ନୀଳମାଧବ ମନ୍ଦିର

ନୀଳମାଧବ ମନ୍ଦିର ଓଡ଼ିଶାର କଣ୍ଟିଲୋଠାରେ ଅବସ୍ଥିତ ଏକ ପୁରାତନ ହିନ୍ଦୁ ମନ୍ଦିର । ଏହା କଣ୍ଟିଲୋରେ ଚିତ୍ରୋତ୍ପଳା (ମହାନଦୀ) କୂଳରେ ଓ ଏହା ଜଙ୍ଗଲବେଷ୍ଟିତ ଯାଆଁଳା ବ୍ରହ୍ମାଦ୍ରି ପର୍ବତ ଉପରେ ଅବସ୍ଥିତ । ଏଠାରେ ପୂଜିତ ଦେବତା ନୀଳମାଧବ । ନୀଳମାଧବଙ୍କ ମୂର୍ତ୍ତି ପାଦରୁ ଜଳର ଏକ ସ୍ଥାୟୀ ପ୍ରବାହ ଏଠାରେ ରହିଛି । ଏହି ମନ୍ଦିର ନିକଟରେ ସିଦ୍ଧେଶ୍ୱର ମଧ୍ୟ ପୂଜିତ ହୋଇଥାନ୍ତି । କଣ୍ଟିଲୋ ବ୍ୟତୀତ ପୁରୀ ଜଗନ୍ନାଥ ମନ୍ଦିରର ଲକ୍ଷ୍ମୀ ମନ୍ଦିର ଡାହାଣ ପାର୍ଶ୍ୱରେ ମଧ୍ୟ ନୀଳମାଧବ ପୂଜିତ ହୁଅନ୍ତି । ଏହି ମନ୍ଦିରେ ଗଠନ ପୁରୀର ଜଗନ୍ନାଥ ମନ୍ଦିର ପରି । ଚିତ୍ରୋତ୍ପଳା, କୁଆଁରିଆ ଏବଂ କୁସୁମୀ ତିନୋଟି ନଦୀ ମିଳନ ସ୍ଥଳ ଏହି ମନ୍ଦିର ହୋଇଥିବାରୁ ଏହାକୁ ଓଡ଼ିଶାର ତ୍ରିବେଣୀ ସଙ୍ଗମ କୁହାଯାଏ । ପ୍ରୟାଗରେ (ଆଲ୍ଲାହାବାଦ) ବେଣୀମାଧବ ପୂଜିତ ହେଲା ଭଳି ଏଠାରେ ନୀଳମାଧବ ପୂଜିତ ।

ନୀଳମାଧବଜିଉ ମନ୍ଦିର
ନୀଳମାଧବଜିଉ ମନ୍ଦିର, କଣ୍ଟିଲୋ
ନୀଳମାଧବଜିଉ ମନ୍ଦିର, କଣ୍ଟିଲୋ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtନୟାଗଡ଼
Location
ସ୍ଥାନକଣ୍ଟିଲୋ
Countryଭାରତ
ନୀଳମାଧବ ମନ୍ଦିର
ନୀଳମାଧବଜିଉ ମନ୍ଦିର, କଣ୍ଟିଲୋ

ଅବସ୍ଥିତି

ନୀଳମାଧବ ମନ୍ଦିର ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କଣ୍ଟିଲୋଠାରେ ମହାନଦୀ କୂଳରେ ନଦୀର ଡାହାଣ ପାର୍ଶ୍ୱରେ ଅବସ୍ଥିତ । ଚିତ୍ରୋତ୍ପଳା, କୁଆଁରିଆ ଏବଂ କୁସୁମୀ ତିନୋଟି ନଦୀ ମିଳନ ସ୍ଥଳ ନିକଟରେ ଏ ପୀଠ ଅବସ୍ଥିତ ହୋଇଥିବାରୁ ଏହାକୁ ଓଡ଼ିଶାର ତ୍ରିବେଣୀ ସଙ୍ଗମ କୁହାଯାଏ । କଣ୍ଟିଲୋ ନୟାଗଡ଼ ଜିଲ୍ଲା ସଦର ମହକୁମାଠାରୁ ୩୩ କିଲୋମିଟର ଭୁବନେଶ୍ୱରଠାରୁ ୧୦୦ କିଲୋମିଟର ଦୂରରେ ଅବସ୍ଥିତ । କଣ୍ଟିଲୋର ନିକଟତମ ରେଳଷ୍ଟେସନ ହେଉଛି ନୟାଗଡ଼ ଟାଉନ୍ ଏବଂ ନିକଟତମ ବିମାନବନ୍ଦର ହେଉଛି ଭୁବନେଶ୍ୱର । ଭୁବନେଶ୍ୱରରୁ କଣ୍ଟିଲୋକୁ ନିୟମିତ ବସ ସେବା ରହିଛି ।

ଇତିହାସ

ଆଧୁନିକ ନୟାଗଡ଼ ଜିଲ୍ଲାର କଣ୍ଟିଲୋରେ ମହାନଦୀ କୂଳରେ ଅବସ୍ଥିତ ବ୍ରହ୍ମଦ୍ରୀ ପାହାଡ଼ରେ ଥିବା ଏକ ଛୋଟ ଗୁମ୍ଫାରେ ନୀଳମାଧବଙ୍କର ସେବା ପୂଜା ପ୍ରଥମେ ଆରମ୍ଭ ହୋଇଥିଲା । ପରେ ମନ୍ଦିର ସ୍ଥାପନା କରାଯାଇ ବିଗ୍ରହ ସ୍ଥାନାନ୍ତର କରାଯାଇଥିଲା ।

କିମ୍ବଦନ୍ତୀ

ନୀଳମାଧବ ଜଗନ୍ନାଥଙ୍କ ସମ୍ବନ୍ଧିତ କିମ୍ବଦନ୍ତୀର ଏକ ମୁଖ୍ୟ ଅଂଶ । ସ୍କନ୍ଧ ପୁରାଣ ଅନୁଯାୟୀ, ସତ୍ୟ ଯୁଗରେ ଇନ୍ଦ୍ରଦ୍ୟୁମ୍ନ ସୋମ ବଂଶର ରାଜା ଥିଲେ । ଜଣେ ଭ୍ରମଣକାରୀ ତୀର୍ଥଯାତ୍ରୀ ଇନ୍ଦ୍ରଦ୍ୟୁମ୍ନଙ୍କ ନିକଟକୁ ଆସି ମହାନ ଭଗବାନ ନୀଳମାଧବଙ୍କୁ (ନୀଳ ବିଷ୍ଣୁ) ଓଡ଼ିଶାର ନୀଳାଚଳରେ (ନୀଳ ପର୍ବତ) ପୂଜା କରାଯାଉଥିବା ବର୍ଣ୍ଣନା କରିଥିଲେ । ତୀର୍ଥଯାତ୍ରୀ କାହାଣୀ କହିବା ପରେ ଅଦୃଶ୍ୟ ହୋଇଗଲେ । କୃଷ୍ଣ ବୈକୁଣ୍ଠ ପ୍ରତ୍ୟାବର୍ତ୍ତନ କରିବା ପରେ ଜାରାଶବରଙ୍କ ଅନୁରୋଧ କ୍ରମେ ମର୍ତ୍ତ୍ୟରେ ଲୋକମାନଙ୍କ ଆରଧନା ନିମନ୍ତେ ବିଷ୍ଣୁଙ୍କ ଶିଳା ରୂପ ନେଇଥିଲେ । ଶବର ସମ୍ପ୍ରଦାୟର ଦେବତା "କିଟୁଙ୍ଗ"ଙ୍କୁ ସ୍ଥାନୀୟ ଶବର ମୁଖ୍ୟ ବିଶ୍ୱାବସୁ ପଥର ମୂର୍ତ୍ତି ଭାବେ ପୂଜା କରୁଥିଲେ । ପରେ "ନୀଳମାଧବ’ ନାମରେ ପରିଚିତ ଇନ୍ଦ୍ରନୀଳ ମଣି ପ୍ରତିମୂର୍ତ୍ତି ପୂଜା ହେଉଥିବା ତୀର୍ଥଯାତ୍ରୀଙ୍କ ନିକଟରୁ ଜାଣି ଇନ୍ଦ୍ରଦ୍ୟୁମ୍ନଙ୍କ ଅନୁରୋଧ କ୍ରମେ ତାଙ୍କ ପୁରୋହିତଙ୍କ ସାନଭାଇ ବିଦ୍ୟାପତି ଈଶ୍ୱରଙ୍କ ସନ୍ଧାନରେ ଗଲେ । ବିଦ୍ୟାପତି ମହାନଦୀ ନଦୀ କୂଳରେ ଥିବା ଶାବରଦ୍ୱୀପ ଜଙ୍ଗଲରେ ପହଞ୍ଚିଥିଲେ । ବିଶ୍ୱାବସୁ ବିଦ୍ୟାପତିଙ୍କୁ ଗ୍ରହଣ କରି ପରଦିନ ସକାଳେ ତାଙ୍କୁ ନୀଳମାଧବଙ୍କୁ ଦେଖାଇବାକୁ ପ୍ରତିଜ୍ଞା କରିଥିଲେ । ଦର୍ଶନ ପୂର୍ବରୁ ବିଦ୍ୟାପତି ଖାଦ୍ୟ କିମ୍ବା ଜଳ ସ୍ପର୍ଶ କରିନଥିଲେ । ବିଦ୍ୟାପତିଙ୍କ ଉତ୍ସାହ ଦେଖି ଶବର ରାଜା ତାଙ୍କୁ ରୋହିଣୀ-କୁଣ୍ଡରେ ସ୍ନାନ କରାଇ କଳ୍ପବୃକ୍ଷ ତଳେ ବସାଇଥିଲେ । ସେଠାରେ ବିଦ୍ୟାପତି ନୀଳମାଧବଙ୍କୁ ଦେବମାନଙ୍କଦ୍ୱାରା ପୂଜା କରାଯାଉଥିବା ଦେଖିଥିଲେ । ତା’ପରେ ବିଦ୍ୟାପତି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଜଧାନୀ ଅବନ୍ତୀକୁ ଫେରିଗଲେ । ବିଦ୍ୟାପତିଙ୍କଠାରୁ ଶୁଣିବା ପରେ ଇନ୍ଦ୍ରଦ୍ୟୁମ୍ନ ପୁରୋହିତ ବିଦ୍ୟାପତି ଏବଂ ତାଙ୍କ ଅନୁଗାମୀମାନଙ୍କ ସହ ନୀଳମାଧବ ଅଭିମୁଖେ ଯାତ୍ରା କଲେ । ତେବେ ଯେଉଁ ଦିନ ବିଦ୍ୟାପତି ମାଳବକୁ ଫେରିଥିଲେ ସେହି ଦିନ ନୀଳମାଧବ ଅଦୃଶ୍ୟ ହୋଇଯାଇଥିଲେ । ଘଟଣାସ୍ଥଳରେ ପହଞ୍ଚିବା ପରେ ସେମାନେ ଦେଖିଲେ ଯେ ନୀଳମାଧବ ନିଖୋଜ ଏବଂ ସମଗ୍ର ଅଞ୍ଚଳ ଉପକୂଳର ସୁବର୍ଣ୍ଣ ବାଲିରେ ଆଚ୍ଛାଦିତ ହୋଇଛି । ଚକିତ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ନାରଦଦ୍ୱାରା ବ୍ରହ୍ମାଙ୍କ ପ୍ରେରିତ ବାର୍ତ୍ତା ଅବଗତ କରିଥିଲେ ଯେ ଇନ୍ଦ୍ରଦ୍ୟୁମ୍ନ ଏକ ହଜାର ଅଶ୍ୱମେଧ ଯଜ୍ଞ ସହିତ ଦେବତାଙ୍କୁ ପୂଜା କଲେ ନୀଳମାଧବ ଫେରିବେ । ଯଜ୍ଞ ପରେ ନୀଳମାଧବ ପ୍ରକଟ ହୋଇ କହିଥିଲେ ସେ ରାଜାଙ୍କୁ ନୀଳମାଧବ ରୂପରେ ଦେଖା ନ ଦେଇ ଚାରୋଟି ରୂପରେ ନିଜକୁ ପ୍ରକାଶ କରିବେ: ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଏବଂ ସୁଦର୍ଶନ । ସେ ରାଜାଙ୍କୁ ଚକ୍ରତୀର୍ଥ ନିକଟରେ ଅପେକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ ଓ ସେଠାରେ ଏକ ଅପୁରୁଷେୟ, ସୁଗନ୍ଧିତ, ଲାଲ ରଙ୍ଗବିଶିଷ୍ଟ, ଶଙ୍ଖ, ଚକ୍ର, ଗଦା, ଏବଂ ପଦ୍ମର ଚିହ୍ନ ଥିବା ଏକ ବିଶାଳ ଦାରୁ ଆସିବ ଆଉ ସେ ସେଥିରେ ନିଜକୁ ପ୍ରକାଶ କରିବେ ବୋଲି ଜଣାଇଥିଲେ । ସେହି ଦାରୁରୁ ଚାରି ଦେବତା ତିଆରି କରି ଏକ ଦେଉଳ ଗଢ଼ାଇ ସେଠାରେ ଦାରୁବିଗ୍ରହମାନଙ୍କୁ ପ୍ରତିଷ୍ଠା କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମହାରାଜାଙ୍କ ଭକ୍ତିର ଆଭାସ ପାଇବା ପରେ ପୁରୁଷୋତ୍ତମ ନିଜେ ବିଶ୍ୱକର୍ମାଙ୍କ ରୂପ ନେଇ ଗୁପ୍ତରେ ଦାରୁ ମୂର୍ତ୍ତି ତିଆରି କଲେ । ଏହା ପରେ ବ୍ରହ୍ମା ନିଜେ ଶ୍ରୀମନ୍ଦିରରେ ଆସି ବୈଶାଖ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ପବିତ୍ର ପ୍ରତିମା ସ୍ଥାପନ କରିଥିଲେ । ସେହି ଦିନଠାରୁ ପୁରୀରେ ନୀଳମାଧବ ଦାରୁ ରୂପ ଧାରଣ କରି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ ଭାବେ ପୂଜିତ ହେଉଛନ୍ତି । କଣ୍ଟୋଲୋରେ ପୁରାଣ ବର୍ଣ୍ଣିତ ନୀଳମାଧବ ମନ୍ଦିରରେ ପୂଜିତ ହେଉଛନ୍ତି ।

ପର୍ବ ପର୍ବାଣି

  • ମାଘ ସପ୍ତମୀ ଉତ୍ସବ ବା ରଥ ସପ୍ତମୀ ଏଠାରେ ସର୍ବ ବୃହତ ପର୍ବ ।
  • ମାଘ ମାସର ଏକାଦଶୀରେ ଏଠାରେ ଏକ ମେଳା ଅନୁଷ୍ଠିତ ହୁଏ ।
  • ‘ପୌଷ ପୂର୍ଣ୍ଣିମା' ଏଠାରେ ଏକ ବିଶେଷ ପର୍ବ । ଏହି ଅବସରରେ ପ୍ରଭୁ ନୀଳମାଧବଙ୍କୁ ସୁନା ଅଳଙ୍କାରରେ ସଜାଯାଇଥାଏ ।

ଛବି


ଆଧାର

ବାହାର ଆଧାର

Tags:

ନୀଳମାଧବ ମନ୍ଦିର ଅବସ୍ଥିତିନୀଳମାଧବ ମନ୍ଦିର ଇତିହାସନୀଳମାଧବ ମନ୍ଦିର କିମ୍ବଦନ୍ତୀନୀଳମାଧବ ମନ୍ଦିର ପର୍ବ ପର୍ବାଣିନୀଳମାଧବ ମନ୍ଦିର ଛବିନୀଳମାଧବ ମନ୍ଦିର ଆଧାରନୀଳମାଧବ ମନ୍ଦିର ବାହାର ଆଧାରନୀଳମାଧବ ମନ୍ଦିରଆଲ୍ଲାହାବାଦଓଡ଼ିଶାକଣ୍ଟିଲୋଚିତ୍ରୋତ୍ପଳାଜଗନ୍ନାଥ ମନ୍ଦିରହିନ୍ଦୁ ଧର୍ମ

🔥 Trending searches on Wiki ଓଡ଼ିଆ:

ବୈକୁଣ୍ଠନାଥ ପଟ୍ଟନାୟକଭାରତର ଜାତୀୟ ପତାକାସାରଳା ସମ୍ମାନଜୀବସାର ଖଟେସାମୋରେଲିନପକ୍ଷୀତପସ୍ୱିନୀସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିବିଲେଇସଚ୍ଚିଦାନନ୍ଦ ରାଉତରାୟଓଡ଼ିଶା ସରକାରପ୍ରଥମ ବିଶ୍ୱଯୁଦ୍ଧବ୍ରାଉଜରଶ୍ରୀରାଧାବଳରାମ ଦାସଉପେନ୍ଦ୍ର ଭଞ୍ଜଚଉଷଠି ଯୋଗିନୀ ମନ୍ଦିର, ହୀରାପୁରରାଜ୍ୟ ସଭାରବୀନ୍ଦ୍ରନାଥ ଠାକୁରରୋହିତ ପୂଜାରୀପ୍ରେମଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଗୀତଗୋବିନ୍ଦଭାରତୀୟ ଦଣ୍ଡ ସଂହିତା, ୧୮୬୦ବିଦ୍ୟୁତଛବିଳ ମଧୁ ବର୍ଣ୍ଣବୋଧମନୋଜ ଦାସଗୋଦାବରୀଶ ମିଶ୍ରଓଡ଼ିଆ ଯୁବକ ପାଠାଗାରପୂର୍ଣ୍ଣାନନ୍ଦ ଦାନୀଭୁବନେଶ୍ୱରଅପରାଜିତା ଷଡ଼ଙ୍ଗୀଜୋହାନ୍ ସେବାଷ୍ଟିଆନ୍ ବାକ୍କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାମହାଭାରତଯାଜପୁରଦେଓମାଳୀକାଠଚମ୍ପାବିବାହଜହ୍ନଅମ୍ଳଜାନଉତ୍କଳ ଦିବସଭାରତୀୟ ସ୍ୱାଧୀନତା ଆନ୍ଦୋଳନପ୍ରୀତି ପାଣିଗ୍ରାହୀଇଣ୍ଟରନେଟଭଦ୍ରକ ଜିଲ୍ଲା୧୨ ଡିସେମ୍ବରଭୂମିଜ ଜାତିଅଂଶୁଘାତଅନାଦି ଚରଣ ସାହୁ୨୫ ମାର୍ଚ୍ଚସୁବର୍ଣ୍ଣରେଖା ନଦୀହୀରାକୁଦ ବନ୍ଧଅଟିଜିମ୍‌ମହେନ୍ଦ୍ରଗିରିଲଣ୍ଡନଯୁକ୍ତରାଷ୍ଟ୍ର ଆମେରିକାମଧୁମେହଶ୍ରାଦ୍ଧପରଶୁରାମପିଆଜଶ୍ରୀକାନ୍ତ ସାହୁଚିତ୍ତରଞ୍ଜନ ଦାସରାଧାନାଥ ରାୟବୈଶାଖଚାଣକ୍ୟ୧ (ସଂଖ୍ୟା)🡆 More