ରାମଚନ୍ଦ୍ର ନାୟକ: ଓଡ଼ିଆ ଶିଶୁ ସାହିତ୍ୟିକ

ରାମଚନ୍ଦ୍ର ନାୟକ (ଜନ୍ମ: ୨୨ ଜୁନ ୧୯୫୦) ଜଣେ ଓଡ଼ିଆ ଶିଶୁ ସାହିତ୍ୟିକ । ୨୦୨୦ ମସିହା ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମି ବାଳ ସାହିତ୍ୟ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ବଣ ଦେଉଳରେ ସୁନା ନେଉଳ ପୁସ୍ତକ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।

ରାମଚନ୍ଦ୍ର ନାୟକ
ଜନ୍ମ ଓ ଜନ୍ମସ୍ଥାନ (1950-06-22) ୨୨ ଜୁନ ୧୯୫୦ (ବୟସ ୭୩)
ଅତାସାହି, ଘସିପୁରା, କେନ୍ଦୁଝର
ବୃତ୍ତିଶିକ୍ଷକ
ଜାତୀୟତାଭାରତୀୟ
ନାଗରିକତାରାମଚନ୍ଦ୍ର ନାୟକ: ବ୍ୟକ୍ତିଗତ ଜୀବନ, ସାହିତ୍ୟ ସର୍ଜନା, ସମ୍ମାନ ଓ ପୁରସ୍କାର ଭାରତୀୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଅକାଦେମି ବାଳ ସାହିତ୍ୟ ପୁରସ୍କାର
ପିତାମାତାଭାଗୀରଥି ନାୟକ , ଚମ୍ପାବତୀ ନାୟକ

ବ୍ୟକ୍ତିଗତ ଜୀବନ

ରାମଚନ୍ଦ୍ର, ୧୯୫୦ ମସିହାରେ କେନ୍ଦୁଝର ଜିଲ୍ଲାର ଘସିପୁରା ବ୍ଲକ ଅନ୍ତର୍ଗତ ଅତାସାହିଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଭାଗିରଥି ନାୟକ ଓ ମାଙ୍କ ନାମ ଚମ୍ପାବତୀ ନାୟକ । ସେ ଥିଲେ ପରିବାରର ଜ୍ୟେଷ୍ଠ ପୁତ୍ର । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଜଗମୋହନ ରାମାୟଣରେ ରାଜଧର୍ମ ଶୀର୍ଷକରେ ଗବେଷଣା କରି ପିଏଚଡ଼ି ହାସଲ କରିଛନ୍ତି । ବୃତ୍ତିରେ ସେ ଜଣେ ଶିକ୍ଷକ ଥିଲେ ଓ ଅବସର ଗ୍ରହଣ କରିସାରିଛନ୍ତି ।

ସାହିତ୍ୟ ସର୍ଜନା

ପଞ୍ଚମ ଶ୍ରେଣୀରେ ପଢ଼ିବା ବେଳେ ରାମଚନ୍ଦ୍ରଙ୍କର ସାହିତ୍ୟ ପ୍ରତି ଆଗ୍ରହ ବଢ଼ିଥିଲା । ୧୯୬୦ ମସିହାରୁ ସେ ନିୟମିତ ଲେଖାଲେଖି କରୁଛନ୍ତି । ତାଙ୍କଦ୍ୱାରା ଲିଖିତ ମା ପରି ମୋର କିଏସେ ହେବ କବିତା ବର୍ତ୍ତମାନ ଦ୍ୱିତୀୟ ଶ୍ରେଣୀର ପାଠ୍ୟକ୍ରମରେ ଏବଂ ତୃତୀୟ ଶ୍ରେଣୀରେ ପାଠ୍ୟକ୍ରମରେ ଟିକି ଫୁଲର ବାସ କବିତା ପଢ଼ାଯାଉଛି ।

ରଚନାବଳୀ

ଶିଶୁ ଗପ

  • ବଣ ଦେଉଳରେ ସୁନା ନେଉଳ
  • କଣ୍ଢେଇ ଖେଳ
  • ଶୋଲା ବାଲା
  • ଆମ ଦେଶର ଜାତୀୟ ପ୍ରତୀକ
  • ପିଲାଙ୍କ ବଣଭୋଜି
  • ଆସ ଖୋଲିଦେବା ଗପର ପେଡ଼ି

ଶିଶୁ କବିତା

  • ମା ପରି ମୋର କିଏସେ ହେବ
  • ଚାଇଁ ଚେରିକି
  • କେମିତି ଲାଗିବ କୁହ
  • ଟିକି ଫୁଲର ବାସ
  • ଟିକିକୁ ନକର ହେଳା
  • ମହିମା ଧର୍ମର ଆଦିସିଦ୍ଧ ଗୋବିନ୍ଦ ବାବା
  • ଓଡ଼ିଶାର ଶୈବ ପରମ୍ପରାରେ କୁଶଳେଶ୍ୱର ମନ୍ଦିର

ପ୍ରବନ୍ଧ

  • ଶ୍ରୀକ୍ଷେତ୍ରେ ଶ୍ରୀ ଜଗନ୍ନାଥ

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସାହିତ୍ୟ ଅକାଦେମି ବାଳ ସାହିତ୍ୟ ପୁରସ୍କାର - ୨୦୨୦
  • ପ୍ରଜାତନ୍ତ୍ର ବିଷୁବ ମିଳନ ମୀନାବଜାର ପୁରସ୍କାର - ୨୦୧୩
  • ଓଡ଼ିଶା ଶିଶୁ ସାହିତ୍ୟ ସମିତୀ ପୁରସ୍କାର - ୨୦୧୬
  • ଶ୍ରୀକ୍ଷେତ୍ର ଶିଶୁ ସାହିତ୍ୟ ସମ୍ମାନ
  • ଭୂମିପୁତ୍ର ( ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ )
  • ରାଜ୍ୟପାଳ ପୁରସ୍କାର (ଶ୍ରେଷ୍ଠ ଶିକ୍ଷକ) - ୧୯୯୫

ଆଧାର

Tags:

ରାମଚନ୍ଦ୍ର ନାୟକ ବ୍ୟକ୍ତିଗତ ଜୀବନରାମଚନ୍ଦ୍ର ନାୟକ ସାହିତ୍ୟ ସର୍ଜନାରାମଚନ୍ଦ୍ର ନାୟକ ସମ୍ମାନ ଓ ପୁରସ୍କାରରାମଚନ୍ଦ୍ର ନାୟକ ଆଧାରରାମଚନ୍ଦ୍ର ନାୟକଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ଉଦର ଚାପଇଲନ ମସ୍କ୧୧୫୨ଉଇକିପିଡ଼ିଆଜୟ ଜଗନ୍ନାଥମାଟିବିରାଡ଼ି ସାପଧର୍ମକୁମାରିଲ ଭଟ୍ଟଇରାନକଲେରାଇତିହାସଯୋଗ୧୭୫୨ରାମଶଙ୍କର ରାୟଓଡ଼ିଶାର ଦୋଳଯାତ୍ରାଅଷ୍ଟ୍ରେଲିଆବିଶ୍ୱନାଥ କରଆଦିବାସୀଆଫ୍ରିକାବିଷ୍ଣୁ ଚରଣ ସେଠୀପଠାଣି ସାମନ୍ତକିଲୋଗ୍ରାମମାଉସୀ ମା’ ମନ୍ଦିରପ୍ରଫୁଲ୍ଲ ସାମଲ୨୦ ଅପ୍ରେଲଖଣ୍ଡଗିରି ମେଳାଦଣ୍ଡ ନାଟଅଶୋକାଷ୍ଟମୀସଂସ୍କୃତସଚ୍ଚିଦାନନ୍ଦ ରାଉତରାୟ୧୫୬୨କୁଞ୍ଜବିହାରୀ ଦାଶଶାନ୍ତନୁ କୁମାର ଆଚାର୍ଯ୍ୟ୧୯୬୨ଆଲବାନିଆସୁନ୍ଦରଗଡ଼ ଜିଲ୍ଲାଧନୁଯାତ୍ରାଚିଲିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭାରତର ଜାତୀୟ ପତାକା୧୭ ମାର୍ଚ୍ଚହାଇଦ୍ରାବାଦରବର୍ଟ ମୂଗସମ୍ବାଦ (ଖବରକାଗଜ)ଉପନିଷଦଗଞ୍ଜାମ ଜିଲ୍ଲାଧର୍ମେନ୍ଦ୍ର ପ୍ରଧାନ୨୦୦୦କର୍କଟ ରୋଗନିର୍ମାଲ୍ୟମି ଠୁ (ହ୍ୟାସଟ୍ୟାଗ)ଉଇକିଅଭିଧାନ୧୯୯୩ଓଡ଼ିଆ ସାହିତ୍ୟର ଇତିହାସନରୱେମୁନ୍ନା ଖାଁକାଉଁରୀ କନ୍ୟାଏର୍ଗୋକ୍ୟାଲସିଫେରଲଫିଲିପାଇନ୍ସପାର୍ବତୀ ଘୋଷନୀଳମାଧବ ମନ୍ଦିରକାଳିନ୍ଦୀ ଚରଣ ପାଣିଗ୍ରାହୀଆଲଜିମର ରୋଗଓଷାକ୍ରିକେଟବିଲ୍ ଗେଟ୍ସ୍ଯୁଗଳ କିଶୋର ପଟ୍ଟନାୟକରୋହିଙ୍ଗିଆ ଗଣହତ୍ୟା🡆 More