ନୃସିଂହ ଚରଣ ପଣ୍ଡା

ନୃସିଂହ ଚରଣ ପଣ୍ଡା (୨୦ ଅପ୍ରେଲ ୧୯୨୯ - ୩୦ ଡିସେମ୍ବର ୨୦୧୫) ଜଣେ ଓଡ଼ିଆ ବୈଜ୍ଞାନିକ, ଦାର୍ଶନିକ, ସାହିତ୍ୟିକ ତଥା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଥିଲେ । ବିଜ୍ଞାନ ଓ ସାହିତ୍ୟରେ ପାରଦର୍ଶିତା ଲାଭ କରିଥିବା, ନୃସିଂହ ଚରଣ ଉଭୟ କ୍ଷେତ୍ରରେ ନିଜର ଅବଦାନ ନିମନ୍ତେ ବହୁବାର ପୁରସ୍କୃତ ହେଇଥିଲେ । କରୁଣା ନାମକ ଅନୁଷ୍ଠାନ ପ୍ରତିଷ୍ଠା କରି, ସେ ବିଜ୍ଞାନ ଓ ଦର୍ଶନର ପ୍ରଚାର ପ୍ରସାର କରିବାର ଚେଷ୍ଟା କରିଥିଲେ । ବେଦ ପାଠ, ସମୀକ୍ଷା ଓ ବୈଜ୍ଞାନିକ ଦୃଷ୍ଟିକୋଣ ସହିତ ତର୍ଜମା କରିବା ତାଙ୍କ ବ୍ୟକ୍ତିତ୍ୱର ଅନ୍ୟ ଏକ ଦିଗ ।

ନୃସିଂହ ଚରଣ ପଣ୍ଡା
ଜନ୍ମ(1929-04-20)୨୦ ଅପ୍ରେଲ ୧୯୨୯
ତାଳବେରେଣା, ପରଜଙ୍ଗ, ଢେଙ୍କାନାଳ
ମୃତ୍ୟୁ୩୦ ଡିସେମ୍ବର ୨୦୧୫(2015-12-30) (ବୟସ ୮୬)
ଭୁବନେଶ୍ୱର
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ, ମିସୌରୀ ବିଶ୍ୱବିଦ୍ୟାଳୟ
ପ୍ରସିଦ୍ଧିବୈଜ୍ଞାନିକ, ଦାର୍ଶନିକ ଓ ଲେଖକ
ପୁରସ୍କାରଶାରଳା ପୁରସ୍କାର
ବିଜ୍ଞାନୀ ଜୀବନ
କର୍ମାନୁଷ୍ଠାନଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ
ୱେବସାଇଟscientistcumphilosopher.com

ବାଲ୍ୟଜୀବନ ଓ ଶିକ୍ଷା

ନୃସିଂହ ଚରଣ, ୧୯୨୯ ଅପ୍ରେଲ ୨୦ ତାରିଖରେ ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ବ୍ଲକ ଅନ୍ତର୍ଗତ ତାଳବେରେଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନରୁ ସେ ଜଣେ ମେଧାବୀ ଛାତ୍ର ଥିଲେ । ୧୯୪୯ମସିହାରେ ପ୍ରଥମ ଶ୍ରେଣୀରେ ମାଟ୍ରିକ ପାସ କରିଥିଲେ । ଏହି ପରୀକ୍ଷାରେ ସେ ସମଗ୍ର ଓଡ଼ିଶାର ଶ୍ରେଷ୍ଠ ଦଶଜଣଙ୍କ ମଧ୍ୟରୁ ଜଣେ ଥିଲେ । ୧୯୫୧ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ଆଇ.ଏସ୍.ସି ପାସ କରିଥିଲେ ।

ବୃତ୍ତିଗତ ଜୀବନ

ନୃସିଂହ ଚରଣ, ୧୯୫୫ ମସିହାରେ ଆଗ୍ରା ବିଶ୍ୱବିଦ୍ୟାଳୟ ଅଧିନସ୍ଥ ୟୁ.ପି. ପଶୁଚିକିତ୍ସା ବିଦ୍ୟାଳୟରୁ ପଶୁଚିକିତ୍ସା କ୍ଷେତ୍ରରେ ସ୍ନାତକ ପାସ କରିଥିଲେ । ଏଠାରେ ସେ ସ୍ୱର୍ଣ୍ଣପଦକ ଓ କୁଳପତି ପଦକ ହାସଲ କରିଥିଲେ । ସେ ୧୯୬୨ ମସିହାରେ ଆମେରିକାର ମିସୌରୀ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଓ ୧୯୬୯ମସିହାରେ ପି.ଏଚ୍.ଡି ହାସଲ କରିଥିଲେ । ୨୦୧୦ ମସିହାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତାଙ୍କୁ ଡକ୍ଟରେଟ ପ୍ରଦାନ କରିଥିଲା । ଡ଼ ପଣ୍ଡା ୧୯୫୮ ମସିହାରୁ ୧୯୯୪ ପର୍ଯ୍ୟନ୍ତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ସହିତ ଜଡ଼ିତ ରହି ଶିକ୍ଷାଦାନ ଓ ଗବେଷଣାରେ ବ୍ରତୀ ଥିଲେ । ବାୟୋକେମେଷ୍ଟ୍ରୀ ଓ ନ୍ୟୁଟ୍ରିସନ ବିଭାଗରେ ତାଙ୍କର ଦକ୍ଷତା ରହିଥିଲା । ବାୟୋକେମେଷ୍ଟ୍ରୀ ଓ ନ୍ୟୁଟ୍ରିସନରେ ତାଙ୍କର ପ୍ରାୟ ୬୬ଟି ଶୋଧ ପତ୍ର ପ୍ରକାଶ ପାଇସାରିଛି । ତାଙ୍କ ଅଧିନରେ ୪ଜଣ ଛାତ୍ର ପି.ଏଚ୍.ଡି ମଧ୍ୟ ଲାଭ କରିଛନ୍ତି ।

ସାହିତ୍ୟିକ ଜୀବନ

ନୃସିଂହ ଚରଣ ସାହିତ୍ୟର ବହୁ ବିଭାଗ ଯଥା ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, ଶିଶୁସାହିତ୍ୟ ଓ କବିତାରେ ଲେଖନି ଚାଳନା କରିଛନ୍ତି । ବିଜ୍ଞାନ ଭିତ୍ତିକ ସାହିତ୍ୟ ଲେଖକ ଭାବରେ ତାଙ୍କର ବିଶେଷ ପରିଚୟ ଅଛି । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଲେଖନ୍ତି ।

ରଚନାବଳୀ

ଉପନ୍ୟାସ

  • ମେଷ ପାଳକ - ୧୯୭୭
  • ଦଗ୍ଧ ଗୋଲାପର ଚିର ବସନ୍ତ - ୧୯୮୧
  • ସପ୍ତସିନ୍ଧୁ - ୧୯୮୨
  • ଚଣ୍ଡାଶୋକ - ୧୯୮୩
  • ଖାରବେଳ - ୧୯୮୯
  • ଅଶାନ୍ତ ଅନଳ - ୧୯୯୦
  • ବିଶ୍ୱାମିତ୍ର ଉବାଚ - ୧୯୯୩

ଗଳ୍ପ ସଂକଳନ

  • ସଙ୍ଗମ - ୧୯୮୯
  • ଅଷ୍ଟମ ସ୍ୱର - ୧୯୯୭

ପ୍ରବନ୍ଧ ସଂକଳନ

  • ବିଜ୍ଞାନ ଓ ପ୍ରକୃତି - ୧୯୭୭
  • ବିଜ୍ଞାନ ଓ ଭଗବାନ - ୧୯୮୪
  • ଈଶ୍ୱର - ୧୯୮୭
  • ବିଜ୍ଞାନ ଓ ପ୍ରାବିଦ୍ଧିକି - ୨୦୦୧

କବିତା ସଂକଳନ

  • ଋତ ଅନୃତ - ୨୦୦୦
  • ଆଦିକାବ୍ୟ - ୨୦୦୨
  • ଫେଣ ଓ ତରଙ୍ଗ - ୨୦୦୬
  • ନାଦ ବ୍ରହ୍ମ - ୨୦୦୯

ଶିଶୁସାହିତ୍ୟ

  • ଅଦୃଶ୍ୟ ଜୀବ
  • ମାଙ୍କଡ଼ରୁ ମଣିଷ
  • ଭଲ ମଣିଷ
  • ଜୀବନ
  • ଗଛରୁ ପଡ଼ିଲା ଆତ

ଆତ୍ମଜୀବନୀ

  • ପାଷାଣଭେଦୀ ଗୁଳ୍ମର କାହାଣୀ - ୨୦୧୩ (ପ୍ରକାଶକ : ଷ୍ଟୁଡେଣ୍ଟସ ଷ୍ଟୋର, କଟକ)

ଇଂରାଜୀ ପୁସ୍ତକ

  • Maya in Physics, 1991, published by Motilal Banarsidass, Delhi.
  • The Vibrating Universe, 1995, published by Motilal Banarsidas, Delhi.
  • Mind and Supermind, 1996, Vol I & II, published by D.K. Printworld, New Delhi.
  • Cyclic Universe, Vol. I & II, 2002, published by D.K. Printworld, New Delhi.
  • Meditation, Science and Practice, 2003, published by D.K. Printworld, New Delhi.
  • Yoga-Nidra, Yogic Trance, Theory, Practice and Applications, 2003, published by D.K. Printworld, New Delhi.
  • Japa Yoga, Theory, Practice and Applications, 2007, published by D.K. Printworld, New Delhi.
  • Bhagavadgeetaa : A New Exposition in a Broader Spectrum, 2009, published by D.K. Printworld, New Delhi.
  • Hatha-Yoga
  • Integral Cosmology

ପୁରସ୍କାର ଓ ସମ୍ମାନ

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୮୪ (ସପ୍ତସିନ୍ଧୁ ଉପନ୍ୟାସ ନିମନ୍ତେ)
  • ଶାରଳା ପୁରସ୍କାର - ୧୯୯୩ (ଖାରବେଳ ଉପନ୍ୟାସ ନିମନ୍ତେ)
  • ଓଡ଼ିଶା ବିଜ୍ଞାନ ଏକାଡେମୀ ସମ୍ମାନ - ୨୦୧୧
  • ଶୁକଦେବ ସାହୁ ଉପନ୍ୟାସ ସମ୍ମାନ - ୨୦୧୨
  • ଦଶମ କଳିଙ୍ଗ ପୁସ୍ତକ ମେଳା ସାରସ୍ୱତ ସମ୍ମାନ - ୨୦୦୭(ଫେଣ ଓ ତରଙ୍ଗ କବିତା ସଙ୍କଳନା ନିମନ୍ତେ)
  • ଭରତ ଚନ୍ଦ୍ର ନାୟକ ସ୍ମୃତି ପୁରସ୍କାର - ୧୯୭୮( ସମ୍ବଲପୁର ବିଶ୍ୱବିଦ୍ୟାଳୟଦ୍ୱାରା ପ୍ରଦତ୍ତ ଶ୍ରେଷ୍ଠ ପ୍ରବନ୍ଧ ନିମନ୍ତେ)
  • ନନ୍ଦିଘୋଷ ସମ୍ମାନ - ୧୯୮୬
  • ପଣ୍ଡିତ ଶ୍ରୀଧର ଦାସ ସ୍ମାରକୀ ନ୍ୟାସ ସମ୍ମାନ - ୨୦୦୨( ଉତ୍କଳ ବିଶ୍ୱବିଦ୍ୟାଳୟଦ୍ୱାରା ପ୍ରଦତ୍ତ ଦର୍ଶନ ଓ ସାହିତ୍ୟ କ୍ଷେତ୍ରରେ ଶ୍ରେଷ୍ଠତା ନିମନ୍ତେ)
  • ଜଗନ୍ନାଥ ସୋସାଇଟି ଅଫ୍ ଆମେରିକାସ ସମ୍ମାନ - ୧୯୯୭ (ଦର୍ଶନ ଓ ସାହିତ୍ୟ କ୍ଷେତ୍ରରେ ଶ୍ରେଷ୍ଠତା ନିମନ୍ତେ)
  • କପିଳାସ ସମ୍ମାନ - ୨୦୦୨( କଳା ଓ ସାହିତ୍ୟ କ୍ଷେତ୍ରରେ ଶ୍ରେଷ୍ଠତା ନିମନ୍ତେ ପ୍ରଦତ୍ତ)
  • ଚିର ସାମର୍ଥ ପ୍ରତିଭା ସମ୍ମାନ - ୨୦୦୫
  • ଷଷ୍ଠ ଭାରତୀୟ ପଶୁଚିକିତ୍ସା କଂଗ୍ରେସ ସମ୍ମାନ - ୨୦୦୬
  • ଭୁବନେଶ୍ୱର ପ୍ରତିଭା ସମ୍ମାନ - ୨୦୧୩ (ମୁକ୍ତ ଚିନ୍ତନ ମଞ୍ଚଦ୍ୱାରା ପ୍ରଦତ୍ତ)

ଆଧାର

Tags:

ନୃସିଂହ ଚରଣ ପଣ୍ଡା ବାଲ୍ୟଜୀବନ ଓ ଶିକ୍ଷାନୃସିଂହ ଚରଣ ପଣ୍ଡା ବୃତ୍ତିଗତ ଜୀବନନୃସିଂହ ଚରଣ ପଣ୍ଡା ସାହିତ୍ୟିକ ଜୀବନନୃସିଂହ ଚରଣ ପଣ୍ଡା ପୁରସ୍କାର ଓ ସମ୍ମାନନୃସିଂହ ଚରଣ ପଣ୍ଡା ଆଧାରନୃସିଂହ ଚରଣ ପଣ୍ଡାଓଡ଼ିଆ ଲୋକଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ

🔥 Trending searches on Wiki ଓଡ଼ିଆ:

ଧର୍ମବିଶ୍ୱତାପନଉତ୍କଳ ସମ୍ମିଳନୀଆଜରବୈଜାନଥାଇଲାଣ୍ଡଉତ୍ତର କୋରିଆମହାତ୍ମା ଗାନ୍ଧୀବୀଣାପାଣି ମହାନ୍ତିକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଚୈତନ୍ୟଜାଭାସ୍କ୍ରିପ୍ଟସୁଡୋଏଫେଡ୍ରିନମାଉସୀ ମା’ ମନ୍ଦିରଗୁରୁମହାଭାରତମୁଣ୍ଡପିଛା ଆୟକାହ୍ନୁଚରଣ ମହାନ୍ତିମଧୁସୂଦନ ଦାସଗର୍ଭାବସ୍ଥାମହମ୍ମଦଚିକୁନ‌ଗୁନିଆଫିଲିପାଇନ୍ସଅଷ୍ଟ୍ରିଆଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳସେରେବ୍ରାଲ ଆନିଉରିଜ୍ମକଲିକତାଓଡ଼ିଶା ବିଧାନ ସଭା୧୯ ମାର୍ଚ୍ଚଶିବାଜୀସ୍ୱାମୀ ବିବେକାନନ୍ଦହିନା ରବାନି ଖରକୋଣାର୍କସାରଳା ଦାସନାରୀବାଦଓଡ଼ିଆ କଥାଚିତ୍ର ଜଗତଓଡ଼ିଶାର ଭୂଗୋଳହନୁମାନ ଚାଳିଶା୧୪୨୪ଧନୁଯାତ୍ରାଫାରୋ ଦ୍ୱୀପପୁଞ୍ଜପଣା ସଂକ୍ରାନ୍ତିପାର୍ବତୀ ଘୋଷଚଣାଭକ୍ତ ଚରଣ ଦାସଧର୍ମପଦଓଡ଼ିଆ କବି ମାନଙ୍କର ତାଲିକାହିନ୍ଦୁ ଧର୍ମପଦାର୍ଥ ବିଜ୍ଞାନହାଇଦ୍ରାବାଦନାରାୟଣ ସାହୁଇଣ୍ଡୋନେସିଆଜ୍ୟାମିତିନନ୍ଦିନୀ ଶତପଥୀଉଦର ଚାପଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାୟୁ ଟ୍ୟୁବଓଷା୩ ଫେବୃଆରୀମସ୍ତିଷ୍କଲିଙ୍ଗରାଜ ମନ୍ଦିରସଚିନ ତେନ୍ଦୁଲକରଦାମୋଦର ରାଉତମେଡ଼େଲିଭିଅମକେଶବ କୋଇଲିଅଭିମନ୍ୟୁଓଡ଼ିଆ ଖାଦ୍ୟଦକ୍ଷିଣ ଚୀନ ସାଗର🡆 More