ଅଜୟ କୁମାର ପରିଡ଼ା: ଭାରତୀୟ ଜୀବବିଜ୍ଞାନୀ

ଅଜୟ କୁମାର ପରିଡ଼ା (୧୨ ଡିସେମ୍ବର ୧୯୬୩ - ୧୯ ଜୁଲାଇ ୨୦୨୨) ଜଣେ ଭାରତୀୟ ଜୀବବିଜ୍ଞାନୀ ଥିଲେ । ସେ କୃଷି, ଉଦ୍ଭିଦ ଆଣବିକ ଜୀବବିଜ୍ଞାନ (ପ୍ଲାଣ୍ଟ ମଲିକ୍ୟୁଲାର ବାୟୋଲୋଜି) ଓ ବାୟୋଟେକ୍‌ନୋଲୋଜି ଆଦି ବିଷୟମାନଙ୍କରେ ଅବଦାନ କରିଥିଲେ । ୨୦୧୪ ମସିହାରେ ତାଙ୍କର ତାଙ୍କର ବିଜ୍ଞାନ ଓ ଟେକ୍‌ନିଲୋଜିକୁ ଅବଦାନ ନିମନ୍ତେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା

ଅଜୟ କୁମାର ପରିଡ଼ା
ଅଜୟ କୁମାର ପରିଡ଼ା: ଜୀବନୀ, ସମ୍ମାନ ଓ ପୁରସ୍କାର, ଆଧାର
ପଦ୍ମଶ୍ରୀ ଗ୍ରହଣ କରୁଥିବା ସମୟରେ ଅଜୟ କୁମାର ପରିଡ଼ା
ଜନ୍ମ (1963-12-12) ୧୨ ଡିସେମ୍ବର ୧୯୬୩ (ବୟସ ୬୦)
ପୁରସ୍କାରପଦ୍ମଶ୍ରୀ, ୨୦୧୪

ଜୀବନୀ

ଅଜୟ କୁମାର ପରିଡ଼ା: ଜୀବନୀ, ସମ୍ମାନ ଓ ପୁରସ୍କାର, ଆଧାର 
ଭାରତର ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଅଜୟ କୁମାର ପରିଡ଼ାଙ୍କୁ ୨୦୧୪ ମସିହାରେ ପଦ୍ମଶ୍ରୀ ପ୍ରଦାନ କରୁଛନ୍ତି ।

ଅଜୟ କୁମାର ପରିଡ଼ା ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ । ସେ ଚେନାଇର ଏମ. ଏସ. ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଥିଲେ ।

ଗବେଷଣା

ଜଳବାୟୁ ପରିବର୍ତ୍ତନ, ବର୍ଦ୍ଧିଷ୍ଣୁ ସମୁଦ୍ର ପତନ ଯୋଗୁ କୃଷି ଉତ୍ପାଦନ କମିବା ଭଳି ଅସୁବିଧାସବୁକୁ ଦୂର କରିବା ନିମନ୍ତେ ସେ ଗବେଷଣା କରିଥିଲେ । ସ୍ଥାନୀୟ ଜଳବାୟୁ ପରିବର୍ତ୍ତନ‌କୁ ଖାପ ଖୁଆଇ କେତେକ କୃଷି କାମରେ ପରିବର୍ତ୍ତନ ଆଣିବାକୁ ସେ ଗବେଷଣା କରି ସଫଳ ମଧ୍ୟ ହୋଇଥିଲେ । ଫସଲ ଉତ୍ପାଦନ ବୃଦ୍ଧି ନିମନ୍ତେ ସେ କେତେକ ଆଧୁନିକ ବାୟୋଟେକନୋଲୋଜିକାଲ ଟୁଲ ବ୍ୟବ‌ହାର କରିଥିଲେ । ଲୁଣା ଓ ଶୁଖା ସ୍ଥାନମାନଙ୍କରେ ଚାପ ସ‌ହ୍ୟକାରୀ ଜିନ୍ ଚିହ୍ନଟ କରି ଅନେକ ଆଗୁଆ ପଦକ୍ଷେପ ନେଇଥିଲେ । ଆମ୍ବତୋଟା ଓ ଜଙ୍ଗଲିଆ ସେରିଆଲ ଓ ଡାଲିଜାତୀୟ ଓ ଅନ୍ୟ ଫସଲ ଜାତି ମଧ୍ୟରେ ସମ୍ବନ୍ଧ ଓ ଜିନଗତ ସଂରଚନା ବିଷୟରେ ମୌଳିକ ଚିନ୍ତାଧାରା ଉପରେ ମଧ୍ୟ ସେ ଗବେଷଣା କରିଥିଲେ । ସେ ପ୍ରାୟ ୨୦ ଜଣ ଡକ୍ଟରେଟ ଛାତ୍ରଛାତ୍ରୀଙ୍କ ବିଭିନ୍ନ ଆନ୍ତର୍ଜାତିକ ଜର୍ଣ୍ଣାଲରେ ନିମନ୍ତେ ସନ୍ଦର୍ଭସବୁକୁ ପର୍ଯ୍ୟବେକ୍ଷଣ କରିଥିଲେ ଓ ଏସବୁ ସନ୍ଦର୍ଭ ଜେନେଟିକ ରିସୋର୍ସର ପ୍ରକ୍ରିୟା ଓ କାର୍ଯ୍ୟକାରୀତାକୁ ବୁଝିବାରେ ସ‌ହାୟକ ହୋଇଥିଲା ।

୨୦୧୨ ମସିହାରେ ସେ ଜାତୀୟ ବିଜ୍ଞାନ ଏକାଡେମିର କୃଷି ବିଜ୍ଞାନ ଓ ଜଙ୍ଗଲ ବିଭାଗର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ସେ ଜାତୀୟ ବିଜ୍ଞାନ ଏକାଡେମିର ଜୀବବିଜ୍ଞାନ ବିଭାଗର ସଭାପତି ଭାବରେ ୨୦୧୪ ମସିହାରେ ନିର୍ବାଚିତ ହୋଇଥିଲେ ।

ସମ୍ମାନ ଓ ପୁରସ୍କାର

  • ପଦ୍ମଶ୍ରୀ - ୨୦୧୪
  • ଉମାକାନ୍ତ ମେମୋରିଆଲ ପୁରସ୍କାର - ଭାରତୀୟ ବିଜ୍ଞାନ କଂଗ୍ରେସ ଆସୋସିଏସନ
  • ବି.ଏମ.ବିରଲା ବିଜ୍ଞାନ ପୁରସ୍କାର - ବିରଳା ବିଜ୍ଞାନ ଫାଉଣ୍ଡେସନ
  • ଜାତୀୟ ବାୟୋସାଇନ୍ସ ପୁରସ୍କର - ଭାରତ ସରକାର
  • ଏନଏଏସଆଇ- ରିଲାଏନ୍ସ ପୁରସ୍କାର - ଜାତୀୟ ବିଜ୍ଞାନ ଏକାଡେମି
  • ଟାଟା ଇନୋଭେସନ ଫେଲୋସିପ ଅଫ ଡିପାର୍ଟମେଣ୍ଟ ଅଫ ବାୟୋଟେକନୋଲୋଜି - ଭାରତ ସରକାର
  • ରେକଗନିସନ ପୁରସ୍କାର - ଜାତୀୟ ଏଗ୍ରିକଲଚର ବିଜ୍ଞାନ ଏକାଡେମି

ଆଧାର

Tags:

ଅଜୟ କୁମାର ପରିଡ଼ା ଜୀବନୀଅଜୟ କୁମାର ପରିଡ଼ା ସମ୍ମାନ ଓ ପୁରସ୍କାରଅଜୟ କୁମାର ପରିଡ଼ା ଆଧାରଅଜୟ କୁମାର ପରିଡ଼ାପଦ୍ମଶ୍ରୀ

🔥 Trending searches on Wiki ଓଡ଼ିଆ:

୧୯୭୫ଧଉଳିମାଳଦ୍ଵୀପଇନ୍ଦ୍ରଗୋବିନ୍ଦ ତ୍ରିପାଠୀଏସିଆଭାରତରାମାୟଣwiki.phtml୧୯୮୦ଶ୍ରୀନିବାସ ଉଦ୍‌ଗାତାଲୁହାଢଗ ଢମାଳିମିଳିତ ଜାତିସଂଘଛ ମାଣ ଆଠ ଗୁଣ୍ଠବସନ୍ତ ରୋଗଦୀପକ ମିଶ୍ରଅଳେଇଚନିଓୱାଇଜ ଧୂମକେତୁନମିତା ଅଗ୍ରୱାଲଆଣ୍ଟିଅକ୍ସିଡାଣ୍ଟଦୁର୍ଗା ପୂଜାଅଖିଳ ମୋହନ ପଟ୍ଟନାୟକଫୁଲ୍ଲୋରି ଓଷାଉମେଶଚନ୍ଦ୍ର ସରକାରମୋଗଲ ସାମ୍ରାଜ୍ୟଗଙ୍ଗାଧର ମେହେରକାଳୀକା ଭଗବତୀ ମନ୍ଦିରରଥଯାତ୍ରାବସନ୍ତ କୁମାରୀ ଦେବୀନୂତନ ବର୍ଷକାଳିନ୍ଦୀ ଚରଣ ପାଣିଗ୍ରାହୀ୨୯ ମାର୍ଚ୍ଚକାସ୍ପିଆନ ସାଗରନେଲସନ ମଣ୍ଡେଲାବୌଦ୍ଧ ଧର୍ମଅନ୍ଧତ୍ୱସମଲେଶ୍ୱରୀ ମନ୍ଦିରବୈଷୟିକ ବିଜ୍ଞାନଅର୍ଚ୍ଚନା (କବିତା ସଙ୍କଳନ)ସାମବେଦପଟ୍ଟଚିତ୍ର୬ ଫେବୃଆରୀଶ୍ରୀ ଅରବିନ୍ଦଭଗବତୀ ଦେଉଳରାଜନୀତି ବିଜ୍ଞାନଯଶୋଧାରା ମିଶ୍ରଦୀନନାଥ ପାଠୀ୩୦ ଜୁନଦୁର୍ଗାସୁକନ୍ୟା ସମୃଦ୍ଧି ଯୋଜନାରବର୍ଟ ମୂଗଯୋଗକଣ୍ଟାକୁସୁମଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟଭଦ୍ରକରଜଆକବର୧୯୮୯ଅଷ୍ଟଭୁଜପ୍ରଧାନ ପୃଷ୍ଠାବାମାଚରଣ ମିତ୍ରଜାପାନୀ ଭାଷାଆର୍ଜେଣ୍ଟିନାଆମାଜନ ନ‌ଦୀକର୍କଟ ରୋଗହନୁମାନ ଚାଳିଶାଚୀନଓଡ଼ିଶାର ଲୋକକଳାବଣ୍ଡା ଜନଜାତିଯାଜପୁରଜଗନ୍ନାଥଙ୍କ ବେଶବାରବାଡୋସ🡆 More