ରାସ ପୂର୍ଣ୍ଣିମା

କାର୍ତ୍ତିକ ମାସର ପୂର୍ଣ୍ଣିମାକୁ ରାସ ପୂର୍ଣ୍ଣିମା ବୋଲି କୁହାଯାଏ ।

ରାସ ପୂର୍ଣ୍ଣିମା
ନାମରାସ ପୂର୍ଣ୍ଣିମା
ପର୍ବ ପାଳନପୂଜା, ବନ୍ଦାପନା
ଆରମ୍ଭକାର୍ତ୍ତିକ ମାସର ପୂର୍ଣ୍ଣମୀ
୨୦୨୪ ତାରିଖdate missing (please add)

କିମ୍ବଦନ୍ତୀ

କାର୍ତ୍ତିକ ପୂର୍ଣ୍ଣିମାରେ ଗୋପନାରୀମାନଙ୍କ ମେଳରେ ରାଧାକୃଷ୍ଣଙ୍କର ନୃତ୍ୟୋତ୍ସବ ହୋଇଥିଲା । ଶ୍ରୀମଦ ଭାଗବତରେ ଉଲ୍ଲେଖ ଅଛି- ‘ରାସୋତ୍ସବଃ ସମ୍ପ୍ରବୃତ୍ତୋ ଗୋପୀ ମଣ୍ଡଲ ମଣ୍ଡିତଃ, ଯୋଗେଶ୍ୱରେଣ କୃଷ୍ଣେନ ତାସାଂ ମଧ୍ୟେ ଦ୍ୱୟୋର୍ଦ୍ୱୟୋଃ ।’ ପୂର୍ଣ୍ଣକାମ ଯୋଗେଶ୍ୱର, ରାସେଶ୍ୱର ଶ୍ରୀକୃଷ୍ଣ ଦୁଇଦୁଇଜଣ ଗୋପୀଙ୍କର ମଝିରେ ସ୍ୱୟଂ ଆବିର୍ଭାବ ହୋଇ ସେମାନଙ୍କ ଗଳାରେ ହାତ ଛନ୍ଦି ଦେଲେ । ଏହିଭଳି ଜଣେ ଗୋପୀ ଓ ଜଣେ କୃଷ୍ଣ ସେତେବେଳେ ଏପରି କ୍ରମ ଥିଲା । ନିଜର ପ୍ରାଣ ପ୍ରିୟ ନିଜ ପାଖରେ ଥିବା ସମସ୍ତ ଗୋପୀ ଅନୁଭବ କରିବାରେ ଲାଗିଲେ । ଏହିପରି ହଜାର ହଜାର ଗୋପୀଙ୍କଦ୍ୱାରା ଶୋଭାୟମାନ ଭଗବାନ ଶ୍ରୀକୃଷ୍ଣଙ୍କର ଦିବ୍ୟ ରାସୋତ୍ସବ ଆରମ୍ଭ ହୋଇଥିଲା । ରାସମଣ୍ଡଳରେ ସମସ୍ତ ଗୋପୀ ସେମାନଙ୍କର ପ୍ରିୟତମ ଶ୍ରୀକୃଷ୍ଣଙ୍କ ସହିତ ନୃତ୍ୟ କରିଥିଲେ ।

ପାଳନ

ଭାରତରେ ବୈଷ୍ଣବମାନେ ଏହି ସ୍ମୃତି ଉତ୍ସବକୁ ବହୁତ ଧୁମଧାମରେ ପାଳନ କରିଥାନ୍ତି । କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥୀରୁ ଅାରମ୍ଭ ହେଉଥିବା ଏହି ଉତ୍ସବ ପୂର୍ଣ୍ଣମୀ ଦିନ ଉଦଯାପିତ ହୁଏ । ଭଗବାନ ଶ୍ରୀକୃଷ୍ଣ ରାସେଶ୍ୱରୀ ଶ୍ରୀରାଧାଙ୍କ ସହ ବୃନ୍ଦାବନର କୁଞ୍ଜକାନନରେ ରାସ ରଚନା କରିଥିଲେ । ସେହି ମଧୁର ପ୍ରତିଛବିକୁ ରାସ କୁଞ୍ଜମାନଙ୍କରେ ଉପସ୍ଥାପନା କରାଯାଏ । ରାଧାକୃଷ୍ଣଙ୍କ ଅମୃତ ପ୍ରେମ କଥାକୁ ସଚିତ୍ର ଅାକାରରେ ବିଭିନ୍ନ ରାସ କୁଞ୍ଜରେ ଗାନ କରାଯାଏ । ସ୍ଥାନୀୟ କଳାକାରମାନଙ୍କୁ ନେଇ ନୃତ୍ୟ ଗୀତ ମାଧ୍ୟମରେ ଏହା ପରିବେଷଣ କରାଯାଏ । ଏହି ଅବସରରେ ପ୍ରତ୍ୟେକ ରାସ ମଣ୍ଡପରେ ରାଧାକୃଷ୍ଣଙ୍କ ଚିତ୍ର ସ୍ଥାପନା କରାଯାଇଥାଏ । ପ୍ରତ୍ୟହ ସଂଧ୍ୟରେ ତୁଳସୀ ବନ୍ଦନା, ଅାକାଶ ଦୀପ ପ୍ରତିଷ୍ଠା, ମଙ୍ଗଳ ଅାରତୀ ସହିତ ଭାଗବତର ଦଶମ ସ୍କନ୍ଧର ୩୦ରୁ ୩୪ ଅଧ୍ୟ୍ୟାୟରେ ବର୍ଣ୍ଣିତ ରାସଲୀଳା କଳାକାରମାନଙ୍କଦ୍ୱାରା ଉପସ୍ଥାପନା ହୋଇଥାଏ ।

ଆଧାର

Tags:

କାର୍ତ୍ତିକ ମାସରାସ

🔥 Trending searches on Wiki ଓଡ଼ିଆ:

ହିନା ରବାନି ଖରଜଗନ୍ନାଥଙ୍କ ବେଶବିଶ୍ୱ ଜଳ ଦିବସସଂଗୀତଗର୍ଭାବସ୍ଥା୨୯ ମାର୍ଚ୍ଚବିଭୂତି ପଟ୍ଟନାୟକକ୍ଷୁଦ୍ରକଣ ବିଜ୍ଞାନର ଆଦର୍ଶ ମାନଦଣ୍ଡକବିସୂର୍ଯ୍ୟ ବଳଦେବ ରଥଆପଲ ଇନକର୍ପୋରେଟେଡପଞ୍ଜାବୀ ଉଇକିପିଡ଼ିଆକ୍ଲିଣ୍ଡାମାଇସିନବ୍ରହ୍ମପୁରପ୍ରଫୁଲ୍ଲ ସାମଲହୋଲିସେରେବ୍ରାଲ ଆନିଉରିଜ୍ମଖାରବେଳ୧୯୨୭ଲାଟିନ ଭାଷାଅନନ୍ତ ପଟ୍ଟନାୟକ୧୯୯୩ନେପାଳଗୋପବନ୍ଧୁ ଦାସଇଲନ ମସ୍କଭାରତହରେକୃଷ୍ଣ ମହତାବମଧୁସୂଦନ ରାଓଗୁଗଲବ୍ରୋଙ୍କିଓଲାଇଟିସକାଳୀଚରଣ ପଟ୍ଟନାୟକଇଂରାଜୀ ଭାଷାଓଡ଼ିଆଭୀମ ଭୋଇମନୋଜ ଦାସଯବକ୍ଷାରଜାନଦକ୍ଷିଣ କୋରିଆଲଳିତ ମାନସିଂହଫେସବୁକଆମାଜନ ନ‌ଦୀତେନ୍ତୁଳିସମ୍ବାଦଫତୁରାନନ୍ଦଜ୍ୱରଜୟୀ ରାଜଗୁରୁନୃସିଂହହାଡ଼ଚୀନୀ କଲରାପତରିଆ ବାଘ୧୯ ମାର୍ଚ୍ଚଜଗନ୍ନାଥ ମନ୍ଦିରଭାରତର ସଂସ୍କୃତିବନମାଳୀ ଦାସରବୀନ୍ଦ୍ରନାଥ ଠାକୁରୟୁ ଟ୍ୟୁବପିତ୍ତକୋଷ୧୭୮୬ଓଡ଼ିଆ ଭାଗବତସିକ୍ଲ ସେଲ୍ ରୋଗସେପ୍ସିସଜାଭାସ୍କ୍ରିପ୍ଟଦୀପାବଳୀଆଲବାନିଆଅଚ୍ୟୁତାନନ୍ଦ ଦାସ୨୫ ଅକ୍ଟୋବରଅଲିମ୍ପିକ କ୍ରୀଡ଼ା୯୯୪ଯୁଗଳ କିଶୋର ପଟ୍ଟନାୟକପଶ୍ଚିମ ଓଡ଼ିଶାରମଜାନଦ୍ରୌପଦୀ ମୁର୍ମୁକୁମାରିଲ ଭଟ୍ଟ🡆 More