ଇରାବତୀ କର୍ବେ

ଇରାବତୀ କର୍ବେ ( Irawati Karve , Devanagari: इरावती कर्वे; ଡିସେମ୍ବର ୧୫, ୧୯୦୫ - ଅଗଷ୍ଟ ୧୧-୧୯୭୦) ଜଣେ ଭାରତୀୟ ନୃତତ୍ତ୍ୱବିଜ୍ଞାନୀ, ଶିକ୍ଷାବିତ୍ ଓ ଲେଖିକା ଥିଲେ । ତାଙ୍କ ଘର ଭାରତର ମହାରାଷ୍ଟ୍ରରେ ଓ ସେ ପ୍ରଥମ ମହିଳା ନୃତତ୍ତ୍ୱବିତ୍ ଥିଲେ । ସେତେବେଳେ ନୃତତ୍ତ୍ୱବିଜ୍ଞାନ ଓ ସମାଜ ବିଜ୍ଞାନ ଭଳି ବିଷୟ ବିଶ୍ୱବିଦ୍ୟାଳୟରେ ତୃଣମୂଳ ସ୍ତରରେ ଥିଲେ ।

ଇରାବତୀ କର୍ବେ
ଇରାବତୀ କର୍ବେ
ଇରାବତୀ କର୍ବେ
ଜନ୍ମ(1905-12-15)୧୫ ଡିସେମ୍ବର ୧୯୦୫
ମୃତ୍ୟୁ୧୧ ଅଗଷ୍ଟ ୧୯୭୦(1970-08-11) (ବୟସ ୬୪)
ବୃତ୍ତିନୃତତ୍ତ୍ୱବିଜ୍ଞାନୀ

ପ୍ରାକ ଜୀବନ

ଇରାବତୀ କର୍ବେ ବାପା ବର୍ମାର କଟନ କମ୍ପାନୀରେ କାମ କରୁଥିଲେ । ସେଠାରେ ଥିବା ଇରାୱତୀ ନ‌ଦୀ ଅନୁସାରେ ୧୯୦୫ ମସିହାରେ ଜନ୍ମ ଲାଭ କରିଥିବା ଝିଅର ନାମ ଇରାବତୀ ରଖାଯାଇ ଥିଲା । ତାଙ୍କୁ ୭ ବର୍ଷ ହୋଇଥିବା ବେଳେ ପୁଣେର ହୁଜୁର ପଗା ବୋର୍ଡିଙ୍ଗ ସ୍କୁଲକୁ ପଢ଼ିବା ନିମନ୍ତେ ପଠେଇ ଦିଆଯାଇଥିଲା । ଫର୍ଗୁସନ କଲେଜର ପ୍ରିନ୍ସିପାଲ ଆର .ପି.ପରଞ୍ଜପେଙ୍କ ଝିଅ ଶକୁନ୍ତଳା ପରଞ୍ଜପେ ତାଙ୍କର ସହପାଠିନୀ ଥିଲେ । ପାରିବାରିକ କାହାଣୀ ଅନୁସାରେ ଶକୁନ୍ତଳାଙ୍କ ମାତା ଦିନେ ଇରାବତୀଙ୍କୁ ସ୍କୁଲରେ ଦେଖି ତାଙ୍କୁ ଦ୍ୱିତୀୟ ଝିଅ କରି ଘରକୁ ନେଇ ଆସିଥିଲେ ଓ ପରିବାରରେ ରଖି ଥିଲେ । ସେଠାରେ ବିଚାରପତି ବାଳକ୍ରମ ତାଙ୍କୁ ନୃତତ୍ତ୍ୱବିଜ୍ଞାନ ସହ ପରିଚିତ କରେଇ ଥିଲେ ।

ଶିକ୍ଷା ଓ ବୃତ୍ତି

ଇରାବତୀ ସମାଜ ବିଜ୍ଞାନରେ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ୧୯୨୮ ମସିହାରେ ମାଷ୍ଟର ଡିଗ୍ରୀ ଓ ଜର୍ମାନୀର ବର୍ଲିନ ବିଶ୍ୱବିଦ୍ୟାଳୟରୁ ନୃତତ୍ତ୍ୱବିଜ୍ଞାନରେ ଡକ୍ଟରେଟ ହାସଲ କରିଥିଲେ ।
ପୁଣେର ଡେକାନ କଲେଜରେ (ପୁଣେ ବିଶ୍ୱବିଦ୍ୟାଳୟ) ସେ ଅନେକ ବର୍ଷ ଧରି ସମାଜ ଓ ନୃତତ୍ତ୍ୱ ବିଜ୍ଞାନ ଡିପାର୍ଟମେଣ୍ଟର ମୂଖ୍ୟ ହୋଇ ରହିଥିଲେ ।
ନୂଆ ଦିଲ୍ଲୀରେ ୧୯୪୭ ମସିହାରେ ଅନୁଷ୍ଠିତ ଜାତୀୟ ବିଜ୍ଞାନ କଂଗ୍ରେସର ନୃତତ୍ତ୍ୱ ବିଜ୍ଞାନ ବିଭାଗର ସଭାପତି ପଦରେ ଅଧିଷ୍ଠିତ ହୋଇଥିଲେ ।
ସେ ବିଜ୍ଞାନ ଓ ଅନ୍ୟାନ୍ୟ ବିଷୟରେ ଅନେକ ପ୍ରସଙ୍ଗ ଲେଖିଯାଇଛନ୍ତି ।

କାର୍ଯ୍ୟ

ଇରାୱତୀଙ୍କ ଲିଖିତ ବ‌ହି:

  • ହିନ୍ଦୁ ସମାଜ ‌- ଏକ ଅନୁବାଦ (୧୯୬୧)

ଏହି ବହିରେ ସେ ହିନ୍ଦୀ, ମରାଠୀ, ସଂସ୍କୃତ, ପାଲି, ପ୍ରାକୃତ ଭାଷାରୁ ଓ ନିଜେ ତାଙ୍କର ଗସ୍ତ ସମୟରେ ତଥ୍ୟ ସଂଗ୍ରହ କରି ହିନ୍ଦୁ ସମାଜ ବିଷୟରେ ଲେଖିଥିଲେ । ଜାତି ପ୍ରଥା ବିଷୟରେ ଆର୍ଯ୍ୟ ସଭ୍ୟତା ପୂର୍ବରୁ ଆରମ୍ଭ କରି ତତ୍କାଳ ପର୍ଯ୍ୟନ୍ତ ତଥ୍ୟ ଦେଇ ଆଲୋଚନା କରିଥିଲେ ।

  • ଭାରତରେ ସମ୍ପର୍କ ସଂସ୍ଥା (Kinship Organization in India -1953)

ଏହି ବହିରେ ବିଭିନ୍ନ ସାମାଜିକ ଅନୁସ୍ଠାନ ଓ ବିଧି ବିଧାନ ସମ୍ପର୍କରେ ଆଲୋଚନା କରିଥିଲେ ।

  • ମହାରାଷ୍ଟ୍ର ଭୂମି ଓ ଲୋକ (୧୯୬୮)

ଏଥିରେ ମହାରାଷ୍ଟ୍ରର ସାମାଜିକ ସଂସ୍ଥା ଓ ବିଧି ବିଧାନ ସମ୍ପର୍କରେ ଲେଖିଥିଲେ ।

  • ଯୁଗାନ୍ତ

ଏହି ବହି ପ୍ରଥମେ ସେ ମରାଠୀ ଭାଷାରେ ଲେଖିଥିଲେ ଓ ପରେ ଇଂରାଜୀ ଭାଷାରେ ଅନୁବାଦ କରିଥିଲେ । ଏହି ବହିରେ ସେ ଚରିତ୍ର ଗୁଡ଼ିକୁ ପୁରାଣ ଯୁଗର ନ ଲେଖି ଐତିହାସିକ ପୃଷ୍ଠଭୂମିରେ ଲେଖିଥିଲେ ।

  • ପରିପୂର୍ତ୍ତୀ (ମରାଠୀ)
  • ଭୋବାରା (ମରାଠୀ)
  • ଆମଚି ସଂସ୍କୃତି (ମରାଠୀ)
  • ସଂସ୍କୃତି (ମରାଠୀ)
  • ଗଙ୍ଗାଜଳ (ମରାଠୀ)

ପରିବାର

ମହର୍ଷି ଢୋନ୍ଡୋଙ୍କର ସେ ବୋହୁ ହୋଇଥିଲେ । ତାଙ୍କ ସ୍ୱାମୀ ଦିନାକର ଫର୍ଗୁସନ କଲେଜର ଅଧ୍ୟକ୍ଷ ଓ ଶିକ୍ଷାବିତ୍ ଥିଲେ । ତାଙ୍କର ପୁଅ ଆନନ୍ଦ ପୁଣେରେ ଆରତୀ ନାମରେ ଗୋଟିଏ ଏନ୍.ଜି.ଓ. ସଂସ୍ଥା ଖୋଲିଛନ୍ତି । ତାଙ୍କର ସାନ ଝିଅ ଗୌରୀ ଦେଶପାଣ୍ଡେ ମରାଠୀରେ କ୍ଷୁଦ୍ର ଗଳ୍ପ ଓ କବିତା ଲେଖିକା ହିସାବରେ ସୁବିଦିତା । ତାଙ୍କର ବଡ଼ ଝିଅ ଜୟ ନିମ୍ବକାର ମଧ୍ୟ ନଭେଲ ଓ କ୍ଷୁଦ୍ର ଗଳ୍ପ ଲେଖନ୍ତି । ଜୟଙ୍କର ଝିଅ ନନ୍ଦିନୀ ଆମେରିକାର ଫୋରିଡା ବିଶ୍ୱବିଦ୍ୟାଳୟର ଜଣେ ପୁର୍ବତନ ଛାତ୍ରୀ ।

ଆଧାର

Tags:

ଇରାବତୀ କର୍ବେ ପ୍ରାକ ଜୀବନଇରାବତୀ କର୍ବେ ଶିକ୍ଷା ଓ ବୃତ୍ତିଇରାବତୀ କର୍ବେ କାର୍ଯ୍ୟଇରାବତୀ କର୍ବେ ପରିବାରଇରାବତୀ କର୍ବେ ଆଧାରଇରାବତୀ କର୍ବେଭାରତମହାରାଷ୍ଟ୍ର

🔥 Trending searches on Wiki ଓଡ଼ିଆ:

ଫିଲିପାଇନ୍ସଭୂମିକମ୍ପସୁନାବନ୍ଧୁ ମହାନ୍ତିଦ୍ରାଘିମାରଥଯାତ୍ରାମା ଓ ମମତା (୧୯୯୯ର ଓଡ଼ିଆ କଥାଚିତ୍ର)ଭକ୍ତ ଚରଣ ଦାସସମ୍ବଲପୁରୀ ଭାଷାଆର୍ଟିଫିସିଆଲ ଇଣ୍ଟେଲିଜେନ୍ସଜଳବିରଜା ମନ୍ଦିର୧୫ ଫେବୃଆରୀଭାଷାଆଇଜାକ ନିଉଟନଭୁବନେଶ୍ୱରକଳାପାହାଡ଼ମହା ଶିବରାତ୍ରିପ୍ରତିଭା ଶତପଥୀଯଶୋବନ୍ତ ଦାସମହାଦେଶପ୍ରଥମ ବିଶ୍ୱଯୁଦ୍ଧହାଡ଼ଫୁଟିଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନପ୍ଲୀହାପଣା ସଂକ୍ରାନ୍ତିଦଶାବତାର୧୭୩୬ଓଡ଼ିଆ କଥାଚିତ୍ର ଜଗତଖଣ୍ଡାୟତତାରିଣୀ ମନ୍ଦିର, ଘଟଗାଁରାଧାମୋହନ ଗଡ଼ନାୟକବଳରାମ ଦାସକୁନ୍ତଳା କୁମାରୀ ସାବତଓଡ଼ିଶାର ଲୋକନୃତ୍ୟରାଷ୍ଟ୍ରପତି ଭବନବ୍ରାଉଜରଔଷଧୀୟ ଗଛଲତାମାନଙ୍କର ତାଲିକାରାଜ ଯୋଗଶ୍ରୀକାନ୍ତ ସାହୁସବ୍ୟସାଚୀ ମିଶ୍ରଓଡ଼ିଶା ସରକାରକାଠଚମ୍ପାwiki.phtmlପଖାଳଉଇକିମିଡ଼ିଆ ଫାଉଣ୍ଡେସନ୧୨ ଫେବୃଆରୀଉପେନ୍ଦ୍ର କିଶୋର ଦାସୱିଲିଅମ ସେକ୍ସପିଅରକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବମ୍ୟାଲେରିଆଦ୍ୱିତୀୟ ବିଶ୍ୱଯୁଦ୍ଧତରଭୁଜଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଅଖିଳ ନାୟକମନୋଜ ଦାସପୁରୀ ଜିଲ୍ଲାଭାରତୀୟ ଦଣ୍ଡ ସଂହିତା, ୧୮୬୦ବିଜ୍ଞାନ୬ ଫେବୃଆରୀକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଆମ୍ବସଂଗୀତ୨୬ ଅପ୍ରେଲମାଟିର ମଣିଷସଞ୍ଜୁ ଆଉ ସଞ୍ଜନାବୈଷ୍ଣବ ଚରଣ ସାମଲ🡆 More