ଶ୍ରୀହରିଲାଲ ସର୍ମା

 

ଭାଇସ ଆଡମିରାଲ

ଶ୍ରୀହରିଲାଲ ସର୍ମା

ପିଭିଏସଏମ (ପରମ ବିଶିଷ୍ଟ ସେବା ପଦକ)
ଶ୍ରୀହରିଲାଲ ସର୍ମା
ଜନ୍ମ(1922-12-01)୧ ଡିସେମ୍ବର ୧୯୨୨
ବିହାର ଏବଂ ଓଡ଼ିଶା ରାଜ୍ୟ
(ବର୍ତ୍ତମାନର ଓଡ଼ିଶା)
ମୃତ୍ୟୁ୩ ଜାନୁଆରୀ ୨୦୨୨(2022-01-03) (ବୟସ ୯୯)
ନିଯୁକ୍ତିଦାତାଶ୍ରୀହରିଲାଲ ସର୍ମା British Raj
ଶ୍ରୀହରିଲାଲ ସର୍ମା India
ସେବା/ବିଭାଗଶ୍ରୀହରିଲାଲ ସର୍ମା India Navy
ଶ୍ରୀହରିଲାଲ ସର୍ମା Indian Navy
କାର୍ଯ୍ୟକାଳ୧୯୪୨–୧୯୭୮
ପଦବୀଶ୍ରୀହରିଲାଲ ସର୍ମା ଶ୍ରୀହରିଲାଲ ସର୍ମା Vice Admiral
Commands heldପୂର୍ବାଞ୍ଚଳ ନୌସେନା ବାହିନୀ
ପୂର୍ବାଞ୍ଚଳ ବାହିନୀ
INS Mysore (C60)
INS Venduruthy
16 Frigate Squadron
INS Brahmaputra (F31)
INS Khukri (F149)
ସଂଘର୍ଷ/ଯୁଦ୍ଧଦ୍ୱିତୀୟ ବିଶ୍ୱଯୁଦ୍ଧ
୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ
ପୁରସ୍କାରଶ୍ରୀହରିଲାଲ ସର୍ମା ପରମ ବିଶିଷ୍ଟ ସେବା ପଦକ
ଅନ୍ୟକାର୍ଯ୍ୟଆତ୍ମଜୀବନୀ: My Years at Sea (ସମୁଦ୍ରରେ ମୋର ବର୍ଷଗୁଡ଼ିକ)

ଭାଇସ ଆଡମିରାଲ ଶ୍ରୀହରିଲାଲ ସର୍ମା, ପିଭିଏସଏମ (ପରମ ବିଶିଷ୍ଟ ସେବା ପଦକ) (୧ ଡିସେମ୍ବର ୧୯୨୨ – ୩ ଜାନୁଆରୀ ୨୦୨୨) ଜଣେ ପୂର୍ବତନ ଭାରତୀୟ ନୌସେନା ଆଡମିରାଲ ଯିଏ ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଫ୍ଲାଗ ଅଫିସର କମାଣ୍ଡିଂ ଇଷ୍ଟର୍ନ ଫ୍ଲାଇଟ୍ (FOCEF) ଭାବରେ କାର୍ଯ୍ୟ କରିଥିଲେ। ପରେ ସେ ଫ୍ଲାଗ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଇଷ୍ଟର୍ଣ୍ଣ ନାଭାଲ୍ କମାଣ୍ଡ ଭାବରେ ୧ ମାର୍ଚ୍ଚ ୧୯୭୭ରୁ ୨ ଫେବୃଆରୀ ୧୯୭୮ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ।

ପ୍ରାରମ୍ଭିକ ଜୀବନ

ହରିଲାଲ ୧ ଡିସେମ୍ବର ୧୯୨୨ରେ ତତ୍କାଳୀନ ବିହାର ଏବଂ ଓଡ଼ିଶା ପ୍ରଦେଶରେ ଗଞ୍ଜାମ ଜିଲ୍ଲାର ଏକ ବଡ଼ ଧନୀ ପରିବାରରେ ଜନ୍ମ ହୋଇଥିଲେ । ତାଙ୍କର ନଅ ଭାଇଭଉଣୀଙ୍କ ମଧ୍ୟରୁ ଜ୍ୟେଷ୍ଠ ଥିଲେ । ତାଙ୍କ ପିତା ନରସିଂହ ପଣ୍ଡା ବିହାର ଏବଂ ଓଡ଼ିଶା ପ୍ରଦେଶ ସରକାରରେ ଜଣେ ସବ-ରେଜିଷ୍ଟ୍ରାର ଥିଲେ। ସେ ଜନ୍ମର ପ୍ରଥମ ଦଶ ବର୍ଷ ତାଙ୍କ ମାମୁଁ ଏବଂ ମାଉସୀଙ୍କ ସହିତ ଥିଲେ, ଯିଏ ନିଃସନ୍ତାନ ଥିଲେ । ୧୯୩୨ ମସିହାରେ ତାଙ୍କ ପିତାମାତାଙ୍କ ନିକଟକୁ ସେ ଫେରିଆସିଥିଲେ ।

ଭାରତର ସାମୁଦ୍ରିକ ସେବା ପାଇଁ ଯୁବକମାନଙ୍କୁ ତାଲିମ ଦେବା ପାଇଁ ୧୯୨୭ ମସିହାରେ ଇଣ୍ଡିଆନ୍ ମର୍ଚ୍ଚାଣ୍ଟାଇଲ୍ ସାମୁଦ୍ରିକ ତାଲିମ ଜାହାଜ (IMMTS) ଡଫେରିନ୍ ପ୍ରତିଷ୍ଠା କରାଯାଇଥିଲା । ୧୯୩୬ ମଧ୍ୟଭାଗରେ, ସର୍ମା କଲିକତାରେ ସର୍ବ-ଭାରତ ପ୍ରତିଯୋଗିତା ପରୀକ୍ଷା ପାଇଁ ହାଜର ହୋଇଥିଲେ । ପରୀକ୍ଷାରେ ସଫଳ ହୋଇ ସେ ବର୍ଷ ଶେଷରେ ବମ୍ବେରେ ସାକ୍ଷାତକାର ପାଇଁ ବସିଥିଲେ ।

୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧ

୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧ ବାଂଲାଦେଶ ମୁକ୍ତି ଯୁଦ୍ଧଦ୍ୱାରା ଆରମ୍ଭ ହୋଇଥିଲା, ପାରମ୍ପାରିକ ଭାବରେ ପ୍ରାଧାନ୍ୟ ବିସ୍ତାର କରୁଥିବା ପଶ୍ଚିମ ପାକିସ୍ତାନ ଏବଂ ଅଧିକାଂଶ ପୂର୍ବ ପାକିସ୍ତାନୀ ମଧ୍ୟରେ ବିବାଦ। ୧୯୭୦ରେ, ପୂର୍ବ ପାକିସ୍ତାନୀମାନେ ରାଜ୍ୟ ପାଇଁ ସ୍ୱାଧୀନତା ଦାବି କରିଥିଲେ, କିନ୍ତୁ ପାକିସ୍ତାନ ସରକାର ଏହି ଦାବିକୁ ପୂରଣ କରିବାରେ ବିଫଳ ହୋଇଥିଲେ ଏବଂ ୧୯୭୧ ମସିହାର ପ୍ରାରମ୍ଭରେ ପୂର୍ବ ପାକିସ୍ତାନରେ ବିଚ୍ଛିନ୍ନତା ମୂଳକ ଦାବି ହୋଇଥିଲା। ମାର୍ଚ୍ଚରେ ପଶ୍ଚିମ ପାକିସ୍ତାନ ସଶସ୍ତ୍ର ବାହିନୀ ପୂର୍ବ ପାକିସ୍ତାନର ସୈନିକ ଏବଂ ପୋଲିସ ସମେତ ବିଚ୍ଛିନ୍ନତାବାଦୀଙ୍କୁ ରୋକିବା ପାଇଁ ଏକ ତୀବ୍ର ଅଭିଯାନ ଆରମ୍ଭ କରିଥିଲା। ହଜାର ହଜାର ପୂର୍ବ ପାକିସ୍ତାନୀଙ୍କର ମୃତ୍ୟୁ ଘଟିଥିଲା ଏବଂ ପ୍ରାୟ ଦଶ ଲକ୍ଷ ଶରଣାର୍ଥୀ ପଶ୍ଚିମ ବଙ୍ଗ ରାଜ୍ୟକୁ ପଳାଇଥିଲେ। ଅପ୍ରେଲରେ, ବାଂଲାଦେଶର ନୂତନ ରାଷ୍ଟ୍ର ଗଠନରେ ଭାରତ ସହାୟତା କରିବାକୁ ନିଷ୍ପତ୍ତି ନେଇଥିଲା ।

ସେପ୍ଟେମ୍ବର ୧୯୭୧ ମସିହାରେ, ସର୍ମାଙ୍କୁ ନୌସେନା କର୍ମଚାରୀଙ୍କ ମୁଖ୍ୟ ଆଡମିରାଲ ଏସଏମ ନନ୍ଦା ଡକାଇ କହିଥିଲେ ଯେ ସେ ବିଶାଖାପାଟଣାକୁ ଯିବେ ଏବଂ ସେହି ସମୟରେ ଗଠିତ ପୂର୍ବାଞ୍ଚଳ ବାହିନୀ(ଇଷ୍ଟର୍ଣ୍ଣ ଫ୍ଲିଟ)ର କମାଣ୍ଡ ଗ୍ରହଣ କରିବେ। ନୌସେନାର ଦୁଇ ଜାହାଜ ବ୍ୟବସ୍ଥା ୧ ନଭେମ୍ବର ୧୯୭୧ରେ ପୂର୍ବାଞ୍ଚଳ ବାହିନୀ ସହିତ କାର୍ଯ୍ୟକାରୀ ହେଲା। ରିଅର୍ ଆଡମିରାଲ୍ ସର୍ମା ପ୍ରତିଷ୍ଠାତା ଫ୍ଲାଗ୍ ଅଫିସର କମାଣ୍ଡିଂ ଇଷ୍ଟର୍ନ ଫ୍ଲାଇଟ୍ (FOCEF) ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ |

୧୯୭୧ ମଧ୍ୟଭାଗରେ, ବିମାନ ପରିବହନକାରୀ ଆଇଏନଏସ ବିକ୍ରାନ୍ତ, ଏବଂ ଅନ୍ୟ ଜାହାଜଗୁଡ଼ିକ ଯଥା ଆଇଏନଏସ ବ୍ରହ୍ମପୁତ୍ର ଏବଂ ଆଇଏନଏସ ବେୟାସ ପଶ୍ଚିମାଞ୍ଚଳ ନୌବାହିନୀରୁ ପୂର୍ବାଞ୍ଚଳ ନୌବାହିନୀକୁ ଆସିଥିଲେ । ଏଥିଯୋଗୁଁ, ଆଇଏନଏସ ବିକ୍ରାନ୍ତ ପୂର୍ବାଞ୍ଚଳ ନୌବାହିନୀର ମୁଖ୍ୟ ଜାହାଜ ହୋଇଥିଲା |

ଶ୍ରୀଯୁକ୍ତ ସର୍ମାଙ୍କ ଅନୁଯାୟୀ, ପୂର୍ବାଞ୍ଚଳ ନୌବାହିନୀର ନିମ୍ନୋକ୍ତ କାର୍ଯ୍ୟଗୁଡ଼ିକ ଥିଲା:

  • ସମୁଦ୍ରରେ ଶତ୍ରୁ ନୌସେନା ବିଭାଗ ଖୋଜିବା ଏବଂ ନଷ୍ଟ କରିବା |
  • ତାଙ୍କର ଭିତ୍ତିଭୂମି ନଷ୍ଟ କରିବା ଯାହାଦ୍ୱାରା ଶତ୍ରୁ ନୌସେନା ବିଭାଗଗୁଡିକ କୂଳ ସମର୍ଥନ ପାଇପାରିବ ନାହିଁ |
  • ପୂର୍ବ ପାକିସ୍ତାନ ଉପକୂଳରେ ଏକ ଅବରୋଧ ପ୍ରତିଷ୍ଠା କରିବା |
  • ନିଷେଧ ନିୟନ୍ତ୍ରଣ ପ୍ରତିଷ୍ଠା କରିବା

ପୂର୍ବାଞ୍ଚଳ ନୌବାହିନୀ ପୂର୍ବ ପାକିସ୍ଥାନର ବନ୍ଦରଗୁଡିକୁ ପ୍ରଭାବଶାଳୀ ଭାବରେ ଅବରୋଧ କରିଥିଲା। ଏଲିଜେ (Alizé) ଏବଂ ହକର ସି ହକ (Hawker Sea Hawk) ବିମାନ ଆଇଏନଏସ ବିକ୍ରାନ୍ତରୁ ଏବଂ ବିକ୍ରାନ୍ତର ଅନ୍ୟାନ୍ୟ ଜାହାଜଗୁଡ଼ିକ ଚିଟ୍ଟାଗଙ୍ଗ (Chittagong) ଏବଂ କକ୍ସ ବଜାରରେ (Cox's Bazar) ଗୋଳାବାରୂଦ ବର୍ଷଣ କରିଥିଲେ । ବିକ୍ରାନ୍ତର ଏହି ବର୍ଷଣଦ୍ୱାରା ସମୁଦାୟ ୫୬,୯୧୪ ଟନ୍ ଅଦରକାରୀ ୧୧ ବାଣିଜ୍ୟ ଜାହାଜ ବୁଡ଼ି ଯାଇଥିଲା। ବର୍ମାକୁ ସ୍ଥଳ ପଳାୟନ ମାର୍ଗ କାଟିବା ପାଇଁ ଏକ ଆମ୍ଫିବିଆସ୍ ଅବତରଣ ନ କରିବା ପର୍ଯ୍ୟନ୍ତ ଇଷ୍ଟର୍ନ ଫ୍ଲାଇଟ୍ ମଧ୍ୟ ନିଷେଧାଦେଶ ନିୟନ୍ତ୍ରଣ କରିଥିଲା। ପାକିସ୍ତାନ ଆତ୍ମସମର୍ପଣ କରିବା ପରେ, ୧୯୭୨ ମସିହାର ପ୍ରାରମ୍ଭରେ, ସର୍ମା ଚିଟ୍ଟାଗଙ୍ଗ ବନ୍ଦରକୁ କାର୍ଯ୍ୟକ୍ଷମ କରିବା ପାଇଁ ବନ୍ଦରର ଜଳ ମାଇନ ସଫା କରିବା (minesweeping) କାର୍ଯ୍ୟର ନେତୃତ୍ୱ ନେଇଥିଲେ।

୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧରେ ପୂର୍ବାଞ୍ଚଳ ନୌସେନାର ନେତୃତ୍ୱ ପାଇଁ ସର୍ମାଙ୍କୁ ୨୬ ଜାନୁଆରୀ ୧୯୭୨ ମସିହାରେ ପରମ ବିଶିଷ୍ଟ ସେବା ପଦକ (PVSM: Param Vashisht Seva Medal) ପ୍ରଦାନ କରାଯାଇଥିଲା । ପରମ ବିଶିଷ୍ଟ ସେବା ପଦକ ପାଇଁ ଉଲ୍ଲେଖ ନିମ୍ନଲିଖିତ ପଂକ୍ତିକୁ ପଢ଼ନ୍ତୁ:

ଯୁଦ୍ଧ ପରବର୍ତ୍ତୀ ଜୀବନ

ପ୍ରାୟ ୨ ବର୍ଷ ପୂର୍ବାଞ୍ଚଳ ନୌବାହିନୀର ନେତୃତ୍ୱ ନେଲାପରେ ସର୍ମା ୧୯୭୩ ମସିହାରେ ଡାଇରେକ୍ଟର ଜେନେରାଲ୍ ନାଭାଲ୍ ଡକୟାର୍ଡ଼ ବିସ୍ତାର ଯୋଜନା (ଡିଜି-ଏନଡିଇଏସ୍) ଭାବରେ ନିଯୁକ୍ତ ହୋଇଥିଲେ । ସେ ଏହି ଦାୟିତ୍ୱ ରିୟର ଆଡମିରାଲ୍ ପିଏସ୍ ମହିନ୍ଦ୍ରୁଙ୍କଠାରୁ ଗ୍ରହଣ କରିଥିଲେ। ସେହିବର୍ଷ ମାର୍ଚ୍ଚ ପହିଲାରେ ତାଙ୍କୁ ପ୍ରମୂଖ ରିୟର ଆଡମିରାଲ୍ ପଦୋନ୍ନତି ଦିଆଯାଇଥିଲା | ତା’ପରେ ସେ ୧୯୭୩ରୁ ୧୯୭୫ ପର୍ଯ୍ୟନ୍ତ ସାଉଥ୍ ନାଭାଲ୍ ଏରିଆ କମାଣ୍ଡିଂ ଫ୍ଲାଗ୍ ଅଫିସର୍ ଭାବରେ କାର୍ଯ୍ୟ କରିଥିଲେ। ୭ ଜାନୁଆରୀ ୧୯୭୫ ମସିହାରେ, ତାଙ୍କୁ ଭାଇସ ଆଡମିରାଲ ପଦୋନ୍ନତି ମିଳିଥିଲା । ଏହି ପଦବୀ ସହ ସେ ୮ ଜାନୁୟାରୀ ୧୯୭୫ ମସିହାରେ ଜାତୀୟ ପ୍ରତିରକ୍ଷା ମହାବିଦ୍ୟାଳୟ (National Defence College)ର କମାଣ୍ଡାଣ୍ଟ ହୋଇଥିଲେ । ଦୁଇ ବର୍ଷ ଏହି ବିଭାଗରେ କାମ କରିବାପରେ ସେ ପୂର୍ବାଞ୍ଚଳ ନୌସେନାର ଫ୍ଲାଗ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ।

ଏକ ବର୍ଷ ଏହି ଦାୟିତ୍ୱରେ କାମ କରିବାପରେ ସର୍ମା ୨ ଫେବୃଆରୀ ୧୯୭୮ରେ ଅବସର ନେଇଥିଲେ।

ପରବର୍ତ୍ତୀ ଜୀବନ

ଅବସର ସମୟରେ, ଶ୍ରୀଯୁକ୍ତ ସର୍ମା ନିଜର ଆତ୍ମଜୀବନୀ, My Years at Sea (ସମୁଦ୍ରରେ ମୋର ବର୍ଷଗୁଡ଼ିକ) ଲେଖି ୨୦୧୭ରେ ପ୍ରକାଶ କରିଥିଲେ । ୧୪ ଜାନୁୟାରୀ ୨୦୨୦ରେ, ସେ ଓଡ଼ିଶାର ଚତୁର୍ଥ ବାର୍ଷିକ ସଶସ୍ତ୍ର ବାହିନୀ ଭେଟେରାନ୍ସ ଡେ ଏବଂ ପୂର୍ବତନ ସେବାୟତ ସମ୍ମିଳନୀରେ ଉପସ୍ଥିତ ଥିଲେ, ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ୧୮ ଡିସେମ୍ବର ୨୦୨୦ରେ, ସର୍ମା ୧୯୭୧ର ଇଣ୍ଡୋ-ପାକିସ୍ତାନୀ ଯୁଦ୍ଧରେ ନିଜ ଭୂମିକା ପାଇଁ ଓଡ଼ିଶାର ବିଶିଷ୍ଟ ନାଗରିକ ସମ୍ମାନ କରିଥିଲେ । ୯୯ ବର୍ଷ ବୟସରେ ୩ ଜାନୁଆରୀ ୨୦୨୨ ଦିନ ସେ ମୃତ୍ୟୁବରଣ କରିଥିଲେ ।

ଆଧାର

Tags:

ଶ୍ରୀହରିଲାଲ ସର୍ମା ପ୍ରାରମ୍ଭିକ ଜୀବନଶ୍ରୀହରିଲାଲ ସର୍ମା ପରବର୍ତ୍ତୀ ଜୀବନଶ୍ରୀହରିଲାଲ ସର୍ମା ଆଧାରଶ୍ରୀହରିଲାଲ ସର୍ମା

🔥 Trending searches on Wiki ଓଡ଼ିଆ:

ସରୋଜିନୀ ନାଇଡୁପି. ଭି. ସିନ୍ଧୁମାଗୁଣିର ଶଗଡ଼ମହାନଦୀଓଡ଼ିଶାର ଭୂଗୋଳଲକ୍ଷ୍ମଣଇସ୍ରାଏଲ-ପାଲେଷ୍ଟାଇନ ବିବାଦସେପ୍ସିସପୁରୁଷୋତ୍ତମ ଦେବମଦ୍ୟ ଆସକ୍ତିଲକ୍ଷ୍ମୀନାରାୟଣ ସାହୁଓଡ଼ିଆ କଥାଚିତ୍ର ଜଗତବିରଳା ମନ୍ଦିର, ହାଇଦ୍ରାବାଦଯୋଗଚନ୍ଦ୍ରଶେଖର ରଥମନୋରମା ମହାପାତ୍ରଗ୍ରେଗୋରି ପାଞ୍ଜିଜୟୀରାମ ସାମଲଅଭିମନ୍ୟୁ ସାମନ୍ତସିଂହାର୬୨୩ବିଜୁ ଜନତା ଦଳଆଚାର୍ଯ୍ୟ ହରିହରଯୌଥ ପରିବାରଆଲଫ୍ରେଡ଼ ନୋବେଲଭାରତୀୟ ସ୍ୱାଧୀନତା ଆନ୍ଦୋଳନବାରୁଣୀ ସ୍ନାନଓଡ଼ିଶାର ଇତିହାସବିଷ୍ଣୁସମ୍ବଲପୁର ଜିଲ୍ଲାବାଙ୍କୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନଭାନୁଜୀ ରାଓନୂଆ ଦିଲ୍ଲୀପର୍ଫେନାଜାଇନଶିଶୁ ଅନନ୍ତ ଦାସଭଜନଲାଲକୃଷ୍ଣ ଆଡ଼ଭାନୀବାହାରିନତମନ୍ନା ବ୍ୟାସବୈଷ୍ଣବ ପାଣିଜାପାନ୧୮୬୬ବଣ୍ଡ (ଅର୍ଥ)୧୮୮୪ଅନ୍ତରଙ୍ଗ ସମ୍ପର୍କଗୁରୁକୃଷ୍ଣ ଗୋସ୍ୱାମୀରେବତୀପାଞ୍ଜିବେଲଗୋଦାବରୀଶ ମିଶ୍ରଆଲବର୍ଟ ଆଇନଷ୍ଟାଇନବିଶ୍ୱନାଥ କରପିତ୍ତକୋଷମହାତ୍ମା ଗାନ୍ଧୀଙ୍କ ପରିବାରଗୋକୁଳାନନ୍ଦ ମହାପାତ୍ରମଦବସନ୍ତ କୁମାର ଶତପଥୀଚୈତନ୍ୟଶ୍ରୀରାଧାବିଭୂତି ପଟ୍ଟନାୟକକେନ୍ଦୁଝର ଜିଲ୍ଲାଭଦ୍ରକ ଜିଲ୍ଲାନନ୍ଦ କିଶୋର ବଳଛାନ୍ଦପାର୍ବତୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବରଜଇଂରାଜୀ ଭାଷାଆଭଏଡାଣ୍ଟ ବ୍ୟକ୍ତିତ୍ୱ ରୋଗ୧ (ସଂଖ୍ୟା)🡆 More