ଦେବୀ କନ୍ୟା କୁମାରୀ: ଦେବୀ ପାର୍ବତୀଙ୍କର ଏକ ଅବତାର

ଦେବୀ କନ୍ୟା କୁମାରୀ (ଇଂରାଜୀ ଭାଷାରେ Devi Kanya Kumari) ମନ୍ଦିରରେ ପାର୍ବତୀ ଏକ କୁମାରୀ କନ୍ୟା ଆକାରରେ ଦର୍ଶନ ଦିଅନ୍ତି । ତାଙ୍କୁ ଶ୍ରୀ ବାଲା ଭଦ୍ର ବା ଶ୍ରୀ ବାଲା ନାମରେ ମଧ୍ୟ ଲୋକମାନେ ଜାଣନ୍ତି । ତାଙ୍କର ଲୋକପ୍ରିୟ ନାମ ଶକ୍ତି (ଦୁର୍ଗା ବା ପାର୍ବତୀ) ଦେବୀ । ଭଗବତୀ ମନ୍ଦିର ତାମିଲନାଡ଼ୁର କନ୍ୟା କୁମାରୀ ଅନ୍ତରୀପଠାରେ ଅଛି ଯେଉଁଠାରେ ବଙ୍ଗୋପ ସାଗର, ଆରବ ସାଗର ଓ ଭାରତ ମହାସାଗର ମିଳିତ ହୋଇଛନ୍ତି । ତାଙ୍କର ଅନ୍ୟାନ୍ୟ ନାମ ମଧ୍ୟ ଅଛି ଯଥା:- କନ୍ୟା ଦେବୀ ଓ ଦେବୀ କୁମାରୀ । ଭକ୍ତମାନେ ତାଙ୍କୁ ଭଦ୍ରକାଳୀ ଭାବରେ ମଧ୍ୟ ପୂଜା କରନ୍ତି । ଋଷି ପର୍ଶୁରାମ ଏହି ମଧିରର ଅଭିଷେକ କରିଥିବା କୁହାଯାଏ । ଆମ ମନର କଠୋରତାକୁ ଦେବୀ ବିଦାୟ କରିଦିଅନ୍ତି ବୋଲି ବିଶ୍ୱାସ କରାଯାଏ; ଗଭୀର ଭକ୍ତି ଓ ଧ୍ୟାନମଗ୍ନ ଭକ୍ତମାନେ ଚକ୍ଷୁ ଓ ମନରେ ଲୋତକ ପ୍ଲାବନ ହେବା ଅନୁଭବ କରନ୍ତି ।

ଦେବୀ କନ୍ୟା କୁମାରୀ
ଦେବୀ କନ୍ୟା କୁମାରୀ: ଦେବୀ ପାର୍ବତୀଙ୍କର ଏକ ଅବତାର
Bhagavthy Amman temple, Kanyakumari.
ଭଗବତୀ ଆମ୍ମା ମନ୍ଦିର, କନ୍ୟା କୁମାରୀ
ପ୍ରାୟଶ୍ଚିତ ଠାକୁରାଣୀ
Affiliationଦୁର୍ଗା, ପାର୍ବତୀ
ଲୋକଦକ୍ଷିଣ ଭାରତର ଅଗ୍ରଭାଗ
Mantrakātyayanāya vidmahe kanyakumāri dhīmahi tanno durgiḥ pracodayāt
Weaponଜପମାଳା
ସ୍ୱାମୀ/ସ୍ତ୍ରୀଶିବ
MountDawon (tiger or lion)
ଦେବୀ କନ୍ୟା କୁମାରୀ: ଦେବୀ ପାର୍ବତୀଙ୍କର ଏକ ଅବତାର
ଉର୍ଦ୍ଧ୍ୱରୁ ସମୁଦ୍ରର ଦୃଶ୍ୟ

ଭାରତରେ ଥିବା ୫୨ଟି ଶକ୍ତି ପୀଠ (Shakti Peetham) ମଧ୍ୟରୁ କନ୍ୟା କୁମାରୀ ଅନ୍ୟତମ । ବିଶ୍ୱାସ କରାଯାଏ ଯେ, ସତୀଙ୍କର ମୃତ ଶରୀରର କାନ୍ଧ, ମେରୁଦଣ୍ଡ ତ‌ଥା ଅସ୍ଥି ଏହି ସ୍ଥାନରେ ପଡ଼ି କୁଣ୍ଡଳିନୀ ଶକ୍ତି ସୃଷ୍ଟି ହୋଇଥିଲା ।

ତିନି ସାଗରର ମିଳନ ସ୍ଥଳର ପକ୍କା ଘାଟ‌ଠାରେ ପ୍ରଭୁ ଗଣେଶଙ୍କର ଏକ ମନ୍ଦିର ଅଛି ଓ କୁମାରୀ ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଏହି ମନ୍ଦିର ଦର୍ଶନ କରିବା ଉଚିତ ବୋଲି କୁହାଯାଏ । କେତେକ ଲୋକଙ୍କର ମତରେ ଭଦ୍ରକାଳୀ ମନ୍ଦିରଟି ଶକ୍ତି ପୀଠ ଅଟେ ।

ଶ୍ରୀ ରାମକୃଷ୍ଣ ପରମହଂସଙ୍କର ନିର୍ଦ୍ଦେଶରେ ଦେବୀ ଆଶିର୍ବାଦ ପାଇବା ନିମନ୍ତେ ସ୍ୱାମୀ ବିବେକାନନ୍ଦ ଏଠାକୁ ସନ ୧୮୯୨ରେ ଆସିଥିଲେ । ସାଧାରଣ ସନ୍ୟାସୀଙ୍କ ଭଳି ନିଷ୍କ୍ରିୟ ନ ରହି ସେ ଉଚ୍ଚ ଧରଣର ଧର୍ମ ପ୍ରଚାର ନିମନ୍ତେ ସକ୍ରିୟ ହେବାକୁ ଏହିଠାରେ ନିର୍ଣ୍ଣୟ କଲେ । ଏହି ସ୍ଥାନରେ ରାମକୃଷ୍ଣଙ୍କର ଆଉ ଦୁଇ ଜଣ ଶିଷ୍ୟ ସ୍ୱାମୀ ନିର୍ମଳାନନ୍ଦ ଓ ସ୍ୱାମୀ ବ୍ରହ୍ମାନନ୍ଦ ମଧ୍ୟ ଦେବୀ କନ୍ୟା କୁମାରୀଙ୍କର ପୂଜା କରିଥିଲେ । ସ୍ୱାମୀ ନିର୍ମଳାନନ୍ଦ କେରଳର ବିଭନ୍ନ ସ୍ଥାନମାନଙ୍କରୁ ଛୋଟ ଛୋଟ ଝିଅମାନଙ୍କୁ ଦେବୀଙ୍କର ପୂଜା କରିବ ନିମନ୍ତେ ସନ ୧୯୩୫-୩୬ରେ ଏଠାକୁ ଆଣିଥିଲେ । ସନ ୧୯୪୮ରେ ଓଟ୍ଟପଲମ, ପଲକ୍କଡ, କେରଳରେ ସ୍ୱାମୀ ବିଶଦାନନ୍ଦଙ୍କର ସାରଦା ଆଶ୍ରମ ନାମକ ହିନ୍ଦୁ ବୈରାଗିନୀ ଆଶ୍ରମରେ ଏହି ଝିଅଙ୍କ ମଧ୍ୟରୁ ଏକ ୭ଜଣିଆ ଦଳ ରହିଥିଲେ ।

ଇତିହାସ

ତାମିଲନାଡ଼ୁର ଦକ୍ଷିଣତମ ସ୍ଥାନରେ କନ୍ୟାକୁମାରୀ ଅବସ୍ଥିତ । କୁମାରୀ କନ୍ଦମ (Kumari Kandam) ଅମଳରୁ ଦେବୀ କନ୍ୟା କୁମାରୀଙ୍କର ପୂଜା ହୋଇଆସୁଛି । କନ୍ୟା କୁମାରୀ ଜଣେ ହିନ୍ଦୁ ଦେବୀ । ଏକ ନିର୍ଦ୍ଦିଷ୍ଟ ଦିବସରେ ଶିବ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ରକ୍ଷା କରିନପାରିବାକୁ ସେ ବ୍ୟତିବ୍ୟସ୍ତ ଓ କ୍ରୋଧ ଜର୍ଜରିତ ହୋଇ ଅସୁରମାନଙ୍କୁ ମାରିବାକୁ ଲାଗିଲେ ଓ ପରେ ନିରନ୍ତର ତପସ୍ୟା କରିବାକୁ ଲାଗିଲେ ।

ରାମାୟଣ, ମହାଭାରତ, ଯଜୁର୍ବେଦରେ (Yajur Veda) ଥିବା ତାଇତ୍ତିରିୟା ସଂହିତାରେ ଥିବା ନାରାୟଣ ଉପନିଷଦ, ମନିମେକାଲାଇ ସଙ୍ଗମ କାମରେ ଦେବୀ କନ୍ୟା କୁମାରୀଙ୍କ ବିଷୟ ଲେଖାଅଛି ।

ଆଧାର

Tags:

ଇଂରାଜୀ ଭାଷାତାମିଲନାଡ଼ୁଦୁର୍ଗାପାର୍ବତୀ

🔥 Trending searches on Wiki ଓଡ଼ିଆ:

ବିନୋଦ ଚନ୍ଦ୍ର ନାୟକଓଡ଼ିଶାର ସଂସ୍କୃତିଫସ୍‌ଫରସwiki.phtmlରତ୍ନାକର ଚଇନିଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରନୟାଗଡ଼ ଜିଲ୍ଲାରସଗୋଲାକାଳିନ୍ଦୀ ଚରଣ ପାଣିଗ୍ରାହୀଭାରତର ନଦୀ ସମୂହର ତାଲିକାଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଗର୍ଭାବସ୍ଥାଧରିତ୍ରୀ (ଖବରକାଗଜ)ଫାଇଲେରିଆଆନ୍ଧ୍ର ପ୍ରଦେଶଓଡ଼ିଶୀସୋନାଲ ମାନସିଂହ୨୯ ମାର୍ଚ୍ଚଫେବୃଆରୀ ୨୯ବିଶ୍ୱନାଥ କରଜାଭା (ପ୍ରୋଗ୍ରାମିଂ ଭାଷା)ଭାରତର ଜାତୀୟ ପତାକାଆନନ୍ଦ ଶଙ୍କର ଦାସକାହ୍ନୁଚରଣ ମହାନ୍ତିଚୁଡ଼ାବଣ୍ଡ (ଅର୍ଥ)ଗୋଦାବରୀଶ ମହାପାତ୍ରମାର୍ଚ୍ଚଚିତ୍ତରଞ୍ଜନ ତ୍ରିପାଠୀକୁନ୍ତଳା କୁମାରୀ ସାବତଲକ୍ଷ୍ମୀକାନ୍ତ ମହାପାତ୍ରଗୋପାଳ ଛୋଟରାୟତୃପ୍ତି ଦାସ୧୭୪୬ଭୁବନେଶ୍ୱର ବେହେରାଦେବଗଡ଼ ଜିଲ୍ଲାପୁରୁଷୋତ୍ତମ ଦେବଜୁନପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଖିଲିପାନବିଶ୍ୱ ମ୍ୟାଲେରିଆ ଦିବସସୂର୍ଯ୍ୟବଂଶୀ ସୂରଜମହୁପ୍ରଯୁକ୍ତି ବିଦ୍ୟାବିଦ୍ୟୁତପ୍ରଭା ଦେବୀପ୍ରତୀକ୍ଷାଯୌନ ସମ୍ଭୋଗଅଚ୍ୟୁତାନନ୍ଦ ଦାସସ୍ଥୌଲ୍ୟତାନବୀନ ପଟ୍ଟନାୟକଉତ୍କଳ ସମ୍ମିଳନୀମହାପ୍ରସାଦହୀରାକୁଦ ବନ୍ଧଓଡ଼ିଆଉଦ୍ଭିଦ ବିଜ୍ଞାନଚାଣକ୍ୟହେମୋଫିଲିଆହନୁମାନ ଚାଳିଶାସମ୍ବଲପୁର ଜିଲ୍ଲାଛାରପୋକବି. ଆର. ଆମ୍ବେଦକରତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରୟୁ ଟ୍ୟୁବପକୋଡ଼ାରବୀନ୍ଦ୍ରନାଥ ଠାକୁରଓଡ଼ିଶା ସରକାରଉତ୍କଳ ବ୍ରାହ୍ମଣକୋଣାର୍କଭାରତଚିଲିକା (କବିତା)ଗାଲୁଆଭ୍ୟାକୁମ୍ କ୍ଲିନର୍ରାକ୍ଷୀ ପୂର୍ଣ୍ଣିମା🡆 More