ଅର୍ଜୁନ ସାମଲ: ଓଡ଼ିଆ କଣ୍ଠଶିଳ୍ପୀ

ଅର୍ଜୁନ ସାମଲ (୦୩ ଜୁନ ୧୯୪୧ - ୨୬ ଜାନୁଆରୀ ୨୦୧୯) ଜଣେ ଓଡ଼ିଆ ଗାୟକ ଥିଲେ । ସେ ୧୦୦୦ରୁ ଅଧିକ ଓଡ଼ିଆ ଭଜନ , ଜଣାଣ , ଛାନ୍ଦ , ଚମ୍ପୂ , ଶାସ୍ତ୍ରୀୟ ଓ ପଲ୍ଲୀ ଗୀତ ଗାଇଥିଲେ । ସୁନା ସଂସାର ଆଦି ଓଡ଼ିଆ ଚଳଚ୍ଚିତ୍ରରେ ପ୍ରଚ୍ଚଦପଟ୍ଟ ଗାୟକ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ସଙ୍ଗୀତ ନାଟକ ଏକା‌ଡେମୀର ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ବୃତ୍ତିରେ ସେ ଜଣେ ପ୍ରଶାସନିକ ଅଧିକାରୀ ଥିଲେ ।

ଅର୍ଜୁନ ସାମଲ
ଜନ୍ମ
ଅର୍ଜୁନ ସାମଲ

(1941-06-03)୩ ଜୁନ ୧୯୪୧
ବ୍ରାହ୍ମଣୀ, ଚିକଣା ପଞ୍ଚାୟତ, ଯାଜପୁର
ମୃତ୍ୟୁ୨୬ ଜାନୁଆରୀ ୨୦୧୯(2019-01-26) (ବୟସ ୭୭)
ମୃତ୍ୟୁର କାରଣହୃଦ୍‌ରୋଗ
ଜାତୀୟତାଅର୍ଜୁନ ସାମଲ: ଓଡ଼ିଆ କଣ୍ଠଶିଳ୍ପୀ ଭାରତୀୟ
ପ୍ରସିଦ୍ଧିଓଡ଼ିଆ ଗାୟକ
ବୈବାହିକ-ସାଥୀପ୍ରଭାବତୀ
ସନ୍ତାନଦେବାଶିଷ, ଶୁଭାଶିଷ, ସ୍ନେହାଶିଷ, ନିବେଦିତା, ଲୋପାମୁଦ୍ରା
ପିତାମାତାଭାଗବତ ସାମଲ
ଗେହ୍ଲମଣି ସାମଲ
ପୁରସ୍କାରଓଡ଼ିଶା ସଙ୍ଗୀତ ନାଟକ ଏକା‌ଡେମୀ ପୁରସ୍କାର

ଅର୍ଜୁନ, ୧୯୪୧ ମସିହାରେ ଯାଜପୁର ଜିଲ୍ଲାର ଚିକଣା ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀଗ୍ରାମଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ସ୍ୱାଧୀନତା ସଂଗ୍ରାମୀ ଭାଗବତ ସାମଲ ଓ ମାତା ଗେହ୍ଲମଣି ସାମଲ । ୧୯୫୮ରେ ଭଦ୍ରକରେ ଅନୁଷ୍ଠିତ ନିଖିଳ ଓଡ଼ିଶା ସଙ୍ଗୀତ ସମାରୋହରେ ସେ ହିନ୍ଦୁସ୍ଥାନୀ ଓ ସୁଗମ ସଙ୍ଗୀତରେ ପ୍ରଥମ ହୋଇ ଲୋକଲୋଚନକୁ ଆସିଥିଲେ । "କିସ ମୁଁ ଲେଖିବି ଗୋଲାପ କଢ଼ି" ଥିଲା ତାଙ୍କର ପ୍ରଥମ ରେଡ଼ିଓ ଗୀତ । ପରେ ଆକାଶବାଣୀରୁ ଅନ୍ୟ କାର୍ଯ୍ୟକ୍ରମ ଯଥା ସଜଫୁଲ , ପଲ୍ଲୀଗୀତ, ରାଗମଂଜରୀ , ଅତସି କୁସୁମରେ ଗୀତ ଗାଇ ଲୋକାଦୃତ ହୋଇଥିଲେ । ସ୍ନାତକତ୍ତୋର ପାଠ ଉପରାନ୍ତେ, ସେ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ଅଧିକାରୀଭାବରେ କାର୍ଯ୍ୟ କରୁଥିଲେ ।

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସଂଗୀତ ନାଟକ ଏକା‌ଡେମି ପୁରସ୍କାର
  • ଉତ୍କଳ ସାହିତ୍ୟ ସମାଜ ପୁରସ୍କାର
  • ଓଡ଼ିଆ ଗୀତିକବି ସମାଜ ସମ୍ମାନ
  • ବଳଭଦ୍ର ସମ୍ମାନ
  • କୈବଲ୍ୟକଣ୍ଠ ଉପାଧୀ (ପୁରୀର ଶ୍ରୀକ୍ଷେତ୍ର କଳା ପ୍ରକାଶନୀ ସଂସ୍ଥା ପକ୍ଷରୁ ପ୍ରଦତ୍ତ)

ଆଧାର

ବାହାର ଆଧାର

Tags:

ଚମ୍ପୂଛାନ୍ଦଭଜନସୁନା ସଂସାର

🔥 Trending searches on Wiki ଓଡ଼ିଆ:

ନଅଙ୍କ ଦୁର୍ଭିକ୍ଷଚୈତନ୍ୟରାଜା ରାମମୋହନ ରାୟପ୍ଲାଟେଲେଟ ଟ୍ରାନ୍ସଫ୍ୟୁଜନବ୍ରାହ୍ମଣୀ ନଦୀଜଳତନ୍ଦ୍ରାଲୋକର ପ୍ରହରୀଅଜନ୍ତା ଗୁମ୍ଫା୨୦ ଅଗଷ୍ଟଓଡ଼ିଆ ଉଇକିପିଡ଼ିଆଚୈତ୍ର ମଙ୍ଗଳବାର ଓଷାପ୍ରାଚୀନ ମିଶରଜଗନ୍ନାଥଙ୍କ ବେଶଓଡ଼ିଶାର ଇତିହାସସୁଭାଷ ଚନ୍ଦ୍ର ବୋଷବିଜ୍ଞାନଶିବଇଂରାଜୀ ଭାଷାବିଭୂତି ଭୂଷଣ ବଳବନ୍ତରାୟବୈଶାଖରମଣ ପ୍ରଭାବସିଲଡେନାଫିଲଓଡ଼ିଆ ଭାଷାପ୍ରାଣବନ୍ଧୁ କର୧୫୫୨ଲଳିତା (୧୯୪୯ର ସିନେମା)ଭାରତ-ଚୀନ ସୀମା ବିବାଦ୨୦ ମାର୍ଚ୍ଚଭୁବନେଶ୍ୱର ବେହେରା୧୫୭୯ବ୍ୟୋମକେଶ ରାୟଚୈତ୍ର୧୦ ମାର୍ଚ୍ଚଆଲୋକଖାରବେଳସରସ୍ୱତୀଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିପଠାଣି ସାମନ୍ତଯୀଶୁନୀଳମାଧବ ମନ୍ଦିରଜୟୀରାମ ସାମଲମନୋଜ ଦାସରେବତୀ (କ୍ଷୁଦ୍ରଗଳ୍ପ)ଚେତନ ଭଗତଆନୋରେକସିଆ ନର୍ଭୋସା୧୯ ମାର୍ଚ୍ଚଇଷ୍ଟ ଇଣ୍ଡିଆ କମ୍ପାନୀନ୍ୟାସନାଲ ଆଲୁମିନିୟମ କମ୍ପାନିପେଚାଉଇକିକମନ୍ସସମ୍ବିତ ରାଉତରାୟନୃସିଂହନାଥ ମନ୍ଦିରକାହ୍ନୁଚରଣ ମହାନ୍ତିଭାରତର ରାଷ୍ଟ୍ରପତିଗୁରୁ ପ୍ରସାଦ ମହାନ୍ତିଭଗବତ ଗୀତା୧୪୯୬ମର୍ଦ୍ଦଳଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତାଅକ୍ଷାଂଶଅଟିଜିମ୍‌ଲୋରାଟାଡାଇନରବୀନ୍ଦ୍ରନାଥ ଠାକୁର୨୨ ମାର୍ଚ୍ଚଆଲୋକ-ବୈଦୁତିକ ପ୍ରଭାବଋଷିଆଭାରତ ଛାଡ଼ ଆନ୍ଦୋଳନଖାଦ୍ୟତ୍ରିଭୁଜକବିସୂର୍ଯ୍ୟ ବଳଦେବ ରଥ🡆 More