ବସନ୍ତ କୁମାରୀ ଦେବୀ: ଓଡ଼ିଆ ଲେଖିକା

ବସନ୍ତ କୁମାରୀ ଦେବୀ(୧୨ ମାର୍ଚ୍ଚ ୧୯୩୧- ୧୪ ମଇ ୧୯୯୮) ଜଣେ ଓଡ଼ିଆ ଲେଖିକା ଓ ଅନୁବାଦିକା ଥିଲେ ।

ବସନ୍ତ କୁମାରୀ ଦେବୀ
ଜନ୍ମ ଓ ଜନ୍ମସ୍ଥାନ(1931-03-12)୧୨ ମାର୍ଚ୍ଚ ୧୯୩୧
ପାର୍ବତୀପୁରମ, ଆନ୍ଧ୍ରପ୍ରଦେଶ
ମୃତ୍ୟୁ୧୪ ମଇ ୧୯୯୮(1998-05-14) (ବୟସ ୬୭)
ବୃତ୍ତିଗାଳ୍ପିକା, ଅନୁବାଦିକା
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ସାହିତ୍ୟ କୃତିଆରତି (ଉପନ୍ୟାସ)
ଶତାବ୍ଦୀର ପ୍ରତିଧ୍ୱନି (ଗଳ୍ପ ସଂକଳନ)
ଜୀବନସାଥୀସର୍ବେଶ୍ୱର ଦାସ
ସମ୍ପର୍କୀୟପଣ୍ଡିତ ସତ୍ୟନାରାୟଣ ରାଜଗୁରୁ (ପିଉସା)

ଆଦ୍ୟ ଜୀବନ

ବସନ୍ତ କୁମାରୀ ଦେବୀ ଓଡ଼ିଆ ବିଛିନ୍ନାଞ୍ଚଳ ପାର୍ବତୀପୁରମରେ ୧୯୩୧ ମସିହା ମାର୍ଚ୍ଚ ମାସ ୧୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିଉସା ଥିଲେ ଐତିହାସିକ ତଥା ସାହିତ୍ୟିକ ପଣ୍ଡିତ ସତ୍ୟନାରାୟଣ ରାଜଗୁରୁ । ଏହି ପିଉସାଙ୍କ ଉତ୍ସାହ ଓ ପ୍ରେରଣାରେ ଅନୁପ୍ରାଣିତ ହୋଇ ନିଜର ସାହିତ୍ୟ ଜୀବନ ଆରମ୍ଭ କରିଥିଲେ ବୋଲି ବସନ୍ତ କୁମାରୀ ନିଜର ପ୍ରଥମ ଉପନ୍ୟାସର ମୁଖବନ୍ଧରେ ଲେଖିଛନ୍ତି । ଏହି ମୁଖବନ୍ଧରୁ ମଧ୍ୟ ଜଣାଯାଏ ଯେ ସେ ମାତ୍ର ପନ୍ଦର ବର୍ଷ ବୟସରୁ (୧୯୪୬ରୁ) ସାହିତ୍ୟ ସୃଷ୍ଟି ଆରମ୍ଭ କରିଥିଲେ ।

ସାହିତ୍ୟ କୃତି

ବସନ୍ତ କୁମାରୀଙ୍କ ପ୍ରଥମ ଗଳ୍ପ "ମାତୃ ସ୍ନେହ" ସେତେବେଳର ବିଶିଷ୍ଟ ସାହିତ୍ୟ ପତ୍ରିକା "ସହକାର"ରେ ୧୯୪୭ ମସିହାରେ । ଏହି ପତ୍ରିକାରେ ତାଙ୍କ ନାମ ଶ୍ରୀମତୀ ବସନ୍ତଲତା ଦେବୀ ବୋଲି ଉଲ୍ଲେଖ ହୋଇଛି ।

ତାଙ୍କର ପ୍ରଥମ ଉପନ୍ୟାସ ""ଆରତି" ପ୍ରକାଶିତ ହୋଇଥିଲା ଯେତେବେଳେ ତାଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା । ସେତେବେଳର ସାମାଜିକ ପରିସ୍ଥିତି ଓ ନାରୀର ଅବସ୍ଥା ଏହି ଉପନ୍ୟାସରେ ପ୍ରତିଫଳିତ ହୋଇଥିଲା ।

ବସନ୍ତ କୁମାରୀଙ୍କ ରଚିତ ଅନ୍ୟ କେତୋଟି ଉପନ୍ୟାସ:-

  • ଝଡ଼ (କଳାହାଣ୍ଡି ବ୍ରଜମୋହନ ସାହିତ୍ୟ ସମିତିର ୧୯୪୮ ମସିହା ଉପନ୍ୟାସ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ)
  • ସୁରମା
  • ନଦୀର ନାମ ରୂପମତୀ
  • ନଷ୍ଟ ନୀଡ଼ର ବିହଙ୍ଗୀ

ଗଳ୍ପ ସଂକଳନ

  • ବୃନ୍ତଚ୍ୟୁତ ଓ ଅନ୍ୟାନ୍ୟ ଗଳ୍ପ - ପ୍ରକାଶକ ସର୍ବେଶ୍ୱର ଦାଶ -୨୦୦୨ - ଭୁବନେଶ୍ୱର
  • ନାସ୍ତିକ ଓ ଅ‍ନ୍ୟାନ୍ୟ ଗଳ୍ପ
  • ରାତ୍ରିର ତପସ୍ୟା
  • ଶତାବ୍ଦୀର ପ୍ରତିଧ୍ୱନି
  • ଉଛ୍ୱାସ

ଶିଶୁ ସାହିତ୍ୟ

  • କାହାଣୀ ପେଡ଼ି

ଅନୁବାଦ

  • ବିନ୍ଦୁର ପୁଅ - ୧୯୮୦(ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ମୂଳ ବଙ୍ଗଳା ଉପନ୍ୟାସର ଓଡ଼ିଆ ଅନୁବାଦ)
  • ଗଣଦେବତା
  • ପଂଚଗ୍ରାମ
  • ବକୁଳ କଥା

ପୁରସ୍କାର ଓ ସମ୍ମାନ

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ) - ୧୯୮୯
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ) - ୧୯୯୯('ବକୁଳ କଥା')

ଆଧାର

Tags:

ବସନ୍ତ କୁମାରୀ ଦେବୀ ଆଦ୍ୟ ଜୀବନବସନ୍ତ କୁମାରୀ ଦେବୀ ସାହିତ୍ୟ କୃତିବସନ୍ତ କୁମାରୀ ଦେବୀ ପୁରସ୍କାର ଓ ସମ୍ମାନବସନ୍ତ କୁମାରୀ ଦେବୀ ଆଧାରବସନ୍ତ କୁମାରୀ ଦେବୀଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ଭାରତର ସଂସ୍କୃତିପରୀକ୍ଷାପଞ୍ଚସଖାରାବଣସବ୍ୟସାଚୀ ମିଶ୍ରଆରିଷ୍ଟୋଟଲଅପରେଟିଙ୍ଗ ସିଷ୍ଟମଅଣ୍ଡାବୁଧଏ. ପି. ଜେ. ଅବଦୁଲ କଲାମମନୋଜ ଦାସନରେନ୍ଦ୍ର ମୋଦୀମହମ୍ମଦ ମୋକିମ୍ନାରୀବାଦବ୍ରାହ୍ମ ସମାଜହମିଦା ବାନୁ ବେଗମଲସିଇଣ୍ଟରନେଟକୋଣାର୍କ ସୂର୍ଯ୍ୟ ମନ୍ଦିରଲଣ୍ଡନଚନ୍ଦ୍ରଶେଖର ରଥନନ୍ଦିଘୋଷବୈଜୟନ୍ତ ପଣ୍ଡାସୁଇଜରଲ୍ୟାଣ୍ଡଶ୍ରୀନିବାସ ରାମାନୁଜନରାମଶଙ୍କର ରାୟବ୍ରାଉଜରପଙ୍କଜ ଉଧାସଜାପାନ ସାଗରଭାରତୀୟ ଡାକ ସେବାରାଜେନ୍ଦ୍ର କିଶୋର ପଣ୍ଡାପକୋଡ଼ାସ୍ଥୌଲ୍ୟତାନେପଚୁନଦୁର୍ଗା ପୂଜାହେପାଟାଇଟିସ ବିସରୋଜିନୀ ନାଇଡୁବିଜୟ ମିଶ୍ରରାକ୍ଷୀ ପୂର୍ଣ୍ଣିମାଯଶୋବନ୍ତ ଦାସକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଛାରପୋକଛାୟାପଥଗଙ୍ଗାଧର ମେହେରଚିଲିକା (କବିତା)ମହାପାତ୍ର ନୀଳମଣି ସାହୁଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କୃଷ୍ଣବାରବାଟି ଦୁର୍ଗସମ୍ବଲପୁର ଜିଲ୍ଲାମାଲକାନଗିରି ଜିଲ୍ଲାଫସ୍‌ଫରସରାମାୟଣମାଟିର ମଣିଷକଳାହାଣ୍ଡି ଜିଲ୍ଲାଲକ୍ଷ୍ମୀଫରିନା ଆଜାଦଶ୍ରୀଭୂମିକମ୍ପଜନ୍ମ ନିରୋଧମହାନଦୀଫୋସିନୋପ୍ରିଲତାଳଧ୍ୱଜଗଣନ ସଂଖ୍ୟାପୁରୀ ଜିଲ୍ଲାକବିସୂର୍ଯ୍ୟ ବଳଦେବ ରଥରାଧାମୋହନ ଗଡ଼ନାୟକସୌଭାଗ୍ୟ କୁମାର ମିଶ୍ରସିନ୍ଧୁ ନଦୀନେଲସନ ମଣ୍ଡେଲାମୁକୁନ୍ଦ ଦେବରାମକୃଷ୍ଣ ପରମହଂସଗୋଲୋକ ବିହାରୀ ଧଳ🡆 More