ଶ୍ରୀବତ୍ସ ପଣ୍ଡା: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଶ୍ରୀବତ୍ସ ପଣ୍ଡା (୧ ଅକ୍ଟୋବର ୧୮୭୦ - ୧୧ ମଇ ୧୯୪୩) ଜଣେ ଓଡ଼ିଆ ଭାଷାପ୍ରେମୀ ସାହିତ୍ୟିକ ଓ ସମାଜ ସଂସ୍କାରକ ଥିଲେ । ସେ ୧୮୭୦ମସିହରେ ଭଞ୍ଜନଗର ନିକଟବର୍ତ୍ତୀ ମନ୍ଦାର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଆନ୍ଧ୍ର ପ୍ରଦେଶର ରାଜମହେନ୍ଦ୍ରୀଠାରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ଜାତିପ୍ରଥା, ବାଲ୍ୟବିବାହର ବିରୋଧ, ଅସ୍ମୃଶ୍ୟତା ନିବାରଣ, ବାଳିକା ଶିକ୍ଷା, ବିଧବା ଓ ଅନ୍ତର୍ଜାତୀୟ ବିବାହ ଏବଂ ଗୋରକ୍ଷା ଆଦି ଦିଗରେ ସେ କାର୍ଯ୍ୟ କରିଥିଲେ । ଉତ୍କଳ ସମ୍ମିଳନୀର ଜନ୍ମ ପୂର୍ବରୁ ଗଞ୍ଜାମରେ ଜାତୀୟ-ସଭାର ପ୍ରତିଷ୍ଠା ଓ ବେଦର ପ୍ରଚାରରେ ବ୍ରତି ଥିଲେ । ଭଞ୍ଜନଗର ନିକଟବର୍ତ୍ତୀ ତନରଡ଼ାଠାରେ ସେ ଗୋରକ୍ଷାଶ୍ରମ ଓ ବେଦଭବନ ପ୍ରତିଷ୍ଠା କରିଥିଲେ । ସରକାରୀ ଚାକିରିରେ ଯେଉଁ ସ୍ଥାନରେ ରହୁଥିଲେ, ସେଠିକାର ଲୋକଙ୍କୁ ବୁଝାଇସୁଝାଇ ବାଳିକାଙ୍କ ପାଇଁ ବିଦ୍ୟାଳୟ ସ୍ଥାପନ କରିବା, ପରଦା ପ୍ରଥାର ଉନ୍ମୋଚନ, ଛୁଆଁଅଛୁଆଁ ଭେଦଭାବ ଦୂରୀକରଣ, ସ୍ୱତନ୍ତ୍ର ଓଡ଼ିଶା ଗଠନ ଓ ସ୍ୱରାଜ୍ୟ ପ୍ରାପ୍ତି ପାଇଁ ଉଦ୍ୟମ ଜାରି ରଖିଥିଲେ ।

ଶ୍ରୀବତ୍ସ ପଣ୍ଡା
ଜନ୍ମ(1870-10-01)୧ ଅକ୍ଟୋବର ୧୮୭୦
ମୃତ୍ୟୁ୧୧ ମଇ ୧୯୪୩(1943-05-11) (ବୟସ ୭୨)
ପ୍ରସିଦ୍ଧିସାହିତ୍ୟିକ ଓ ସମାଜ ସଂସ୍କାରକ

ଓଡ଼ିଆ ଭାଷା ଓ ସାହିତ୍ୟକୁ ଅବଦାନ

ଶ୍ରୀବତ୍ସ, ସରକାରୀ ଫାଇଲରେ ଇଂରାଜୀ ବା ତେଲଗୁ ଭାଷା ପରିବର୍ତ୍ତେ ଓଡ଼ିଆ ଭାଷାର ପ୍ରଚଳନ ପାଇଁ ଉଦ୍ୟମ କରିଥିଲେ ।

ରଚନାବଳୀ

  • ଅଛବ ଜାତି
  • ଆରୋଗ୍ୟ ବିଧାନ
  • ଗୋଧନ
  • ପଞ୍ଚାୟତ
  • ଆର୍ଯ୍ୟଧର୍ମ,
  • ଜାତୀୟ ସଙ୍ଗୀତ
  • ସଂସ୍କାର ସଂଗୀତାବଳୀ
  • ସଂସ୍କାରକ
  • ଦୟାନନ୍ଦ ସରସ୍ୱତୀଙ୍କର ଅମର ଗ୍ରନ୍ଥ ‘ସତ୍ୟାର୍ଥ ପ୍ରକାଶ’ର ଓଡ଼ିଆ ଅନୁବାଦ

ଫକୀର ମୋହନ ସେନାପତି, ସମ୍ବଲପୁର ଉତ୍କଳ ସମିଳନୀରେ ଶ୍ରୀବତ୍ସଙ୍କୁ କହିଥିଲେ ଯେ ଆପଣଙ୍କ ଲେଖାରେ ସତ୍ୟବାଦିତା ଓ ସାହସ ଭରି ରହିଛି । ତେଣୁ ସ୍ୱାର୍ଥୀଲୋକେ ସମାଜ ସଂସ୍କାର ଚାହୁଁ ନାହାନ୍ତି ଓ ଆପଣଙ୍କୁ ଗାଳି ଦିଅନ୍ତି । ପରନ୍ତୁ, ସେଥିରେ ସମାଜର ହିତସାଧନ ହେବ, ଏଥିରେ ସନ୍ଦେହ ନାହିଁ ।"

୧୯୪୩ମସିହାରେ ଶ୍ରୀବତ୍ସଙ୍କର ପରଲୋକ ଘଟିଥିଲା । ସେ ନିଜର ଅଧିକାଂଶ ସଂପତ୍ତି ଶିକ୍ଷାର ପ୍ରସାର, ସମାଜ ସଂସ୍କାର ଓ ବେଦର ପ୍ରଚାର ପାଇଁ ଦାନ କରିଥିଲେ ।

ଆଧାର

Tags:

ଆନ୍ଧ୍ର ପ୍ରଦେଶଓଡ଼ିଆ ଭାଷାଭଞ୍ଜନଗର

🔥 Trending searches on Wiki ଓଡ଼ିଆ:

୧୪୯୯ଦେବୀପ୍ରସନ୍ନ ପଟ୍ଟନାୟକକଥା (ପତ୍ରିକା)ଭଗବତୀ ଚରଣ ପାଣିଗ୍ରାହୀବଣ୍ଡ (ଅର୍ଥ)ପ୍ରସବଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟଭାରତୀୟ ସ୍ୱାଧୀନତା ଆନ୍ଦୋଳନ୧୩୮୪୧୪୯୬ଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବସିପାହୀ ବିଦ୍ରୋହନବ ଚରଣ ମାଝିକୁକୁରଗଙ୍ଗାଧର ମେହେରକୋଣାର୍କ ସୂର୍ଯ୍ୟ ମନ୍ଦିରଖୋର୍ଦ୍ଧା ଜିଲ୍ଲାହୋଲିସଂତୃପ୍ତ ମିଶ୍ରରୀତା ସାହୁଚେତନ ଭଗତହଜବିଶ୍ୱନାଥ କରକିଶୋରୀ ଚରଣ ଦାସଇନଷ୍ଟାଗ୍ରାମମୁଦ୍ରା (ପୂଜା)ଇନ୍ଦ୍ରଜୀବସାରଛଉ ନାଚବଙ୍ଗଳାଦେଶ ମୁକ୍ତିଯୁଦ୍ଧବାଟ ଓଷାଭିକାରୀ ବଳଇଣ୍ଟରନେଟରାମଚନ୍ଦ୍ର ମିଶ୍ରଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ମୋଗଲ ସାମ୍ରାଜ୍ୟସଚ୍ଚିଦାନନ୍ଦ ରାଉତରାୟରବି ସିଂହ ମାଝିଗାୟତ୍ରୀ ସରାଫମଠଶଙ୍ଖଅଶୋକାଷ୍ଟମୀଚୈତ୍ର ମଙ୍ଗଳବାର ଓଷାଇଷ୍ଟ ଇଣ୍ଡିଆ କମ୍ପାନୀ୧୯୪୯ମିଳିତ ଜାତିସଂଘଭାରତୀୟ ଡାକ ସେବାକାବୋଟେଗ୍ରାଭିର/ରିଲପିଭିରିନଯାଯାବର (୧୯୭୫ର କଥାଚିତ୍ର)ସମାଜ ବିଜ୍ଞାନଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଓଡ଼ିଆ କବି ମାନଙ୍କର ତାଲିକାଚକରା ବିଷୋୟୀଭୋଦେଇ ଓଷାଡାଲଖାଇଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଶ୍ୱେତସାରଗୁରୁ ପ୍ରସାଦ ମହାନ୍ତିଗୁଗଲନୀଳାଦ୍ରି ଭୂଷଣ ହରିଚନ୍ଦନମାନବ ଅଧିକାରର ସାର୍ବଜନୀନ ଘୋଷଣାରାଜେନ୍ଦ୍ର କିଶୋର ପଣ୍ଡାଖଲିପତ୍ରଦକ୍ଷିଣ ଚୀନ ସାଗରଅଂଶୁପା ହ୍ରଦକନଫୁସିଅସଭାରତର ସଂସ୍କୃତିପୋଟଳ ଆଳୁ କସାଇରା ମହାନ୍ତି🡆 More