ଓଳାଶୁଣୀ ମେଳା

ଓଳାଶୁଣୀ ଗୁମ୍ଫାରେ ମାଘ କୃଷ୍ଣପକ୍ଷ ଏକାଦଶୀରେ ଏକ ବିରାଟ ମେଳାର ଆୟୋଜନ ହୋଇଥାଏ । ଓଡ଼ିଶାର ଯେତେଗୁଡ଼ିଏ ଗୁମ୍ଫାକ୍ଷେତ୍ର ଦେଖାଦିଏ, ସେଥିମଧ୍ୟରୁ ଓଳାଶୁଣି ଗୁମ୍ଫାକ୍ଷେତ୍ର ଅନ୍ୟତମ । ଏହାର ଅଧିଷ୍ଠାତ୍ରୀ ଦେବୀ ଓଳାଶୁଣି । ଏହି ମେଳାରେ ଓଡ଼ିଶା ବାହାରୁ ମଧ୍ୟ ଲୋକଙ୍କର ସମାବେଶ ଦେଖିବାକୁ ମିଳେ ।

ଓଳାଶୁଣୀ ମେଳା
ଅନ୍ୟ ନାମଗୁମ୍ଫା ଯାତ୍ରା, ଓଳାଶୁଣୀ ଯାତ୍ରା
ପର୍ବ ପାଳନକେଶଯାତ୍ରା, ଶ୍ରାଦ୍ଧୋତ୍ସବ,
ତାରିଖମାଘ କୃଷ୍ଣ ଏକାଦଶୀ
୨୦୨୪ ତାରିଖdate missing (please add)
ସମ୍ପର୍କିତସନ୍ଥ ଅରକ୍ଷିତ ଦାସ

କିମ୍ବଦନ୍ତୀ

କିମ୍ବଦନ୍ତୀ ମତେ ଏହାର ପ୍ରାଣ ପ୍ରତିଷ୍ଠାତା ହେଉଛନ୍ତି ଅରକ୍ଷିତ ଦାସ ଯାହାଙ୍କର ପୂର୍ବନାମ ଥିଲା ବଳଭଦ୍ରଦେବ । ଅରକ୍ଷିତ ଦାସ ଓଡ଼ିଶା ଅନ୍ତର୍ଗତ ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ବଡ଼ଖେମଣ୍ଡିର ବିଜୟନଗରରେ ଆନୁମାନିକ ୧୭୮୦ଠାରୁ ୧୭୮୮ ମଧ୍ୟରେ ଜନ୍ମଗ୍ରହଣକରିଥିଲେ, ତାଙ୍କର ପିତା ଥିଲେ ବଡ଼ଖେମଣ୍ଡି ରାଜ୍ୟର ପ୍ରଜାବତ୍ସଳ ରାଜା ପଦ୍ମନାଭ ଦେବ । ପିତାଙ୍କ ଅନ୍ତେ ରାଜସିଂହାସନର ଦାବିଦାର ହୋଇଥିଲେ ମଧ୍ୟ ୧୮ବର୍ଷ ବୟସରେ ଐଶ୍ୱର୍ଯ୍ୟର ମୋହକୁ ତୁଚ୍ଛ କରି ପରଂବ୍ରହ୍ମଙ୍କ ପରମ ତତ୍ତ୍ୱ ଅନ୍ୱେଷଣରେ ଗୃହତ୍ୟାଗୀ ହୋଇ ଯୌବନାବସ୍ଥାରେ ସନ୍ନ୍ୟାସ ଧର୍ମ ଗ୍ରହଣ କରିଥିଲେ । କଥିତ ଅଛି ଯେତେବେଳେ ଅରକ୍ଷିତ ଦାସ ରାଜପ୍ରାସାଦ ତ୍ୟାଗକରି ଏକ ମହାନ ତତ୍ତ୍ୱର ଅନୁସନ୍ଧାନରେ ବାହାରିଥିଲେ, ରାସ୍ତା ମଧ୍ୟରେ ଏହି ଓଳାଶୁଣୀ ପାହାଡ଼ ଦୃଷ୍ଟିଗୋଚର ହୋଇଥିଲା । ସେ ସମଗ୍ର ଜୀବନକୁ ଅରକ୍ଷିତ ଭାବେ ଭାବେ ବିତାଇବା ପରେ ଶେଷ ଜୀବନ ଓଳାଶୁଣୀ ପାହାଡ଼ ଉପରେ କଟାଇ ୧୮୩୭ ମସିହା ମାଘ କୃଷ୍ଣ ଏକାଦଶୀ ତିଥିରେ ସମାଧିସ୍ଥ ହୋଇଥିଲେ । ତାଙ୍କର ଶ୍ରାଦ୍ଧ ଦିବସକୁ ଏହି ଓଳାଶୁଣୀ ଗୁମ୍ଫାରେ ମେଳା ଉତ୍ସବ ରୂପେ ପାଳନ କରାଯାଏ ।

କେଶ ଯାତ୍ରା

ଅରକ୍ଷିତ ଦାସ ଲଳିତଗିରିର କଳ୍ପତରୁ ମହାରଣାଙ୍କ ପୂର୍ବପୁରୁଷଙ୍କ ଘରକୁ ଯାଉଥିଲେ । ଦିନେ ଅମ୍ବି ମହାରଣା ନାମ୍ନି ଜଣେ ବୃଦ୍ଧା ତାଙ୍କ କେଶ ପ୍ରସାଧନ କଲାବେଳେ ଗୋଟିଏ ଛିଡି ତଳେ ପଡ଼ିଗଲା । ବହୁ ପୂର୍ବରୁ ଅମ୍ବିଙ୍କ ମନସ୍କାମନା ଜାଣିପାରିଥିବା ଅରକ୍ଷିତ ତାଙ୍କୁ ସେହି କେଶଟିକୁ ନେଇ ସୁରକ୍ଷିତ କରି ରଖିବା ପାଇଁ ପରାମର୍ଶ ଦେଇଥିଲେ । ଏବେ ସେହି କେଶଟି ବଢ଼ି ବଢ଼ି ଗୁଚ୍ଛରେ ପରିଣତ ହୋଇଗଲାଣି । ମହାପୁରୁଷଙ୍କ ଶ୍ରାଦ୍ଧୋତ୍ସବ ବା ସମାଧି ପୂର୍ବଦିନ ସେହି କେଶଗୁଚ୍ଛକୁ ଏକ ଶୋଭାଯାତ୍ରାରେ ସମାଧିପୀଠ ଓଳାଶୁଣୀକୁ ଅଣାଯାଇଥାଏ । ଏହାକୁ କେଶଯାତ୍ରା ନାମରେ ନାମିତ କରାଯାଇଛି ।

ଅବସ୍ଥାନ

ମହାପୁରୁଷଙ୍କର ତିରୋଧାନ ପରେ ଏହି ସ୍ଥାନର ସର୍ବୋଚ୍ଚ ମୁଖ୍ୟ ମନ୍ଦିରଟି ହେଉଛି ମହାପୁରୁଷଙ୍କର ସମାଧି ମନ୍ଦିର । ଏହିଠାରେ ଶ୍ରୀ ଶ୍ରୀ ଅରକ୍ଷିତ ଦାସ ସମାଧି ପ୍ରତିଷ୍ଠିତ ଓ ଆରାଧିତ । ଏହି ଓଳାଶୁଣି ପାହାଡ଼ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧପୀଠ ଲଳିତଗିରିର ଅନତି ଦୂରରେ ପଲେଇ ମୌଜାସ୍ଥ ଶୁଖୁଆପଡ଼ା ଗ୍ରାମ ନିକଟରେ ଅବସ୍ଥିତ । ଏହାର ପୂର୍ବ ଦିଗରେ ଗାଙ୍ଗୀ ପାହାଡ଼, ଯହିଁରେ ପୁରାଣପ୍ରସିଦ୍ଧ ଗୋକର୍ଣ୍ଣ ବଟ । ଯେଉଁ ବୃକ୍ଷର ପତ୍ରଗୁଡିକର ଏକ ପାର୍ଶ୍ୱ ଅଶ୍ୱତ୍‌ଥ ଓ ଅନ୍ୟ ପାର୍ଶ୍ୱଟି ବରପତ୍ର । ଦକ୍ଷିଣ ଦିଗରେ ଠିକ୍ ଏହାର ତଳଦେଶରେ କଳନିନାଦିନୀ ଗୋବରୀ ନଦୀ ପଦଧୌତ କରିଚାଲିଛି । ପଶ୍ଚିମ ପାର୍ଶ୍ୱରେ ଶୁଖୁଆପୋଡ଼ା ଗ୍ରାମ । ଉତ୍ତର ଦିଗରେ ଲଳିତଗିରି ପାହାଡ଼ । ପୂର୍ବଦିଗରେ ଅବସ୍ଥିତ ଗାଙ୍ଗୀ ପାହାଡ଼ରୁ ଓଳାଶୁଣିର ଯୋଗାଯୋଗକୁ ବିଚ୍ଛିନ୍ନ କରୁଛି ରାଜପଥ । ଏହାର ପୂର୍ବ – ଦକ୍ଷିଣ କୋଣର ଅନତି ଦୂରରେ ଅବସ୍ଥିତ ପୁରାଣପ୍ରସିଦ୍ଧ ପଞ୍ଚୁପାଣ୍ଡବଙ୍କର ମନ୍ଦିର । ଏହି ଓଳାଶୁଣୀର ଆଖପାଖରେ ରତ୍ନଗିରି, କୋଲଣଗିରି, ବ୍ରଜଗିରି ଇତ୍ୟାଦି ବୌଦ୍ଧପୀଠ ଅବସ୍ଥିତ ।

ଏହି ପୀଠରେ ଜଗନ୍ନାଥଙ୍କ ମୂର୍ତ୍ତିର ପୂଜାରାଧନା ହୁଏ । ରାଧାକୃଷ୍ଣଙ୍କର ବିଗ୍ରହ ତଥା ସାଧନାସିଦ୍ଧ ସାତଟି ମହାପୁରୁଷଙ୍କର ସମାଧି ମନ୍ଦିର ଏବେ ବି ପୂଜାପାଇ ଆସୁଛି । ଆହୁରି ମଧ୍ୟ ମହାବୀର, ଗଣେଶ ଓ କେତୋଟି ଶାଳଗ୍ରାମ ବିଗ୍ରହ ଯଥାବିଧି ପୂଜିତ ହେଉଛନ୍ତି । ଏହି ପାହାଡ଼ର ପ୍ରାଚୀନ ବଡ଼ ଗୁମ୍ଫାଟି କେବେ କାହାଦ୍ୱାରା ନିର୍ମାଣ କରାଯାଇଥିଲା ତାହାର କୌଣସି କିମ୍ବଦନ୍ତୀ କିମ୍ବା ଇତିହାସ ଏ ପର୍ଯ୍ୟନ୍ତ ମିଳିନାହିଁ । ତେବେ ଏଥିରେ କୌଣସି ବୌଦ୍ଧଶ୍ରମଣ ନିତେଇ ଧୋବଣୀ କିମ୍ବା ପତ୍ର ସଉରୁଣୀ ଆଦି ତନ୍ତ୍ରାଚାରୀଙ୍କର ସଙ୍କେତ ପରିଦୃଷ୍ଟ ହୁଏ । ଏଠାରେ ଶ୍ରଦ୍ଧାଳୁମାନେ ପୋଡ଼ ପିଠା ସହ ମଦ, ମାଛ ଓ ଶୁଖୁଆ ମହାପୁରୁଷଙ୍କ ଭୋଗ ଭାବେ ଅର୍ପଣ କରିଥାନ୍ତି । ଏଠାରେ ମହାପୁରୁଷଙ୍କ ସମୟରୁ କୃପାମହୌଷଧି ସ୍ୱରୂପ କାଞ୍ଜିପାଣି ଏପର୍ଯ୍ୟନ୍ତ ରହି ଆସିଅଛି । ପେଟ ଓ ଅନ୍ୟାନ୍ୟ ରୋଗ ପାଇଁ ଲୋକମାନେ ଏହାକୁ ବ୍ୟବହାରକରି ରୋଗମୁକ୍ତ ହେଉଛନ୍ତି । ଏହା ମଧ୍ୟ ଗୋମହିଷାଦିଙ୍କୁ ଆରୋଗ୍ୟ କରିବାରେ ସୁଖ୍ୟାତି ଅର୍ଜନ କରିଛି ।

ଆଧାର

Tags:

ଓଳାଶୁଣୀ ମେଳା କିମ୍ବଦନ୍ତୀଓଳାଶୁଣୀ ମେଳା ଅବସ୍ଥାନଓଳାଶୁଣୀ ମେଳା ଆଧାରଓଳାଶୁଣୀ ମେଳା ଅଧିକ ତଥ୍ୟଓଳାଶୁଣୀ ମେଳାଓଡ଼ିଶା

🔥 Trending searches on Wiki ଓଡ଼ିଆ:

ସାରଳା ମନ୍ଦିରଦୀନକୃଷ୍ଣ ଦାସଅକ୍ଷୟ ମହାନ୍ତିବର କୋଳିଯଶୋଧାରା ମିଶ୍ରପ୍ରସନ୍ନ କୁମାର ମିଶ୍ରଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭଗବତୀ ଚରଣ ପାଣିଗ୍ରାହୀସଂସ୍କୃତ ଭାଗବତମାୟାଧର ମାନସିଂହକବିସୂର୍ଯ୍ୟ ବଳଦେବ ରଥପର୍ଯ୍ୟାୟ ସାରଣୀବିଜୁ ଜନତା ଦଳଲକ୍ଷ୍ମୀନାରାୟଣ ସାହୁଭାରତକୋରାପୁଟସୁଦଶା ବ୍ରତମହାଭାରତଇରା ମହାନ୍ତିଦେବୀପ୍ରସନ୍ନ ପଟ୍ଟନାୟକଜନ ବୀମସଲକ୍ଷ୍ମୀକାନ୍ତ ମହାପାତ୍ରଆଶୁତୋଷ ପରିଡ଼ାକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାତୁଳସୀ ଦାସହାଡ଼ଫୁଟିପ୍ରଦୂଷଣମସ୍କୋବୁଧବାରମନୋଜ ଦାସପ୍ରଣବ ପ୍ରକାଶ ଦାସପ୍ରଶାନ୍ତ ନନ୍ଦବିଜୟ ପ୍ରସାଦ ମହାପାତ୍ରପରିସଂଖ୍ୟାନ ବର୍ଗୀକରଣସଚିନ ତେନ୍ଦୁଲକରପଞ୍ଚକନ୍ୟାକୃଷ୍ଣ ଜନ୍ମାଷ୍ଟମୀଚନ୍ଦନଲାଗି ବେଶଭୀମ ଭୋଇଝୁମରଶିବଗୋମୁହାଁ କୁମ୍ଭୀରଆତ୍ମହତ୍ୟାଜିନା ସାମଲଗାଈସୌଭାଗ୍ୟ କୁମାର ମିଶ୍ରଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୭ଯାଜପୁରନୂଆ ଦିଲ୍ଲୀଗୁଗଲଜାତୀୟ ସଙ୍ଗୀତଭାରତୀୟ ଦଣ୍ଡ ସଂହିତା, ୧୮୬୦ଗୋଲୋକ ବିହାରୀ ଧଳମନମୋହନ ସାମଲକୁକୁରତୋରାଣିବିଭୂତି ପଟ୍ଟନାୟକବୈଶାଖପୃଥିବୀଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାବୀରକିଶୋର ଦାସକୃଷ୍ଣପ୍ରସାଦ ମିଶ୍ରଅରୁଣା ମହାନ୍ତିକଟକ ଜିଲ୍ଲାଭୁବନେଶ୍ୱର ମିଶ୍ର🡆 More