ମୌସୁମୀ ଦାସ: ଓଡ଼ିଆ ଗାଳ୍ପିକା, କବୀ

ମୌସୁମୀ ଦାସ (ଜନ୍ମ: ୩ ଅଗଷ୍ଟ ୧୯୭୨) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା, ଯିଏକି କବିତା ତଥା ଗଳ୍ପ ରଚନା ପାଇଁ ଜଣାଶୁଣା । ତାଙ୍କର ଉଲ୍ଲେଖନୀୟ କୃତି ଭିତରେ କବିତା ପୁସ୍ତକ ରାସପର୍ବ, ବାଇଗଣୀ ଖରା, ଏବଂ ଗଳ୍ପ ପୁସ୍ତକ ରାସପର୍ବ, ମିମାଂସା, ମେଘମୁକ୍ତ ଆକାଶ ଆଦି ଜଣାଶୁଣା ।

ମୌସୁମୀ ଦାସ
Mausumi Das at Bhadrak in 2024
୨୦୨୪ ମସିହାରେ ସାଳନ୍ଦୀ ସାହିତ୍ୟ ସଙ୍ଗମରେ ମୌସୁମୀ
ଜନ୍ମ ଓ ଜନ୍ମସ୍ଥାନ (1972-08-03) ୩ ଅଗଷ୍ଟ ୧୯୭୨ (ବୟସ ୫୧)
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନବ୍ରହ୍ମପୁର ବିଶ୍ୱବିଦ୍ୟାଳୟ
ସମ୍ପର୍କୀୟକୃଷ୍ଣ ମୋହନ ଦାସ (ବାପା)

ଜୀବନୀ

ମୌସୁମୀ ୧୯୭୨ ମସିହାର ଅଗଷ୍ଟ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା କୃଷ୍ଣ ମୋହନ ଦାସ ଜଣେ ଗାଳ୍ପିକ ଥିଲେ । ୧୯୯୨ ମସିହାରେ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଥିଲେ । ୧୯୯୭ ମସିହାରୁ ସେ ଓଡ଼ିଶା ସଚିବାଳୟରେ କାର୍ଯ୍ୟରତ ଅଛନ୍ତି ।

ସାହିତ୍ୟ ସର୍ଜନା

ମୌସୁମୀ ଉଭୟ ଗଳ୍ପ ଓ କବିତା ରଚନା କରନ୍ତି । ଅଷ୍ଟମ ଶ୍ରେଣୀରେ ପଢ଼ିଲାବେଳେ ତାଙ୍କ ପ୍ରଥମ କବିତା ମୀନାବଜାରରେ ପ୍ରକାଶିତ ହୋଇଥିଲା । ଏହାପରେ ୧୯୯୨ ମସିହାରେ ସ୍ନାତକ ଶେଷ ବର୍ଷରେ କଲେଜ ପତ୍ରିକାରେ ତାଙ୍କ ଗପ ପ୍ରକାଶିତ ହେବା ପରେ ୧୯୯୫ ମସିହାରେ କଟକରୁ ପ୍ରକାଶିତ ଓଡ଼ିଆ ପତ୍ରିକା ଶର୍ମିଷ୍ଠାରେ ତାଙ୍କ ରଚିତ ଗପ ଝରାଫୁଲର ପ୍ରଶ୍ନ ପ୍ରକାଶିତ ହୋଇଥିଲା । ତାଙ୍କ ରଚନାଗୁଡ଼ିକ ସକାଳ, ଧରିତ୍ରୀ, ସମ୍ବାଦ ଭଳି ଜଣାଶୁଣା ଖବରକାଗଜରେ ପ୍ରକାଶିତ ହେବା ସହିତ ଝରଣା, ପକ୍ଷୀଘର, ଯୁବପ୍ରଭା, ସାଗରିକା ଭଳି ପତ୍ରିକା ପ୍ରକାଶିତ ହୋଇଛି ।

ପ୍ରକାଶିତ ଗଳ୍ପ ସଂକଳନ

  • କଫି ହାଉସ୍ (୨୦୧୬, ଶ୍ରଦ୍ଧା ପବ୍ଲିକେଶନ)
  • ମିମାଂସା
  • ମେଘମୁକ୍ତ ଆକାଶ
  • ସେଇ ରାତି ପରେ ରୀତା - (୨୦୨୩, ଟାଇମ୍‌ପାସ୍)

ପ୍ରକାଶିତ କବିତା ସଂକଳନ

  • ରାସପର୍ବ (୨୦୧୭, ପଶ୍ଚିମା ପ୍ରକାଶନ)
  • ବାଇଗଣୀ ଖରା (୨୦୨୧, ପଶ୍ଚିମା ପ୍ରକାଶନ)
  • ବୁଢ଼ିଆଣୀଘର (୨୦୨୨, ପଶ୍ଚିମା ପ୍ରକାଶନ)

ସମ୍ମାନ ଓ ପୁରସ୍କାର

  • ସୃଜନ ପାହାଚ ଯୁବ ପ୍ରତିଭା (ଗଳ୍ପ) ସମ୍ମାନ - ୨୦୧୪
  • କଥାକଳିକା ଯୁବ ପ୍ରତିଭା ପୁରସ୍କାର
  • ମଧୁଲିତା ଗଳ୍ପ ସମ୍ମାନ
  • ଆରପାଖ ଯୁବ ଲେଖକ (ଗଳ୍ପ) ସମ୍ମାନ
  • ବେଳାଧ୍ୱନି ଗଳ୍ପ ସମ୍ମାନ (ବ୍ରହ୍ମପୁର ସାହିତ୍ୟ ପରିଷଦ)

ଆଧାର

ବାହାର ଲିଙ୍କ୍

Tags:

ମୌସୁମୀ ଦାସ ଜୀବନୀମୌସୁମୀ ଦାସ ସାହିତ୍ୟ ସର୍ଜନାମୌସୁମୀ ଦାସ ସମ୍ମାନ ଓ ପୁରସ୍କାରମୌସୁମୀ ଦାସ ଆଧାରମୌସୁମୀ ଦାସ ବାହାର ଲିଙ୍କ୍ମୌସୁମୀ ଦାସଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)କଇଁସାରିପଖାଳଉପେନ୍ଦ୍ର ଭଞ୍ଜଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକାବିଶ୍ୱ ତମାଖୁହୀନ ଦିବସଉଇକିପୋଥିରାମାୟଣ (ବହୁବିକଳ୍ପ)ଭିକାରୀ ବଳହାତପ୍ଲାଟେଲେଟ ଟ୍ରାନ୍ସଫ୍ୟୁଜନତରୁଣକାନ୍ତି ମିଶ୍ର୧୭୩୯ସିପ୍ରା ମଲ୍ଲିକଇନ୍‌ଫ୍ଲୁଏଞ୍ଜାକୁମ୍ଭ (ରାଶି)ଚେତନ ଭଗତଗୀତଗୋବିନ୍ଦଷଡ଼ଭୁଜ୧୩୯୧ଇନ୍ଦ୍ରଇଣ୍ଟରନେଟକୋଣାର୍କଖୋର୍ଦ୍ଧା ଜିଲ୍ଲାଧଣିଆମଠଇଟାମାଟି ଗ୍ରାମଭାରତୀୟ ସମ୍ବିଧାନସୋନାକ୍ଷୀ ସିହ୍ନାଲୋରାଟାଡାଇନଉଇକିଅଭିଧାନହେପାଟାଇଟିସ ସିଜାପାନମହେଶ୍ୱର ମହାନ୍ତି୧୫୭୯ପ୍ରଧାନ ପୃଷ୍ଠା୧୫ ମାର୍ଚ୍ଚଶ୍ରୀରାମ ପଣ୍ଡାବଳରାମ ଦାସମଧୁସୂଦନ ରାଓଓଡ଼ିଶା ସରକାରଫିନଲ୍ୟାଣ୍ଡବସନ୍ତ ରୋଗୟୁ ଟ୍ୟୁବକୁକୁରଦୁର୍ଗା ପୂଜାଜାକର୍ତାବିଜୁ ପଟ୍ଟନାୟକକୁଷ୍ଠଭୂଗୋଳନୂଆଖାଇକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଶରତ କୁମାର ମହାନ୍ତିଖାରବେଳମନମୋହନ ସାମଲସ୍ୱାମୀ ବିବେକାନନ୍ଦବିଭୂତି ଭୂଷଣ ବଳବନ୍ତରାୟଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଜଗନ୍ନାଥ ମନ୍ଦିରସମ୍ବାଦ (ଖବରକାଗଜ)୧୬ଶ ଓଡ଼ିଶା ବିଧାନ ସଭାକ୍ରିଏଟିଭ କମନ୍ସଗୁରୁ ପ୍ରସାଦ ମହାନ୍ତିପାକିସ୍ତାନ🡆 More