ଲୋକ୍ୱେଟ୍

ଲୋକ୍ୱେଟ୍ (ବୈଜ୍ଞାନିକ ନାମ ଏରିଓବୋଟ୍ରିଆ ଜାପାନିକା) ଏକ ଚିର ସବୁଜ ଉଦ୍ଭିଦ । ଏହା ଏହାର କମଳା ରଙ୍ଗର ଫଳ ପାଇଁ ବ୍ୟବସାୟିକ ଭାବରେ ଖ୍ୟାତ । ଏହାର ପତ୍ର ଚାହା ଭାବରେ ବ୍ୟବହୃତ ହୁଏ ଯାହାକି ଜାପାନରେ ବିୱା ଚା ଭାବରେ ଜଣାଶୁଣା । ଏହା ଏକ ଅଳଙ୍କାରିକ ଉଦ୍ଭିଦ ଭାବରେ ମଧ୍ୟ ଚାଷ କରାଯାଏ ।

ଏହା ରୋଜାସି ଉଦ୍ଭିଦ ପରିବାରରେ ସଦସ୍ୟ । ଦକ୍ଷିଣ-ମଧ୍ୟ ଚାଇନାର ଶୀତଳ ପାହାଡ଼ିଆ ଅଞ୍ଚଳରୁ ଏହାର ଉତ୍ପତ୍ତି ହୋଇଛି । ଜାପାନରେ ଲୋକ୍ୱେଟ୍ ୧୦୦୦ ବର୍ଷରୁ ଅଧିକ ସମୟ ଧରି ଚାଷ କରହେଉଛି । ବିଶ୍ୱରେ ଅନ୍ୟାନ୍ୟ ଉପକ୍ରାନ୍ତୀୟ ଜଳବାୟୁ ଓ ମୃଦୁ ତାପମାତ୍ରା ଜଳବାୟୁ ବିଶିଷ୍ଠ ଅଞ୍ଚଳରେ ଏହାକୁ ଚାଷ କରଯାଉଛି ।

ନାମର ଉତ୍ପତ୍ତି

ଲୋକ୍ୱେଟର ନାଁ ଚାଇନିଜ୍ ଭାଷାର ଶବ୍ଦ 'ଲୋଉ ଗ୍ୱାଟ୍'ରୁ ଉତ୍ପନ୍ନ ଯାହାର ଅର୍ଥ "କଳା କମଳା"।

ଉତ୍ପତ୍ତି

ଲୋକ୍ୱେଟ୍ 
ଲୋକ୍ୱେଟର ଚିତ୍ର, ଦ୍ୱାଦଶ ଶତାବ୍ଦୀ

ଏହି ଉଦ୍ଭିଦ ମୂଳତଃ ଚୀନରୁ ଆସିଛି, ଯେଉଁଠାରେ ଏହାର ସମ୍ପର୍କିୟ ପ୍ରଜାତିଗୁଡିକ ଜଙ୍ଗଲରେ ଦେଖିବାକୁ ମିଳେ । ସେଠାରେ ଏହାକୁ ଏକ ହଜାର ବର୍ଷରୁ ଅଧିକ ସମୟ ଧରି ଚାଷ କରାଯାଇଆସୁଛି | ଜର୍ଜିଆ, ଆର୍ମେନିଆ, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଆଜେରବାଇଜାନ, ବରମୁଡା, ଚିଲି, କେନିଆ, ଭାରତ, ଇରାନ, ଇରାକ, ଦକ୍ଷିଣ ଆଫ୍ରିକା, ସମଗ୍ର ଭୂମଧ୍ୟସାଗରୀୟ ଅଞ୍ଚଳ, ପାକିସ୍ଥାନ, ନ୍ୟୁଜିଲ୍ୟାଣ୍ଡ, ରେୟୁନିଅନ, ଟୋଙ୍ଗା, ମଧ୍ୟ ଆମେରିକା, ମେକ୍ସିକୋ, ଦକ୍ଷିଣ ଆମେରିକା ଏବଂ ଯୁକ୍ତରାଷ୍ଟ୍ରର ଉଷ୍ମ ଅଞ୍ଚଳରେ (ହାୱାଇ, କାଲିଫର୍ଣ୍ଣିଆ, ଟେକ୍ସାସ୍, ଲୁଧିଆନା, ମିସିସିପି, ଆଲାବାମା, ଫ୍ଲୋରିଡା, ଜର୍ଜିଆ ଏବଂ ଦକ୍ଷିଣ କାରୋଲିନା)ଏହାକୁ ଚାଷ କରଯାଉଛି ।

ବର୍ଣ୍ଣନା

ଏହା ଏକ ଚିର ସବୁଜ ଗଛ । ଏହା ୫-୧୦ ମିଟର (୧୬–୩୩ ଫୁଟ) ପର୍ଯ୍ୟନ୍ତ ବଢିପାରେ, କିନ୍ତୁ ପ୍ରାୟତଃ ପ୍ରାୟ ୩–୪ ମିଟର (୧୦–୧୩ ଫୁଟ) ଉଚ୍ଚ ହୋଇଥାଏ । ତାପମାତ୍ରା ଉପରେ ନିର୍ଭର କରି ବସନ୍ତରୁ ଗ୍ରୀଷ୍ମ ସମୟରେ ଏହାର ଫଳ ପାଚିବା ଆରମ୍ଭ କରେ | ପତ୍ରଗୁଡ଼ିକ ସରଳ, ୧୦-୨୫ ସେଣ୍ଟିମିଟର (୪-୧୦ ଇଞ୍ଚ) ଲମ୍ବା, ଗାଢ ସବୁଜ ରଙ୍ଗର ହୋଇଥାଏ । ଲୋକ୍ୱେଟ୍ ଗଛରେ ଫୁଲ, ଶରତ କିମ୍ବା ଶୀତ ଋତୁର ପ୍ରାରମ୍ଭରେ ଫୁଟିଥାଏ । ଫଳଗୁଡ଼ିକ ବସନ୍ତର ଆରମ୍ଭରୁ ଗ୍ରୀଷ୍ମ ପ୍ରାରମ୍ଭ ପର୍ଯ୍ୟନ୍ତ ଯେ କୌଣସି ସମୟରେ ପାଚିଥାଏ | ଫୁଲଗୁଡିକ ୨ ସେମି (୧ ଇଞ୍ଚ) ବ୍ୟାସ ବିଶିଷ୍ଠ । ଫୁଲର ରଙ୍ଗ ଧଳା ଓ ଏଥିରେ ପାଞ୍ଚଟି ପାଖୁଡ ଥାଏ । ଗୋଟିଏ ପେନ୍ଥାରେ ତିନିରୁ ଦଶଟି ଫୁଲ ରହିଥାଏ | ଫୁଲଗୁଡ଼ିକରେ ଏକ ମଧୁର ସୁଗନ୍ଧ ଯୁକ୍ତ ଅଛି ଯାହା ଦୂରରୁ ଗନ୍ଧ ହୋଇପାରେ |

ଲୋକ୍ୱେଟ୍ 
ପକ୍ୱ ଲୋକ୍ୱେଟ୍

ଏହାର ଫଳଗୁଡ଼ିକ, ଅଣ୍ଡାକାର, ଗୋଲାକାର କିମ୍ବା ନାସପାତି ଆକୃତିର ହୋଇଥାଏ । ଫଳର ଆକାର ୩-୫ ସେଣ୍ଟିମିଟର (୧-୨ ଇଞ୍ଚ) ଲମ୍ବା । ଫଳର ଚୋପା ଚିକ୍କଣ ଏବଂ ହଳଦିଆ କିମ୍ବା କମଳା, ବେଳେବେଳେ ଲାଲ ରଙ୍ଗର ହୋଇଥାଏ । କିସମ ଉପରେ ନିଭର୍ର କରି ଫଳର ମାଂସ ଧଳା, ହଳଦିଆ କିମ୍ବା କମଳା ରଙ୍ଗର ଏବଂ ମିଠାରୁ ସାମାନ୍ୟ ଖଟା ସ୍ୱାଦର ହୋଇଥାଏ ।

ଚାଷ

ଲୋକ୍ୱେଟ୍ 
ଲୋକ୍ୱେଟ୍ ଫୁଲ ପେନ୍ଥା

ଏସିଆରେ ୮୦୦ରୁ ଅଧିକ ଲୋକ୍ୱେଟ୍ କିସମ ରହିଛି |ଲୋକ୍ୱେଟ୍ ଉପକ୍ରାନ୍ତୀୟରୁ ମୃଦୁ ତାପମାତ୍ରା ବିଶିଷ୍ଠ ଜଳବାୟୁରେ ସହଜରେ ବଢିଥାଏ । ଏହା ପ୍ରାୟତଃ ଏକ ଆଳଙ୍କାରିକ ଉଦ୍ଭିଦ ବ୍ୟବହୃତ ହୁଏ, ବିଶେଷତଃ ଏହାର ମଧୁର ସୁଗନ୍ଧିତ ଫୁଲ ପାଇଁ ଏବଂ ଦ୍ୱିତୀୟତଃ ଏହାର ସୁସ୍ବାଦୁ ଫଳ ପାଇଁ ।

ଜାପାନ ହେଉଛି ଲକ୍ୱାଟର ଅଗ୍ରଣୀ ଉତ୍ପାଦକ ଦେଶ । ଇସ୍ରାଏଲ ଏବଂ ବ୍ରାଜିଲ ଲୋକ୍ୱେଟ୍ ଉତ୍ପାଦନରେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି।

ଆଧାର

Tags:

ଲୋକ୍ୱେଟ୍ ନାମର ଉତ୍ପତ୍ତିଲୋକ୍ୱେଟ୍ ଉତ୍ପତ୍ତିଲୋକ୍ୱେଟ୍ ବର୍ଣ୍ଣନାଲୋକ୍ୱେଟ୍ ଚାଷଲୋକ୍ୱେଟ୍ ଆଧାରଲୋକ୍ୱେଟ୍

🔥 Trending searches on Wiki ଓଡ଼ିଆ:

ହେପାଟାଇଟିସ ବିଉତ୍କଳ ସମ୍ମିଳନୀପାପୁଆ ନିଉ ଗିନିପାରାଦୀପ ବନ୍ଦରପ୍ରତୀକ୍ଷାଅଲାରନାଥ ମନ୍ଦିରଗୁଗଲଫାଇଲେରିଆବିଦ୍ୟୁତପ୍ରଭା ଦେବୀଭାନୁଜୀ ରାଓଶନିବାରକୃଷ୍ଣବୀଣାପାଣି ମହାନ୍ତିଇଣ୍ଟରନେଟଚାନ୍ଦ୍ରମାସସିନ୍ଧୁ ନଦୀଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ତିଳ ଚତୁର୍ଥୀସତ୍ୟନାରାୟଣ ରାଜଗୁରୁଗାଲୁଆଅସହଯୋଗ ଆନ୍ଦୋଳନରାଧାନାଥ ରାୟସତୀ (ହିନ୍ଦୁ ଦେବୀ)ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରସୁରେନ୍ଦ୍ର ମହାନ୍ତିଭାରତର ଜାତୀୟ ପତାକାସ୍ତନ୍ୟପାୟୀପାଇକ ବିଦ୍ରୋହହୃତ୍‌ପିଣ୍ଡପ୍ରତିଭା ଶତପଥୀଧର୍ମସୁଇଜରଲ୍ୟାଣ୍ଡଓଡ଼ିଶା ପ୍ରିମିଅର ଲିଗବସନ୍ତ କୁମାର ଶତପଥୀବି. ଆର. ଆମ୍ବେଦକରକମ୍ପ୍ୟୁଟରଜଗନ୍ନାଥ ଦାସଭାରତୀୟ ମହାକାଶ ଗବେଷଣା ସଂସ୍ଥାଦଣ୍ଡ ନାଟଲକ୍ଷ୍ମୀଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଆପେଣ୍ଡିସାଇଟିସକୋଚିଲାକୃଷ୍ଣଚନ୍ଦ୍ର ପାଣିଗ୍ରାହୀଗୌତମ ବୁଦ୍ଧବିଶ୍ୱନାଥ କରହନୁମାନ ଚାଳିଶାପୁରୀଓଡ଼ିଶୀ ସଙ୍ଗୀତବରଗଛଟୁକୁନି ସାହୁତପନ କୁମାର ପ୍ରଧାନଜହ୍ନଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଗୁରୁପ୍ରସାଦ ମହାନ୍ତିଓଡ଼ିଆ ଲିପିରାମଚନ୍ଦ୍ର ମିଶ୍ରରାୟଗଡ଼ା ଜିଲ୍ଲାକାଗଜସ୍ତୁତି ଚିନ୍ତାମଣିଲକ୍ଷ୍ମୀ ପୁରାଣଜ୍ଞାନକୋଷମଙ୍ଗଳା ମନ୍ଦିରକୁଞ୍ଜବିହାରୀ ଦାଶ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନ୧୮ ଅକ୍ଟୋବରରକ୍ତ🡆 More