ପୁଷ୍ପଶ୍ରୀ ପଟ୍ଟନାୟକ: ଭାରତୀୟ ଓଡ଼ିଆ ଲେଖକ

ପୁଷ୍ପଶ୍ରୀ ପଟ୍ଟନାୟକ ଜଣେ ଭାରତୀୟ ଶିକ୍ଷାବିଦ୍, ଲୋକପ୍ରିୟ ବିଜ୍ଞାନ ଲେଖିକା, ସାମାଜିକ କର୍ମୀ ଏବଂ ଅଭିଲେଖକାରୀ । ସେ ବିଜ୍ଞାନ ଶିକ୍ଷା, ଲୋକପ୍ରିୟ ବିଜ୍ଞାନ, ପରିବେଶବିଜ୍ଞାନ ଏବଂ ଅଭିଲେଖ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ଜଣାଶୁଣା । ଏକ୍ସପ୍ଲୋରିଂ ନେଚର (ଇଂରାଜୀ) ତାଙ୍କର ଅନ୍ୟତମ ଉଲ୍ଲେଖନୀୟ ପୁସ୍ତକ । ସେ ନିଖିଳ ମୋହନ ପଟ୍ଟନାୟକଙ୍କୁ ବିବାହ କରିଥିଲେ ଓ ତାଙ୍କ ସହ ମିଶି ସୃଜନିକା ନାମକ ଅଣଲାଭକାରୀ ସଂଗଠନ ପ୍ରତିଷ୍ଠା କରିଥିଲେ । ଏହି ଅନୁଷ୍ଠାନ ଓଡ଼ିଆ ଭାଷା ଉପରେ ଗୁରୁତ୍ୱ ଦେବା ସହିତ ବିଜ୍ଞାନ, ଶିକ୍ଷା ଓ ବିକାଶ କ୍ଷେତ୍ରରେ ଗବେଷଣା ଓ ଉଦ୍ଭାବନ କରିଆସିଛି । ପୁଷ୍ପଶ୍ରୀ ପଟ୍ଟନାୟକ ସୃଜନିକାଠାରେ ଶିଶୁ ଶିକ୍ଷା କାର୍ଯ୍ୟକ୍ରମ ଇଣ୍ଟିଗ୍ରାଲ ଏଜୁକେସନ ସେଣ୍ଟର ପ୍ରତିଷ୍ଠା କରିବା ସହ ଅନୁଷ୍ଠାନର ପତ୍ରିକା ବିଜ୍ଞାନ ତରଙ୍ଗର ସହ-ସମ୍ପାଦନା କରିଥିଲେ । ସେ ୧୯୯୭ ମସିହାରେ କାହିଁକି ଭାଇ କାହିଁକି ପାଇଁ ପ୍ରାଣକୃଷ୍ଣ ପରିଜା ଲୋକପ୍ରିୟ ବିଜ୍ଞାନ ପୁରସ୍କାର ପାଇଥିଲେ ।

ପୁଷ୍ପଶ୍ରୀ ପଟ୍ଟନାୟକ
ପୁଷ୍ପଶ୍ରୀ ପଟ୍ଟନାୟକ: ପ୍ରାରମ୍ଭିକ ଜୀବନ, ଶିକ୍ଷା, ବିବାହ
ଏକ ଉଇକିପାଠାଗାର କାର୍ଯ୍ୟକ୍ରମରେ ଭୁବନେଶ୍ୱରଠାରେ ପୁଷ୍ପଶ୍ରୀ ପଟ୍ଟନାୟକ ।
ଜନ୍ମ୧୯୫୮
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ବୃତ୍ତି(ସମୂହ)ଶିକ୍ଷାବିଦ୍, ଲୋକପ୍ରିୟ ବିଜ୍ଞାନ ଲେଖିକା, ସାମାଜିକ କର୍ମୀ ଏବଂ ଅଭିଲେଖକାରୀ
ବୈବାହିକ-ସାଥୀନିଖିଳ ମୋହନ ପଟ୍ଟନାୟକ
ପୁରସ୍କାରପ୍ରାଣକୃଷ୍ଣ ପରିଜା ଲୋକପ୍ରିୟ ବିଜ୍ଞାନ ପୁରସ୍କାର (୧୯୯୭)

ପ୍ରାରମ୍ଭିକ ଜୀବନ

ପୁଷ୍ପଶ୍ରୀ ପଟ୍ଟନାୟକ ଓଡ଼ିଶାର ପୁରୀଠାରେ ୧୯୫୮ ମସିହାରେ ଜନ୍ମଗ୍ରହଣ କରିଥିଲେ ।

ଶିକ୍ଷା

ପଟ୍ଟନାୟକ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଜୀବବିଜ୍ଞାନରେ ସ୍ନାତକୋତ୍ତର ଓ ଶିକ୍ଷାରେ ସ୍ନାତକ (ବି.ଏଡ.) ଲାଭକରିଥିଲେ ।

ବିବାହ

ପୁଷ୍ପଶ୍ରୀ ପଟ୍ଟନାୟକ ନିଖିଳ ମୋହନ ପଟ୍ଟନାୟକଙ୍କୁ ବିବାହ କରିଥିଲେ ।

ସୃଜନିକା

ବିଜ୍ଞାନ, ଶିକ୍ଷା ଓ ବିକାଶ କ୍ଷେତ୍ରରେ ଗବେଷଣା ଓ ଉଦ୍ଭାବନ ଏବଂ ବିଶେଷ କରି ଓଡ଼ିଆ ଭାଷା ଉପରେ ଗୁରୁତ୍ୱ ଦେଇ ସେ ୧୯୮୩ ମସିହାରେ ନିଖିଳ ମୋହନ ପଟ୍ଟନାୟକଙ୍କ ସହ ମିଶି ସୃଜନିକା ପ୍ରତିଷ୍ଠା କରିଥିଲେ । ସେ ସେଠାରେ "ଇଣ୍ଟିଗ୍ରାଲ ଚିଲ୍ଡ୍ରେ ନ ଏଜୁକେସନ୍ ସେଣ୍ଟର"ର ନେତୃତ୍ୱ ନେଇଥିଲେ, ଲୋକପ୍ରିୟ ବିଜ୍ଞାନ ପତ୍ରିକା ବିଜ୍ଞାନ ତରଙ୍ଗର ସହ-ସମ୍ପାଦନା କରିଥିଲେ ଏବଂ ସୃଜନିକାର ଶିକ୍ଷକ ଓ ଛାତ୍ର ନିୟୋଜନ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ । ବିପୁଳ ପରିମାଣର ପବ୍ଲିକ ଡୋମେନ ଓ ଅନ୍ୟାନ୍ୟ ପୁସ୍ତକ ସଂରକ୍ଷଣ, ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ଡିଜିଟାଲ ସଂସ୍କରଣର ସମୀକ୍ଷା ଏବଂ ଅନଲାଇନ ପୋର୍ଟାଲ ଓଡ଼ିଆ ବିଭବ ନିମନ୍ତେ ପୁସ୍ତକ ଆୟୋଜନ କରିବା ସମେତ ସୃଜନିକାର ଅଭିଲେଖ କାର୍ଯ୍ୟର ତଦାରଖ କରିଥିଲେ ।

ଇଣ୍ଟିଗ୍ରାଲ ଚିଲ୍ଡ୍ରେନ ଏଜୁକେସନ ସେଣ୍ଟର

ପିତାମାତାଙ୍କ ଆଗ୍ରହ ଅଭାବ, ଆର୍ଥିକ ସମସ୍ୟା କିମ୍ବା ଦଳିତ ସମ୍ପ୍ରଦାୟରୁ ହୋଇଥିବା ଭଳି ବିଭିନ୍ନ କାରଣରୁ ଶିକ୍ଷାଲାଭରେ ଅସୁବିଧା ଭୋଗୁଥିବା ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ପଟ୍ଟନାୟକ ନିଜ ଘର ଏବଂ ବଗିଚାରେ ଇଣ୍ଟିଗ୍ରାଲ ଚିଲ୍ଡ୍ରେନ ଏଜୁକେସନ ସେଣ୍ଟର ("ସଣ୍ଡେ ସ୍କୁଲ" ନାମରେ ମଧ୍ୟ ଜଣା) ସହ-ଆରମ୍ଭ କରିଥିଲେ । ବିଦ୍ୟାଳୟଟି ସମ୍ପୂର୍ଣ୍ଣ ସ୍ୱେଚ୍ଛାକୃତ ଥିଲା ଏବଂ ସ୍ଥାନୀୟ ପିଲାମାନେ ରବିବାର ଅପରାହ୍ନରେ ଆସୁଥିଲେ । ନିର୍ଦ୍ଧାରିତ ଯୋଜନା କିମ୍ବା ପାଠ ଖସଡ଼ା ବଦଳରେ ସେ ଏବଂ ଅନ୍ୟ ସୃଜନିକା ସ୍ୱେଚ୍ଛାସେବୀମାନେ ଜ୍ୟାମିତି ଏବଂ ବିଜ୍ଞାନ ବିଷୟ ପଢ଼ାଇବା ପାଇଁ ହାତ ତିଆରି ଶିକ୍ଷଣ ଉପକରଣ ବ୍ୟବହାର କରିଥିଲେ ।

ବିଜ୍ଞାନ ତରଙ୍ଗ

ପଟ୍ଟନାୟକ ପିଲାମାନଙ୍କ ପାଇଁ ପ୍ରକାଶିତ ଏକ ଲୋକପ୍ରିୟ ବିଜ୍ଞାନ ପତ୍ରିକା ବିଜ୍ଞାନ ତରଙ୍ଗର ସହ-ସମ୍ପାଦନା କରିଥିଲେ ।

ରଚନାବଳୀ

  • Pattnaik, Nikhil Mohan; Pattnaik, Puspashree (2010). Science Writing in Oriya 1850-1950 (PDF). Srujanika; Vigyan Prasar. p. 38.
  • Pattnaik, Nikhil Mohan; Pattnaik, Puspashree (2009). Prakr̥ti Kī Prayogaśālā : Gatividhi Ādhārita Prakr̥ti Adhyayana Ke Lie Mārganirdeśikā. New Delhi: Sastā Sāhitya Maṇḍala. ISBN 9788173093951.
  • Pattnaik, Nikhil Mohan; Pattnaik, Puspashree (2006). Exploring nature : a guidebook on activity based nature study. Noida, U.P.: Vigyan Prasar. p. 128. ISBN 9788174801128.
  • ପଟ୍ଟନାୟକ, ନିଖିଳ ମୋହନ; ପଟ୍ଟନାୟକ, ପୁଷ୍ପଶ୍ରୀ; ସାହୁ, ପଦ୍ମଜା ନନ୍ଦିନୀ; ସେନାପତି, ମମତା (2005-03-01). ଗିଜୁଭାଇ ଶିକ୍ଷାନିଧି. ଭୁବନେଶ୍ୱର: ସୃଜନିକା. p. 194.
  • Pattnaik, Puspashree; Das, Bimal (1998-02-01). Kāgajaru Ākr̥ti (PDF). Bhubaneswar: Srujanika. p. 84. Retrieved 9 April 2023.

ଆଧାର

ବାହାର ଲିଙ୍କ

ପୁଷ୍ପଶ୍ରୀ ପଟ୍ଟନାୟକ: ପ୍ରାରମ୍ଭିକ ଜୀବନ, ଶିକ୍ଷା, ବିବାହ  ଉଇକିମିଡ଼ିଆ କମନ୍ସରେ Puspashree Pattnaik-ସମ୍ପର୍କିତ ମିଡ଼ିଆ

Tags:

ପୁଷ୍ପଶ୍ରୀ ପଟ୍ଟନାୟକ ପ୍ରାରମ୍ଭିକ ଜୀବନପୁଷ୍ପଶ୍ରୀ ପଟ୍ଟନାୟକ ଶିକ୍ଷାପୁଷ୍ପଶ୍ରୀ ପଟ୍ଟନାୟକ ବିବାହପୁଷ୍ପଶ୍ରୀ ପଟ୍ଟନାୟକ ସୃଜନିକାପୁଷ୍ପଶ୍ରୀ ପଟ୍ଟନାୟକ ରଚନାବଳୀପୁଷ୍ପଶ୍ରୀ ପଟ୍ଟନାୟକ ଆଧାରପୁଷ୍ପଶ୍ରୀ ପଟ୍ଟନାୟକ ବାହାର ଲିଙ୍କପୁଷ୍ପଶ୍ରୀ ପଟ୍ଟନାୟକଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ରାସାୟନିକ ମୌଳିକ୧୯ ଜାନୁଆରୀରାମାୟଣପ୍ରତିଭା ଶତପଥୀଭାରତର ଜାତୀୟ ପତାକା୩୦ ଜୁନଓଡ଼ିଆ ଭାଷାଶିବଲିଙ୍ଗ୧୯୬୮କମ୍ପ୍ୟୁଟରଦୁର୍ଗା ପୂଜାଓଡ଼ିଶାର ଇତିହାସISBN (identifier)ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟବାୟୁ (ଦେବତା)ଆକବରବ୍ୟାଙ୍କଚାରି ଧାମନମିତା ଅଗ୍ରୱାଲଧଉଳିବିଶ୍ୱନାଥ କରଚଳନ୍ତି ଠାକୁରଶ୍ରୀକ୍ଷେତ୍ର ଦେବାଦେବୀଯଶୋବନ୍ତ ଦାସଚେକ୍ ଗଣରାଜ୍ୟକଳାହାଣ୍ଡି ଜିଲ୍ଲାରମେଶ ପ୍ରସାଦ ପାଣିଗ୍ରାହୀଓଡ଼ିଆବକ୍ସି ଜଗବନ୍ଧୁବି. ଆର. ଆମ୍ବେଦକରବ୍ୟଞ୍ଜନ ବର୍ଣ୍ଣଅଷ୍ଟ୍ରିଆ୨୦୨୩ର ଓଡ଼ିଆ କଥାଚିତ୍ରରୋହିତ ଶର୍ମା୨ ମାର୍ଚ୍ଚକୋଣାର୍କ୧୯୯୧ବିଶ୍ୱ ନାଟ୍ୟ ଦିବସ୫ ଡିସେମ୍ବରଲାଲ ବାହାଦୁର ଶାସ୍ତ୍ରୀପବନକୋଣାର୍କ ସୂର୍ଯ୍ୟ ମନ୍ଦିରପ୍ରଥମ ବିଶ୍ୱଯୁଦ୍ଧମଧୁସୂଦନ ଦାସଅର୍ଚ୍ଚନା (କବିତା ସଙ୍କଳନ)ଭକ୍ତ ଚରଣ ଦାସଶଗୁନ୍ ଚୌଧୁରୀ୧୯୭୭ପ୍ରୋଟାମିନ ସଲଫେଟଫୋଟନ୍‌ମୋଗଲ ସାମ୍ରାଜ୍ୟଗଣନ ସଂଖ୍ୟା୨୭ ମାର୍ଚ୍ଚସ୍କନ୍ଦ ପୁରାଣଉତ୍କଳ ସମ୍ମିଳନୀବୁଏନ୍ସ ଏଆରସଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାବିର୍ସା ମୁଣ୍ଡାବୀର ହନୁମାନ ମନ୍ଦିର, ରାୟଗଡ଼ମାଳତୀ ଚୌଧୁରୀଯୁକ୍ତରାଷ୍ଟ୍ର ଆମେରିକାବିଜୁ ପଟ୍ଟନାୟକନୀଳଶୈଳ (ଉପନ୍ୟାସ)ମହୁଭାନୁଜୀ ରାଓ🡆 More