]
ପୋଖରାନ | |
---|---|
ସହର (ପୌରପରିଷଦ) | |
ଦେଶ | ଭାରତ |
ରାଜ୍ୟ | ରାଜସ୍ଥାନ |
ଜିଲ୍ଲା | ଜୟସଲମେର |
Elevation | 233 m (764 ft) |
Population (2001) | |
• Total | ୧୯,୧୮୬ |
Time zone | UTC+୫.୩୦ (ଆଇ.ଏସ୍.ଟି) |
ପୋଖରାନ (କେହି କେହି ପୋକରନ, ପୋଖରାଣ ବା ପୋଖରନ ବୋଲି ମଧ୍ୟ କହିଥାନ୍ତି) ହେଉଛି ଏକ ପୌରପାଳିକା ସହର। ଏହା ରାଜସ୍ଥାନର ଜୟସଲମେର ଜିଲ୍ଲାରେ ଅବସ୍ଥିତ । ଏହା ଥର ମରୁଭୂମି ଅନ୍ତର୍ଗତ ଏକ ଦୂରବର୍ତ୍ତୀ ସ୍ଥାନ । ଏହା ଭାରତର ପ୍ରଥମ ଭୂମିତଳ ଆଣବିକ ପରୀକ୍ଷଣ ଓ ବିଷ୍ଫୋରଣ ପାଇଁ ଚର୍ଚ୍ଚିତ ।
ପୋଖରଣର ଅବସ୍ଥିତି 26°55′N 71°55′E / 26.92°N 71.92°E ।
ଏହା ସମୁଦ୍ରପତ୍ତନଠାରୁ ୨୩୩ ମିଟିର (୭୬୪ଫୁଟ) ଉଚ୍ଚତାରେ ଅବସ୍ଥିତ । ଏହି ଅଞ୍ଚଳଟି ବାଲୁକାମୟ ଓ ପଥୁରିଆ। ପୋଖରାଣ ଶବ୍ଦର ଅର୍ଥ ହେଉଛି ପାଞ୍ଚଟି ମରିଚୀକାର ଦେଶ। ଜୋଧପୁରରୁ ଜୟସାଲମର ଅଥବା ବିକାନେରରୁ ଜୟସାଲମର ଯିବା ବାଟରେ ଏହା ପଡ଼େ ।
୨୦୦୧ର ଜନଗଣନା ଅନୁସାରେ ପୋଖରଣର ମୋଟ ଜନସଂଖ୍ୟା ୧୯୧୮୬। ସେଥିମଧ୍ୟରୁ ଶତକଡ଼ା ୫୫ଜଣ ପୁରୁଷ ଓ ଶତକଡ଼ା ୪୫ଜଣ ମହିଳା। ପୋଖରଣର ହାରାହାରି ସାକ୍ଷରତା ହାର ଶତକଡ଼ା ୫୬ ସେଥିଭିତରୁ ପୁରୁଷ ସାକ୍ଷରତାର ହାର ୬୮% ଓ ସ୍ତ୍ରୀ ସାକ୍ଷରତାର ହାର ୪୧% । ପୋଖରଣରେ ୧୯% ଜନସଂଖ୍ୟାର ଆୟୁ ୬ ବର୍ଷରୁ କମ୍।
ଏହା ଭାରତୀୟ ଆଣବିକ କାର୍ଯ୍ୟକ୍ରମର ଏକ ପ୍ରମୁକ ପରୀକ୍ଷଣ ସ୍ଥଳ। ଏହା ଭାରତୀୟ ସ୍ଥଳସେନାର ଯନ୍ତ୍ରୀ ମାନଙ୍କଦ୍ୱାରା ନିର୍ମିତ ଓ ଏହାର ଅଧିନରେ ପରିଚାଳିତ। ୭ ସେପ୍ଟେମ୍ବର ୧୯୭୪ରେ ତତ୍କାଳୀନ ଭାରତର ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଯେତେବେଳେ ଭାବା ଆଣବିକ ଅନୁସନ୍ଧାନ କେନ୍ଦ୍ରର ବୈଜ୍ଞାନିକମାନଙ୍କୁ ଏଠାରେ କ୍ଷୁଦ୍ର ଆଣବିକ ଅସ୍ତ୍ରର ବିସ୍ଫୋରଣ ଓ ପରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦେଲେ, ସେତେବେଳେ ଏହା ଲୋକ ଲୋଚନକୁ ଆସିଲା। ଏହାର ବିକାଶ ହେଉଥିବା ସମୟରେ ଏହାକୁ ଭାରତ ସରକାରଙ୍କଦ୍ୱାରା ଶାନ୍ତିପୂର୍ଣ୍ଣ ଆଣବିକ ବିସ୍ଫୋରକ (Peaceful nuclear explosions ବା Peaceful Nuclear Explosive) (PNE) ବୋଲି କୁହାଯାଉଥିଲା। ଭାରତ ସରକାର ଘୋଷଣା କରିଥିଲେ ଯେ, ଯଦିଓ ତାଙ୍କର ଆଣବିକ ଅସ୍ତ୍ର ନିର୍ମାଣ କରିବାର କ୍ଷମତା ରହିଛି, ତଥାପି ସେ ଏହା କରୁ ନାହାନ୍ତି। ପୋଖରାନ ଆଣବିକ ବିସ୍ଫୋରଣ ଭାରତକୁ ଆଣବିକ ଶକ୍ତିରେ ଆତ୍ମ ନିର୍ଭରଶୀଳ ବୋଲି ଘୋଷିତ କଲା।
କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଭାରତ ୧୧ ମେ ଓ ୧୩ ମେ ୧୯୯୮ରେ ପାଞ୍ଚଟି ଆଣବିକ ପରୀକ୍ଷଣ କରିଥିଲା।
ପ୍ରଥମ ପରୀକ୍ଷଣର ଦୀର୍ଘ ୨୪ ବର୍ଷ ପରେ, ୧୧ ମେ ୧୯୯୮ରେ ଆଣବିକ ଶକ୍ତି କମିଶନ (Atomic Energy Commission of India) ତଥା ରକ୍ଷା ଅନୁସନ୍ଧାନ ଓ ବିକାଶ ସଂସ୍ଥାନ (Defence Research and Development Organisation) (DRDO) ସେମାନଙ୍କର ମିଳିତ କାର୍ଯକ୍ରମ ଅନ୍ତର୍ଗତ ପୋଖରାନ ଦ୍ୱିତୀୟ (Pokhran-II) ପରୀକ୍ଷଣ କରିଥିଲେ। ଆଣବିକ ଶକ୍ତି କମିଶନ ଏଠାରେ ଭୂମିତଳେ ଚାରିଟି ଆଣବିକ ଉପକରଣର ବିସ୍ଫୋରଣ କରି ପରୀକ୍ଷା କରିଥିଲେ। ମେ ୧୧ରେ ଅପରେଶନ ଶକ୍ତି (Operation Shakti) ନାମରେ ଏକ ତାପ-ଆଣବିକ (thermonuclear) ଉପକରଣର ଏକ ପରୀକ୍ଷଣ ହୋଇଥିଲା ଯାହା ଆଶାନୁରୂପ ନ ଥିଲା। ସେବେଠାରୁ ଏପରି ପରୀକ୍ଷଣକୁ ସ୍ଥଗିତ କରି ଦିଆଯାଇଥିଲା।
ଏହି ଦଳର ନେତୃତ୍ୱ କରିଥିଲେ ରାଜଗୋପାଳ ଚିଦାମ୍ବରମ। ଏହାର ସଦସ୍ୟମାନେ ଥିଲେ ଏ.ପି.ଜେ. ଅବଦୁଲ କାଲାମ, ଡଃ ରାଜା ରମନ୍ନା, ପି.କେ. ଆୟଂଗର, ଏନ.ଏସ. ଭେଂକଟେଶନ ଓ ଡଃ ବାମନ ଦତ୍ତାତ୍ରେୟ ପଟ୍ଟବର୍ଦ୍ଧନ। ଏଥିରେ ୭୫ରୁ ଅଧିକ ବୈଜ୍ଞାନିକ ଓ ଯନ୍ତ୍ରୀ (୧୯୬୭ରୁ ୧୯୭୪ ପର୍ଯ୍ୟନ୍ତ)ଥିଲେ।
ରକ୍ଷା ଅନୁସନ୍ଧାନ ଓ ବିକାଶ ସଂସ୍ଥାନ (Defence Research and Development Organisation) (DRDO)ଙ୍କ ଦେଇ ବିକଶିତ ଏକ ଅତି ବିସ୍ଫୋଟକ ବୋମର ବ୍ୟବହାର ଏଠାରେ ହୋଇଥିଲା। ଏହା ଅନ୍ତବର୍ତ୍ତୀ ପ୍ରକ୍ଷେପାସ୍ତ୍ର ଅନୁସନ୍ଧାନ ପ୍ରୟୋଗଶାଳା (Terminal Ballistics Research Laboratory) (TBRL), ଚଣ୍ଡୀଗଡ଼ରେ ନିର୍ମିତ ହୋଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବ୍ୟବହୃତ ଆମେରିକୀୟ ବୋମାର ଅନୁରୂପ ହୋଇଥିଲେ ମଧ୍ୟ ଏହା ଅପେକ୍ଷାକୃତ ସରଳ ଥିଲା। ଏହାର ବିସ୍ପୋରଣକାରୀ ଯନ୍ତ୍ର ଡି.ଆର.ଡି.ଓଙ୍କ ପୁନାସ୍ଥିତ ଉଚ୍ଚ ଊର୍ଜାଯୁକ୍ତ ବସ୍ତୁ ଅନୁସନ୍ଧାନ ସଂସ୍ଥାନ (High Energy Materials Research Laboratory)(HEMRL)ଙ୍କଦ୍ୱାରା ତିଆରି ହୋଇଥିଲା।
ପରିପୂର୍ଣ୍ଣ ଉପକରଣଟି ଷଡକୋଣ ବିଶିଷ୍ଟ ଥିଲା। ଏହାର ବ୍ୟାସ ୧.୨୫ ମିଟର ଥିଲା ଓ ଓଜନ ଥିଲା ୧୪୦୦ କି.ଗ୍ରା.। ଏହାକୁ ସକାଳ ୮ଟା ୫ ମିନିଟରେ ପୋଖରାନରେ ବିସ୍ଫୋରଣ କରାଯାଇଥିଲା। [show location on an interactive map] 27°05′42″N 71°45′11″E / 27.095°N 71.753°E.
This article uses material from the Wikipedia ଓଡ଼ିଆ article ପୋଖରାନ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.