ସୋମାଲିଆ ନୁକୁରି ପକ୍ଷୀ

ସୋମାଲିଆ ନୁକୁରି ପକ୍ଷୀ (ଇଂରାଜୀ ଭାଷାରେ Somali courser, ଜୀବବିଜ୍ଞାନ ନାମ Cursorius somalensis) ଏକ ନୁକୁରି ଜାତୀୟ ପକ୍ଷୀ । ଏହାକୁ ଏକ ୱେଡର୍ ପକ୍ଷୀଙ୍କ (ଜଳାଶୟ ନିକଟରେ ବିଚରଣ କରୁଥିବା ପକ୍ଷୀ) ବର୍ଗରେ ପରିଗଣନା କରାଯାଏ ।

ସୋମାଲିଆ ନୁକୁରି ପକ୍ଷୀ
ସୋମାଲିଆ ନୁକୁରି ପକ୍ଷୀ
Conservation status
ସୋମାଲିଆ ନୁକୁରି ପକ୍ଷୀ
Least Concern  (IUCN 3.1)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Charadriiformes
Family: Glareolidae
Genus: Cursorius
ଜାତି: C. somalensis
ବାଇନୋମିଆଲ ନାମ
Cursorius somalensis
ଜର୍ଜ୍ ଅର୍ଣ୍ଣଷ୍ଟ୍ ଶେଲି, ୧୮୮୫

ୱେଡର୍ ପକ୍ଷୀଙ୍କ ବର୍ଗରେ ଗଣନା କରାଯିବା ସତ୍ତ୍ୱେ ଏହି ପକ୍ଷୀ ମୁଖ୍ୟତଃ ଶୁଷ୍କ ଓ ଖୋଲା ପଡ଼ିଆ ଅଞ୍ଚଳରେ ଏବଂ ଉପ-ମରୁ ପରି ଅଞ୍ଚଳରେ ବିଚରଣ କରିବା ଦେଖାଯାଏ । ଭୂମି ଉପରେ ଦୌଡ଼ି ଦୌଡ଼ି ଏମାନେ ନିଜର ଶିକାର (ବିଭିନ୍ନ କୀଟପତଙ୍ଗ) ଖୋଜନ୍ତି ଓ ସେମାନଙ୍କୁ ଆହରଣ କରନ୍ତି ।

ଏହି କ୍ଷୁଦ୍ର ପକ୍ଷୀ ପୂର୍ବ ଆଫ୍ରିକାରେ ପରିଲକ୍ଷିତ ହୁଅନ୍ତି ଓ ଏମାନଙ୍କର ଦୁଇଟି ଉପପ୍ରଜାତି ରହିଛି ।

  • କର୍ସୋରିୟସ୍ ସୋମାଲେନ୍ସିସ୍ ସୋମାଲେନ୍ସିସ୍ (C. s. somaliensis) (ଜର୍ଜ୍ ଅର୍ଣ୍ଣଷ୍ଟ୍ ଶେଲି, ୧୮୮୫) ଉପପ୍ରଜାତି ମୁଖ୍ୟତଃ ଏରିଟ୍ରିଆ, ପୂର୍ବ ଇଥିଓପିଆ ଏବଂ ଉତ୍ତର ସୋମାଲିଆରେ ଦେଖାଯାନ୍ତି ।
  • କର୍ସୋରିୟସ୍ ସୋମାଲେନ୍ସିସ୍ ଲିଟ୍ଟୋରାଲିସ୍ (C. s. littoralis) (କାର୍ଲୋ ଭୋନ୍ ଏର୍ଲାଙ୍ଗର୍, ୧୯୦୫) ଉପପ୍ରଜାତି ମୁଖ୍ୟତଃ ଦକ୍ଷିଣ ସୁଦାନର ଦକ୍ଷିଣ-ପୂର୍ବ, କେନିଆର ଉତ୍ତର ଓ ପୂର୍ବ ଏବଂ ସୋମାଲିଆର ଦକ୍ଷିଣ ଭାଗରେ ଦେଖାଯାନ୍ତି ।

ପୋକଯୋକ ଓ ବିଭିନ୍ନ ମଞ୍ଜି ଏମାନଙ୍କର ପ୍ରଧାନ ଆହାର । ଏମାନେ ମୁକ୍ତ କ୍ଷେତ୍ର, ଛୋଟ ଘାସ ଥିବା ତୃଣଭୂମି କିମ୍ବା ପୋଡ଼ା ପଡ଼ିଆରେ ରହନ୍ତି । ଏମାନଙ୍କ ଶରୀରର ଉଚ୍ଚତା ୮-୯ ଇଞ୍ଚ୍ ପର୍ଯ୍ୟନ୍ତ ହୋଇଥାଏ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ସାଇକେଲଯାଜପୁରଭଗବତ ଗୀତାଶ୍ରୀ ଅରବିନ୍ଦଗୀତଗୋବିନ୍ଦଅବୁଜାକଳିଙ୍ଗ, ଭାରତଉପେନ୍ଦ୍ର ଭଞ୍ଜଫୋଟନ୍‌ଯାଜପୁର ଜିଲ୍ଲାକାଳିନ୍ଦୀ ଚରଣ ପାଣିଗ୍ରାହୀରବର୍ଟ ମୂଗନେଲସନ ମଣ୍ଡେଲାକାସ୍ପିଆନ ସାଗରଡାଇଭର୍ଟିକୁଲାଇଟିସ୍ଦୀପକ ମିଶ୍ରସର୍ବିଆକିଶୋରୀ ଚରଣ ଦାସଶିବଓଡ଼ିଆଶଗୁନ୍ ଚୌଧୁରୀତାରାତାରିଣୀ ମନ୍ଦିରଶାରଳା ପୁରସ୍କାରଏ. ପି. ଜେ. ଅବଦୁଲ କଲାମଢଗ ଢମାଳି୨ ଅଗଷ୍ଟପଟ୍ଟଚିତ୍ରରମାଦେବୀ ଚୌଧୁରୀରୋମାନିଆଗ୍ରହହରପ୍ରସାଦ ଦାସରାମାୟଣପ୍ରଧାନ ପୃଷ୍ଠା୮୯୪ତରୁଣକାନ୍ତି ମିଶ୍ରବଳରାମପୋତାଗଡ଼ଗୌତମ ବୁଦ୍ଧବ୍ରାଉଜରବାଲେଶ୍ୱରସମୟ (କାଳ)ଓଡ଼ିଶା ବିଧାନ ସଭାବିପିନ ବିହାରୀ ମିଶ୍ରକମ୍ପ୍ୟୁଟରଚାରି ଧାମବସନ୍ତ ରୋଗବେଦଅନ୍ନପୂର୍ଣ୍ଣା ମହାରଣାକାଶୀ ବିଶ୍ୱନାଥ ମନ୍ଦିରକୋଶଳ କ୍ରାନ୍ତି ଦଳଦ୍ଵାରକାଧୀଶ ମନ୍ଦିରହାଡ଼ଫୁଟିଲକ୍ଷ୍ମଣ ନାୟକବଳରାମ ଦାସ୨୭ ମାର୍ଚ୍ଚଜଗନ୍ନାଥମନମୋହନ ସାମଲବିଜୟ ମିଶ୍ରରବୀନ୍ଦ୍ରନାଥ ଠାକୁରଆମାଜନ ନ‌ଦୀକୁମ୍ଭ (ରାଶି)ଶକ୍ତିଆହମ୍ମଦୀୟଲାଟିନ ଭାଷାକାର୍ଲ ମାର୍କସସାରଳା ଦାସଜୟ ଜଗନ୍ନାଥଅନ୍ଧତ୍ୱଗୋପାଳବଲ୍ଲଭ ଦାସ🡆 More