ଆନୋରେକସିଆ ନର୍ଭୋସା

ମାନସିକ ଅରୁଚି, (ଇଂରାଜୀ ଭାଷାରେ ଆନୋରେକସିଆ ନର୍ଭୋସା) ବା କେବଳ ଅରୁଚି ଏକ ଖାଇବା ବେମାରୀ ଯେଉଁଥିରେ ରୋଗୀର କମ ଓଜନ, ଓଜନ ବୃଦ୍ଧିର ଡର, ପତଳା ରହିବାର ଉଦ୍ଦାମ ଇଚ୍ଛା ଓ ସୀମିତ ଖାଦ୍ୟ ଥାଏ । ଏହି ଭଳି ରୋଗୀ ଅନେକ ସମୟରେ ନିଜକୁ ଅତ୍ୟଧିକ ଓଜନର ଲୋକ ଭାବନ୍ତି ଯଦିଓ ସେମାନଙ୍କର ଓଜନ କମ ଥାଏ । ଅଳ୍ପ ଓଜନ ଯୋଗୁ କିଛି ଅସୁବିଧା ହେଉଥିବା କଥା ସେମାନେ ମନା କରନ୍ତି । ଅଧିକାଂଶ ସମୟରେ ସେମାନେ ନିଜର ଓଜନ ଦେଖନ୍ତି, ଅଳ୍ପ ପରିମାଣର ଖାଦ୍ୟ ଓ କେତେକ ନିର୍ଦ୍ଦିଷ୍ଟ ଖାଦ୍ୟ ଖାଆନ୍ତି । ନିଜର ଓଜନ କମେଇବା ନିମନ୍ତେ ଅତ୍ୟଧିକ ବ୍ୟାୟାମ କରନ୍ତି, ବାନ୍ତି କରନ୍ତି ଓ ଝାଡ଼ାକରେଇବା ଔଷଧ ଖାଆନ୍ତି । ଏହି ରୋଗ ଜଟିଲ ହୋଇ ଓଷ୍ଟିଓପୋରୋସିସ, ବନ୍ଧ୍ୟାଦୋଷ ଓ ହୃତ୍‌ପିଣ୍ଡ ରୋଗ ହୋଇପାରେ । ମହିଳାମାନଙ୍କର ଋତୁବନ୍ଦ ହୋଇଯାଇପାରେ ।

ମାନସିକ ଅରୁଚି
ଆନୋରେକସିଆ ନର୍ଭୋସା
"ମିସ ଏ"ଙ୍କର ସନ ୧୮୬୬ର ଛବି ଓ ଚିକିତ୍ସା ପରର ସନ ୧୮୭୦ର ଛବି । ସେତେବେଳକାର ମାନସିକ ଅରୁଚିର ନୂଆ କେଶ ଅନୁଶୀଳନରେ ଏହି ମହିଳା ଥିଲେ । ସାର ଉଇଲିଅମ ଗଲଙ୍କ ପ୍ରକାଶିତ ପ୍ରାକ୍ ଡାକ୍ତରୀ ସନ୍ଦର୍ଭରେ ଏହି ଚିତ୍ର ଥିଲା ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିPsychiatry
ଆଇସିଡ଼ି-୧୦F50.0-F50.1
ଆଇସିଡ଼ି-୯-ସିଏମ୍307.1
ଓଏମ୍‌ଆଇଏମ୍606788
ରୋଗ ଡାଟାବେସ749
ମେଡ଼ିସିନ-ପ୍ଲସ000362
ଇ-ମେଡ଼ିସିନemerg/34 med/144
Patient UKଆନୋରେକସିଆ ନର୍ଭୋସା
MeSHD000856

କୌଣସି ଅଜ୍ଞାତ କାରଣରୁ ଏହି ରୋଗ ହୁଏ । ଆଇଡେଣ୍ଟିକାଲ ଯମଜ ପିଲାଙ୍କଠାରେ ଏହି ରୋଗ ଅଧିକ ଦେଖାଯାଉଥିବାରୁ କୌଣସି ଜେନେଟିକ ପ୍ରଭାବ ଥିବା ଅନୁମାନ କରାଯାଏ । ସାଂସ୍କୃତିକ କାରକର ମଧ୍ୟ ଏକ ଭୂମିକା ଥିବା ମନେହେଉଛି, ପତଳା ଶରୀରକୁ ସମାଜରେ ପ୍ରଶଂସା କରୁଥିଲେ ମଧ୍ୟ ଏହା ବେମାରୀ ସୃଷ୍ଟି କରେ । ଅଧିକନ୍ତୁ ଏହା ଉଚ୍ଚ ସ୍ତରୀୟ ଆଥଲେଟିକ କାର୍ଯ୍ୟକ୍ରମରେ ଯେପରିକି ମଡେଲିଙ୍ଗ ଓ ନାଚରେ ଆବଶ୍ୟକ ହେଉଥିବାରୁ ଏହି ରୋଗ ସମ୍ଭାବନା ବଢ଼ିଯାଏ । ମାନସିକ ଚାପ ପରେ ଜୀବନଶୈଳୀ ପରିବର୍ତ୍ତନ ହୋଇ ଅରୁଚି ଆରମ୍ଭ ହୁଏ । ଏହି ରୋଗ ନିର୍ଣ୍ଣୟ କରିବା ନିମନ୍ତେ ରୋଗୀର ଉଲ୍ଲେଖନୀୟ କମ ଓଜନ ଥିବା ଆବଶ୍ୟକ । ଏହାର ଗମ୍ଭୀରତା ମାପ ନିମନ୍ତେ ମାନ‌କ ସ୍ଥିର କରାଯାଇଛି: ସାମାନ୍ୟ ରୋଗରେ ବଡି ମାସ ଇଣ୍ଡେକ୍ସ (ବିଏମଆଇ) ୧୭ରୁ ବେଶି, ମଧ୍ୟମ ରୋଗରେ ୧୬ରୁ ୧୭, ଗମ୍ଭୀର ରୋଗରେ ୧୫ରୁ ୧୬ ଓ ଚରମ ରୋଗରେ ୧୫ରୁ କମ । ପିଲାଙ୍କ କ୍ଷେତ୍ରରେ ବୟସ ଅନୁପାତରେ ପରସେଣ୍ଟାଇଲ ହିସାବ କରାଯାଏ ଓ ୫ ପରସେଣ୍ଟାଇଲରୁ କମ ହିସାବକୁ ନିଆଯାଏ ।

ମାନସିକ ସମସ୍ୟା, ଓଜନ ବୃଦ୍ଧି ଓ ବ୍ୟବ‌ହାର ଉନ୍ନତିକରଣ ସାହାଯ୍ୟରେ ଏହି ରୋଗ ଚିକିତ୍ସା କରାଯାଏ । ଔଷଧଦ୍ୱାରା ଓଜନ ବୃଦ୍ଧି ହୁଏ ନାହିଁ, କିନ୍ତୁ ଉତ୍କଣ୍ଠା ବା ଅବସାଦ ଦୂର କରାଯାଇପାରେ । ଅନେକ ପ୍ରକାରର ଥେରାପି ଦିଆଯାଇପାରେ ବିଶେଷତଃ ପିତାମାତା ଦାୟିତ୍ୱ ନେଇ ଖୁଆଇବାକୁ ଚେଷ୍ଟା କରିବା ନିମନ୍ତେ ଦୁଇ ପ୍ରକାର ଥେରାପି ଅଛି ଯଥା:- ମଡସ୍ଲି ଫ୍ୟାମିଲି ଥେରାପି ଓ କଗନିଟିଭ ବିହେଭିଅରାଲ ଥେରାପି । ଓଜନ ବୃଦ୍ଧି କରିବା ନିମନ୍ତେ ଅନେକ ସମୟରେ ରୋଗୀକୁ ଡାକ୍ତରଖାନାରେ ଆଡମିସନ କରିବା ଆବଶ୍ୟକ ହୁଏ । ନାସାପାକସ୍ଥଳି ନଳି ମାଧ୍ୟମରେ ଦିଆଯାଉଥିବା ଖାଦ୍ୟର ଉପକାରୀତା ବିଷୟରେ ମିଳୁଥିବା ପ୍ରମାଣ ନିଃସନ୍ଦେହ ନୁହେଁ । କେତେକ ଲୋକ ଥରେ ଏହି ରୋଗର ଶିକାର ହୋଇ ଭଲ ହୋଇଯାଆନ୍ତି ଓ କେତେକ ରୋଗୀ ଅନେକ ଥର ଶିକାର ହୁଅନ୍ତି । ଓଜନ ବୃଦ୍ଦି ସଙ୍ଗେ ସଙ୍ଗେ ଏ ରୋଗର ଜଟିଳତା ଉପଶମ ହୁଏ ବା ଆରୋଗ୍ୟ ହୁଏ ।

ସାରା ପୃଥିବୀରେ ଅରୁଛି ରୋଗ ସନ ୨୦୧୩ରେ ପ୍ରାୟ ୨ ନିୟୁତ ଲୋକଙ୍କର ଥିଲା । ପଶ୍ଚିମ ଦେଶମାନଙ୍କରେ ମହିଳାମାନଙ୍କ ମଧ୍ୟରୁ 0.୯%ରୁ ୪.୩% ଓ ପୁରୁଷମାନଙ୍କ ମଧ୍ୟରୁ 0.୨%ରୁ 0.୩% ଲୋକ ଜୀବନରେ କୌଣସି ନା କୌଣସି ସମୟରେ ଏହି ରୋଗର ଶିକାର ହୁଅନ୍ତି । of men in Western countries at some point in their life. ବର୍ଷର ଯେ କୌଣସି ସମୟରେ ପ୍ରାୟ 0.୪% ଯୁବତୀ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ଓ ପୁରୁଷମାନେ ଏହାଠାରୁ ୧୦ ଗୁଣା କମ ଆକ୍ରାନ୍ତ ହୁଅନ୍ତି । ବିକାଶଶୀଳ ଦେଶମାନଙ୍କରେ ଏହି ରୋଗ ହାର ଜଣାଯାଇ ନାହିଁ । କିଶୋରୀ ବୟସରେ (ଇଂରାଜୀରେ ଟିନ୍ ବୟସ) ବା ଅଳ୍ପ ବୟସ୍କ ଯୁବତୀମାନଙ୍କର ଏହି ରୋଗ ହୁଏ । ବିଂଶ ଶତାବ୍ଦୀରେ ଏହି ରୋଗ ହାର ବଢ଼ିଯିବାର କାରଣ ଅସ୍ପଷ୍ଟ, ଏହା ଅଧିକ ରୋଗ ହେବା ହେତୁ ବା ଉନ୍ନତ ରୋଗ ନିର୍ଣ୍ଣୟ ପଦ୍ଧତି ଯୋଗୁ ସମ୍ଭବ ହେଲା ତାହା ଜଣାଯାଇ ନାହିଁ । ସନ ୧୯୯୦ରେ ଏହା ଯୋଗୁ ୪୦୦ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୩ରେ ବଢ଼ିଯାଇ ୬୦୦ ମୃତ୍ୟୁ ହୋଇଥିଲା । ଏହାର କେତେକ ଆନୁସଙ୍ଗିକ କାରଣ ଯୋଗୁ ମଧ୍ୟ ମୃତ୍ୟୁ ହୋଇପାରେ ଯେପରିକି ଆତ୍ମହତ୍ୟା । ଏହି ରୋଗ ଜନିତ ଜଟିଳତା କାରଣରୁ ୧୦ ବର୍ଷ ସମୟରେ ପ୍ରାୟ ୫ % ଲୋକ ମୃତ୍ୟୁ ବରଣ କରନ୍ତି । ସର୍ବ ପ୍ରଥମେ ଏହି ରୋଗ ବିଷୟରେ ବର୍ଣ୍ଣନା କରି ସନ ୧୮୭୩ରେ ଉଇଲିଅମ ଗଲ ଏହାର ଆନୋରେକସିଆ ନର୍ଭୋସା ନାମକରଣ କରିଥିଲେ ।

ଆଧାର

Tags:

ଇଂରାଜୀ ଭାଷାଋତୁବନ୍ଦଓଷ୍ଟିଓପୋରୋସିସଖାଇବା ବେମାରୀବାନ୍ତି

🔥 Trending searches on Wiki ଓଡ଼ିଆ:

ଜର୍ମାନୀଇଣ୍ଡିଆନ ପ୍ରିମିଅର ଲିଗତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରଭୂମିକମ୍ପରୋହିତ ଶର୍ମାକାଟୁଲୁ ରବି କୁମାରଦଣ୍ଡ ନାଟ୨୦୦୬କୁତାମ ଚଣ୍ଡୀ ମନ୍ଦିରଜହ୍ନହରିପ୍ରସାଦ ଚୌରାଶିଆକବାଟପ୍ରାଣବନ୍ଧୁ କରଗୋପାଳ ଚନ୍ଦ୍ର ପ୍ରହରାଜଗୋପବନ୍ଧୁ ଚୌଧୁରୀwiki.phtmlସୂଚନା ପ୍ରଯୁକ୍ତିବିଦ୍ୟାଛବିଳ ମଧୁ ବର୍ଣ୍ଣବୋଧ୧୯ ମାର୍ଚ୍ଚବୌଦ୍ଧ ଧର୍ମପିଙ୍କି ପ୍ରଧାନମାଣବସା ଗୁରୁବାରଜଳଏଞ୍ଜେଲା ମେର୍କେଲ୍ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଆଖିଚିଲିକା (ବହୁବିକଳ୍ପ)ପକୋଡ଼ାଖାରବେଳନନ୍ଦିନୀ ଶତପଥୀସୀତାକାନ୍ତ ମହାପାତ୍ରବର୍ଷାରାକ୍ଷୀ ପୂର୍ଣ୍ଣିମାଚନ୍ଦନ ଯାତ୍ରାମୌଳିକ ସଂଖ୍ୟାତାରିଣୀ ମନ୍ଦିର, ଘଟଗାଁଗୋପାଳ ଛୋଟରାୟସୁନାପରୀକ୍ଷାଶବ୍ଦ (ପଦ)ପୋଟଳ ରସାଡାଲମାଅଭିମନ୍ୟୁ ସାମନ୍ତସିଂହାରଓମ'ଙ୍କ ନିୟମଫାଇଲେରିଆ୧୭ ଫେବୃଆରୀଭାରତୀୟ ମହାକାଶ ଗବେଷଣା ସଂସ୍ଥାହେପାଟାଇଟିସ ବିଢେଙ୍କାନାଳଜ୍ଞାନପୀଠ ପୁରସ୍କାରବ୍ରଜନାଥ ରଥସୌରୀନ୍ଦ୍ର ବାରିକଦେବଗଡ଼ ଜିଲ୍ଲାଓଡ଼ିଆ କାବ୍ୟ କବିତାପୂର୍ଣ୍ଣଚ୍ଛେଦଭଦ୍ରକ୧୯୮୪ଟ୍ରାଲୋକିନୁମାବକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ନିର୍ମଳା (ଉପନ୍ୟାସ)ସ୍ତୁତି ଚିନ୍ତାମଣିଉଇକିଅଭିଧାନଖିଲିପାନଯୌନ ଉତ୍ପୀଡ଼ନପାଇକ ବିଦ୍ରୋହଆମ୍ବମଟର ସାଇକେଲ🡆 More