ଆଇଜାକ ସାନ୍ତ୍ରା

ଆଇଜାକ ସାନ୍ତ୍ରା (୩ ନଭେମ୍ବର ୧୮୯୨ – ୨୯ ଅଗଷ୍ଟ ୧୯୬୮) ଜଣେ ଗାନ୍ଧୀବାଦୀ ଚିକିତ୍ସକ ଓ ସମାଜସେବୀ ଥିଲେ । ଭାରତରୁ କୁଷ୍ଠ ରୋଗର ମୂଳତ୍ପାଟନ ଦିଗରେ ସେ କାର୍ଯ୍ୟ କରିଥିଲେ । ୧୯୫୬ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

ଆଇଜାକ ସାନ୍ତ୍ରା
ଜନ୍ମ(1892-11-03)୩ ନଭେମ୍ବର ୧୮୯୨
ମୃତ୍ୟୁ୨୯ ଅଗଷ୍ଟ ୧୯୬୮(1968-08-29) (ବୟସ ୭୫)
ସମ୍ବଲପୁର
21°28′N 83°58′E / 21.47°N 83.97°E / 21.47; 83.97
ବୃତ୍ତିPhysician
ପ୍ରସିଦ୍ଧିକୁଷ୍ଠ ନିରାକରଣ ଦିଗରେ କାର୍ଯ୍ୟ
ବୈବାହିକ-ସାଥୀରାଜକୁମାରୀ ଦାସ
ସନ୍ତାନଦିଲ୍ଲୀପ କୁମାର ଦାସ
ପୁରସ୍କାରପଦ୍ମଶ୍ରୀ
ରାଏ ସାହେବ

ଜୀବନୀ

ଆଇଜାକ ସାନ୍ତ୍ରା ୧୯୮୨ ମସିହା ନଭେମ୍ବର ୩ତାରିଖରେ  ସମ୍ବଲପୁରର ଏକ ଗରିବ ପାଦ୍ରୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ।  ପିତାଙ୍କ ଇଚ୍ଛା ଥିଲା ଆଇଜାକ ପାଦ୍ରୀ ହୁଅନ୍ତୁ, ଆଇଜାକ କିନ୍ତୁ ସମ୍ବଲପୁରରେ ନିଜ ପ୍ରାଥମିକ ଶିକ୍ଷା ସମାପ୍ତ କରି, ୧୯୧୯ମସିହାରେ ଡାକ୍ତରୀ ପଢ଼ିବା ପାଇଁ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରେ ଯୋଗ ଦେଇଥିଲେ । ଡାକ୍ତରୀ ପଢ଼ିବା ବେଳର ଅଭିଜ୍ଞତା ତଥା କୁଷ୍ଠ ରୋଗକୁ ନେଇ ସମାଜରେ ପ୍ରଚଳିତ କଳଙ୍କ, ତାଙ୍କୁ କୃଷ୍ଠ ନିରାକରଣ ଦିଗରେ କାର୍ଯ୍ୟକରିବାକୁ ପ୍ରେରିତ କରିଥିଲା ।ଆଇଜାକ ଶିକ୍ଷା ସମାପ୍ତ କରି ସରକାରୀ ଚାକିରିରେ ଯୋଗଦେଇଥିଲେ । ୧୯୨୭-୩୧ ମଧ୍ୟରେ "ଲେପ୍ରସି ସର୍ଭେ ଅଫ ଇଣ୍ଡିଆ"ର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ । ୧୯୩୨ ମସିହାରେ ସେ "ଲେପ୍ରସି ପ୍ରିଭେନସନ ସୋସାଇଟି ଅଫ ଗ୍ରେଟ ବ୍ରିଟେନ"ର ସଭ୍ୟ ଭାବରେ ମନୋନୀତ ହୋଇ, ୧୯୪୭ ମସିହାରେ ସେବାନିବୃତ ହେବା ପର୍ଯ୍ୟନ୍ତ ସେଠାରେ କାମ କରିଥିଲେ ।  "ଇଣ୍ଟରନେସନାଲ ଲେପ୍ରସି ଆସୋସିଏସନ"ର ବିଶେଷଜ୍ଞ ଭାବରେ ସେ ଜାପାନ ଓ ନାଇଜେରିଆ ଆଦି ରାଷ୍ଟ୍ରରେ ମଧ୍ୟ କାମ କରିଥିଲେ । "ନୋଟସ ଅନ ଲେପ୍ରସିଇନ୍ ଜାପାନ" ନାମକ ଏକ ପୁସ୍ତକ ରଚନା କରିଥିଲେ । 

ସେବା ନିବୃତ ହେବା ପରେ, ଆଇଜାକ ୧୯୫୧ମସିହାରେ ଓଡ଼ିଶାପଶ୍ଚିମ ବଙ୍ଗ ସୀମାରେ ଥିବା ଛୋଟ ଗ୍ରାମ ହାତିବାଡ଼ିଠାରେ, "ହାତିବାଡ଼ି କୁଷ୍ଠାଶ୍ରମ" ପ୍ରତିଷ୍ଠା କରିଥିଲେ । ଡାପ୍‌ସୋନ ଔଷଧର ପ୍ରଚଳନ ଆରମ୍ଭ ହେବା ପୂର୍ବରୁ ହାତିବାଡ଼ି କୁଷ୍ଠାଶ୍ରମଠାରେ, ଆଇଜାକ "ସୁଶ୍ରୁତ ସଂହିତା" ଅନୁଯାୟୀ "ଚାଲମଗଜ"ରୁ ପ୍ରସ୍ତୁତ ଏକ ଔଷଧ ଦ୍ୱାରା କୁଷ୍ଠ ରୋଗର ଚିକିତ୍ସା କରିବା ଆରମ୍ଭ କରିଥିଲେ ।  ଆଇଜାକ ନିଜ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ହାତିବାଡି କୁଷ୍ଠାଶ୍ରମରେ କାର୍ଯ୍ୟ କରିଥିଲେ ।  ପରେ ଏହି ଅନୁଷ୍ଠାନଟି "ହିନ୍ଦ୍ କୁଷ୍ଠ ନିବାରିଣୀ ସଂଘଦ୍ୱାରା ପରିଚାଳିତ ହୋଇଥିଲା ଓ କ୍ରମେ ଓଡ଼ିଶା ସରକାରଙ୍କ ଅଧିନକୁ ଆସିଥିଲା ।

ଆଇଜାକ, ରାଜକୁମାରୀ ଦାସଙ୍କୁ ବିବାହ କରିଥିଲେ ।ଦିଲ୍ଲୀପ କୁମାର ଦାସ ତାଙ୍କର ପୁତ୍ର । ୧୯୬୮ ମସିହା ଅଗଷ୍ଟ ୨୯ ତାରିଖରେ ସମ୍ବଲପୁରଠାରେ ଆଇଜାକଙ୍କର ତିରୋଧାନ ଘଟିଥିଲା । 

ପୁରସ୍କାର ଓ ସମ୍ମାନ

  •  ରାୟ ସାହେବ ଉପାଧୀ (ଇଂରେଜ ସରକାରଙ୍କ ଦ୍ୱାରା ପ୍ରଦତ୍ତ) - ୧୯୩୮
  • ପଦ୍ମଶ୍ରୀ - ୧୯୫୬
  • ସମ୍ବଲପୁରରେ ତାଙ୍କ ପୈତୃକ ଗ୍ରାମରେ ଏକ ଅନୁଷ୍ଠାନ ତାଙ୍କ ନାମରେ ନାମିତ
  • ସ୍ମାଇଲ ଫାଉଣ୍ଡେସନଦ୍ୱାରା ତାଙ୍କ ନାମରେ ଏକ ବାଳ ନିକେତନ ନାମିତ 

ଆଧାର

Tags:

କୁଷ୍ଠ

🔥 Trending searches on Wiki ଓଡ଼ିଆ:

ଜର୍ମାନୀପ୍ରାଣକୃଷ୍ଣ ପରିଜାଫେବୃଆରୀ ୨୮ଇଣ୍ଡୋନେସିଆନାରୀବାଦଲକ୍ଷ୍ମୀଉଦ୍ଭିଦବ୍ରାହ୍ମ ସମାଜଅର୍ଚ୍ଚିତା ସାହୁବାରବାଟି ଦୁର୍ଗଅଭିମନ୍ୟୁ ସାମନ୍ତସିଂହାର୧୬୬୫କୋଣାର୍କ ସୂର୍ଯ୍ୟ ମନ୍ଦିରଚରକପୂର୍ଣ୍ଣଚ୍ଛେଦଉଦୟନାଥ ଷଡ଼ଙ୍ଗୀଜାପାନ ସାଗରଭାରତ ସରକାରମଙ୍ଗଳୁ ଚରଣ ବିଶ୍ୱାଳଭାରତର ସଂସଦ୭୦୧ବିରଜା ମନ୍ଦିରମୌଳିକ ସଂଖ୍ୟାଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବୁଧଟ୍ରାପିଜିଅମଉତ୍କଳ ସଙ୍ଗୀତ ମହାବିଦ୍ୟାଳୟଚାନ୍ଦ୍ରମାସମହାଦେଶଇଂଲଣ୍ଡକୋଷ୍ଠକାଠିନ୍ୟପାରାଦୀପ ବନ୍ଦରମୟୂରଭଞ୍ଜ ଜିଲ୍ଲାଜନ୍ମ ନିରୋଧତପସ୍ୱିନୀମହାବିଦ୍ୟାଖାଦ୍ୟପ୍ରହ୍ଲାଦ ନାଟକସମୀର ରଞ୍ଜନ ଦାଶଗୁରୁ ପ୍ରସାଦ ମହାନ୍ତିନବଗୁଞ୍ଜର୦ (ସଂଖ୍ୟା)ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଜୟୀରାମ ସାମଲଓଡ଼ିଶା ସରକାରରାସେଶ୍ୱରୀ ପାଣିଗ୍ରାହୀଗ୍ରହବଣ୍ଡ (ଅର୍ଥ)ଜିନା ସାମଲକାଳିଚରଣ ପଟ୍ଟନାୟକପଙ୍କଜ ଉଧାସପ୍ରତିଭା ରାୟ୧୯୦୫ବଳସେଇ ଝିଅଟିନୋବେଲ ପୁରସ୍କାରଗୋଦାବରୀଶ ମିଶ୍ରମଙ୍ଗଳା ମନ୍ଦିରକମ୍ପ୍ୟୁଟରଭୁବନେଶ୍ୱର ବେହେରାଛାନ୍ଦବିସ୍ଥାପିତ କାନ୍ଧ ଗଣ୍ଠିପଥ ଓ ପୃଥିବୀବ୍ରୁସେଲୋସିସବିନ୍ଦୁବୈଜୟନ୍ତ ପଣ୍ଡାଲାଟିନ ଭାଷାଜୁନମାଣବସା ଗୁରୁବାର🡆 More