ଜିତେନ୍ଦ୍ର ହରିପାଲ (ଜିତେନ୍ଦ୍ରିୟ ହରିପାଳ ନାମରେ ମଧ୍ୟ ପରିଚିତ) ଜଣେ ପଦ୍ମଶ୍ରୀ ସମ୍ମାନିତ ଗାୟକ । ସେ 'ରଙ୍ଗବତୀ' ଗୀତ ଗାଈ ପ୍ରସିଦ୍ଧ ହୋଇଥିଲେ । ସେ ସମ୍ବଲପୁରୀ ଗାୟିକା କ୍ରୀଷ୍ଣା ପଟେଲଙ୍କ ସହ କୋଶଳୀ ଭାଷାରେ ଲୋକ ସଂଗୀତ ରଙ୍ଗବତୀର ଉପସ୍ଥାପନା କଲେ । ଜିତେନ୍ଦ୍ର ସମ୍ବଲପୁରର ଏକ ଦଳିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ପରେ ସେ ରଙ୍ଗବତୀର ପ୍ରଭୁତା ସଫଳତା ପରେ କୋଶଳୀ ଭାଷାରେ ୧୦୦୦ରୁ ଉର୍ଦ୍ଧ ଗୀତ ଗାଇଥିଲେ । ଆକାଶବାଣୀ କଳାକାର ହିସାବରେ ମଧ୍ୟ ବହୁତ ସଙ୍ଗୀତ ପରିବେଷଣ କରିଥିଲେ ଭି ବର୍ତ୍ତମାନ ସୁଦ୍ଧା ଦାରିଦ୍ରତାର କଷାଘାତରୁ ମୁକ୍ତ ହେଇ ପରି ନାହାନ୍ତି ।
ଜିତେନ୍ଦ୍ର ହରିପାଲ | |
---|---|
ଜାତୀୟତା | ଭାରତୀୟ |
ଅନ୍ୟ ନାମ | ଜିତେନ୍ଦ୍ରୀୟ ହରିପାଳ |
ପିତାମାତା | ମାନଧାତା ହରିପାଳ |
ପୁରସ୍କାର | ପଦ୍ମଶ୍ରୀ ୨୦୧୭ |
ଜିତେନ୍ଦ୍ରଙ୍କ ପିତା ମାନଧାତା ହରିପାଳ ଜଣେ ଲୋକ ସଂଗୀତକାର ଓ ଗାୟକ ଥିଲେ। ଅର୍ଥାଭାବ ଯୋଗୁଁ ଜିତେନ୍ଦ୍ର ବିଦ୍ୟାଳୟ ଶିକ୍ଷା ଅଧାରେ ବନ୍ଦ କରିଥିଲେ । ଜିତେନ୍ଦ୍ର ତାଙ୍କ ପିଲା ଦିନରୁ ହିଁ ଗୀତ, ପାରମ୍ପାରିକ ବାଦ୍ୟ ପ୍ରତି ଅତ୍ୟନ୍ତ ଆଗ୍ରହୀ ଥିଲେ । ସଙ୍ଗୀତ ବିଦ୍ୟାଳୟରେ ନା ଲେଖିବାକୁ ଅର୍ଥ ନ ଥିବାରୁ ସେ ସ୍କୁଲ ବାହାରେ ଛିଡ଼ା ହେଇ ଶିଖୁଥିଲେ । ଏପରିକି ବର୍ଷାରେ ଭିଜି ଭିଜି ବାହାରେ ଠିଆ ହେଇ ସଙ୍ଗୀତ ଆଖଡ଼ାରୁ ଶିଖୁଥିଲେ । ସେ ନିଜେ କହନ୍ତି ଯେ ସେ ସବୁ ରାଗ ବିଷୟରେ ଜାଣୁଥିଲେ ମଧ୍ୟ ରାଗର ନା ଜାଣୁ ନଥିଲେ । ଜିତେନ୍ଦ୍ରଙ୍କ ପୁଅ ଓ ପୁତ୍ରବଧୂ ମଧ୍ୟ ଗାୟକ ଗାୟିକା । ଏବେ ଜିତେନ୍ଦ୍ର ସପରିବାର ସମ୍ବଲପୁର ଷ୍ଟେସନ ପାଖ ଝୋପଡ଼ି ଘରେ ରହନ୍ତି ।
"ସଙ୍ଗୀତକୁ ନେଇ ଜୀବିକା ନିର୍ବାହ କରି ହେବ ନାହିଁ , ମନ ସିନା ଭରି ହେବ, ପେଟ ନୁହେଁ " ଏହା ଜିତେନ୍ଦ୍ରଙ୍କ ଉକ୍ତି । ବାଧ୍ୟ ହେଇ ଜିତେନ୍ଦ୍ର ଶ୍ରମିକ ଭାବେ ବା ଅନ୍ୟ ଯେ କୌଣସି କାର୍ଯ୍ୟ ମିଳିଲେ କରି ଥାଆନ୍ତି । ତାଙ୍କ ଗୀତ ରଙ୍ଗବତୀ ଏତେ ବିଖ୍ୟାତ ହେଇଥିଲେ ମଧ୍ୟ ସେ ବିଶେଷ କିଛି ଲାଭ ପାଇ ନଥିଲେ । ରେକର୍ଡ଼ କରିଥିବା କମ୍ପାନୀ ହିଁ ସବୁ ଲାଭ ଅର୍ଜନ କଲା ।
୧୯୭୧ରୁ ସେ ଆକାଶବାଣୀରେ 'ବି' ଗ୍ରେଡ କଳାକାର ଭାବେ ନିଯୁକ୍ତି ପାଇ ଅନେକ ଲୋକ ଗୀତ, କୋଷଳୀ ଆଞ୍ଚଳିକ ଗୀତ ଗାଇଥିଲେ । ରଙ୍ଗବତୀ ୧୯୭୬ରେ ରେକର୍ଡ଼ ହେଇଥିଲେ ବି ସ୍ୱତ୍ତ୍ୱାଧୀକାର ବିବାଦ ହେତୁ ୭୮/୭୯ ଯାଏ ମୁକ୍ତିଲାଭ ହେଇ ପାରି ନଥିଲା । ପରେ ସେ ଗୀତ ଖୁବ ଲୋକପ୍ରିୟ ହେଲା, ପରେ କଲିକତାର ରେକର୍ଡ କମ୍ପାନୀ ତାଙ୍କ ସରଳତାର ସୁଯୋଗ ନେଇ ୩ ବର୍ଷ ପାଇଁ ତାଙ୍କଠୁ ଚୁକ୍ତି ସ୍ୱାକ୍ଷର କରିନେଲା । ଚୁକ୍ତି କାରଣରୁ ଜିତେନ୍ଦ୍ର ଆଉ କୌଣସି ଅନ୍ୟ କମ୍ପାନୀ ତରଫରୁ ଗାଈ ପାରିଲେ ନାହିଁ । ତାଙ୍କର ଆର୍ଥିକ ଅବସ୍ଥା ସେଇଥି ପାଇଁ ଖରାପ ହେବାରେ ଲାଗିଲା । ଓଡ଼ିଆ, ଭୋଜପୁରୀ, ବଙ୍ଗାଳୀ, ଛତିଶଗଡ଼ ତଥା ଢକିଆ ଭାଷାରେ ତାଙ୍କର ଅନେକ ଗୀତ ରହିଛି ।
This article uses material from the Wikipedia ଓଡ଼ିଆ article ଜିତେନ୍ଦ୍ର ହରିପାଲ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.