ଛେନା

ଲେଖା ଚାଲିଛି...

ଛେନା
Coulommiers cheese
ଛେନା
A platter with cheese and garnishes
ଛେନା
A variety of cheeses for sale in Amsterdam

ଛେନା ଏକ ଦୁଗ୍‌ଧଜାତ ଖାଦ୍ୟ ଯାହା ଦୁଧରେ ଥିବା ପୁଷ୍ଟିସାର ବା ପ୍ରୋଟିନ‌ କେଜିନ‌କୁ କୋଆଗୁଲେଟ କରି ତିଆରି କରାଯାଏ ଓ ଅନେକ ଆକାର ଓ ସ୍ୱାଦରେ ମିଳେ । ଛେନାରେ ଦୁଧର ପ୍ରୋଟିନ ଓ ଚର୍ବି ଥାଏ; ସାଧରଣତଃ ଗାଈ, ମଇଁଷି, ଛେଳି ଓ ମେଣ୍ଢା କ୍ଷୀରରୁ ପ୍ରସ୍ତୁତ ହୁଏ । ଛେନା ତିଆରି ସମୟରେ ଦୁଧକୁ ଏସିଡମୟ କରି ଏଞ୍ଜାଇମ ରେନେଟ ମିଶାଇ ଜମାଟ କରିଦିଆଯାଏ । କଠିନ ଅଂଶତକ ଅଲଗା କରି ଚାପ ପ୍ରୟୋଗଦ୍ୱାରା ଶେଷ ଆକାରରେ ପରିଣତ କରାଯାଏ । ଅଧିକାଂଶ ଛେନା ରନ୍ଧା ଉତ୍ତାପରେ ତରଳି ଯାଏ ।

ଭିନ୍ନ ଭିନ୍ନ ଦେଶମାନଙ୍କରେ ଶହ ଶହ ପ୍ରକାର ଛେନା ପ୍ରସ୍ତୁତ ହୁଏ । ଦୁଧର ଉତ୍ସ (କେଉଁ ପ୍ରାଣୀର କ୍ଷୀର), ପାଶ୍ଚରାଇଜ ହୋଇଛି କି ନାହିଁ, ଲହୁଣୀ-ଚର୍ବି ପରିମାଣ, ଜୀବାଣୁ ଓ ମୋଲ୍‌ଡ, ତିଆରି ପ୍ରଣାଳୀ, କେତେ ଦିନ ରଖାହେଉଛି; ତାହା ଉପରେ ଛେନାର ସ୍ଟାଇଲ, ନରମ ଗୁଣ ଓ ସ୍ୱାଦ ଆଦି ନିର୍ଭର କରେ । ମସଲା, ବିଭିନ୍ନ ଗୁଳ୍ମ ଓ କାଠ ଧୁଆଁ ଦେଇ ଛେନା ସ୍ୱାଦ ତିଆରି କରାଯାଏ । ଅନେକ ଛେନାରେ ଆନ୍ନାଟୋ ମିଶେଇ ହଳଦିଆରୁ ଲାଲ ରଙ୍ଗ କରାଯାଏ । କେତେକ ଛେନାରେ କଳାଜିରା, ରସୁଣ, କ୍ରାନବେରି (cranberries) ଓ ସାଇଭ (chives) ମିଶାଯାଏ ।

କେତେକ ଛେନାରେ ଭିନିଗର କିମ୍ବା ଲେମ୍ବୁରସ ପକେଇ ଏସିଡ କରେଇ ଦିଆଯାଏ । ଅଧିକାଂଶ ଛେନାରେ ଜୀବାଣୁ ଦେଇ କ୍ଷୀର ଶର୍କରାକୁ ଲାକ୍ଟିକ ଏସିଡରେ ପରିଣତ କରାଯାଏ ଓ ରେନ୍ନେଟ ମିଶେଇ ଛେନା କରିଦିଆଯାଏ । ଶାକାହାର ଛେନା ପ୍ରସ୍ତୁତ କରିବା ନିମନ୍ତେ ରେନ୍ନେଟ ବଦଳରେ ମ୍ୟୁକର ମିହେଇ ଫିମ୍ପି ଯୋଗ କରି ଫରମେଣ୍ଟେସନ କରାଯାଏ, ଅନ୍ୟ କେତେକ ସ୍ଥଳରେ ସ୍ୟାନାରା ଥିସ୍ଲ ପରିବାରର ଏକ୍ସଟ୍ରାକ୍ଟ ବ୍ୟବ‌ହାର କରାଯାଏ ।

ଛେନା ବ‌ହୁତ ଦିନ ରହିପାରେ, ନିଆଅଣା କରାଯାଇପାରେ, ଏଥିରେ ଚର୍ବି, ପୁଷ୍ଟିସାର, କ୍ୟାଲ୍‌ସିଅମ ଓ ଫସ୍‌ଫରସ୍ ପରିମାଣ ଅଧିକ ଥିବାରୁ ମୂଲ୍ୟବାନ ଅଟେ । କ୍ଷୀର ଅପେକ୍ଷା ଛେନା ଅଧିକ ସମୟ ରହିପାରେ କିନ୍ତୁ ପ୍ୟାକେଟ ଖୋଲିବାର ୩ରୁ ୫ ଦିନ ମଧ୍ୟରେ ଖାଇବା କଥା । ନରମ ଛେନା ଅପେକ୍ଷା କଠିନ ଛେନା ଅଧିକ ଦିନ ରହିପାରେ । ଡାଏରୀ ଫାର୍ମ ପାଖର ଛେନା ପ୍ରସ୍ତୁତକାରୀ କାରଖାନା ଶସ୍ତାରେ କ୍ଷୀର ପାଏ, ଜାହାଜ ପରିବ‌ହ‌ନ ଖର୍ଚ୍ଚ କମିଯାଏ ।

ଛେନା ବିକ୍ରେତା ବିଶେଷଜ୍ଞକୁ ଚିଜ୍‌ମଙ୍ଗର କୁହାଯାଏ । ଏଥି ନିମନ୍ତେ କିଛି ପାଠ୍ୟକ୍ରମ ଅଛି ଓ ବର୍ଷ ବର୍ଷ ଧରି ଚାଖିବା ଅଭ୍ୟାସ କରିବାକୁ ହୁଏ । ମଦ ନିମନ୍ତେ ଏହି ଭଳି ବିଶେଷଜ୍ଞ ଅଛନ୍ତି । ଏହି ବିଶେଷଜ୍ଞମାନେ ଛେନା ତିଆରି, ସଂଗ୍ରହ, ସାଉତି ରଖିବା, ମେନୁ ତିଆରି କରିବା ଇତ୍ୟାଦି ସମସ୍ତ କାମ ସୁଚାରୁ ରୂପେ କରନ୍ତି ।

ଛେନା ସାଉତି ରଖିବା ପଦ୍ଧତି ଉପରେ ବ‌ହୁତ ଆଲୋଚନା ହୁଏ । ଛେନା କାଗଜରେ ଗୁଡ଼େଇ ରଖିଲେ ସର୍ବାଧିକ ସମୟ ପର୍ଯ୍ୟନ୍ତ ରହିପାରେ । ଏହି କାରଜର ଭିତର ପାଖରେ ସଚ୍ଛିଦ୍ର ପ୍ଲାସ୍ଟିକ କୋଟିଙ୍ଗ ଥାଏ ଓ ବାହାର ପାଖରେ ମହ‌ମ ସ୍ତର ଥାଏ । ଏହା ଛେନାକୁ ଘନିଭୁତ କରି ରକ୍ଷା କରେ, ଜଳୀୟ ବାଷ୍ପ ବାହାରିଯିବାକୁ ଦିଏ ନାହିଁ ।



ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଆଲୋକ-ବୈଦୁତିକ ପ୍ରଭାବସୁନାଜୟୀରାମ ସାମଲପ୍ରଣବ ପ୍ରକାଶ ଦାସରାଣୀ ଲକ୍ଷ୍ମୀବାଈଷଠି ଓଷାବଙ୍ଗଳାଦେଶ ମୁକ୍ତିଯୁଦ୍ଧ୧୮ ମାର୍ଚ୍ଚଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସାଧାରଣ ଆପେକ୍ଷିକ ତତ୍ତ୍ୱଦକ୍ଷିଣ ଚୀନ ସାଗରପ୍ରାଣବନ୍ଧୁ କରଅଂଶୁମାନ ମହାନ୍ତିଯକ୍ଷ୍ମା୨୯ ମାର୍ଚ୍ଚଅଗଷ୍ଟସସାଲେଜ୍ ହାନ୍ସଡାବିବାହଭାରତୀୟ ମୁଦ୍ରାଗୁରୁପ୍ରସାଦ ମହାନ୍ତିଗୁଜରାଟସୁଭାଷ ଚନ୍ଦ୍ର ବୋଷଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନୟୁ ଟ୍ୟୁବସରସ୍ୱତୀଅଷ୍ଟ୍ରେଲିଆ ଆଦିମ ଅଧିବାସୀଇଣ୍ଡୋନେସିଆ ସରକାର୧୨୮୫ଅଂଶୁପା ହ୍ରଦ୧୭୦୧ବ୍ରହ୍ମୋତ୍ରୀ ମହାନ୍ତିସଂତୃପ୍ତ ମିଶ୍ରରେବତୀ (କ୍ଷୁଦ୍ରଗଳ୍ପ)ସୀତାକାନ୍ତ ମହାପାତ୍ରଭାରତର ଜାତୀୟ ପତାକାବୈକୁଣ୍ଠନାଥ ପଟ୍ଟନାୟକଦରବାର (କବିତା)ବିଜ୍ଞାନ କାହାଣୀତୁଳସୀ ଚଉରାକୟାଁ ଜନଜାତିଓଡ଼ିଶାର କଳାଓଡ଼ିଶାର ଭୂଗୋଳ୧୯ ମାର୍ଚ୍ଚନାରାୟଣ ସାହୁଅଶୋକ ଚକ୍ରହନୁମାନଇନ୍ଦ୍ରଝାଲ ମୁଢ଼ିଆଳୁଅଗ୍ନାଶୟ ପ୍ରଦାହଜଗମୋହନସୁଶାନ୍ତ ସିଂହହରେକୃଷ୍ଣ ମହତାବବଣ୍ଡା ଜନଜାତିଶଙ୍ଖରଙ୍ଗନାଥ ମିଶ୍ରମୁକୁନ୍ଦ ଦେବଫତୁରାନନ୍ଦଭକ୍ତ ଚରଣ ଦାସପ୍ରଦୂଷଣବସନ୍ତ ରୋଗଭାରତର ସଂସ୍କୃତିମନ୍ମଥ ନାଥ ଦାସଜାନକୀ ବଲ୍ଲଭ ପଟ୍ଟନାୟକବ୍ରାହ୍ମ ସମାଜ🡆 More