ଦଳିତ

ଦଳିତ (ଆକ୍ଷରିକ ଅର୍ଥ ଭଙ୍ଗା/ବିକ୍ଷିପ୍ତ) ଅସ୍ପୃଶ୍ୟ ଭାବରେ ବର୍ଣ୍ଣିତ ହୋଇଥିବା ଭାରତର ସର୍ବନିମ୍ନ ଜାତିର ଲୋକମାନଙ୍କ ପାଇଁ ବ୍ୟବହାର ହେଉଥିବା ଏକ ନାମ । ଦଳିତମାନଙ୍କୁ ହିନ୍ଦୁ ଧର୍ମର ଚତୁର୍ବର୍ଣ୍ଣ ବ୍ୟବସ୍ଥାରୁ ବାଦ ଦିଆଯାଇଥିଲା ଏବଂ ପଞ୍ଚମ ବର୍ଣ୍ଣ ଗଠନ କରିବା ଭାବେ ଦେଖାଯାଉଥିଲା । ଏଣୁ ଦଳିତମାନେ ପଞ୍ଚମା ନାମରେ ନାମିତ ।ଦଳିତମାନେ ବର୍ତ୍ତମାନ ହିନ୍ଦୁ ଧର୍ମ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ, ଇସଲାମ ଏବଂ ଅନ୍ୟାନ୍ୟ ଧର୍ମବିଶ୍ୱାସ ସମେତ ବିଭିନ୍ନ ଧାର୍ମିକ ବିଶ୍ୱାସକୁ ପାଳନ କରନ୍ତି ।

ଇତିହାସ

ଦଳିତ ଶବ୍ଦ ପାରମ୍ପାରିକ ହିନ୍ଦୁ ଜାତିପ୍ରଥା ବାହାରେ ଥିବା ଅସ୍ପୃଶ୍ୟ ଏବଂ ଅନ୍ୟମାନଙ୍କୁ ଚିହ୍ନାଇବା ପାଇଁ ଏକ ଆତ୍ମ-ପ୍ରୟୋଗ ଧାରା । ଦଳିତମାନେ କେବେ ଭାରତୀୟ ଉପମହାଦେଶର ଅଂଶ ହୋଇଥିଲେ ତାହା ସହଜରେ ନିର୍ଣ୍ଣୟ କରାଯାଇପାରିବ ନାହିଁ । ଭୀମରାଓ ଆମ୍ବେଦକର କହିଥିଲେ ଯେ ବୌଦ୍ଧ ଧର୍ମ ଏବଂ ବ୍ରାହ୍ମଣବାଦ (ବ୍ରାହ୍ମଣପ୍ରଧାନ ହିନ୍ଦୁ ଧର୍ମ ପାଇଁ ଏକ ପ୍ରାଚୀନ ଶବ୍ଦ) ମଧ୍ୟରେ ସର୍ବୋଚ୍ଚତା ପାଇଁ ସଂଘର୍ଷ ହେତୁ ପ୍ରାୟ ଖ୍ରୀ.ପୂ. ୪୦୦ କାଳରେ ଭାରତୀୟ ସମାଜରେ ଅସ୍ପୃଶ୍ୟତା ଆରମ୍ଭ ହୋଇଥିଲା । କିଛି ହିନ୍ଦୁ ପୁରୋହିତ ଅସ୍ପୃଶ୍ୟ ଭାବେ ଚିହ୍ନିତ ଲୋକଙ୍କ ସହ ବନ୍ଧୁତା କରିଥିଲେ ଏବଂ ସେମାନଙ୍କୁ ନିମ୍ନ ଜାତିର ପଦବୀରେ ନିଯୁକ୍ତ କରିଥିଲେ । ବ୍ରାହ୍ମଣ ଜାତି ହରାଇଥିବା ଏକନାଥ ଭକ୍ତିବାଦ କାଳରେ ଅସ୍ପୃଶ୍ୟମାନଙ୍କ ଅଧିକାର ପାଇଁ ଲଢ଼ିଥିଲେ ।

୧୮୮୦ ଦଶକର ଶେଷ ଭାଗରେ ପୁଣେସ୍ଥିତ ସାମାଜିକ ସଂସ୍କାରକ ଜୋତିରାଓ ଫୁଲେ ମରାଠୀ ଶବ୍ଦ 'ଦଳିତ' ହିନ୍ଦୁ ସମାଜରେ ଅତ୍ୟାଚାର ଭୋଗୁଥିବା, ବହିଷ୍କୃତ ହୋଇଥିବା ଅସ୍ପୃଶ୍ୟମାନଙ୍କ ପାଇଁ ବ୍ୟବହାର କରିଥିଲେ । ଦଳିତ ସଂସ୍କୃତ "दलित"ର (ଦଳିତ) ଏକ ଭାଷାରୂପ । ଶାସ୍ତ୍ରୀୟ ସଂସ୍କୃତରେ ଏହାର ଅର୍ଥ ହେଉଛି "ବିଭାଜିତ, ବିଭାଜିତ, ଭଙ୍ଗା ଓ ବିକ୍ଷିପ୍ତ" । ଉନବିଂଶ ଶତାବ୍ଦୀରେ ଏହି ସଂସ୍କୃତ ଶବ୍ଦକୁ ପୁନଃନିର୍ମାଣ କରାଯାଇଥିଲା । ଏହାର ଅର୍ଥ ହେଉଛି "ଚାରି ବ୍ରାହ୍ମଣବାଦୀ ଜାତି ମଧ୍ୟରୁ ଗୋଟିଏ ନୁହେଁ (ବ୍ୟକ୍ତି)" । ଏହା ଅନ୍ୟ ହିନ୍ଦୁମାନଙ୍କଦ୍ୱାରା ପୂର୍ବର "ଅସ୍ପୃଶ୍ୟ" ଜାତିମାନେ ଭୋଗୁଥିବା ଅତ୍ୟାଚାର ଅର୍ଥରେ ଫୁଲେ ବୋଧହୁଏ ପ୍ରଥମ କରି ବ୍ୟବହାର କରିଥିଲେ । ଦଳିତ ଶବ୍ଦଟି ବ୍ରିଟିଶ ଶାସନ କାଳରେ ୧୯୩୫ ପୂର୍ବରୁ ନିଷ୍ପୀଡ଼ିତ ଶ୍ରେଣୀର ଲୋକଙ୍କ ନିମନ୍ତେ ଜନଗଣନା ବର୍ଗୀକରଣ ବ୍ୟବହୃତ ହେଉଥିଲା । ଏହାର ବ୍ୟବହାରକୁ ଅର୍ଥନୀତିଜ୍ଞ, ସଂସ୍କାରକ ଓ ନିଜେ ଜଣେ ଦଳିତ ବି. ଆର. ଆମ୍ବେଦକର (୧୮୯୧-୧୯୫୬) ଲୋକପ୍ରିୟ କରିଥିଲେ । ସେ ଜାତି ନିର୍ବିଶେଷରେ ସମସ୍ତ ନୀଷ୍ପୀଡ଼ିତ ଲୋକଙ୍କୁ ଦଳିତ ସଂଜ୍ଞାବଦ୍ଧ କରିଥିଲେ । ଏହା ହିନ୍ଦୁ ଧର୍ମର ଚାରିଜାତି ବର୍ଣ୍ଣ ବ୍ୟବସ୍ଥାରୁ ବାଦ ପଡ଼ି ନିଜକୁ ପଞ୍ଚମ ବର୍ଣ୍ଣ ଭାବୁଥିବା ଓ ନିଜକୁ "ପଞ୍ଚମ" ବୋଲି ପରିଚୟ ଦେଉଥିବା ଲୋକମାନଙ୍କୁ ଅନ୍ତର୍ଭୁକ୍ତ କରିଥିଲା । ୧୯୭୦ ଦଶକରେ ଦଳିତ ପାନ୍ଥର୍ସ କାର୍ଯ୍ୟକର୍ତ୍ତା ଗୋଷ୍ଠୀଦ୍ୱାରା ଏହାକୁ ଗ୍ରହଣ କରାଯିବା ପରେ ଏହାର ବ୍ୟବହାର ଆହୁରି ବଢ଼ିଥିଲା ।

ଆଧାର

Tags:

ଇସଲାମ ଧର୍ମବର୍ଣ୍ଣ (ହିନ୍ଦୁଧର୍ମ)ବୌଦ୍ଧ ଧର୍ମଭାରତର ଜାତିପ୍ରଥାହିନ୍ଦୁ ଧର୍ମ

🔥 Trending searches on Wiki ଓଡ଼ିଆ:

ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଗୁଣନପ୍ରାଣୀ ବିଜ୍ଞାନଓଡ଼ିଆ ଲିପିବଳଓଡ଼ିଶାର ତହସିଲ ତାଲିକାଯମୁନାଲକ୍ଷ୍ମୀକାନ୍ତ ମହାପାତ୍ରକୁଞ୍ଜବିହାରୀ ତ୍ରିପାଠୀପଞ୍ଚସଖା୪ ଜାନୁଆରୀଓଡ଼ିଆ ସାହିତ୍ୟର ଇତିହାସ୭ ଅପ୍ରେଲନିତ୍ୟାନନ୍ଦ ମହାପାତ୍ରଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ୨୫ ନଭେମ୍ବର୫ ମଇବ୍ରହ୍ମୋତ୍ରୀ ମହାନ୍ତିସତ୍ୟନାରାୟଣ ରାଜଗୁରୁମାଲଟାରମାଦେବୀ ଚୌଧୁରୀରାଉରକେଲାବାଲେଶ୍ୱରଓଡ଼ିଆ ଖାଦ୍ୟଖାଦ୍ୟ ଖଣିଜ ଲବଣଦ୍ରାଘିମାରାମ ନବମୀରବୀନ୍ଦ୍ରନାଥ ଠାକୁରଓଡ଼ିଆ କାବ୍ୟ କବିତାଭକ୍ତ ଚରଣ ଦାସକେନ୍ଦୁଝର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିବ୍ରାହ୍ମଣଫେସବୁକ ମେସେଞ୍ଜର୧ ଅପ୍ରେଲସାହି ଯାତଯୁକ୍ତରାଷ୍ଟ୍ର ଆମେରିକାଫିନଲ୍ୟାଣ୍ଡଇନଷ୍ଟାଗ୍ରାମକାନାଡ଼ାଚଇତି ଘୋଡ଼ା ନାଚମେଟ୍ରୋନିଡାଜୋଲବାଲେଶ୍ୱର ଜିଲ୍ଲାକୁଞ୍ଜବିହାରୀ ଦାଶଉଇକିଖବରପୁରୀସୁନନ୍ଦା ଦାସପୋଙ୍ଗଲଗୋଲୋକ ବିହାରୀ ଧଳଚୈତ୍ରରିକେଟସୁରେନ୍ଦ୍ର ମହାନ୍ତିପଦାର୍ଥ ବିଜ୍ଞାନଜଳବିଦ୍ୟୁତ୍ଦେବ୍ରାଜ ଲେଙ୍କାକୁନ୍ତଳା କୁମାରୀ ସାବତବେଲସମ୍ବଲପୁରସଂସଦୀୟ ଗଣତନ୍ତ୍ରପୌଷ୧୯୮୯ଚୈତ୍ର ପୂର୍ଣ୍ଣିମାଶିମିଳିପାଳ ଜାତୀୟ ଉଦ୍ୟାନଦୀନକୃଷ୍ଣ ଦାସଜୟ ଜଗନ୍ନାଥଭାରତର ଜାତୀୟ ପତାକାମାସ୧୩ ଅପ୍ରେଲଗୋକୁଳାନନ୍ଦ ମହାପାତ୍ର🡆 More