ସୋମନାଥ ବ୍ରତ

ପ୍ରଭାସ ତୀର୍ଥର ଅଧୀଶ୍ୱର ଶ୍ରୀ ସୋମନାଥ, ଭଗବାନ ଶିବଙ୍କ ସ୍ୱରୂପ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ । ଭାରତଭୂମିର ପଶ୍ଚିମ ଦିଗରେ ଆରବ ସାଗର ତଟରେ ସୋମେଶ୍ୱର ଜ୍ୟୋତିର୍ଲିଙ୍ଗ ପୂଜା ପାଉଛନ୍ତି । ଭଗବାନ ସୋମନାଥଙ୍କ ପ୍ରୀତ୍ୟର୍ଥେ ଭାଦ୍ରବ ଶୁକ୍ଳ ଷଷ୍ଠୀଠାରୁ ଆଶ୍ୱିନ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ସୋମନାଥ ବ୍ରତ ବ୍ରତ ପାଳନ କରାଯାଏ । ଭଗବାନ ଶିବ (ପଶ୍ଚିମ ସୋମନାଥ) ଏହି ବ୍ରତର ଆରାଧ୍ୟ ଦେବତା । ସ୍ୱୟଂ ମହାପ୍ରଭୁ ଶିବ ଏହି ବ୍ରତର ବକ୍ତା ଓ ମା' ପାର୍ବତୀ ଏହାର ଶ୍ରୋତା । ଓଡ଼ିଶାର ଗ୍ରାମେ ଗ୍ରାମେ ମହିଳାମାନେ ଏହି ବ୍ରତ ଶ୍ରଦ୍ଧା ଓ ଭକ୍ତିର ସହିତ ପାଳନ କରନ୍ତି । ପ୍ରତ୍ୟୁଷରୁ ଉଠି ଅପାମାରଙ୍ଗ ଦାନ୍ତକାଠିରେ ଦାନ୍ତ ଘଷି ହଳଦୀ ବା ମେଥି ବଟା ଲଗାଇ ସ୍ନାନ କରିବାକୁ ହୋଇଥାଏ । ଏହାପରେ ବ୍ରତଚାରିଣୀ ଶୁକ୍ଳ ବସ୍ତ୍ର ପରିଧାନ କରି ବ୍ରତ ପୂଜା କରନ୍ତି । ମୁରୁଜ ଉପରେ ପିଢ଼ା ପକାଇ ଦଶଗୋଟି ଅକ୍ଷତ, ଦୁର୍ବା ରଖି ଦଶ ଖିଅ ସୂତାରେ ତିଆରି ବ୍ରତକୁ ସ୍ଥାପନ କରାଯାଏ । କଖାରୁ ଫୁଲ ସମେତ ଦଶବର୍ଣ୍ଣର ଫୁଲ ଓ ଫଳରେ ଶିବଙ୍କ ପୂଜାର୍ଚ୍ଚନା କରି ବ୍ରତକୁ ଧାରଣ କରିବା ସହ ପରିବାରର କଲ୍ୟାଣ କାମନା କରାଯାଏ । ଏହି ବ୍ରତ ଧାରଣା ବେଳେ ସୋମନାଥ, ଗଙ୍ଗାଧର, ବିରୁପାକ୍ଷ, ନୀଳକଣ୍ଠ, ଚନ୍ଦ୍ରଶେଖର, ବୃଷଧ୍ୱଜ, ତ୍ରିଲୋଚନ, ଉଗ୍ରମୂର୍ତ୍ତି, ଜଟାଧାରୀ ଓ ମହାଦେବ ଆଦି ଶିବନାମ ଜପ କରିବାକୁ ହୋଇଥାଏ । ଏହି ବ୍ରତ ଭାଦ୍ର ଷଷ୍ଠୀ ତିଥିରେ ଆରମ୍ଭ କରାଯାଇ ଦଶହରା ଦିନ ଉଦ୍‌ଯାପିତ କରାଯାଏ ।

ସୋମନାଥ ବ୍ରତ କଥାରେ ଏହି ବ୍ରତର ମାହାତ୍ମ୍ୟ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି । ମାଳବ ଦେଶର ପାଟଳୀ ନଗର । ରାଜାଙ୍କ ନାମ ବୀର ବିକ୍ରମ । ସେ ବଡ଼ ପ୍ରତାପୀ ଓ ଧନଶାଳୀ ଥିଲେ । ଘରେଘରେ ସୁବର୍ଣ୍ଣ କଳସ ସ୍ଥାପିତ ଓ ନେତ ପତାକାଦ୍ୱାରା ନବରମାନ ସୁଶୋଭିତ । ହସ୍ତୀଙ୍କ ଘଣ୍ଟାଧ୍ୱନି, ଅଶ୍ୱଙ୍କର ହ୍ରେଷା ଧ୍ୱନି, ପଦାତିକ ଚତୁରଙ୍ଗ ବଳଙ୍କର ମୁଖରବ ଧ୍ୱନିତ ହେଉଥାଏ । ରାଜାଙ୍କର ବାଉନକୋଟି ଭଣ୍ଡାର ଥାଏ । ସେ ସେହି ନବରରେ ଚଉରାଅଶୀ ହାଟ ବସାଇ ଥା'ନ୍ତି । ଥରେ ଷାଠିଏ ଜଣ କାପୁଡିଆ ବା ସନ୍ନ୍ୟାସୀମାନେ ସୋମନାଥ ଦର୍ଶନରେ ଆସିଥିଲେ । ବାହୁଡା ବାଟରେ ବିକ୍ରମ କେଶରୀଙ୍କ ରାଜ୍ୟରେ ପହଞ୍ଚିଲେ ଏବଂ ରାଜାଙ୍କୁ ଭେଟି, ତାଙ୍କର ଆତିଥ୍ୟ ଗ୍ରହଣ କଲେ । ଖାଦ୍ୟପେୟ ପରେ ରାଜା ପାନ ଦେଲେ । ସେ ଦିନ ସୋମନାଥ ବ୍ରତ । କାପୁଡିଆମାନେ ପାନ ପରିବର୍ତ୍ତେ କଷାଫଳ ମାଗିଲେ । ରାଜା ତାହାର ବରାଦ କଲେ । ସେମାନେ ରାଜାଙ୍କ ବ୍ୟବହାରରେ ତୃପ୍ତିଲାଭ କଲେ । ରାଜାଙ୍କ ଧାର୍ମିକ ପଣ ଓ ଅତିଥି ସତ୍କାରରେ ତୁଷ୍ଟ ହୋଇ ସନ୍ୟାସୀମାନେ ରାଜାଙ୍କ କଲ୍ୟାଣ ପାଇଁ ସୋମନାଥ ବ୍ରତ ପାଳନ କରିବାକୁ ତାଙ୍କୁ ଉପଦେଶ ଦେଲେ । ବ୍ରତର ବିଧି ବର୍ଣ୍ଣନା କଲେ । ବ୍ରତର ବିଧାନ ଅନୁଯାୟୀ ମାଣେ ଚାଉଳରେ ଏହି ବ୍ରତ ପାଳନ କରାଯାଏ । ମାତ୍ର ବିକ୍ରମ କେଶରୀ ରାଜା ଓ ଅତୁଳ ସମ୍ପଦର ଅଧିକାରୀ ହୋଇ ମାତ୍ର ମାଣେ ଚାଉଳରେ ବ୍ରତ କଲେ ପାତ୍ରମନ୍ତ୍ରୀମାନେ ନିନ୍ଦା କରିବେ ବୋଲି କହିବାରୁ କାପୁଡିଆମାନଙ୍କର ମୁଖ ମଳିନ ହୋଇଗଲା । ବ୍ରତ ନିନ୍ଦା ହେବାରୁ ମହାଦେବଙ୍କର ଆସନ ଟଳିଲା ଓ କୋପହେଲା । ଫଳରେ ରାଜାଙ୍କୁ କୁଷ୍ଠରୋଗ ହୋଇଗଲା । ନିଜର ମନ୍ତ୍ରୀ ସମୀଗ୍ରହାଙ୍କୁ କହିଲେ-" ରାଜ୍ୟ ତୁମ୍ଭେ ସମ୍ଭାଳି ରାଣୀମାନଙ୍କୁ ରକ୍ଷା କରିବ । ମୋ ଶରୀର କ୍ଷମା ହେଲେ ମୁଁ ରାଜ୍ୟକୁ ଆସିବି ।" ଏହାପରେ ସେ ପୁଅ ବୀରଭଦ୍ରଙ୍କ ସହ ଦେଶାନ୍ତର ହେଲେ । ବାଟରେ ଧନରତ୍ନ ଡକାୟତି ହୋଇଗଲା । ସେ ଖାଇବାକୁ ପାଇଲେ ନାହିଁ । କ୍ରମେ ରୋଗ ବଢିଲା । ହାତଗୋଡ ଛିଡି ପଡ଼ିଲା । ପୁଅ ଭିକ ମାଗି ପୋଷୁଥାଏ । ସମୀଗ୍ରହାଙ୍କ ଡଗର ବୀର ବିକ୍ରମଙ୍କର ଏହି ଦୁର୍ଦ୍ଦଶା ଦେଖିଲା । ମନ୍ତ୍ରୀ ସମୀଗ୍ରହାଙ୍କୁ ସେ ଜଣାଇଲା । ସେ ଏଥିରେ ଖୁସି ହେଲେ । ରାଣୀ ଓ ରାଜକୁମାରୀଙ୍କୁ କୁଡିଆକରି ରଖାଇ ଦେଲେ । ନିଜେ ରାଜନବରରେ ରହିଲେ । ରାଣୀ ଓ ରାଜକୁମାରୀ ସୂତାକାଟି, ଧାନ କୁଟି ଚଳିଲେ । ପରବର୍ଷ ପୁଣି ସୋମନଥ ବ୍ରତ ଦିନ କାପୁଡିଆମାନେ ଆସିଲେ । ରାଜାଙ୍କ କଷ୍ଟକଥା ଶୁଣି ମନଦୁଃଖ କଲେ । ସେମାନେ ହାଟରେ ସଉଦା କିଣିବା ସମୟରେ ବ୍ରାହ୍ମଣିମାନେ ତାଙ୍କଠାରୁ ବ୍ରତ ବିଷୟ ପଚାରି ବୁଝିଲେ । ସାମଗ୍ରୀ ସଂଗ୍ରହ କରି ବ୍ରତ କଲେ । ରାଜା ବୀର ବିକ୍ରମଙ୍କ ଝିଅ ମଧୁମତି ଏକଥା ଶୁଣି ରାଣୀଙ୍କୁ କହିଲେ । ରାଣୀ ସମୀଗ୍ରହାଙ୍କଠାରୁ ବ୍ରତ ସାମଗ୍ରୀ ମଗାଇଲେ; କିନ୍ତୁ ବ୍ୟର୍ଥ ହେଲେ ଓ ବ୍ୟଥା ପାଇଲେ । ପରିଶେଷରେ ବ୍ରାହ୍ମଣମାନଙ୍କଠାରୁ ସଂଗ୍ରହ କରି ବ୍ରତ ପୂଜାକଲେ । ସୋମନାଥଙ୍କ କୃପା ହେଲା । ସେ ଦର୍ଶନ ଦେଇ କହିଲେ - " ଅପରାଜିତା ଦିନ ତୁ ମୋର ବ୍ରତକଲୁ ତେଣେ ରାଜାଙ୍କର ଗୋଡହାତ କଅଁଳିଲାଣି । ଏବେ ତୁମର ସମସ୍ତ ଦୋଷ କ୍ଷମା ହେଲା । " ବୀର ବିକ୍ରମଙ୍କର ସ୍ୱାସ୍ଥ୍ୟ ଓ ପରାକ୍ରମ ଫେରିଆସିଲା । ସେ ପୁତ୍ର ସହ ରାଜ୍ୟକୁ ଫେରିଲେ । ତାଙ୍କୁ ଦେଖି ନବରବାସୀ ଓ ପରିଚାରମାନେ ପାଛୋଟି ଆଣିଲେ । ରାଜା ବୀର ବିକ୍ରମ ନବରକୁ ଫେରି ସବୁକଥା ଜାଣିଲେ । ମନ୍ତ୍ରୀ ସମୀଗ୍ରହା ଉପଯୁକ୍ତ ଦଣ୍ଡପାଇଲେ । ରାଣୀ, ରାଜକୁମାରୀ ଏବଂ ସେମାନଙ୍କୁ ସାହାଯ୍ୟ କରିଥିବା ବ୍ରାହ୍ମଣୀମାନଙ୍କର ସୁଦିନ ଆସିଲା । ରାଜା ବ୍ରତର ମହିମା ବୁଝିଲେ । ଏହିବ୍ରତ 'ସାମ ବେଦରୁ' ଉଦିତ । ମାତ୍ର ଏହା ଲୌକିକ ବ୍ରତ । ଓଡ଼ିଶାରେ ଅନ୍ୟତ୍ର ମିଳୁଥିବା ସଂସ୍କୃତ ଭାଷାରେ ରଚିତ । ସୋମନାଥ ବ୍ରତକଥାର ବିଷୟବସ୍ତୁ ଏହାଠାରୁ ଭିନ୍ନ । କିନ୍ତୁ ତାହା ବହୁଳ ପ୍ରଚାରିତ ନୁହେଁ । ସୋମନାଥ ବ୍ରତ ଦିନ ଏହି ଉପରେ ବର୍ଣ୍ଣିତ କଥା ହିଁ ସାଧାରଣତଃ ପଠିତ ହୁଏ । ଅନ୍ୟ ଏକ କାହାଣୀ ଅନୁଯାୟୀ କାପୁଡିଆମାନେ ରାଜାଙ୍କ ଆତିଥ୍ୟେୟତାରେ ସନ୍ତୁଷ୍ଟ ହୋଇ ସୋମନାଥ ବ୍ରତ କରିବାକୁ ଉପଦେଶ ଦେଲେ । କିନ୍ତୁ ରାଜା ଓଷାର ବିଧି ଶୁଣି ଏ ବ୍ରତ କଲେ ପାତ୍ରମନ୍ତ୍ରୀ ଓ ଲୋକମାନେ ନିନ୍ଦା କରିବେ ବୋଲି କହିଲେ । ଏହା ଶୁଣି କାକୁଡିଆମାନେ ରାଜାଙ୍କୁ କୁଷ୍ଠରୋଗ ହେଉ ବୋଲି ଅଭିଶାପ ଦେଲେ । ଫଳରେ କୁଷ୍ଠରୋଗରେ ରୋଗାକ୍ରାନ୍ତ ହୋଇ ଗଳିତ ଅଙ୍ଗ ହେବା ବେଳକୁ ସନ୍ୟାସୀଙ୍କ ଅଭିଶାପ କଥା ମନେପଡ଼ିଲା । ରାଜା ବିକ୍ରମ ଶେଷରେ ପ୍ରଭାସ କ୍ଷେତ୍ର ଯାଇ ସେଠାରେ ଅରଣ୍ୟ ମଧ୍ୟରେ ରହି ବ୍ରତ ପାଳନ କରି ଆରୋଗ୍ୟ ହେବା ପରେ ସୋମନାଥ ମହାଦେବଙ୍କ ଦର୍ଶନ କରି କୃତକୃତ୍ୟ ହୋଇଥିଲେ । ତେଣୁ ସୋମନାଥ ବ୍ରତକୁ ସମସ୍ତେ ଶ୍ରଦ୍ଧାର ସହିତ ବିଧାନମତେ ପାଳନ କରନ୍ତି । ପ୍ରତିଦିନ ବ୍ରତ ପାଳନ କରି ବ୍ରତକଥା ଶୁଣିବାକୁ ହୁଏ । ଉଦ୍‌ଯାପନ ଦିନ ବ୍ରାହ୍ମଣଙ୍କଦ୍ୱାରା ପୂଜାର୍ଚ୍ଚନା କରାଇବା ସହ ନାନାବିଧ ନୈବେଦ୍ୟ ଅର୍ପଣ କରାଯାଏ । ଏହି ବ୍ରତଦ୍ୱାରା ଭାଗ୍ୟବୃଦ୍ଧି ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ ଥିବାରୁ ଏବେ ମଧ୍ୟ ଓଡ଼ିଆ ଘରେ ସୋମନାଥ ବ୍ରତ ଶ୍ରଦ୍ଧା, ଭକ୍ତି ଓ ନିଷ୍ଠାର ସହ ପାଳନ କରାଯାଉଥିବାର ଦେଖାଯାଏ ।

ଆଧାର

Tags:

ଅପାମାର୍ଗଆଶ୍ୱିନଓଡ଼ିଶାଜ୍ୟୋତିର୍ଲିଙ୍ଗଦଶମୀଦଶହରାଭାଦ୍ରବମୁରୁଜଶିବଷଷ୍ଠୀହଳଦୀ

🔥 Trending searches on Wiki ଓଡ଼ିଆ:

ଓଡ଼ିଆ ଉଇକିପିଡ଼ିଆହୃଷୀକେଶ ମଲ୍ଲିକରୁକ୍ମଣୀ୧୯୬୮ବୈଦେହୀଶ ବିଳାସବ୍ୟଞ୍ଜନ ବର୍ଣ୍ଣ୩୦ ଜୁନବର୍ଷାବିଶ୍ୱ ନାଟ୍ୟ ଦିବସଅକ୍ଷାଂଶମହାଭାରତଉପେନ୍ଦ୍ର କିଶୋର ଦାସ୧୯୧୪ବସନ୍ତ ରୋଗଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଓଡ଼ିଶାର ଲୋକକଳାଶ୍ରୀ ଜଗନ୍ନାଥ (୧୯୭୯ର ଓଡ଼ିଆ କଥାଚିତ୍ର)ଓଡ଼ିଆସାମବେଦ୨୬ ଅପ୍ରେଲଗୌତମ ବୁଦ୍ଧବ୍ରହ୍ମା ମନ୍ଦିର, ବିନ୍ଦୁସାଗରଆଲେକ୍‌ଜାଣ୍ଡର୍ ମହାନକୁପୋଷଣଭଗବତୀ ଦେଉଳରଜନୀ ରଞ୍ଜନଦୀନନାଥ ପାଠୀସୁକନ୍ୟା ସମୃଦ୍ଧି ଯୋଜନାସ୍ୱର ବର୍ଣ୍ଣଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଆଖଣ୍ଡଳମଣି ମନ୍ଦିରକୋଣାର୍କ ସୂର୍ଯ୍ୟ ମନ୍ଦିର୧୯ ଅପ୍ରେଲଗୋପାଳ ଛୋଟରାୟମୟୂରଭଞ୍ଜ ଜିଲ୍ଲା୮ ଜୁନଭୂମିକମ୍ପଇଂରାଜୀ ଭାଷାଅଚ୍ୟୁତାନନ୍ଦ ଦାସକାଳୀଚରଣ ପଟ୍ଟନାୟକସଂସ୍କୃତକନକ ମଞ୍ଜରୀ ମହାପାତ୍ରଭାଇ ଭାଇଭାରତ ଛାଡ଼ ଆନ୍ଦୋଳନ୮ ଜୁଲାଇନିଓୱାଇଜ ଧୂମକେତୁଛବିଳ ମଧୁ ବର୍ଣ୍ଣବୋଧସୂର୍ଯ୍ୟ ଦେବତାବଳରାମଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଧନୁଯାତ୍ରାମହୁଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଓମ'ଙ୍କ ନିୟମପବିତ୍ର ପାଣିଗ୍ରାହୀହଳଦୀଧର୍ମପଦ୧୯୭୮ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟଓଡ଼ିଶାର କଳା୧୮୭୮ଗୋଦାବରୀଶ ମିଶ୍ରଯକୃତଡାଇଭର୍ଟିକୁଲାଇଟିସ୍ଗୀତଗୋବିନ୍ଦକାଳୀଓଡ଼ିଶା ସରକାରପ୍ୟାରିସ🡆 More