ମାର୍କଣ୍ଡେୟ ପୁରାଣ

ମାର୍କଣ୍ଡେୟ ପୁରାଣ ହେଉଛି ଦେବୀ ଉପାସନାର ମୌଳିକ ତଥା ପ୍ରଧାନ ଶାସ୍ତ୍ର । ଭଗବାନ ବେଦବ୍ୟାସଙ୍କଦ୍ୱାରା ରଚିତ ଏହି ପୁରାଣ ୯୦୦୦ ଶ୍ଳୋକ ବିଶିଷ୍ଟ ଓ ୧୩୭ ଅଧ୍ୟାୟରେ ବିଭକ୍ତ । ଏହି ପୁରାଣର ସୌରଭ ହେଉଛି ଶ୍ରୀ ଦୁର୍ଗା ସପ୍ତଶତୀ ।

ମହତ୍ୱ

ମାର୍କଣ୍ଡେୟ ପୁରାଣର ୮୧ ଅଧ୍ୟାୟଠାରୁ ୯୩ ଅଧ୍ୟାୟ ପର୍ଯ୍ୟନ୍ତ ସାତଶହ ମନ୍ତ୍ରରେ ମହାମାୟାଙ୍କ ଚରିତ ବର୍ଣ୍ଣିତ , ଯାହାକୁ ଶ୍ରୀ ଦୁର୍ଗା ସପ୍ତଶତୀ କୁହାଯାଏ । ସକଳ ପୂଜକ ଦେବୀ ପୂଜା ସମୟରେ ଏହା ଏକାଗ୍ରତାର ସହିତ ପାଠ କରିଥାନ୍ତି । ଏହି ସାତଶହ ମନ୍ତ୍ର ଶ୍ରୀ ଶ୍ରୀ ଚଣ୍ଡୀରୂପେ ମାନ୍ତ୍ରିକ ମାନ୍ୟତାପ୍ରାପ୍ତ । ଜଗଜ୍ଜନନୀଙ୍କ ଷୋଡ଼ଶଦିନାତ୍ମକ ଶାରଦୀୟ ଦୁର୍ଗାତ୍ସବ , ବାସନ୍ତୀକ ଦୁର୍ଗାପୂଜା , ନବରାତ୍ର ତଥା ତ୍ରିଦିନାତ୍ମକ ପୂଜାରେ ଏହି ସାତଶହ ମନ୍ତ୍ର ଶୁଦ୍ଧ ଓ ନିଷ୍ଠାର ସହିତ ପାଠ କରାଯାଏ । ଏହି ମନ୍ତ୍ର ସମୂହରେ ଶ୍ରୀଚଣ୍ଡୀଙ୍କର ଗୁଣ କୀର୍ତ୍ତନ କରାଯାଇଥିବାରୁ ସାଧାରଣରେ ଏହାକୁ ଚଣ୍ଡୀଗୁଣିବା କୁହାଯାଏ । ମାର୍କଣ୍ଡେୟ ପୁରାଣାନ୍ତର୍ଗତ ଏହି ସାତଶହ ମନ୍ତ୍ର ବିବିଧ ପୁରୁଷାର୍ଥ ସାଧିକା , କର୍ମ ଭକ୍ତିଜ୍ଞାନୋତ୍ତମ ସିଦ୍ଧାନ୍ତ ପ୍ରତିପାଦିକା , ବେଦବେଦାନ୍ତତତ୍ତ୍ୱ ପ୍ରକାଶିକା , ସକଳ ଭକ୍ତାଭୀଷ୍ଟ ବରପ୍ରଦା , ଅଭୟଦା ଏବଂ ଅଶରଣକାରପ୍ରଦା ମନ୍ତ୍ର ରୂପେ ମହିମାମଣ୍ଡିତ । ଏହି ମନ୍ତ୍ର ସମୂହରେ ଭଗବତୀ ଦୁର୍ଗାଙ୍କର ତିନିଗୋଟି ଚରିତ୍ର ବର୍ଣ୍ଣିତ । ଶେଷରେ ଥିବା ଉତ୍ତର ଚରିତରେ ଦେବୀ ହେଉଛନ୍ତି ମହାସରସ୍ୱତୀ । ଏହି ଚରିତରେ ଦେବଗଣଙ୍କ କତ୍ତୃକ ଦେବୀ ସ୍ତୁତି , ଦେବୀ ଓ ଦୂର ସମ୍ବାଦ , ଧୂମ୍ରଲୋଚନ ବଧ ,ଚଣ୍ଡମୁଣ୍ଡ ବଧ , ରକ୍ତବୀଜ ବଧ , ନିଶୁମ୍ଭ ବଧ ,ଶୁମ୍ଭ ବଧ , ନାରାୟଣୀ ସ୍ତୁତି , ଫଳସ୍ତୁତି ଓ ଦେବୀଙ୍କ ବରଦାନ ବର୍ଣ୍ଣିତ ।

ପୌରାଣିକ

ମାର୍କଣ୍ଡେୟ ପୁରାଣୋକ୍ତ ଦେବୀ ଚରିତ ବର୍ଣ୍ଣନାନୁଯାୟୀ ମେଧା ଋଷିଙ୍କଠାରୁ ମାହାମାୟଙ୍କର ଚରିତ ଶ୍ରବଣ କରିବା ପରେ ସୁରଥ ରାଜା ଓ ସମାଧି ବୈଶ୍ୟ ପରମାନନ୍ଦ ଲାଭ କରିଥିଲେ ତଥା ନଦୀକୂଳରେ ଦେବୀଙ୍କର ମୃଣ୍ମୟୀ ନିର୍ମାଣ ଓ ପ୍ରତିଷ୍ଠା ପୂର୍ବକ ଶାସ୍ତ୍ରୀୟ ବିଧିରେ ପୂଜା କରିଥିଲେ । ପରବର୍ତ୍ତୀ କାଳରେ ମୃଣ୍ମୟୀ ମୁର୍ତ୍ତିପୂଜା ବ୍ୟକ୍ତିଗତ , ପାରିବାରିକ ଓ ସାମାଜିକ ଉପାସନାର ରୂପ ଗ୍ରହଣ କରିଥିଲା ।

ଆହୁରି ଦେଖନ୍ତୁ

ଆଧାର

ଆହୁରି ପଢ଼ନ୍ତୁ

  • Mani, Vettam. Puranic Encyclopedia. 1st English ed. New Delhi: Motilal Banarsidass, 1975.

ବାହାର ତଥ୍ୟ

Tags:

ମାର୍କଣ୍ଡେୟ ପୁରାଣ ମହତ୍ୱମାର୍କଣ୍ଡେୟ ପୁରାଣ ପୌରାଣିକମାର୍କଣ୍ଡେୟ ପୁରାଣ ଆହୁରି ଦେଖନ୍ତୁମାର୍କଣ୍ଡେୟ ପୁରାଣ ଆଧାରମାର୍କଣ୍ଡେୟ ପୁରାଣ ଆହୁରି ପଢ଼ନ୍ତୁମାର୍କଣ୍ଡେୟ ପୁରାଣ ବାହାର ତଥ୍ୟମାର୍କଣ୍ଡେୟ ପୁରାଣଦୁର୍ଗା

🔥 Trending searches on Wiki ଓଡ଼ିଆ:

ପ୍ରଦୂଷଣକେଳୁଚରଣ ମହାପାତ୍ରଜୁଲିଅସ ସିଜରବିଶ୍ୱଜିତ ଦାସଭାରତ ଛାଡ଼ ଆନ୍ଦୋଳନଫକୀର ମୋହନ ସେନାପତିବନମାଳୀ ଦାସଧାମରା ବନ୍ଦରବୈଶାଖମୟୂରଦି ଟାଇମସ୍ ଅଫ୍ ଇଣ୍ଡିଆରଜିୟା ସୁଲତାନବିଶ୍ୱ ଏଡ୍‌ସ ଦିବସଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାକରଣ (ଜାତି)ଇଂରାଜୀ ଭାଷାଚିଲିକା ହ୍ରଦଭୁବନେଶ୍ୱର୨୪ ଅପ୍ରେଲରାଧାମୋହନ ଗଡ଼ନାୟକଧୋତିପଣାଗୀତଗୋବିନ୍ଦସମ୍ବଲପୁରୀ ଭାଷାଶବ୍ଦ (ଧ୍ୱନି)ଉତ୍କଳ ସମ୍ମିଳନୀଆଶୁତୋଷ ପରିଡ଼ାହରେକୃଷ୍ଣ ମହତାବଶାନ୍ତନୁ କୁମାର ଆଚାର୍ଯ୍ୟହେମନ୍ତ ଦାସଭାରତର ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦୀଅୟେନ୍ଦ୍ରୀ ଲୱନିୟା ରାୟ୩ ଅପ୍ରେଲବୌଦ୍ଧ ଧର୍ମଜୟଦେବ ଜେନାଓଡ଼ିଆଅଟିଜିମ୍‌ସାରଳା ଦାସଦରବାର (କବିତା)ପଦ୍ମଶ୍ରୀଦୁଃଶୀଳାଦୁର୍ଗା ପୂଜାଗଣିତଓଡ଼ିଆ କଥାଚିତ୍ର ଜଗତକରଞ୍ଜ୧୯ ମାର୍ଚ୍ଚଗୌତମ ବୁଦ୍ଧରାଧାଉତ୍କଳ ବିଶ୍ୱବିଦ୍ୟାଳୟଅମର ପ୍ରସାଦ ଶତପଥୀଦୁଃଶାସନଚିତ୍ରା (ନକ୍ଷତ୍ର)ରଜଜଳ ପ୍ରଦୂଷଣଅଭିମନ୍ୟୁ ସାମନ୍ତସିଂହାରସୁରେନ୍ଦ୍ର ମହାନ୍ତିଓଡ଼ିଆ ନବବର୍ଷଖାଦ୍ୟଚୈତ୍ରଦିବ୍ୟସିଂହ ଦେବନଟବର ଶତପଥୀବିଶ୍ୱନାଥ ଦାସରାଜକିଶୋର ପଟ୍ଟନାୟକ🡆 More