ ବଳବନ୍ତରାୟମୋଗଲ ସାମ୍ରାଜ୍ୟଜଳଭୀମ ପୃଷ୍ଟିଜାପାନହଜଶିମିଳିପାଳ ଜାତୀୟ ଉଦ୍ୟାନତନ୍ଦ୍ରାଲୋକର ପ୍ରହରୀଆଳୁବୁଧବାରକବିସୂର୍ଯ୍ୟ ବଳଦେବ ରଥ୧୧ ମାର୍ଚ୍ଚଲୋକ ସଭା୪ ସେପ୍ଟେମ୍ବର୧୫୭୬ଇମେଲକୋଣାର୍କ ସୂର୍ଯ୍ୟ ମନ୍ଦିରହୃଦରକ୍ତନାଳୀ ରୋଗଫାଲଗୁନଚୈତନ୍ୟଚୈତ୍ର ମଙ୍ଗଳବାର ଓଷାରାଧାସାଲବେଗଉତ୍ତରାଖଣ୍ଡଅଭିମନ୍ୟୁ ସାମନ୍ତସିଂହାର୧୯୮୯ଷଡ଼ଭୁଜDarifenacinରଶ୍ମି ରାଉଳଗୋପବନ୍ଧୁ ଦାସମନୋରଞ୍ଜନ ଦାସଗରିଷ୍ଠ ସାଧାରଣ ଗୁଣନୀୟକ୧୫୨୮କୁମ୍ଭ (ରାଶି)ଶାରଳା ପୁରସ୍କାରଗାୟତ୍ରୀ ସରାଫଶ୍ରୀତମ ଦାସଆକବରକୁଞ୍ଜବିହାରୀ ଦାଶପୂର୍ଣ୍ଣଚ୍ଛେଦପାଇକ ବିଦ୍ରୋହଚନ୍ଦ୍ରଯାନ-୩ପରିବାରହେଲୋ ନେଟୱର୍କରାମଚନ୍ଦ୍ର ମିଶ୍ରମହା ଶିବରାତ୍ରି🡆 More