ପୋଡ଼ ପିଠା

ପୋଡ଼ ପିଠା ବା ପୋଡ଼ାପିଠା ଏକ ପାରମ୍ପାରିକ ଓଡ଼ିଆ ପିଠା । ଏହା ଚାଉଳ ଚୁନା ଓ ଗୁଡ଼/ଚିନିତିଆରି ପିଠଉକୁ ଏକ ବଡ଼ କଡ଼ାଇରେ ଚାରିପଟୁ ପୋଡ଼ି ତିଆରିକରାଯାଏ । ଏହା ପ୍ରତ୍ୟେକ ଓଡ଼ିଆ ଘରେ ରଜ ଓ ନାନାଦି ପର୍ବପର୍ବାଣିରେ ତିଆରି କରାଯାଇଥାଏ । ଜଗନ୍ନାଥଙ୍କ ଛପନ ଭୋଗରେ ମଧ୍ୟ ଏହା ଠାକୁରଙ୍କୁ ଅର୍ପଣ କରାଯାଇଥାଏ ।

ପୋଡ଼ ପିଠା
ପୋଡ଼ ପିଠା
ଯନ୍ତା ପୋଡ଼ ପିଠା
ଆରମ୍ଭ
ଅଲଗା ନାଆଁପୋଡ଼
ମୂଳ ଜାଗାପୋଡ଼ ପିଠା ଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ଖାଇବାର ମେଳଣଖାଲି ବା କ୍ଷୀର ସହିତ, ଭୋଗ ଭାବରେ
ବାଢ଼ିବାର ତାତିଗରମ, ଥଣ୍ଡା
ମୂଳ ଉପାଦାନଚାଉଳ, ଗୁଡ଼, ନଡ଼ିଆ, ଗୁଡ଼

ଉପାଦାନ

ତିଆରି ପ୍ରଣାଳୀ

ପାଣି ଫୁଟାଯାଇ ସେଥିରେ ଧିରେ ଧିରେ ଚାଉଳ ଚୁନା ଓ ଗୁଡ଼ ଗୋଳାଯାଇ ବହଳିଆ ଜନ୍ତଣି ତିଆରି କରାଯାଏ । ସେଥିରେ କାଜୁ, କିସମିସ ଓ ଘିଆ ଆଦି ଗୋଳାଯାଇ ଏକ ବଡ଼ କଡ଼ାଇରେ କଦଳୀ ପତ୍ରରେ ଅଜାଡ଼ି ଦିଆଯାଏ । ଏହା ଉପରେ ପୁଣି ପତ୍ର ଘୋଡ଼ାଇ ତାହାକୁ ଜଳନ୍ତା ଅଙ୍ଗାରରେ ଢାଙ୍କି ଦିଆଯାଏ । ଏହି କଡ଼ାଇକୁ ଅଳ୍ପ ନିଆଁ ଥିବା ଚୁଲିରେ ଅଧଘଣ୍ଟାରୁ ଘଣ୍ଟାଏ ଯାଏଁ ରଖାଯାଇଥାଏ । ଏହା ପରେ ଅଙ୍ଗାର ଓ ପତ୍ର ସବୁକୁ ବାହାର କରି ଧୋଇ, କାଟି ଏହାକୁ ଖିଆଯାଇଥାଏ ।

ବାହୁଡ଼ା ଯାତ୍ରାରେ ପୋଡ଼ ପିଠା

ବାହୁଡ଼ା ଦିନ ରଥାରୁଢ଼ ହୋଇ ଠାକୁରମାନେ ଶ୍ରୀମନ୍ଦିରକୁ ବାହୁଡ଼ିବେ । ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଳଗନ୍ନାଥଙ୍କ ରଥରେ ପୋଡ଼ପିଠା ଭୋଗଲାଗିବା ପରେ ପରେ ରଥ ଗଡ଼େ । ଏହି ବିଧି ପାଇଁ ମାଉସୀ ମା’ଙ୍କ ସେବକଙ୍କ ଘରେ ପୋଡ଼ପିଠା ପ୍ରସ୍ତୁତି ହୁଏ । ଅଟା, ଘିଅ, ଚିନି, ଛେନା, ଲବଙ୍ଗ, ଗୁଜୁରାତି ପକାଯାଇ ତିନି ଠାକୁରଙ୍କ ପାଇଁ ଚାରିଟି ପୋଡ଼ପିଠା ପ୍ରସ୍ତୁତ ହୁଏ । ପ୍ରଥମେ ଏସବୁ ଦ୍ରବ୍ୟ ମିଶାଯାଇ ଖଳି ପ୍ରସ୍ତୁତ ହୁଏ । ଏହାପରେ ଏକ ବଡ଼ ପାତ୍ରରେ ପାଣି ନିଆଯାଇ ଚୁଲିରେ ବସାଯାଏ । ପାଣି ଫୁଟିବା ପରେ ଏହି ପାତ୍ର ଭପରେ ଜାଲି ଦିଆଯାଇ ତା' ଉପରେ ଖଲିପତ୍ର ରଖାଯାଏ । ଖଲିପତ୍ର ଉପରେ ତାଟି ଦିଆଯାଇ ଆଉ ଏକ ଖଲିପତ୍ର ରଖାଯାଏ । ବାମ୍ପରେ ପ୍ରସ୍ତୁତ ହୁଏ ପିଠା । ପରେ ବାହାରକୁ କାଢ଼ି ଦିଆଯାଏ । ଥଣ୍ଡା ହେବାପରେ ଏହାକୁ ଖଣ୍ଡ ଖଣ୍ଡ କରି କାଟି ଗୁଆଘିଅରେ ଛଣାଯାଏ । ପରେ ଏହାକୁ ମାଟିହାଣ୍ଡିରେ ରଖି ଭୋଗ ଲଗାଯାଏ ।

ଆଧାର

ଅଧିକ ତଥ୍ୟ

Tags:

ପୋଡ଼ ପିଠା ଉପାଦାନପୋଡ଼ ପିଠା ତିଆରି ପ୍ରଣାଳୀପୋଡ଼ ପିଠା ବାହୁଡ଼ା ଯାତ୍ରାରେ ପୋଡ଼ ପିଠା ଆଧାରପୋଡ଼ ପିଠା ଅଧିକ ତଥ୍ୟପୋଡ଼ ପିଠାଓଡ଼ିଆ ଖାଦ୍ୟଚାଉଳଚିନିଛପନ ଭୋଗଜଗନ୍ନାଥରଜ ପର୍ବ

🔥 Trending searches on Wiki ଓଡ଼ିଆ:

ବିଦ୍ୟୁତମଦର ଟେରେସାବୋବ୍ୱିଲିମରିସସଗୁଗଲସାରଳା ସମ୍ମାନଚନ୍ଦ୍ରଗୁପ୍ତମକର (ରାଶି)ଦଣ୍ଡ ନାଟଉପେନ୍ଦ୍ର ଭଞ୍ଜରାକ୍ଷୀ ପୂର୍ଣ୍ଣିମାଶ୍ରୀରାଧାବାବୁଶାନ୍ଆଲବର୍ଟ ଆଇନଷ୍ଟାଇନମହାତ୍ମା ଗାନ୍ଧୀଙ୍କ ପରିବାରବିଜୁ ଜନତା ଦଳ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନସାଧୁ ମେହେରଉଇକିପିଡ଼ିଆଓକିଲ ଦିବସଇବାଣ୍ଡ୍ରୋନିକ ଏସିଡସରୋଜିନୀ ନାଇଡୁରାଜ୍ୟରାସାୟନିକ ମୌଳିକଗୋପାଳ ଛୋଟରାୟଔଷଧୀୟ ଗଛଲତାମାନଙ୍କର ତାଲିକାକଣ୍ଡୋମହନୁମାନନବୀନ ପଟ୍ଟନାୟକଓଡ଼ିଆ କାବ୍ୟ କବିତାକୃଷ୍ଣଚନ୍ଦ୍ର ପାଣିଗ୍ରାହୀଓଡ଼ିଆ ଲିପିପ୍ରତିଭା ଶତପଥୀଛବିଳ ମଧୁ ବର୍ଣ୍ଣବୋଧହରେକୃଷ୍ଣ ମହତାବରଣା ସାପଓଡ଼ିଆ କବି ମାନଙ୍କର ତାଲିକାସୁବର୍ଣ୍ଣରେଖା ନଦୀକୋଣାର୍କ ସୂର୍ଯ୍ୟ ମନ୍ଦିରବିଦୁସ୍ମିତାମଟର ସାଇକେଲଇଣ୍ଡିଆନ ପ୍ରିମିଅର ଲିଗସାଇକେଲଋଷିଆରିୟା ଦେଆସିକାରେବତୀ (କ୍ଷୁଦ୍ରଗଳ୍ପ)ଓଡ଼ିଶାର ସଂସ୍କୃତିଦୀନକୃଷ୍ଣ ଦାସ୬୩୩ରାଜନୀତି ବିଜ୍ଞାନଗାଲୁଆଅଜନ୍ତା ଗୁମ୍ଫାଜଗନ୍ନାଥଭୀମ ଭୋଇବିରିପ୍ରଦୀପ କୁମାର ପାଣିଗ୍ରାହୀଯୌନ ସମ୍ଭୋଗ🡆 More