ଭାରତୀୟ ସମ୍ବିଧାନର ଅଷ୍ଟମ ପରିଶିଷ୍ଟ

ଭାରତୀୟ ସମ୍ବିଧାନର ଅଷ୍ଟମ ପରିଶିଷ୍ଟ ହେଉଛି ଭାରତୀୟ ସରକାରୀ ଭାଷାଗୁଡିକର ଏକ ଅନୁସୂଚୀ । ଭାରତୀୟ ସମ୍ବିଧାନର ପ୍ରଣୟନ ବେଳେ ଯେଉଁସବୁ ଭାଷା ଏହି ତାଲିକାରେ ସାମିଲ କରାଗଲା ସେହିସବୁ ଭାଷା ଭାରତର ସରକାରୀ ଭାଷା କମିସନ ତାଲିକାରେ ପ୍ରକାଶ ପାଇଁ ଯୋଗ୍ୟ ବିବେଚିତ ହେଲେ । ଏତଦ ବ୍ୟତୀତ ପରିଶିଷ୍ଟ ଅନ୍ତର୍ଗତ ଭାଷାଗୁଡ଼ିକ ଆଧାରରେ ଭାରତର ସରକାରୀ ଭାଷା ହିନ୍ଦୀର ବିକାଶ ତଥା ସମୃଦ୍ଧି ସରକାରୀ ଭାଷା କମିସନ ମାଧ୍ୟମରେ କରାଯିବାର ପ୍ରାବଧାନ ରହିଛି । ଏହାର ଅନ୍ୟ ଏକ ବୈଶିଷ୍ଟ୍ୟ ଏହି ଯେ ପରିଶିଷ୍ଟ ଅନ୍ତର୍ଗତ ସମସ୍ତ ଭାଷାକୁ ଭାବ ବିନିମୟର ଏକ ଶ୍ରେଷ୍ଠତର ମାଧ୍ୟମ ଭାବେ ବିକାଶ କରାଇବା ଦିଗରେ ଉପଯୁକ୍ତ ପଦକ୍ଷେପ ନେବା ଭାରତ ସରକାରଙ୍କ ଏକ ନୈତିକ ଦାୟିତ୍ୱ ଭାବେ ପରିଗଣିତ ହେଉଛି । ପୁଣି ପରିଶିଷ୍ଟ ଅନ୍ତର୍ଗତ ସମସ୍ତ ଭାଷାର ଆଉ ଏକ ବୈଶିଷ୍ଟ୍ୟ ଏହି ଯେ ସରକାରୀ ଚାକିରି ନିମନ୍ତେ ଅନୁଷ୍ଠିତ ସମସ୍ତ ପରୀକ୍ଷାରେ ଜଣେ ପରୀକ୍ଷାର୍ଥୀ ପରିଶିଷ୍ଟ ଅନ୍ତର୍ଗତ ଯେ କୌଣସି ଭାଷାକୁ ତାହାର ଉତ୍ତର ଦେବାର ମାଧ୍ୟମ ଭାବେ ବ୍ୟବହାର କରିପାରିବ ।

ଭାରତୀୟ ସମ୍ବିଧାନର ଅଷ୍ଟମ ପରିଶିଷ୍ଟ
ଭାରତୀୟ ସମ୍ବିଧାନର ପ୍ରାକକଥନ

ସମ୍ବିଧାନ ପ୍ରଣୟନ ବେଳେ ମାତ୍ର ୧୪ଟି ଭାଷା ଏହି ସୂଚିର ଅନ୍ତର୍ଗତ ଥିବା ବେଳେ ପରବର୍ତ୍ତୀ ସମୟରେ ଅନ୍ୟ ଆଠଟି ଭାଷା ଏହି ସୂଚିରେ ସାମିଲ କରାଯାଇଛି । ଭାରତୀୟ ସମ୍ବିଧାନର ଧାରା ୩୪୪(କ) ଏବଂ ଧାରା ୩୫୧ ଅନୁଯାୟୀ ଏହାର ଅଷ୍ଟମ ପରିଶିଷ୍ଟ ଅନ୍ତର୍ଗତ ଭାଷାଗୁଡିକର ଅନୁସୂଚୀ ହେଉଛି ଏହିଭଳି :

ଏହାଛଡା ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ନିମ୍ନ ସୂଚୀ ଅନ୍ତର୍ଗତ ଭାଷାସବୁ ସମ୍ବିଧାନର ଅଷ୍ଟମ ପରିଶିଷ୍ଟରେ ସାମିଲ ନିମନ୍ତେ ଦାବୀ ହୋଇଆସୁଛି ।

  1. ଅଙ୍ଗିକା
  2. ବଞ୍ଜାରୀ (ଲମ୍ବାଡୀ)
  3. ବାଜ୍ଜିକା
  4. ବିଷ୍ଣୁପ୍ରିୟା (ବିଷ୍ଣୁପ୍ରିୟା ମଣିପୁରୀ)
  5. ଭୋଜପୁରୀ
  6. ଭୋତୀ
  7. ଭୋତିଆ
  8. ବୁନ୍ଦେଲଖଣ୍ଡି
  9. ଛତିଶଗଡି
  10. ଢାଟକୀ
  11. ଭାରତୀୟ ଇଂରାଜୀ
  12. ଭାରତୀୟ ଫ୍ରେଞ୍ଚ
  13. ଗରୱାଲୀ
  14. ଗଣ୍ଡୀ
  15. ଗୁଜ୍ଜରୀ
  16. ହରିୟାନବୀ
  17. ହୋ
  18. କାଚାଛି
  19. କାମତାପୁରୀ
  20. କାର୍ବୀ
  21. ଖାସି
  22. କୋଦାବା
  23. କୋକ ବାରାକ
  24. ପାହାଡି
  25. କୁରାକ
  26. କୁରୁମାଳୀ
  27. ଲେପ୍ଚା
  28. ଲିମ୍ବୁ
  29. ଲୁଶାଇ
  30. ମଗହୀ
  31. ମୁନ୍ଦାରୀ
  32. ନାଗପୁରୀ
  33. ନିକୋବରେସି
  34. ହିମାଚଳୀ
  35. ପାଲୀ
  36. ରାଜସ୍ଥାନୀ
  37. କୋଶଳୀ ବା ସମ୍ବଲପୁରୀ
  38. ସୌରସେନୀ
  39. ଶିରାଇକି
  40. ତେନ୍ତିଡି
  41. ଟୁଲୁ

ଆହୁରି ଦେଖନ୍ତୁ

ଆଧାର

ବାହାର ଆଧାର

Tags:

ଭାରତୀୟ ସମ୍ବିଧାନହିନ୍ଦୀ

🔥 Trending searches on Wiki ଓଡ଼ିଆ:

ଲିଙ୍ଗରାଜ ମନ୍ଦିରକାଟୁଲୁ ରବି କୁମାରଏମିତି ଭାଇ ଜଗତେ ନାହିଁବେଲ ପଣାକୃଷ୍ଣଚନ୍ଦ୍ର ପାଣିଗ୍ରାହୀବିଭୁଦତ୍ତ ମିଶ୍ରରାଜେନ୍ଦ୍ର କିଶୋର ପଣ୍ଡାଭାରତର ନଦୀ ସମୂହର ତାଲିକାସୌର ଜଗତଚୁଡ଼ାପାରାଦୀପ ବନ୍ଦରଜହ୍ନିଓଷାଅଚ୍ୟୁତ ସାମନ୍ତ୨୭ ଅପ୍ରେଲପରିସଂଖ୍ୟାନ ବର୍ଗୀକରଣହିମାଳୟଶିବଭିତରକନିକା ଜାତୀୟ ଉଦ୍ୟାନରାମଚନ୍ଦ୍ର ବେହେରାମାର୍କଣ୍ଡ ଦାସଶେର ଶାହ ସୁରୀମାୟାଧର ମାନସିଂହଧର୍ମଗଡ଼ଶ୍ରୀ ଦେବ ରାମେଶ୍ଵର ମନ୍ଦିରଅଭିମନ୍ୟୁ ସାମନ୍ତସିଂହାରବୁଧବାରଇଲନ ମସ୍କଟାଟା ମୋଟରସସରଳା ଦେବୀଓଡ଼ିଶାର ଭୂଗୋଳ୧୭ ଅପ୍ରେଲତୁଷାରକାନ୍ତି ବେହେରାପାର୍କିନ୍‌ସନ୍ ରୋଗଜାତୀୟ ଖାଦ୍ୟ ସୁରକ୍ଷା ନୀତି ୨୦୧୩ଶଙ୍ଖମିଳିମିଳାରମଜାନପାପମୋଚନୀ ଏକାଦଶୀଶବ୍ଦ (ପଦ)ଲାଲ ବାହାଦୁର ଶାସ୍ତ୍ରୀଜୟଦ୍ରଥଭାରତର ପ୍ରଧାନମନ୍ତ୍ରୀମକର (ରାଶି)ଶ୍ରୀ ଅରବିନ୍ଦଯକ୍ଷ୍ମାମନୋଜ ଦାସଙ୍କ କଥା ଓ କାହାଣୀଦୁଃଶାସନଧର୍ମେନ୍ଦ୍ର ପ୍ରଧାନପଠାଣି ପଟ୍ଟନାୟକବ୍ରଜନାଥ ବଡ଼ଜେନାବିଶ୍ୱନାଥ କରଇରା ମହାନ୍ତିପରମାନନ୍ଦ ଆଚାର୍ଯ୍ୟଚୈତ୍ରଶଶି ଭୂଷଣ ରଥବର୍ଷାବିଜୟ ପ୍ରସାଦ ମହାପାତ୍ରବାଞ୍ଛାନିଧି ମହାନ୍ତିଇତିହାସଶାନ୍ତନୁ କୁମାର ଆଚାର୍ଯ୍ୟପଞ୍ଚକନ୍ୟାତାରିଣୀ ମନ୍ଦିର, ଘଟଗାଁ୧୪ ଅପ୍ରେଲମନୋଜ ଦାସଜଗନ୍ନାଥ୧୯୯୯ ଓଡ଼ିଶା ମହାବାତ୍ୟା🡆 More