ଅଟିଜିମ୍ ସ୍ପେକ୍ଟ୍ରମ

ଅଟିଜିମ୍ ସ୍ପେକ୍ଟ୍ରମ ଏକ ମାନସିକ ବିକୃତି ଯାହା ବାଲ୍ୟକାଳରେ ଆରମ୍ଭ ହୁଏ ଯେଉଁଥିରେ ପୂର୍ବରୁ ଅଟିଜିମ୍ ଏବଂ ଆସ୍ପର୍ଗର ସିଣ୍ଡ୍ରୋମ ରୋଗ ନିର୍ଣ୍ଣୟ ହୋଇସାରିଥାଏ । ଏହାର ଲକ୍ଷଣରେ ଯୋଗାଯୋଗ ସମସ୍ୟା, ସାମାଜିକ କଥାବାର୍ତ୍ତା, ସୀମିତ ଆଗ୍ରହ ଏବଂ ପୁନରାବୃତ୍ତି ଆଚରଣ ସହିତ ଦୀର୍ଘକାଳୀନ ଅସୁବିଧା ଦେଖାଯାଏ । ଦୁଇ ବର୍ଷ ବୟସ ପୂର୍ବରୁ ଏହି ରୋଗ ଚିହ୍ନଟ ହୋଇପାରେ । ଦୈନନ୍ଦିନ କାର୍ଯ୍ୟ କରିବା, ସମ୍ପର୍କ ସୃଷ୍ଟି ଏବଂ ରଖିବା, ଚାକିରି ବଜାୟ ରଖିବା ଏବଂ ଆତ୍ମହତ୍ୟା ଆଦି ଜଟିଳତା ହୋଇପାରେ ।

Autism spectrum
Autism spectrum disorder, autistic spectrum disorder, autistic spectral disorder, autism spectrum condition, autistic spectrum condition
Boy stacking cans
Repetitively stacking or lining up objects is associated with autism spectrum
ବିଭାଗPsychiatry, clinical psychology
ଲକ୍ଷଣProblems with communication, social interaction, restricted interests, repetitive behavior
ଆକ୍ରାନ୍ତ ସମୟBy age 2 years
ଅବଧିLong-term
କାରଣUncertain
ବିପଦ କାରକAdvanced parental age, exposure to valproate during pregnancy, low birth weight
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms
ସଠିକ ରୋଗ ନିର୍ଣ୍ଣୟIntellectual disability, Rett syndrome, ADHD, selective mutism, childhood-onset schizophrenia
ଚିକିତ୍ସାBehavioral therapy, medication
ପୁନଃପୌନିକ1% of people (62.2 million 2015)

ଏହାର କାରଣ ଅନିଶ୍ଚିତ ଥିବାବେଳେ ଜେନେଟିକ ଏବଂ ପରିବେଶ ମିଶ୍ରଣକୁ ଜଡିତ କରାଯାଏ । ବୟସ୍କ ପିତାମାତା, ଅଟିଜିମର ପାରିବାରିକ ଇତିହାସ ଏବଂ କେତେକ ଜେନେଟିକ୍ ଅବସ୍ଥା ଏହି ରୋଗର କାରକ ହୋଇପାରେ । ଏହା ଅନୁମାନ କରାଯାଏ ୬୫%ରୁ ୯୦% କ୍ଷେତ୍ରରେ ଯେ ଜେନେଟିକ୍ କାରଣ ବିଦ୍ୟମାନ ଥାଏ । ଲକ୍ଷଣ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଏ | ୨୦୧୩ ମସିହାରେ, DSM-5 ଅଟିଷ୍ଟିକ୍ ଡିସଅର୍ଡର ପୂର୍ବ ଦଳରେ ଥିବା ଆସପର୍ଗର ସିଣ୍ଡ୍ରୋମ, ପର୍ଭେସିଭ ଡେଭଲପମେଣ୍ଟାଲ ଡିଜଅର୍ଡ଼ର ନଟ ଅଦର‌ୱାଇଜ ସ୍ପେସିଫାଏଡ (PDD-NOS) ଏବଂ ବାଲ୍ୟ ବିଚ୍ଛିନ୍ନତା ରୋଗ ଇତ୍ୟାଦିକୁ ଡିଏସଏମ-୫ ବଦଳେଇ ଏକକ ଶବ୍ଦ "ଅଟିଜିମ୍ ସ୍ପେକ୍ଟ୍ରମ୍ ଡିସଅର୍ଡର୍" କରାଗଲା ।

ଏହା ଆରୋଗ୍ୟସାଧ୍ୟ ନ ହେଲେ ମଧ୍ୟ ଚିକିତ୍ସାରେ ଉପଶମ ହୋଇ ଫଳାଫଳକୁ ଉନ୍ନତ କରିପାରିବ । ପ୍ରୟାସ ସାଧାରଣତଃ ବ୍ୟକ୍ତିଗତ ହୋଇଥାଏ ଯାହା ମଧ୍ୟରେ ଆଚରଣ ଥେରାପି ଏବଂ ମୁକାବିଲା ଦକ୍ଷତା ଦିଆଯାଏ । ଏହି ପ୍ରୟାସଗୁଡ଼ିକ ପ୍ରାୟତଃ ପିତାମାତା ଏବଂ ପରିବାରର ଅନ୍ୟ ସଦସ୍ୟମାନଙ୍କଦ୍ୱାରା ହୋଇଥାଏ । କିଛି ସଂପୃକ୍ତ ଲକ୍ଷଣଗୁଡ଼ିକର ଉନ୍ନତି ପାଇଁ ଔଷଧ ବ୍ୟବହାର କରାଯାଇପାରେ । ଔଷଧର ବ୍ୟବହାରକୁ ସମର୍ଥନ କରିବାର ପ୍ରମାଣ ଏତେ ଶକ୍ତିଶାଳୀ ନୁହେଁ ।

୨୦୧୫ ମସିହା ସୁଦ୍ଧା ଅଟିଜିମ୍ ସ୍ପେକ୍ଟ୍ରମ୍ ପ୍ରାୟ ୧% ଲୋକଙ୍କୁ (ଆନ୍ତର୍ଜାତୀୟ ସ୍ତରରେ ୬୨.୨ ନିୟୁତ) ପ୍ରଭାବିତ କରିଛି ବୋଲି ଆକଳନ କରାଯାଇଛି । ଯୁକ୍ତରାଷ୍ଟ୍ରରେ ଏହା ୨୦୧୬ ମସିହା ସୁଦ୍ଧା ପ୍ରାୟ ୨.୫% ପିଲାଙ୍କୁ (ପ୍ରାୟ ୧.୫ ନିୟୁତ) ପ୍ରଭାବିତ କରିବ ବୋଲି ଆକଳନ କରାଯାଇଛି । ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କର ଚାରି ଗୁଣ ଅଧିକ ନିର୍ଣ୍ଣୟ ହୁଏ । "ସ୍ପେକ୍ଟ୍ରମ୍" ଶବ୍ଦ ଲକ୍ଷଣର ପ୍ରକାର ଏବଂ ଗମ୍ଭୀରତାର ପରିବର୍ତ୍ତନକୁ ବୁଝାଏ । ଫଳାଫଳଗୁଡ଼ିକ ପରିବର୍ତ୍ତନଶୀଳ, କେତେକ ରୋଗୀ ସାମାନ୍ୟ ଲକ୍ଷଣ ସହିତ ସ୍ୱାଧୀନ ଭାବରେ କାର୍ଯ୍ୟ କରୁଥିବାବେଳେ ଗୁରୁତର ଲକ୍ଷଣ ଥିବା ରୋଗୀ ସେମାନଙ୍କର ଦୈନନ୍ଦିନ ଜୀବନରେ ଯଥେଷ୍ଟ ସାହାଯ୍ୟ ଆବଶ୍ୟକ କରନ୍ତି |

ଆଧାର

Tags:

ଅଟିଜିମ୍‌ଆତ୍ମହତ୍ୟାଆସ୍ପର୍ଗର୍ ସିଣ୍ଡ୍ରୋମ୍

🔥 Trending searches on Wiki ଓଡ଼ିଆ:

ଯମୁନାହନୁମାନ ଚାଳିଶାଭୀମ ଭୋଇକୋଷ୍ଠକାଠିନ୍ୟଜାତୀୟ ଆୟପରଶୁରାମଖୁସି ଯୋଜନାମାଳିକା୨୭ ଅପ୍ରେଲଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପରିବେଶବନ୍ଧୁ (କଥାଚିତ୍ର)ଗରିଷ୍ଠ ସାଧାରଣ ଗୁଣନୀୟକ୧୭୭୬ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟରଥଯାତ୍ରାବିରାଜ ଦାଶଦାସିଆ ବାଉରୀକଳସା ଚଉତିଶାୟୁ ଟ୍ୟୁବସୁନୀଲ ପାଲ୍Dharanidhar Bhuyanଛତ୍ରପୁରଢେଙ୍କାନାଳଆବ୍ରୋସିଟିନିବବିଜ୍ଞାନସାର୍ସ-ସିଓଭି-୨ ଓମାଇକ୍ରୋନ ପ୍ରକାରଣଜୟଦେବକାହ୍ନୁଚରଣ ମହାନ୍ତିନିତ୍ୟାନନ୍ଦ ମହାପାତ୍ରବଦ୍ରୀନାଥ ମନ୍ଦିରଏ. ପି. ଜେ. ଅବଦୁଲ କଲାମଏକ୍ସକ୍ୟୁଜ ମିଉଇକିକଥାଦମନ (୨୦୨୨ର କଥାଚିତ୍ର)ପି. ସାଇନାଥନିତ୍ୟାନନ୍ଦ ଶତପଥୀଫେସବୁକକମ୍ପ୍ୟୁଟର ବିଜ୍ଞାନଜଗତସିଂହପୁର ଜିଲ୍ଲାଓଡ଼ିଆ ଲୋକଭାରତୀୟ ଉପମହାଦେଶ୨୪ ଅପ୍ରେଲଯାଜପୁରହନୁମାନ ଜୟନ୍ତୀମଧୁସୂଦନ ଦାସଶୀତଳ ଷଷ୍ଠୀ ଯାତ୍ରାଘିମିରିବିଧାତା (୨୦୦୩ର ଚଳଚ୍ଚିତ୍ର)କୋରାପୁଟଆମ୍ବେଦକର ଜୟନ୍ତୀପାରଳାଖେମୁଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମହିମା ଧର୍ମଓଡ଼ିଶା ଲୋକସେବା ଅଧିକାର ଅଧିନିୟମ, ୨୦୧୨ବିଧାନ ସଭା ସଭ୍ୟକମଳ ଲୋଚନ ମହାନ୍ତିତାରାତାରିଣୀ ମନ୍ଦିରପାଇକଚିକିତ୍ସା ବିଜ୍ଞାନରୁକ୍ମିଣୀ ବିବାହ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରାୟଗଡ଼ା ଜିଲ୍ଲାର ହିନ୍ଦୁ ମନ୍ଦିର୭ ମାର୍ଚ୍ଚଏକକବିନୋଦ କାନୁନଗୋରତ୍ନାକର ଚଇନିସୁଦାମ ମାରାଣ୍ଡିଉଇକିକମନ୍ସଧର୍ମପଦଯକ୍ଷ୍ମାଜଗତସିଂହପୁରଗୋପାଳ ଚନ୍ଦ୍ର ପ୍ରହରାଜଆମ୍ବ🡆 More