ମୁଦିରସ୍ତ

ମୁଦିରସ୍ତ ବା ମୁଦିରଥ ହେଉଛନ୍ତି ଶ୍ରୀମନ୍ଦିରରେ ବହୁ ପୂର୍ବରୁ ଜଗନ୍ନାଥଙ୍କ ସେବାକରିଆସୁଥିବା ପୁଷ୍ପାଳକ ପରିବାରର ଜଣେ ବାରବର୍ଷରୁ କମ ବୟସର ବାଳକ । ଗଜପତି ମହାରାଜ ନିଜେ ସେହି ବାଳକକୁ ମୁଦିରଥ ଭାବେ ମନୋନୀତ କରିଥାନ୍ତି । ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ତାଙ୍କର ପ୍ରତିନିଧି ରୂପେ ମୁଦିରଥ ଶ୍ରୀମନ୍ଦିରରେ ଗଜପତିଙ୍କ ଅନୁମତି କ୍ରମେ ସମସ୍ତ ସେବା କରିପାରିବେ । ମହାରାଣୀଙ୍କ ସହିତ ମୁଦିରଥ ଶ୍ରୀମନ୍ଦିରରେ ମହାରଣୀଙ୍କୁ ସେବା କାର୍ଯ୍ୟରେ ସାହାଯ୍ୟ କରିବା ବିଧି ଥିବାରୁ ତାଙ୍କୁ ନାବାଳକ ବୟସରେ ସେବକ ଭାବେ ନିଯୁକ୍ତ କରାଯାଏ । ପ୍ରତିବର୍ଷ ମୁଦିରଥ ସେବକଙ୍କୁ ନିଯୁକ୍ତ ଦିଆଯାଏ । ମୁଦିରଥ ପ୍ରତିବର୍ଷ ପୁଷ୍ୟାଭିଷେକରୁ ପୁଷ୍ୟାଭିଷେକ ପର୍ଯ୍ୟନ୍ତ ମାତ୍ର ଏକ ବର୍ଷ ପାଇଁ ନିଯୁକ୍ତ ପାଇଥାନ୍ତି । ଗଙ୍ଗବଂଶର ରାଜା ନରସିଂହ ଦେବଙ୍କ ସମୟରୁ ଏହି ମୁଦିରସ୍ତ ସେବକର ପରମ୍ପରା ଆରମ୍ଭ ହୋଇଥିଲା । କିନ୍ତୁ ସେ ସମୟରେ ରାଜ୍ୟର ଆଭ୍ୟନ୍ତରୀଣ ପରିସ୍ଥିତିରେ ବିଶୃଙ୍ଖଳା ଦେଖାଦେବାରୁ ଏବଂ ରାଜା ସର୍ବଦା ରାଜ୍ୟ ବିସ୍ତାର ପାଇଁ ଅନ୍ୟ ରାଜ୍ୟ ସହ ଯୁଦ୍ଧରେ ଲିପ୍ତ ରହୁଥିବାରୁ ଶ୍ରୀଜୀଉଙ୍କର ନୀତି ସମ୍ପାଦନରେ ବିଶୃଙ୍ଖଳା ହେଲା । ତେଣୁ ସେବେଠାରୁ ଜଣେ ନାବାଳକକୁ ଗଜପତି ମନୋନୀତ କଲେ ଏବଂ ସେହି ନାବାଳକ ରାଜ ଅନ୍ତଃପୁରରେ ରହି ଲାଳିତ ପାଳିତ ହେଲେ । ସେହି ନାବାଳକ ଯେତେବେଳେ ଦ୍ୱାଦଶ ବର୍ଷ ଅତିକ୍ରମ କରିଯାଏ ସେତେବେଳେ ସେମାନଙ୍କୁ ପୁଷ୍ପାଳକ ଭାବରେ ବିବେଚନା କରାଯାଏ । ପରମ୍ପରାକ୍ରମେ ମହାରାଣୀଙ୍କର ଗହଣ ବିଜେ ପାଇଁ ଗଜପତି ମହାରାଜା ଏହି ପରିବାରରୁ ଜଣେ ନାବାଳକଙ୍କୁ ପ୍ରତିନିଧି ଭାବେ ମନୋନୀତ କରନ୍ତି । ମହାରାଣୀ ହେଉଛନ୍ତି ଅସୂର୍ଯ୍ୟଂପଶ୍ୟା, ସର୍ବଦା ରାଣୀ ଅନ୍ତଃପୁର ଭିତରେ ଥାଆନ୍ତି । କୌଣସି ବାହାର ଲୋକ ତାଙ୍କୁ ଦେଖିପାରନ୍ତି ନାହିଁ । ତେଣୁ ମୁଦିରସ୍ତ ରାଣୀଙ୍କୁ ମନ୍ଦିର ଭିତରକୁ ପାଛୋଟି ନେଇଥାନ୍ତି । ଅନ୍ୟ ସେବକମାନେ କୂର୍ମ ବେଢା ବାହାରେ ଅପେକ୍ଷା କରି ରହନ୍ତି । ଚଳନ୍ତି ଠାକୁରଙ୍କର ପ୍ରତିନିଧି ରୂପେ ସେ ଏକାନ୍ତରେ ଏହି ସେବା ମହାପ୍ରଭୁଙ୍କ ନିକଟରେ କରିଥାନ୍ତି । ଗଜପତିଙ୍କର ଅନୁପସ୍ଥିତିରେ, ନିର୍ଦ୍ଦେଶ ପାଇ ମୁଦିରସ୍ତ ପ୍ରଭୁଙ୍କର ପ୍ରଥମ ସେବକର କାର୍ଯ୍ୟ ବହନ କରିଥାନ୍ତି ।

ଆହୁରି ଦେଖନ୍ତୁ

ଆଧାର

ଅଧିକ ତଥ୍ୟ

  • ସମୟ, ୧୧ ଡିସେମ୍ବର ୨୦୧୨, ପୃଷ୍ଠା: ୦୨

Tags:

ଜଗନ୍ନାଥଜଗନ୍ନାଥ ମନ୍ଦିରଶ୍ରୀମନ୍ଦିରରେ ପାଳିତ ଦୈନିକ ନୀତି

🔥 Trending searches on Wiki ଓଡ଼ିଆ:

ଆଇନ୍‍ଷ୍ଟାଇନ୍ କ୍ଷେତ୍ର ସମୀକରଣଯୁଗଳ କିଶୋର ପଟ୍ଟନାୟକଅଚ୍ୟୁତାନନ୍ଦ ଦାସଶାରଳା ପୁରସ୍କାରମାଛଇଉରୋପହରପ୍ପା ସଭ୍ୟତାଉପନିଷଦଅଷ୍ଟ୍ରିଆସଚିନ ତେନ୍ଦୁଲକରଭାରତୀୟ ସମ୍ବିଧାନକଟକକ୍ଷୁଦ୍ରକଣ ବିଜ୍ଞାନର ଆଦର୍ଶ ମାନଦଣ୍ଡଜେ. କେ ରୋଲିଙ୍ଗସାରଳା ଦାସଟୁକୁନି ସାହୁକମ୍ପ୍ୟୁଟର ବିଜ୍ଞାନଥାଇଲାଣ୍ଡ୧୮୭୦ଓଡ଼ିଆ ଖାଦ୍ୟସୂର୍ଯ୍ୟଆପଲ ଇନକର୍ପୋରେଟେଡ୨୦ ଅପ୍ରେଲଆଦିବାସୀରାଜେନ୍ଦ୍ର ନାରାୟଣ ସିଂହଦେଓଜଗନ୍ନାଥ ଦାସକେନ୍ଦୁଝରଶୁଆଫକୀର ମୋହନ ସେନାପତି୧୮୭୫ସାଇକେଲସ୍ୱାମୀ ବିବେକାନନ୍ଦ୧୬୧୬ଲିଙ୍ଗରାଜ ମନ୍ଦିରହେଲସିଙ୍କିସାର୍ବଭୌମ ସ୍ୱାଧୀନ ଦେଶମାନଙ୍କର ତାଲିକାଲକ୍ଷ୍ମୀମଧୁମେହଡାମାସକସୟୁ ଟ୍ୟୁବକୁଏତଆନ୍ତର୍ଜାତିକ ମହିଳା ଦିବସନୂଆ ଦିଲ୍ଲୀସାଧାରଣ ଆପେକ୍ଷିକ ତତ୍ତ୍ୱଯୀଶୁଭାରତୀୟ ମୁଦ୍ରାମିଳିମିଳାଏସିଆଜ୍ୱରଦମୟନ୍ତୀ ବେଶ୍ରାକଲେରାଗୋବିନ୍ଦ ଚନ୍ଦ୍ର ଦାସ୧୫୮୧ହିନ୍ଦୁ ଧର୍ମନମିତା ଅଗ୍ରୱାଲଗୋଦାବରୀଶ ମିଶ୍ର୨୦୦୦ଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିଜାଣ୍ଟିନୀୟ ସାମ୍ରାଜ୍ଯବୁଏନ୍ସ ଏଆରସ୭୧୫ଗୁଗଲପ୍ରଦୀପ କୁମାର ଅମାତ୧୪୩୪ଅଚ୍ୟୁତ ସାମନ୍ତ୭ ମାର୍ଚ୍ଚସୁନ୍ଦରଗଡ଼ ଜିଲ୍ଲାଓଡ଼ିଶାର ଲୋକନୃତ୍ୟ୧୫୬୨ବୈକୁଣ୍ଠନାଥ ପଟ୍ଟନାୟକ🡆 More