ଓଡ଼ିଶା ପ୍ରିମିଅର ଲିଗ

ଓଡ଼ିଶା ପ୍ରିମିଅର ଲିଗ (ଓପିଏଲ୍) ହେଉଛି ଓଡ଼ିଶା କ୍ରିକେଟ ଆସୋସିଏସନ ଅଧିନରେ ଖେଲାଯାଉଥିବା ଏକ ଟ୍ୱେଣ୍ଟି୨୦ (Twenty20) କ୍ରିକେଟ ଖେଳ ପ୍ରତିଯୋଗିତା । ଏହା ଓଡ଼ିଶା କ୍ରିକେଟ ଆସୋସିଏସନଦ୍ୱାରା କଟକଠାରେ ଆରମ୍ଭ କରାଯାଇଥିଲା । ଇଣ୍ଡିଆନ ପ୍ରିମିଅର ଲିଗଦ୍ୱାରା ପ୍ରଭାବିତ ହୋଇ ଓଡ଼ିଶାରେ ଟ୍ୱେଣ୍ଟି୨୦ କ୍ରିକେଟର ପ୍ରସାର ପାଇଁ ଏହି ଖେଳର ଆରମ୍ଭ କରାଯାଇଛି ।

ଓଡ଼ିଶା ପ୍ରିମିଅର ଲିଗ
ଓଡ଼ିଶା ପ୍ରିମିଅର ଲିଗ
ଦେଶଭାରତ
ପ୍ରଶାସକଓ.ସି.ଏ.
ମୁଖ୍ୟାଳୟକଟକ, ଓଡ଼ିଶା, ଭାରତ
ପ୍ରଣାଳୀଟ୍ୱେଣ୍ଟି୨୦
ବେବସାଇଟଓଡ଼ିଶା ପ୍ରିମିଅର ଲିଗ

ରାଜ୍ୟର କ୍ରିକେଟ ଖେଳାଳିଙ୍କୁ ଭଲ ଖେଳ ପରିସର ଯୋଗାଇବା, ଭଲ ଖେଳ ପ୍ରଦର୍ଶନ ମାଧ୍ୟମରେ ଜାତୀୟ କ୍ରିକେଟ୍ରେ ନାମକୁ ଯୋଡ଼ିବା ତଥା ବ୍ୟବସାୟିକ ଭିତ୍ତିରେ ଭଲ ଅର୍ଥ ରୋଜଗାର କରିବା ଲକ୍ଷରେ ଓଡ଼ିଶା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଓଡ଼ିଶା ପ୍ରିମିଅର ଲିଗ (ଓପିଏଲ୍)ର ପ୍ରଥମ ସଂସ୍କରଣ ୨୨ମଇରୁ ୧୨ ଜୁନ ୨୦୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଇଣ୍ଡିଆନ୍ ପ୍ରିମିଅର ଲିଗ (ଆଇପିଏଲ୍) ଢାଞ୍ଚାରେ, ଓଡ଼ିଶା ପ୍ରିମିଅର ଲିଗ (ଓପିଏଲ୍) ନାମରେ ନାମିତ ଓ ପରିଚାଳିତ ଏହି ଟ୍ୱେଣ୍ଟି-୨୦ ଟୁର୍ଣ୍ଣାମେଣ୍ଟରେ ୧୦ଟି ଦଳ ଭାଗନେଇଥିଲେ | ୧୦ଟି ଦଳକୁ ଦୁଇଟି ଗ୍ରୁପ୍ରେ ବିଭକ୍ତ କରାଯାଇଥିଲା । ପ୍ରତି ଗ୍ରୁପ୍ର ଦଳ ପରସ୍ପର ସହ ଦୁଇଥର ଖେଳିଥିଲେ, ଉଭୟ ଗ୍ରୁପ୍ର ଶ୍ରେଷ୍ଠ ଚାରୋଟି ଦଳ ସେମିଫାଇନାଲ୍ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଥିଲେ ।

ଓପିଏଲ୍‌ର ବିଜୟୀ ଦଳକୁ ୫ କି.ଗ୍ରା. ଓଜନର ଏକ ରୂପାର ଟ୍ରଫି ସହ ୪ଲକ୍ଷ ଟଙ୍କା ଓ ରନର୍ସ ଅପ୍ ଦଳକୁ ୨ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ । ପ୍ରତି ମ୍ୟାଚର ମ୍ୟାନ ଅଫ୍ ଦି ମ୍ୟାଚଙ୍କୁ ୫ହଜାର ଟଙ୍କା ଓ ମ୍ୟାନ ଅଫ ଦି ସିରିଜ୍ଙ୍କୁ ଫୋର୍ଡ ଫିଗୋ କାର ପ୍ରଦାନ କରାଯିବ । ଲୋକପ୍ରିୟ ଓଡ଼ିଆ କଥଚିତ୍ର ଅଭିନେତା ଅନୁଭବ ମହାନ୍ତି ଓପିଏଲ୍ର ବ୍ରାଣ୍ଡ ଆମ୍ବାସଡ଼ର ଅଛନ୍ତି ।

ପ୍ରତିଯୋଗୀ ଦଳ

ଓପିଏଲ୍‌ର ପ୍ରଥମ ସଂସ୍କରଣରେ ଭାଗ ନେଉଥିବା ଦଳଗୁଡ଼ିକ ହେଲେ:

  • କଟକ ବାରବାଟି ଟାଇଗର୍ସ, କଟକ
  • ଭୁବନେଶ୍ୱର ଜାଗୁଆର୍ସ, ଭୁବନେଶ୍ୱର
  • କେଶବୀ ପାବାର ରେଞ୍ଜର୍ସ, କେନ୍ଦୁଝର
  • ବ୍ରହ୍ମପୁର ଭଞ୍ଜ ବୀରସ, ବ୍ରହ୍ମପୁର
  • ପୁରୀ ଏମ୍ପେରର୍ସ, ପୁରୀ
  • ୱେଷ୍ଟର୍ଣ୍ଣ ସାମୁରାଇ, ରାଉରକେଲା
  • ବାଲେଶ୍ୱର ବାଘା, ବାଲେଶ୍ୱର
  • କୋଅପରେଟିଭ କିଙ୍ଗ୍ସ, ଢେଙ୍କାନାଳ
  • ଅନୁଗୁଳ ଟସ୍କର୍ସ, ଅନୁଗୋଳ
  • ଜେଏସପି ସ୍ପାର୍କ, ଜଗତସିଂହପୁର

ଚୂଡାନ୍ତ ଫଳାଫଳ

ଜୁନ୍ ୧୨ ତାରିଖରେ ବାରବାଟି ଷ୍ଟାଡ଼ିଅମରେ ଅନୁଷ୍ଠିତ ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲରେ ୱେଷ୍ଟର୍ଣ୍ଣ୍ ସାମୁରାଇ, ରାଉରକେଲା ୪ରନରେ କଟକ ବାରବାଟୀ ଟାଇଗର୍ସକୁ ହରାଇ ଓପିଏଲ୍‌ ପ୍ରଥମ ସଂସ୍କରଣର ବିଜେତା ଆଖ୍ୟା ଅର୍ଜନ କରିଛି । ରାଉରକେଲା ପକ୍ଷରୁ ଧାର୍ଯ୍ୟ ୧୧୩ ରନର ବିଜୟ ଲକ୍ଷ୍ୟର ପିଛାକରି କଟକ ୫ ଉଇକେଟ ବିନିମୟରେ ୧୦୮ ରନ କରିବାକୁ ସକ୍ଷମ ହୋଇଥିଲା ।

ପୁରସ୍କାର

  • ବିଜେତା: ୱେଷ୍ଟର୍ଣ୍ଣ୍ ସାମୁରାଇ, ରାଉରକେଲା- ଓଡ଼ିଶା ପ୍ରିମିଅର ଲିଗ  ୪ଲକ୍ଷ ଓ ଟ୍ରଫି |
  • ଦ୍ୱିତୀୟ: କଟକ ବାରବାଟୀ ଟାଇଗର୍ସ, କଟକ - ଓଡ଼ିଶା ପ୍ରିମିଅର ଲିଗ  ୨ଲକ୍ଷ |
  • ତୃତୀୟ: ଜେସିପି ସ୍ପାର୍କ, ଜଗତସିଂହପୁର - ଓଡ଼ିଶା ପ୍ରିମିଅର ଲିଗ  ୧ଲକ୍ଷ |
  • ଚତୁର୍ଥ: ବାଲେଶ୍ୱର ବାଘାସ, ବାଲେଶ୍ୱର- ଓଡ଼ିଶା ପ୍ରିମିଅର ଲିଗ  ୫୦ହଜାର |
  • ମ୍ୟାନ ଅଫଦି ସିରିଜ: ବିପ୍ଳବ ସାମନ୍ତରାୟ, କଟକ ବାରବାଟୀ ଟାଇଗର୍ସ, କଟକ - ଓଡ଼ିଶା ପ୍ରିମିଅର ଲିଗ  ୨୫ହଜାର ଓ ଫୋର୍ଡ ଫିଗୋ କାର ।
  • ମ୍ୟାନ ଅଫଦି ଫାଇନାଲ: ଅମିତ ଦାସ- ଓଡ଼ିଶା ପ୍ରିମିଅର ଲିଗ  ୨୫ହଜାର |
  • ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ: ସୁବିତ ବିଶ୍ୱାଳ(୩୫୫ରନ), ଜେଏସପି ସ୍ପାର୍କ, ଜଗତସିଂହପୁର - ଓଡ଼ିଶା ପ୍ରିମିଅର ଲିଗ  ୫୦ହଜାର ଓ ୟାମାହା ମୋଟରସାକେଲ ।
  • ଶ୍ରେଷ୍ଠ ବୋଲର: ବିଭୁଦତ୍ତ ପଣ୍ଡା (୧୭ଉଇକେଟ), କଟକ ବାରବାଟୀ ଟାଇଗର୍ସ, କଟକ - ଓଡ଼ିଶା ପ୍ରିମିଅର ଲିଗ  ୧୦ହଜାର ଓ ୟାମାହା ମୋଟରସାକେଲ ।

ଆଧାର

ବାହାର ଆଧାର

Tags:

ଓଡ଼ିଶା ପ୍ରିମିଅର ଲିଗ ପ୍ରତିଯୋଗୀ ଦଳଓଡ଼ିଶା ପ୍ରିମିଅର ଲିଗ ଚୂଡାନ୍ତ ଫଳାଫଳଓଡ଼ିଶା ପ୍ରିମିଅର ଲିଗ ଆଧାରଓଡ଼ିଶା ପ୍ରିମିଅର ଲିଗ ବାହାର ଆଧାରଓଡ଼ିଶା ପ୍ରିମିଅର ଲିଗ

🔥 Trending searches on Wiki ଓଡ଼ିଆ:

ଆଲେକ୍‌ଜାଣ୍ଡର୍ ମହାନମି ଠୁ (ହ୍ୟାସଟ୍ୟାଗ)ଚଉତିଶାକାଞ୍ଚନ ଅୱସ୍ତିବୁନ୍ଦିଆ ଖିରିରତ୍ନାକର ଚଇନି୧୫ ଫେବୃଆରୀ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନଏ. ପି. ଜେ. ଅବଦୁଲ କଲାମଅଂଶୁପା ହ୍ରଦ୬୩୩ହୀରାକୁଦ ବନ୍ଧଅଖିଳ ନାୟକଜୀବସାର ଖପଣା ସଂକ୍ରାନ୍ତିଲବଙ୍ଗଘର ବାହୁଡ଼ାରାମଚନ୍ଦ୍ର ମିଶ୍ରଇବାଣ୍ଡ୍ରୋନିକ ଏସିଡଉପେନ୍ଦ୍ର ଭଞ୍ଜବାଜି ରାଉତ୨୩ ଅପ୍ରେଲଆସିକାଅଖିଳ ମୋହନ ପଟ୍ଟନାୟକମହାତ୍ମା ଗାନ୍ଧୀଙ୍କ ପରିବାରମାଳିକାମୋରୋକ୍କୋଯୌନ ସମ୍ଭୋଗହନୁମାନ ଜୟନ୍ତୀବଳରାମ ଦାସଚିଲିକା ହ୍ରଦଧର୍ମେନ୍ଦ୍ର ପ୍ରଧାନ୨୬ ଅପ୍ରେଲଖାଦ୍ୟପ୍ରଦୀପ କୁମାର ପାଣିଗ୍ରାହୀଜଗନ୍ନାଥ ଦାସରୋହିତ ପୂଜାରୀବିଭୂତି ପଟ୍ଟନାୟକକେନ୍ଦୁଝର ଗଡ଼ଜାତ ରାଜ୍ୟଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଉତ୍କଳତପସ୍ୱିନୀଶ୍ରୀରାଧାନୀଳକଣ୍ଠ ଦାସଓଡ଼ିଆ କଥାଚିତ୍ର ଜଗତଗନରିଆସ୍ୱାମୀ ବିବେକାନନ୍ଦବାସନ୍ତୀଲକ୍ଷ୍ମୀକାନ୍ତ ମହାପାତ୍ରରାଣୀ ଲକ୍ଷ୍ମୀବାଈଉଇକିମିଡ଼ିଆ ଫାଉଣ୍ଡେସନବକ୍ସି ଜଗବନ୍ଧୁଅମ୍ଳଜାନରାଜନୀତି ବିଜ୍ଞାନହରେକୃଷ୍ଣ ମହତାବରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସଂଗୀତବିଧାନ ସଭା ସଭ୍ୟରାସନ କାର୍ଡ଼ (ଭାରତ)କାଳୀଚରଣ ପଟ୍ଟନାୟକରାଶି ଓ ନକ୍ଷତ୍ରନଟବର ସାମନ୍ତରାୟଜୟନ୍ତୀ ପଟ୍ଟନାୟକରଜ🡆 More