ମଧୁମେହ ଟାଇପ ୧

ମଧୁମେହ ଟାଇପ ୧ (ଇଂରାଜୀ ଭାଷାରେ Diabetes mellitus type 1 ବା type 1 diabetes) ଏକ ପ୍ରକାର ମଧୁମେହ ରୋଗ ଯେଉଁଥିରେ ଯଥେଷ୍ଟ ଇନସୁଲିନ ତିଆରି ହୁଏନାହିଁ । ଇନସୁଲିନ ଅଭାବ ଯୋଗୁ ରକ୍ତ ଶର୍କରା ସ୍ତର ବୃଦ୍ଧି ପାଏ । ବାରମ୍ବାର ପରିଶ୍ରା କରିବା), ଅଧିକ ଶୋଷ ହେବା (increased thirst), ଅଧିକ ଭୋକ ହେବା (increased hunger) ଓ ଓଜନ ହ୍ରାସ ଇତ୍ୟାଦି ସ୍ୱାଭାବିକ ଲକ୍ଷଣ ପ୍ରକାଶ ପାଏ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଝାପସା ଦୃଷ୍ଟି (blurry vision), ଥକ୍କା ଲାଗିବା (feeling tired) ଓ କ୍ଷତ ବା ଘାଆ ଶୁଖିବାରେ ଡେରି ହୁଏ । ଅଳ୍ପ ଦିନ ମଧ୍ୟରେ ଏହି ଲକ୍ଷଣ ଗୁଡ଼ିକ ପ୍ରକାଶ ପାଏ ।

ମଧୁମେହ ଟାଇପ ୧
ଇଂରାଜୀ ପ୍ରତିଶବ୍ଦ: T1D, insulin-dependent diabetes, juvenile diabetes
ମଧୁମେହ ଟାଇପ ୧
ନୀଳ ବୃତ୍ତ, ମଧୁମେହର ଚିହ୍ନ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିEndocrinology
ଆଇସିଡ଼ି-୧୦E10.
ଆଇସିଡ଼ି-୯-ସିଏମ୍250.01
ଓଏମ୍‌ଆଇଏମ୍222100
ରୋଗ ଡାଟାବେସ3649
ମେଡ଼ିସିନ-ପ୍ଲସ000305
ଇ-ମେଡ଼ିସିନmed/546
MeSHD003922

ଅଦ୍ୟାବଧି ମଧୁମେହ ଟାଇପ ୧ ରୋଗର କାରଣ ଅଜ୍ଞାତ ଅଛି । ପରିବେଶ ଓ ଜେନେଟିକ କାରଣ ଯୋଗୁ ଏହି ରୋଗ ହେଉଥିବା ବିଶ୍ୱାସ କରାଯାଏ । ପରିବାର ସଦସ୍ୟଙ୍କ ମଧ୍ୟରୁ ଜଣକର ଏ ରୋଗ ଥିଲେ ଅନ୍ୟମାନଙ୍କର ସଙ୍କଟ ରହେ । ଅଟୋଇମ୍ମ୍ୟୁନିଟି (autoimmune) କାରଣରୁ ଅଗ୍ନାଶୟ ମଧ୍ୟରେ ଥିବା ବିଟା ଜୀବକୋଷ ନଷ୍ଟ ହେବା ଯୋଗୁ ଏହା ହୁଏ । ରକ୍ତରେ ଥିବା ରକ୍ତ ଶର୍କରା ସ୍ତର ବା ଏ୧ସି (A1C) ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । ଅଟୋଆଣ୍ଟିବଡି (autoantibody) ପରୀକ୍ଷା କରି ମଧୁମେହ ଟାଇପ ୨ ରୋଗରୁ ପୃଥକ୍ କରାଯାଏ ।

ଟାଇପ ୧ ମଧୁମେହ ନିମନ୍ତେ କୌଣସି ପ୍ରତିଷେଧ ବ୍ୟବସ୍ଥା ନାହିଁ । ବଞ୍ଚିବା ନିମନ୍ତେ ସ୍ୱାଭାବିକ ଭାବରେ ଇନସୁଲିନ ଚିକିତ୍ସା ଆବଶ୍ୟକ ହୁଏ । ଇନସୁଲିନ ଠିକ ଚର୍ମ ତଳେ ଇଞ୍ଜେକସନ ଆକାରରେ ଦିଆଯାଏ ବା ଇନସୁଲିନ ପମ୍ପ insulin pump ସାହାଯ୍ୟରେ ଦିଆଯାଏ । ଏହାର ଚିକିତ୍ସାରେ ମଧୁମେହ ଖାଦ୍ୟ (diabetic diet ଓ ବ୍ୟାୟାମ ଅତି ଆବଶ୍ୟକ ହୁଏ । ଚିକିତ୍ସିତ ନ ହେଲେ ଅନେକ ଜଟିଲାତା ପ୍ରକାଶ ପାଏ । ଶୀଘ୍ର ହେଉଥିବା ଜଟିଳ ଅବସ୍ଥା: ମଧୁମେହ କିଟୋଏସିଡୋସିସ (diabetic ketoacidosis) ଓ ନନ୍ କିଟୋଟିକ ହାଇପରଅସମୋଲାର କୋମା (nonketotic hyperosmolar coma ନାମ ଉଲ୍ଲେଖନୀୟ । ହୃଦରୋଗ, ସ୍ଟ୍ରୋକ, ବୃକ୍‌କ ଫେଲ, ପାଦ ଘାଆ ଓ ମଧୁମେହ ରେଟିନୋପାଥି ଇତ୍ୟାଦି ଦୀର୍ଘକାଳୀନ ଜଟିଳ ରୋଗ ହୋଇପାରେ । ଅଧିକନ୍ତୁ, ଅତ୍ୟଧିକ ଇନସୁଲିନ ଦେବାଯୋଗୁ ସ୍ୱଳ୍ପ ରକ୍ତଶର୍କରା ଜନିତ ଜଟିଳତା ସୃଷ୍ଟି ହୁଏ ।

ସମସ୍ତ ମଧୁମେହ ରୋଗର ୫ରୁ ୧୦% ଟାଇପ ୧ ମଧୁମେହ ରୋଗ । ପୃଥିବୀରେ ଏହି ରୋଗ ପୀଡ଼ିତ ଲୋକ ସଂଖ୍ୟା ଅଜ୍ଞାତ ଅଛି, ଯଦିଓ ହିସାବରୁ ଦେଖାଯାଏ, ୮୦,୦୦୦ପିଲାଙ୍କୁ ପ୍ରତିବର୍ଷ ଏହି ରୋଗ ହେଉଛି । କେବଳ ଯୁକ୍ତରାଷ୍ଟ୍ର ଆମେରିକାରେ ୧ରୁ ୩ ନିୟୁତ ଲୋକଙ୍କର ଏହି ରୋଗ ଥିବା ହିସାବରୁ ଜଣାଯାଏ । ନୂଆ ରୋଗ ହେବା ହାର ଦେଶ ଅନୁଯାୟୀ ପୃଥକ୍ ହୁଏ: ପ୍ରତି ଏକ ଲକ୍ଷ ଲୋକରେ ପୂର୍ବ ଏସିଆ ଓ ଲାଟିନ ଆମେରିକାରେ ଜଣେ, ସ୍କାଣ୍ଡିନେଭିଆ ଓ କୁଏଟରେ ୩୦ ଜଣଙ୍କୁ ନୂଆ ରୋଗ ହୁଏ । ପିଲା ଦିନରୁ ଓ ଅଳ୍ପ ବୟସ୍କ ଯୁବାବସ୍ଥାରୁ ଏହି ରୋଗ ଆରମ୍ଭ ହୁଏ ।

ଭିଡିଓ ତର୍ଜମା

ଆଧାର

Tags:

en:blurry visionen:fatigue (medical)en:polydipsiaen:polyphagiaen:polyuria

🔥 Trending searches on Wiki ଓଡ଼ିଆ:

ମଧୁସୂଦନ ଦାସଗଙ୍ଗାଧର ମେହେର୧୦ ଅପ୍ରେଲଯୁଗ୍ମ ସଂଖ୍ୟାଛବିଳ ମଧୁ ବର୍ଣ୍ଣବୋଧଆକାଶ ଦାସନାୟକନୀଳକଣ୍ଠ ଦାସଯାନବାହାନ ପଞ୍ଚୀକରଣ ଫଳକଦଣ୍ଡ ନାଟଅନ୍ନଦା ଶଙ୍କର ରାୟସମୁଦ୍ରରାଜାରାଣୀ ମନ୍ଦିରଭାରତ-ଚୀନ ସୀମା ବିବାଦମୁଣ୍ଡ ବିନ୍ଧାକେଶବ କୋଇଲିତ୍ରିପୁରା ମିଶ୍ରଓଡ଼ିଶା ବିଧାନ ସଭାଓଡ଼ିଆ ଲିପିPrime Minister of Algeriaରାକ୍ଷୀ ପୂର୍ଣ୍ଣିମାଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଏସ୍ତୋନିଆମହେନ୍ଦ୍ର ସିଂହ ଧୋନିଲକ୍ଷ୍ମୀ ବରାହ ମନ୍ଦିରଶାରଳା ପୁରସ୍କାରଓଡ଼ିଆ ଭ୍ରମଣ ସାହିତ୍ୟରୁଦ୍ର ପାଣିଗ୍ରାହୀବିନାଇନ ପ୍ରୋସ୍ଟାଟିକ ହାଇପରପ୍ଲାସିଆଜର୍ମାନୀସିଓଲହିଙ୍ଗୁଳା ମନ୍ଦିରମାସ୮୦୦ସ୍ୱାମୀ ବିବେକାନନ୍ଦନିତାଇ ପାଲିତସୌଭାଗ୍ୟ କୁମାର ମିଶ୍ର୧୦ ଜୁନପଖାଳସାରଳା ମହାଭାରତମହାରାଷ୍ଟ୍ରବିଶ୍ୱନାଥ କରୟୁ ଟ୍ୟୁବଜାଭା (ପ୍ରୋଗ୍ରାମିଂ ଭାଷା)ଦଧି ନାଟମାରୀଚଯଶୋବନ୍ତ ଦାସଧରିତ୍ରୀକଳିଙ୍ଗ ସ୍ଥାପତ୍ୟ କଳାରାଜ ଯୋଗମନୋରଞ୍ଜନ ସେଠୀହିନ୍ଦୀଓଡ଼ିଶାର ଲୋକନୃତ୍ୟଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରରାଜନୀତି ବିଜ୍ଞାନକଳିଙ୍ଗ ଯୁଦ୍ଧ୨୧ଭୌଗଳିକ ଦିଗବାରେଣିଜାତୀୟ ଆୟଓଡ଼ିଆ ଯୁବକ ପାଠାଗାରଜ୍ୟୋତିର୍ଲିଙ୍ଗଭଞ୍ଜକିଶୋର ପଟ୍ଟନାୟକରାବଣସାଧାରଣତନ୍ତ୍ରକୁକ୍‌କୁଟୀ ବ୍ରତବୃହସ୍ପତିମାକାଓସୁନାବେଶପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ🡆 More