କଦଳୀଗଛ

ପ୍ରାୟ ୭୦, ଅନୁଚ୍ଛେଦ ଦେଖନ୍ତୁ

କଦଳୀଗଛ
କଦଳୀଗଛ
କଦଳୀ ଗଛ, କନାହା ବେଳାଭୂମି, ମାଉଇ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
ସାମ୍ରାଜ୍ୟ: ଉଦ୍ଭିଦ ସାମ୍ରାଜ୍ୟ
ଗୋଷ୍ଠୀ: ଟ୍ରାକିଓଫାଇଟା
ଗୋଷ୍ଠୀ: ସ୍ପର୍ମାଟୋଫାଇଟା
ଗୋଷ୍ଠୀ: ଆବୃତବୀଜୀ
ଗୋଷ୍ଠୀ: ଏକବୀଜପତ୍ରୀ
ଗୋଷ୍ଠୀ: କମେଲିନିଡ
ବଂଶ: ମୁସାସି
ପ୍ରଜାତି: ମୁସା(ପ୍ରଜାତି)
ଲ.
ଜାତି

ମୁସାସି କୁଳରେ ଥିବା ମୁସା ପ୍ରଜାତିର ଉଦ୍ଭିଦମାନଙ୍କୁ କଦଳୀଗଛ ବୋଲି କୁହାଯାଏ । ଏହି ପ୍ରଜାତିରେ କଦଳୀ ଫଳୁଥିବା ସପୁଷ୍ପକ ଉଦ୍ଭିଦ ଆଦି ଅଛନ୍ତି । ପାଖାପାଖି ୭୦ଟି ମୁସା ଜାତି ବିଷୟରେ ବିଶେଷ ଜ୍ଞାନ ଆହରଣ କରାଯାଇଛି ।

ବଡ଼ ଗଛ ଯେତିକି ଲମ୍ବା ବଢୁଥିଲେ ମଧ୍ଯ କଦଳୀଗଛଗୁଡିକ ବାସ୍ତବରେ ବୃହଦାକାୟ ଗୁଳ୍ମ ଅଟନ୍ତି । କାରଣ ତାଙ୍କର ତଥାକଥିତ ଗଣ୍ଡିଟି ବାସ୍ତବରେ ପତ୍ରମୂଳର ଉପରତଳ କରି ହୋଇଥିବା ଅବସ୍ଥା ।

ମୁସାର ଜାତିଗୁଡ଼ିକୁ କେତେକ ଲେପିଡୋପ୍ଟେରା ଲାର୍ଭା ଖାଦ୍ୟ ରୂପେ ବ୍ଯବହାର କରନ୍ତି । ଯେପରିକି - ବୃହତ୍ ଚିତାବାଘ ମୋଥ ।

ବର୍ଣ୍ଣନା

କେତେକ ବୃହଦାକାୟ ଗୁଳ୍ମଜାତୀୟ ଉଦ୍ଭିଦ ମଧ୍ଯରେ କଦଳୀଗଛ ଅନ୍ଯତମ । କେତେକ କଦଳୀଗଛ ୯ମିଟର ଯାଏଁ ବଢ଼ି ପାରନ୍ତି । ଏହି ବୃହତ୍ ଗୁଳ୍ମଟି ଏକ ବିବର୍ତ୍ତିତ ଭୂତଳ କାଣ୍ଡ (ରାଇଜୋମ), ଏକ ନକଲି-କାଣ୍ଡ, ଚେରମାନଙ୍କର ଏକ ଜାଲିକାଜାଲିକା ଏବଂ ଏକ ବୃହତ୍ ଫୁଲ ପରି ଅଙ୍ଗ(?)ରେ ଗଠିତ । ନକଲି-କାଣ୍ଡଟି ବାସ୍ତବରେ ବିଶାଳ ପତ୍ରମାନଙ୍କର baseଦ୍ୱାରା ଗଠିତ ହୋଇଥାଏ । ଯେତେବେଳେ ଗଛଟି ଫୁଲ ଫୁଟାଇବାକୁ ଆରମ୍ଭ କରେ ସେତେବେଳେ ଏକ ବାସ୍ତବ କାଣ୍ଡ ତିଆରି ହୁଏ । ସେ ପର୍ଯ୍ୟନ୍ତ ମୁଖ୍ଯ କାଣ୍ଡଟି ବିବର୍ତ୍ତିତ ହୋଇ ରାଇଜୋମ ରୂପରେ ମାଟିତଳେ ରହିଥାଏ । ଏହି ରାକିସରୁ ବଡ଼ ବଡ଼ ନାଲିଆ-ବାଇଗଣୀ ରଙ୍ଗର ଆବରଣରେ ଆବୃତ ହୋଇ କେତେଗୁଡ଼ିଏ ମାଈ ଫୁଲ ବାହାରିଥାନ୍ତି । ସବା ଶେଷରେ ଏକ ପୁରୁଷ ଫୁଲ ବାହାରିଥାଏ । ନକଲି-କାଣ୍ଡରୁ ଗୋଟି ଗୋଟି କରି ବଡ଼ବଡ଼ ପତ୍ର ବାହାରିଥାଏ ଯାହା ପ୍ରାୟ ଦୁଇଟି ଲାମିନୀୟ ଅଧାରେ ତିଆରି ହୋଇଥାଏ । କଦଳୀଗଛ ଉଭୟ ଲିଙ୍ଗୀୟ ଜନନ ଏବଂ ଅଲିଙ୍ଗୀ ଜନନ ପଦ୍ଧତିରେ ପ୍ରଜନନ କରିଥାଏ । ଲିଙ୍ଗୀୟ ଜନନରେ ଉତ୍ପନ୍ନ ଫଳଗୁଡିକ ମଞ୍ଜି-ବିଶିଷ୍ଟ ହୋଇଥିବା ବେଳେ ଅଲିଙ୍ଗୀ ଜନନରେ ଉତ୍ପନ୍ନ ଫଳଗୁଡିକ ମଞ୍ଜି-ବିହୀନ ହୋଇଥାଏ ।

ସିଷ୍ଟେମାଟିକ ଏବଂ ବର୍ଗୀକରଣ

ଇତିହାସ

ପ୍ରଜାତି ମୁସା ପ୍ରଥମେ ଲିନିଅସଙ୍କଦ୍ୱାରା ବର୍ଣ୍ଣିତ ହୋଇଥିଲା । ମୁସା ନାମଟି ଆରବୀୟ ଶବ୍ଦ ମୌଜ (موز)ର ଲାତିନୀୟ ରୂପ । ତୁର୍କୀ, ସୋମାଲି ଏବଂ ପାରସୀ ଭାଷାରେ ମଧ୍ଯ କଦଳୀକୁ ମୁଜ୍ ବୋଲି କୁହାଯାଏ । ସମ୍ଭବତଃ ବାନାନା ଶବ୍ଦଟି ପଶ୍ଚିମ ଆଫ୍ରିକୀୟ ଭାଷା ୱୋଲୋଫରୁ ସ୍ପେନୀୟ ତଥା ପର୍ତ୍ତୁଗୀଜ ଭାଷା ଦେଇ ଇଂରାଜୀରେ ପ୍ରବେଶ କରିଛି ।

ଓଡ଼ିଆରେ କଦଳୀ ନାମଟି ସଂସ୍କୃତ ଭାଷାର କଦଲୀରୁ ଅଣାଯାଇଛି, ଏବଂ ସଂସ୍କୃତରେ ଏହା ମୁଣ୍ଡା ଭାଷାର କଦଳରୁ ଅଣାଯାଇଛି ।

ଜାତି

କାଲିମୁସା(ଅଷ୍ଟ୍ରାଲିମୁସା ଅନ୍ତର୍ଭୁକ୍ତ)

କଦଳୀଗଛ 
ମୁସା ଜାତିର ଫଳିଥିବା ବୃକ୍ଷ
କଦଳୀଗଛ 
କଦଳୀ ଫୁଲ
  • ମୁ. × ଅଲିନ୍ସନାୟା ର.ଭ.ଭାଲ୍ମେୟର [ଅ]
  • ମୁ. ଅଜିଜୀ ହାକିନେନ
  • ମୁ. ବାରିଓନେନ୍ସିସ Häkkinen
  • M. bauensis Häkkinen & Meekiong [C]
  • M. beccarii N.W.Simmonds [A]
  • M. boman Argent [A]
  • M. borneensis Becc. [C]
  • M. bukensis Argent [A]
  • M. campestris Becc. [C]
  • M. coccinea Andrews [C] – scarlet banana
  • M. exotica R.V.Valmayor [C]
  • M. fitzalanii F.Muell. [A] – extinct
  • M. gracilis Holttum [C]
  • M. hirta Becc. [A]
  • M. insularimontana Hayata [A]
  • M. jackeyi W.Hill [A]
  • M. johnsii Argent [A]
  • M. lawitiensis Nasution & Supard. [C]
  • M. lokok Geri & Ng
  • M. lolodensis Cheesman [A]
  • M. maclayi F.Muell. ex Mikl.-Maclay [A]
  • M. monticola M.Hotta ex Argent [A]
  • M. muluensis M.Hotta [A]
  • M. paracoccinea A.Z.Liu & D.Z.Li [C]
  • M. peekelii Lauterb. [A]
  • M. salaccensis Zoll. ex Backer [A]
  • M. textilis Née [A] – Abacá
  • M. × troglodytarum L. [A] – the cultivated Fe'i bananas
  • M. tuberculata M.Hotta [A]
  • M. violascens Ridl. [C]
  • M. viridis R.V.Valmayor et al.
  • M. voonii Häkkinen

ବ୍ଯବହାର

କଦଳୀପତ୍ରର ବ୍ୟବହାର

କଦଳୀପତ୍ରରେ ଖାଦ୍ୟ ରଖି ଚକାମାଡ଼ି ତଳେବସି ଭୋଜନ କରାଯାଏ । କଦଳୀପତ୍ରରେ ଆମିଷ ଭୋଜନ ନିଷିଦ୍ଧ । କଦଳୀପତ୍ରରେ ଭୋଜନ କଲାବେଳେ ଚାମଚ, ଛୁରି ଓ କଣ୍ଟା ବ୍ୟବହାର କରାଯାଏ ନାହିଁ । କଦଳୀପତ୍ର ପକାଇବାର ମଧ୍ୟ ବିଧି ରହିଛି । ପତ୍ରର ଚଉଡ଼ା ଭାଗ ଆମର ଡାହାଣ ପଟକୁ ଓ ଅଣଓସାରିଆ ଭାଗ ବାମ ପଟକୁ ରଖିଲେ ଡାହାଣ ହାତରେ ଭୋଜନ କରିବା ସୁବିଧା ହୁଏ । ମୂଳଭାଗରେ ଅନ୍ନ ଓ ଅଗ୍ରଭାଗରେ ବ୍ୟଞ୍ଜନ ବଢ଼ାଯାଇଥାଏ । କଦଳୀପତ୍ରକୁ ଭୋଜନ ପରେ ଭଙ୍ଗାଯାଏ ନାହିଁ । ଅଗମୂଳ ଧରି ଉଠାଯାଏ । ଓଡ଼ିଆ ରାନ୍ଧଣାରେ ମାଛ ସିଝାଇବା ପାଇଁ କଦଳୀ ପତ୍ର କାମରେ ଆସେ ।

କଦଳୀର ବ୍ୟବହାର

ଓଡ଼ିଆ ରାନ୍ଧଣାରେ କଂଚା କଦଳୀରେ ଡାଲମା ଓ ଭଜା ତିଆରି ହୁଏ । ପାଚିଲା କଦଳୀରେ ଶିରିଣି ତିଆରି ହୁଏ ।

କଦଳୀଗଛର ଅନ୍ୟ ଅଂଶର ବ୍ୟବହାର

କଦଳୀ ଫୁଲରେ ତରକାରୀ ହୁଏ । କଦଳୀ ମ଼ଞାରେ ରାଇ ଓ ତରକାରୀ ତିଆରୀ ହୁଏ ।

ଆଧାର


Tags:

କଦଳୀଗଛ ବର୍ଣ୍ଣନାକଦଳୀଗଛ ସିଷ୍ଟେମାଟିକ ଏବଂ ବର୍ଗୀକରଣକଦଳୀଗଛ ବ୍ଯବହାରକଦଳୀଗଛ ଆଧାରକଦଳୀଗଛ

🔥 Trending searches on Wiki ଓଡ଼ିଆ:

୧୯୬୧ପୂର୍ଣ୍ଣଚ୍ଛେଦକାହ୍ନୁଚରଣ ମହାନ୍ତିଆଶୁତୋଷ ପରିଡ଼ାଟୁକୁନି ସାହୁପରିବେଶ୨୦ ଅଗଷ୍ଟIndiaହନୁମାନ ଚାଳିଶାଓଡ଼ିଶାର ମାପ ବ୍ୟବସ୍ଥାଭାରତର ନଦୀ ସମୂହର ତାଲିକାଭଦ୍ରକ ଜିଲ୍ଲାରସଗୋଲାବିନ୍ଦୁକଳସା ଚଉତିଶାଅଭିରାମ ପରମହଂସବିଜୟ ମିଶ୍ରପଖିଆସ୍ତନ୍ୟପାୟୀତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରମାଣବସା ଗୁରୁବାରପଖାଳଫରିନା ଆଜାଦମହାପ୍ରସାଦପ୍ରାଣକୃଷ୍ଣ ପରିଜାରଥଯାତ୍ରାଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦତପସ୍ୱିନୀଗଣ୍ଡାସତୀ (ହିନ୍ଦୁ ଦେବୀ)ରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେରାମାୟଣନୀଳକଣ୍ଠ ଦାସ୧୯୮୪ପ୍ରତିଭା ଶତପଥୀଓଡ଼ିଆ ଖବରକାଗଜ ତାଲିକାବଡ଼ ଏରାମାଲକାନଗିରି ଜିଲ୍ଲାଲାଟିନ ଭାଷାପଠାଣି ସାମନ୍ତଜନ୍ମ ନିରୋଧଶାସ୍ତି (ଓଡ଼ିଆ କଥାଚିତ୍ର)ଢଗ ଢମାଳିଦାସକାଠିଆ୧୮ ଅକ୍ଟୋବରତମନ୍ନା ବ୍ୟାସଗୋପାଳ ଛୋଟରାୟନୟାଗଡ଼ ଜିଲ୍ଲାବଣଭୋଜି ବେଶଚଇତି ଘୋଡ଼ା ନାଚଭାରତୀୟ ସ୍ୱାଧୀନତା ଆନ୍ଦୋଳନପୂରଣବାଚକ ସଂଖ୍ୟାବିରଳା ମନ୍ଦିର, ହାଇଦ୍ରାବାଦଅର୍ଚ୍ଚିତା ସାହୁଅଂଶୁଘାତଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିକୁତାମ ଚଣ୍ଡୀ ମନ୍ଦିରଦୀପା ସାହୁ (୧୯୮୫ ଜନ୍ମ)ଅଷ୍ଟ୍ରେଲିଆ୧୯ ମାର୍ଚ୍ଚ୧୭୪୬ମନୋଜ କୁମାର ମିଶ୍ରଓଡ଼ିଆ ରାନ୍ଧଣାଲକ୍ଷ୍ମୀକାନ୍ତ ମହାପାତ୍ରସୁରେନ୍ଦ୍ର ମହାନ୍ତିରେଶମ ପଥହୃଷୀକେଶ ମଲ୍ଲିକସଚ୍ଚିଦାନନ୍ଦ ରାଉତରାୟଇଣ୍ଟରନେଟଭୁବନେଶ୍ୱରଓଡ଼ିଆ ଭ୍ରମଣ ସାହିତ୍ୟଦୀନକୃଷ୍ଣ ଦାସନୋବେଲ ପୁରସ୍କାର🡆 More