ଶାରୀରିକ ତରଳ ପଦାର୍ଥ

ଶାରୀରିକ ତରଳ ପଦାର୍ଥ (ଇଂରାଜୀ ଭାଷାରେ bodily fluids or biofluids) କ‌ହିଲେ ଜୀବନ୍ତ ମାନବ ଶରୀରରେ ପ୍ରସ୍ତୁତ ତରଳ ପଦାର୍ଥମାନଙ୍କୁ ବୁଝାଏ । ଏହି ତରଳ ପଦାର୍ଥ ମଧ୍ୟରେ ଶରୀରର ତରଳ ପଦାର୍ଥ ଓ କ୍ଷରଣ/ସ୍ରବଣ (secreted) ବା ନିଷ୍କାସନ (excreted) ଜନିତ ତରଳ ପଦାର୍ଥ ଅନ୍ତର୍ଭୁକ୍ତ ।

ଶରୀରରେ ପ୍ରାୟ ୬୦ରୁ ୬୫% ତରଳ ପଦାର୍ଥ ଜୀବକୋଷ ଭିତରେ ଥାଏ ଯାହାକୁ ଦେହ ଜଳ କୁହାଯାଏ ଓ ବଳକା ୩୫ରୁ୪୦% କୋଷ ବାହାରେ ଥାଏ । କୋଷ ବ‌ହିର୍ଭୁତ ତରଳ ପଦାର୍ଥ ମଧ୍ୟରେ ଅନ୍ତରାଳୀୟ ତରଳ ପଦାର୍ଥ (interstitial), ଲସିକା (lymph) ଓ ରକ୍ତ (blood) ଅନ୍ତର୍ଭୁକ୍ତ । ଶରୀରରେ ପ୍ରାୟ ୬ରୁ ୧୦ ଲିଟର ଲସିକା ଓ ୩.୫ରୁ ୫ ଲିଟର ରକ୍ତ ଥାଏ ।


ଶାରୀରିକ ତରଳ ପଦାର୍ଥମାନଙ୍କର ତାଲିକା

ଶ୍ରେଣୀ ଅନୁଯାୟୀ:

ସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟ ଓ ରୋଗ ସମ୍ପର୍କରେ ଶାରୀରିକ ତରଳ ପଦାର୍ଥଗୁଡ଼ିକର ନାମ ଉଲ୍ଲେଖ କରାଯାଏ । ଆଧୁନିକ ମେଡିକାଲ, ଜନସ୍ୱାସ୍ଥ୍ୟ ଓ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସମ୍ପର୍କୀୟ କଥାରେ ଏହାକୁ ସମ୍ଭାବ୍ୟ ଅପରିଷ୍କାର କୁହାଯାଏ । କାରଣ ଏଥିରେ ସଂକ୍ରମଣ ସୃଷ୍ଟିକାରୀ ପଦାର୍ଥ (ଭେକ୍ଟର ) ଯେପରିକି ଯୌନ ସଞ୍ଚାରିତ ରୋଗ ବା ରକ୍ତବାହୀ ରୋଗ ଥାଇପାରେ । ସାର୍ବଜନୀନ ସାବଧାନତା (Universal precautions) ଓ ବିପଦମୁକ୍ତ ଯୌନ‌କ୍ରିୟା ଅଭ୍ୟାସଦ୍ୱାରା ଶାରୀରିକ ତରଳ ପଦାର୍ଥ ବିନିମୟ ହୋଇପାରେ ନାହିଁ । ଶାରୀରିକ ତରଳ ପଦାର୍ଥଗୁଡ଼ିକ ମେଡିକାଲ ପରୀକ୍ଷାଗାରରେ ଅନୁଶୀଳନ କରି ଅଣୁଜୀବ, ପ୍ରଦାହ, କର୍କଟ ଇତ୍ୟାଦିକୁ ଚିହ୍ନଟ କରାଯାଏ ।

ନିଦାନୀୟ ନମୁନା

ସଂଜ୍ଞାନୁସାରେ ଅଣ-ସଂକ୍ରମଣକ୍ଷମ ମାନବ ବା ପଶୁ ପଦାର୍ଥମାନଙ୍କୁ ନିଦାନୀୟ ନମୁନା କୁହାଯାଏ ଯେଉଁଥିରେ ଥାଏ ରକ୍ତ, ଲାଳ (saliva), ନିଷ୍କାସିତ ଦ୍ରବ୍ୟ (excreta), ଶାରୀରିକ ତନ୍ତୁ (tissue), ତନ୍ତୁ ତରଳ ପଦାର୍ଥ (tissue fluid) ଓ ରକ୍ତ ସଞ୍ଚାରଣ ନିମନ୍ତେ ରକ୍ତ ପଦାର୍ଥ (blood products) । ଡାକ୍ତରୀ ପରିପ୍ରେକ୍ଷୀରେ ରୋଗ ନିର୍ଣ୍ଣୟକାରୀ ପରୀକ୍ଷା, ନିସ୍କର୍ଷ ଓ ରୋଗ ଚିହ୍ନଟର ଅନୁଶୀଳନ ନିମନ୍ତେ ନମୁନା ନିଆଯାଏ ।

ନମୁନା

ନମୁନା ପଦ୍ଧତି:

  • ରକ୍ତ ନମୁନା ନିଆଯାଏ ରକ୍ତ ପରୀକ୍ଷା ନିମନ୍ତେ:
    • ଧମନୀୟ ରକ୍ତ ନମୁନା: ଯେପରିକି ରାଡିଆଲ ଧମନୀ (radial artery puncture) ଛିଦ୍ର କରି ନିଆଯାଏ ।
    • ଶିରା ରକ୍ତ ନମୁନା, (venipuncture) ଶିରା ଛିଦ୍ର କରି ନିଆଯାଏ ।
  • କଟି ବେଧନ (Lumbar puncture): ସେରେବ୍ରୋସ୍ପାଇନାଲ ଫ୍ଲୁଇଡ (cerebrospinal fluid) ନମୁନା ନିମନ୍ତେ ।
  • ବକ୍ଷ ବେଧନ (Thoracocentesis): ପ୍ଲୁରା ତରଳ ପଦାର୍ଥ (pleural fluid) ନମୁନା ନିମନ୍ତେ ।
  • ଉଲ୍ୱ ବେଧନ (Amniocentesis): ଉଲ୍ୱଜଳ ନିମନ୍ତେ (amniotic fluid) ନମୁନା ନିମନ୍ତେ ।

ଏହା ଦେଖନ୍ତୁ


ଆଧାର

ଆହୁରି ଦେଖନ୍ତୁ

  • Paul Spinrad. (1999) The RE/Search Guide to Bodily Fluids. Juno Books. ISBN 1-890451-04-5
  • John Bourke. (1891) Scatalogic Rites of All Nations. Washington, D.C.: W.H. Lowdermilk.


ବାହ୍ୟ ଲିଙ୍କ

Tags:

ଶାରୀରିକ ତରଳ ପଦାର୍ଥ ମାନଙ୍କର ତାଲିକାଶାରୀରିକ ତରଳ ପଦାର୍ଥ ସ୍ୱାସ୍ଥ୍ୟଶାରୀରିକ ତରଳ ପଦାର୍ଥ ଏହା ଦେଖନ୍ତୁଶାରୀରିକ ତରଳ ପଦାର୍ଥ ଆଧାରଶାରୀରିକ ତରଳ ପଦାର୍ଥ ଆହୁରି ଦେଖନ୍ତୁଶାରୀରିକ ତରଳ ପଦାର୍ଥ ବାହ୍ୟ ଲିଙ୍କଶାରୀରିକ ତରଳ ପଦାର୍ଥen:excretionen:secretionଇଂରାଜୀ ଭାଷା

🔥 Trending searches on Wiki ଓଡ଼ିଆ:

ଉପେନ୍ଦ୍ର ଭଞ୍ଜପ୍ରଭାତ ରଞ୍ଜନ ବିଶ୍ୱାଳସଚ୍ଚିଦାନନ୍ଦ ରାଉତରାୟସୁରମା ପାଢ଼ୀପଲଉ୮୦୮ଶ୍ରୀନିବାସ ରାମାନୁଜନମେଘଆହେ ଦୟାମୟ ବିଶ୍ୱ ବିହାରୀସୀତାନନ୍ଦିଘୋଷ୨୦୨୨ ରୁଷର ୟୁକ୍ରେନ ଉପରେ ଆକ୍ରମଣନିତ୍ୟାନନ୍ଦ ପାଲିତଯଶୋଧାରା ମିଶ୍ରରମାକାନ୍ତ ରଥତନ୍ଦୁର୍ଜଗନ୍ନାଥ ମନ୍ଦିରଦଣ୍ଡ ନାଟଶିବଟଗରମନ୍ଦୋଦରୀପଞ୍ଚସଖାମେଘନାଦ ପ୍ରାଚୀରହିପୋପୋଟାମସଯଶୋବନ୍ତ ଦାସସ୍ତନମହା ଶିବରାତ୍ରିଅମୃତା ପ୍ରୀତମବୈକୁଣ୍ଠନାଥ ପଟ୍ଟନାୟକଜୟୀରାମ ସାମଲଭୁବନେଶ୍ୱର ବେହେରାଓଡ଼ିଶାର ଲୋକ ସଭା ନିର୍ବାଚନ ମଣ୍ଡଳୀ ତାଲିକାପ୍ରଧାନ ପୃଷ୍ଠାରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଓଡ଼ିଶାର ସଂସ୍କୃତିଅକାନବିନ୍ଧିକବାଟ୨୯ ଅପ୍ରେଲଗନରିଆମିଶ୍ର ସତ୍ୟନାରାୟଣଭାରତର ରାଷ୍ଟ୍ରପତିକ୍ଲାଉଡ଼ ଟେକ୍ନୋଲୋଜିସାନ୍ତାଳ ଜନଜାତିମହୁମାଛିପତିତପାବନ ଯାତ୍ରାକଳାମଣ୍ଡଳମ ରାଧିକାଉତ୍କଳ ସାହିତ୍ୟ ସମାଜପ୍ରଥମ ବିଶ୍ୱଯୁଦ୍ଧଚିନ୍ତାମଣି ବେହେରାଗୋପୀନାଥ ମହାନ୍ତିଅର୍ଚ୍ଚନା (କବିତା ସଙ୍କଳନ)ମଧୁସୂଦନ ରାଓସ୍ୱାମୀ ବିବେକାନନ୍ଦରାଜ୍ୟ ସଭାନିରଞ୍ଜନ ରାଉତଜଗନମୋହ‌ନ ଲାଲମହାଭାରତକଳସା ଚଉତିଶାରୁଦ୍ରମା ଦେବୀକନ୍ନଗୀwiki.phtmlମୌଳିକ ସଂଖ୍ୟାରଘୁନାଥ ମୁର୍ମୁଚତୁର୍ଭୁଜଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଦିବ୍ୟସିଂହ ଦେବକନକ ମଞ୍ଜରୀ ମହାପାତ୍ରଜଗନ୍ନାଥ🡆 More