ଆକିଲେସ ଟେଣ୍ଡିନାଇଟିସ: ଆକିଲେସ ଟେଣ୍ଡନର ପ୍ରଦାହ

ଆକିଲେସ ଟେଣ୍ଡିନାଇଟିସ (ଇଂରାଜୀ ଭାଷାରେ Achilles tendinitis, ଅନ୍ୟ ନାମ ଆକିଲେସ ଟେଣ୍ଡିନୋପାଥି/ Achilles tendinopathy) ଏକ ରୋଗ ଯେଉଁଥରେ ବଳାଗଣ୍ଠି (ankle) ପଛ ପାଖରେ ଥିବା ଆକିଲେସ ଟେଣ୍ଡନର (Achilles tendon) ପ୍ରଦାହକୁ ବୁଝାଏ । ଏହି ରୋଗର ଲକ୍ଷଣରେ ଟେଣ୍ଡନ ଚାରିପାଖ ଫୁଲିଯାଏ ଓ ଯନ୍ତ୍ରଣା ହୁଏ । ବ୍ୟାୟାମ ଆରମ୍ଭ କଲାବେଲଳେ ଯନ୍ତ୍ରଣା ଅଧିକ ଥାଏ ଓ ତା'ପରେ କମିଯାଏ । ବଳାଗଣ୍ଠି ଶକ୍ତ ବା ସ୍ଟିଫ ହୋଇଯାଇପାରେ । ଧୀରେ ଧୀରେ ଏ ରୋଗ ଆରମ୍ଭ ହୁଏ ।

ଆକିଲେସ ଟେଣ୍ଡିନାଇଟିସ (Achilles tendinitis)
Achilles tendinopathy, Achilles tendonitis, Achilles tenosynovitis
ଆକିଲେସ ଟେଣ୍ଡିନାଇଟିସ: ଆକିଲେସ ଟେଣ୍ଡନର ପ୍ରଦାହ
ଆକିଲେସ ଟେଣ୍ଡିନାଇଟିସ ରୋଗରେ ପ୍ରଭାବିତ ସ୍ଥାନର ଚିତ୍ର ଲାଲ ରଙ୍ଗରେ ଦର୍ଶାଯାଇଛି
ଲକ୍ଷଣଯନ୍ତ୍ରଣା, ଟେଣ୍ଡନ ଚାରିପାଖରେ ଫୁଲା
ଆକ୍ରାନ୍ତ ସମୟଧୀରେ
ଅବଧିମାସାଧିକ
କାରଣମାତ୍ରାଧିକ ବ୍ୟବ‌ହାର
ବିପଦ କାରକଆଘାତ, ବ୍ୟାୟାମ ଅଭାବ, ହାଇହିଲ ଜୋତା (high-heel shoes), ରିଉମାଟଏଡ ଆର୍ଥ୍ରାଇଟିସ, ଫ୍ଲୋରୋକୁଇନୋଲିନ (fluoroquinolone)ଓ ସ୍ଟିରଏଡ (steroid) ଶ୍ରେଣୀର ଔଷଧ ।
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଓ ଶାରୀରିକ ପରୀକ୍ଷା (examination)
ସଠିକ ରୋଗ ନିର୍ଣ୍ଣୟ(Achilles tendon rupture)
ଚିକିତ୍ସାବିଶ୍ରାମ, ବରଫ ଓ ଏନଏସଏଆଇଡି (non-steroidal antiinflammatory agents), ଫିଜିକାଲ ଥେରାପି (physical therapy)
ପୁନଃପୌନିକସାଧାରଣ

ଅତ୍ୟଧିକ ଦୌଡ଼ିଲେ (running) ଏହି ରୋଗ ହୁଏ । ଏହି ରୋଗ ସଙ୍କଟ ଆଣିବାରେ ଆଘାତ, ବ୍ୟାୟାମ ଅଭାବ, ହାଇହିଲ ଜୋତା (high-heel shoes), ରିଉମାଟଏଡ ଆର୍ଥ୍ରାଇଟିସ, ଫ୍ଲୋରୋକୁଇନୋଲିନ (fluoroquinolone)ଓ ସ୍ଟିରଏଡ (steroid) ଶ୍ରେଣୀର ଔଷଧ ଆଦି ସ‌ହାୟକ ହୁଅନ୍ତି । ଲକ୍ଷଣ ଓ ଶାରୀରିକ ପରୀକ୍ଷା (examination) କରି ରୋଗ ନିର୍ଣ୍ଣୟ ସମ୍ଭବ ହୁଏ ।

ବ୍ୟାୟାମ ଓ ପେଶୀପ୍ରସାର କଲେ ଏହାର ପ୍ରତିଷେଧ ହେବା କଥା କୁହାଗଲେ ମଧ୍ୟ ପ୍ରକୃତରେ ସେମିତି କିଛି ପ୍ରମାଣ ମିଳୁନାହିଁ । ବିଶ୍ରାମ, ବରଫ ଓ ଏନଏସଏଆଇଡି (non-steroidal antiinflammatory agents), ଫିଜିକାଲ ଥେରାପି (physical therapy) ସାହାଯ୍ୟରେ ଏହାର ଚିକିତ୍ସା କରାଯାଏ । ହିଲ ଲିଫ୍ଟ (heel lift) ବା ଅର୍ଥୋଟିକ (en:orthotics) ବ୍ୟବ‌ହାର କଲେ ଉପକାର ମିଳେ । ଚିକିତ୍ସାରେ ୬ ମାସ ରହିବା ସତ୍ତ୍ୱେ ଉପଶମ ନହେଲେ ଅପରେଶନ କରାଯାଇପାରେ ।

ଆଧାର

ବାହ୍ୟ ଲିଙ୍କ

ଶ୍ରେଣୀବିଭାଗ
ବାହାର ଉତ୍ସ

Tags:

en:Achilles tendonen:ankleଇଂରାଜୀ ଭାଷା

🔥 Trending searches on Wiki ଓଡ଼ିଆ:

ବିରଳା ମନ୍ଦିର, ହାଇଦ୍ରାବାଦ୧୯୬୧ଶିବଶ୍ରୀ ଅରବିନ୍ଦବର୍ଷାରାଜ୍ୟ ସଭାଶ୍ରଦ୍ଧାକର ସୂପକାରଓଡ଼ିଆ ସାହିତ୍ୟସମୟ (କାଳ)ଭଦଭଦଳିଆୟୁ ଟ୍ୟୁବଜଗନ୍ନାଥ ମନ୍ଦିରମାଁ ପୀତାମ୍ବର ମନ୍ଦିରବ୍ୟାସଦେବପ୍ରେମଧର୍ମଓଡ଼ିଶାର ସଂସ୍କୃତିଚିନ୍ତାମଣି ବେହେରାବିଶ୍ୱତାପନଅଷ୍ଟ୍ରେଲିଆବିଜୟ ମିଶ୍ରଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଫାଇଲେରିଆବୈଷ୍ଣବ ପାଣିଅଭିମନ୍ୟୁ ସାମନ୍ତସିଂହାରଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଗାଲୁଆଫରିନା ଆଜାଦପରିବେଶଜ୍ଞାନପୀଠ ପୁରସ୍କାରମୟୂରଡାକ ମୁନସୀ୨୪ ଅପ୍ରେଲହନୁମାନ ଚାଳିଶାନିର୍ମଳା (ଉପନ୍ୟାସ)ଜଳନାରାୟଣ ସାହୁମହାପ୍ରସାଦସଂକ୍ରାନ୍ତିକବିସୂର୍ଯ୍ୟ ବଳଦେବ ରଥଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଏଣ୍ଡୋମେଟ୍ରିଓସିସଅଖିଳ ମୋହନ ପଟ୍ଟନାୟକଦାସିଆ ବାଉରୀଖାଦ୍ୟଆଇଡେଲାଲିସିବପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଓଡ଼ିଶାର କଳାଭକ୍ତ ଚରଣ ଦାସଗଙ୍ଗାଧର ରଥଗୋଦାବରୀଶ ମହାପାତ୍ରଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରନବଗୁଞ୍ଜରମାର୍ଚ୍ଚସୋନପୁର ରାଜ୍ୟଶ୍ରୀନିବାସ ରାମାନୁଜନଉତ୍କଳ ସଙ୍ଗୀତ ମହାବିଦ୍ୟାଳୟଭାରତର ଜାତୀୟ ପତାକାଓଡ଼ିଶାର ଭୂଗୋଳସାମାଜିକ ଆନ୍ଦୋଳନବେଣୁଧର ରାଉତକୋଳିଢଗ ଢମାଳିଇଂଲଣ୍ଡଭାରତୀୟ ସଂଖ୍ୟା ପ୍ରଣାଳିଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)🡆 More