ନିର୍ଭୟା ଗଣ ବଳାତ୍କାର ମାମଲା

୨୦୧୨ ମସିହାରେ ଘଟିତ ଏହି ଗଣ ବଳାତ୍କାର ମାମଲାରେ ଦିଲ୍ଲୀରେ ଜଣେ ୨୩ ବର୍ଷୀୟା ମହିଳାଙ୍କୁ ଅପରାଧିମାନେ ଗଣ ବଳାତ୍କାର ପରେ ମରଣାନ୍ତକ ଆକ୍ରମଣ କରି ମୁମୁର୍ଷୁ ଅବସ୍ଥାରେ ଛାଡିଦେଇଥିଲେ ଏବଂ ପରବର୍ତ୍ତୀ ଅବସ୍ଥାରେ ପୀଡ଼ିତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ୧୬ ଡିସେମ୍ବର ୨୦୧୨ରେ ଘଟିଥିବା ଏହି ଦୁଃଖଦ ଘଟଣାଟି ମିଡିଆର ହସ୍ତକ୍ଷେପ ଫଳରେ ତ୍ୱରିତ ଲୋକ ଲୋଚନକୁ ଆସିଥିଲା । ସାରା ଦେଶ ଏହି ଘଟଣାର ଦୃଢ଼ ବିରୋଧ କରିବା ସହ ଅପରାଧୀମାନଙ୍କର ତୁରନ୍ତ ଗିରଫ ଦାବୀ କରିଥିଲେ । ଘଟଣାଟି ସେତେବେଳେ ସାରା ଦେଶରେ ହଇଚଇ ସୃଷ୍ଟି କରିବା ସହ ଭାରତର ରାଜଧାନୀରେ ମହିଳାମାନଙ୍କ ସୂରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା ।

ପୃଷ୍ଠଭୂମି

୧୬ ଡିସେମ୍ବର ୨୦୧୨ର ଏହି ଘଟଣା । ଘଟଣା ଦିନ ପୀଡ଼ିତା ଏକ ଚଳଚ୍ଚିତ୍ର ଦେଖି ତାଙ୍କ ପୁରୁଷ ବନ୍ଧୁ ସହ ଏକ ବସରେ ଦକ୍ଷିଣ ଦିଲ୍ଲୀର ମୁନିରକାଠାରୁ ଦ୍ୱାରକାସ୍ଥ (ଦିଲ୍ଲୀର ଏକ ଅଞ୍ଚଳ) ଘରକୁ ଫେରୁଥିଲେ । ସେହି ସମୟରେ ବସଟିରେ ସେହି ବସର କର୍ମଚାରୀଙ୍କ ବ୍ୟତୀତ ପ୍ରାୟ ଅନ୍ୟ କେହି ନ ଥିଲେ । ଏହାର ସୂଯୋଗ ନେଇ ଛଅଜଣ ଅପରାଧୀ ପୀଡ଼ିତା ସହ ଦୁର୍ବ୍ୟବହାର କରିବାକୁ ଲାଗିଲେ । ଏଥିରେ ପୀଡ଼ିତାଙ୍କ ପୁରୁଷ ବନ୍ଧୁ ବିରୋଧ କରିବାରୁ ସେମାନେ ତାଙ୍କୁ ମାଡ ମଧ୍ୟ ମାରିଥିଲେ । ଏପରିକି ଚଳନ୍ତା ବସରେ ସେମାନେ ପୀଡ଼ିତାଙ୍କୁ ସାମୁହିକ ଦୁଷ୍କର୍ମ କରିବା ସହ ଶାରୀରିକ ନିର୍ଯ୍ୟାତନା ମଧ୍ୟ ଦେଇଥିଲେ । ନିର୍ଯ୍ୟାତନା ସହି ନ ପାରି ପୀଡ଼ିତା ଅଚେତ ହୋଇପଡିଲେ । ପରିଶେଷରେ ସେମାନେ ପୀଡ଼ିତା ଏବଂ ତାଙ୍କ ବନ୍ଧୁଙ୍କୁ ଦକ୍ଷିଣ ଦିଲ୍ଲୀସ୍ଥ ମହିପାଳପୁର ନିକଟସ୍ଥ ବସନ୍ତ ବିହାର ଅଞ୍ଚଳରେ ବସରୁ ତଳକୁ ଫୋପାଡିଦେଇ ଚାଲିଗଲେ ।

ପୀଡ଼ିତାଙ୍କୁ ଗମ୍ଭୀର ଅବସ୍ଥାରେ ଦିଲ୍ଲୀର ସଫଦରଜଙ୍ଗ ହାସପାତାଳରେ ଭର୍ତ୍ତି କରାଗଲା । ଘଟଣା ପ୍ରଘଟିତ ହେବା ମାତ୍ରେ ହିଁ ସାରା ଦେଶରେ ପ୍ରବଳ ବିରୋଧର ସ୍ୱର ପ୍ରକାଶ ପାଇଲା । ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ଉପରେ ପ୍ରବଳ ଚାପ ସୃଷ୍ଟି ହେଲା । ତେବେ ପ୍ରଥମେ, ଅର୍ଥାତ ସୋମବାର ରାତି, ପୋଲିସ ସେହି ବସର ଡ୍ରାଇଭର (ରାମ ସିଂ ନାମକ ବ୍ୟକ୍ତି)କୁ ଧରିବାରେ ସକ୍ଷମ ହେଲା । ଏହି ଘଟଣାର ପ୍ରାୟ ଦୁଇ ଦିନ ପରେ ଦିଲ୍ଲୀ ପୋଲିସ କମିଶନର ଦେଇଥିବା ତଥ୍ୟ ଅନୁସାରେ ଘଟଣାର ଚାରିଜଣ ଅଭିଯୁକ୍ତ ଧରାପଡିଥିଲେ । ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କ ବୟାନ ଆଧାରରେ "ଯାଦବ" ନାମକ ଏହି ବସକୁ ପୋଲିସ ଠାବ କରି ଉକ୍ତ ବସକୁ ଜବତ କରିବାରେ ସକ୍ଷମ ହୋଇଥିଲା । ପୋଲିସ ହେଇଥିବା ତଥ୍ୟ ଅନୁଯାୟୀ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତମାନେ ଘଟଣା ପରେ ଉକ୍ତ ବସକୁ ଧୋଇଦେଇଥିଲେ ।

ଡ୍ରାଇଭର ପୋଲିସ ଆଗରେ ଦୋଷ ସ୍ୱୀକାର କରିଗଲା ଏବଂ ତାହାର ବୟାନ ଆଧାରରେ ତାର ଭାଇ ମୁକେଶ, ବିନୟ ଗୁପ୍ତା, ପବନ ଗୁପ୍ତା ନାମକ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଗଲା । ୧୮ ଡିସେମ୍ବର, ମଙ୍ଗଳବାର ଦିନ ଭାରତର ସଂସଦରେ ଏହି ଘଟଣାର ତୀବ୍ର ନିନ୍ଦା ସହ ଅପରାଧୀମାନଙ୍କୁ ମୃତ୍ୟୁଦଣ୍ଡ ଦେବାପାଇଁ ଦାବୀ କରାଗଲା ।

ଇତି ମଧ୍ୟରେ ପୀଡ଼ିତାଙ୍କ ଅବସ୍ଥା ଆହୁରି ସଂକଟାପନ୍ନ ହେଲା । ଘଟଣାର ବିରୋଧରେ ଦେଶସାରା ବିଶେଷ କରି ଦିଲ୍ଲୀରେ ପ୍ରବଳ ବିରୋଧ ପ୍ରଦର୍ଶନ ହେବାକୁ ଲାଗିଲା । ତେବେ ୧୧ ମାର୍ଚ୍ଚ ୨୦୧୩ ତାରିଖ ଦିନ ଘଟଣାର ମୁଖ୍ୟ ଆରୋପୀ ରାମ ସିଂ ତିହାର ଜେଲରେ ଆତ୍ମହତ୍ୟା କଲା । ଅନ୍ୟ ଆରୋପୀଙ୍କ ମଧ୍ୟରେ ଜଣେ ବାଳ ଅପରାଧୀ ମଧ୍ୟ ବିଚାରର ସମ୍ମୁଖୀନ ହେଲା ।

ଘଟଣାକ୍ରମ

  • ଡିସେମ୍ବର ୧୬, ୨୦୧୨: ପାରାମେଡିକାଲ୍ ଛାତ୍ରୀଙ୍କୁ ବଳାତ୍କାର ଓ ଯୌନ ନିର୍ଯ୍ୟାତନା -ଏକ ଘରୋଇ ବସ୍‌ରେ ଛଅଜଣ ପୁରୁଷଙ୍କଦ୍ୱାରା ଜଣେ ପାରାମେଡିକାଲ୍ ଛାତ୍ରୀଙ୍କୁ ବଳାତ୍କାର ଓ ନିର୍ଯାତନା ଦେଇ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଚଳନ୍ତା ଗାଡିରୁ ଫିଙ୍ଗି ଦିଆଯାଇଥିଲା । ଆହତମାନେ ଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।
  • ଡିସେମ୍ବର ୧୭: ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ବ୍ୟାପକ ବିରୋଧ ପ୍ରଦର୍ଶନ ହୋଇଥିଲା । ପୋଲିସଦ୍ୱାରା ଅଭିଯୁକ୍ତକୁ ଚିହ୍ନଟ କରାଯାଇପାରିଲା-ସେମାନେ ହେଲେ ବସ୍ ଡ୍ରାଇଭର ରାମ ସିଂ, ତାଙ୍କ ଭାଇ ମୁକେଶ, ବିନୟ ଶର୍ମା ଏବଂ ପୱନ ଗୁପ୍ତା।
  • ଡିସେମ୍ବର ୧୮: ରାମ ସିଂ ଏବଂ ଅନ୍ୟ ତିନିଜଣଙ୍କୁ ଗିରଫ କରାଯାଇଥିଲା ।
  • ଡିସେମ୍ବର ୨୦: ପୀଡ଼ିତାଙ୍କ ବନ୍ଧୁ ସାକ୍ଷ୍ୟ ଦିଅନ୍ତି ।
  • ଡିସେମ୍ବର ୨୧: ଦିଲ୍ଲୀର ଆନନ୍ଦ ବିହାର ବସ୍ ଟର୍ମିନାଲରୁ ଦୁଷ୍କର୍ମକାରୀ ନାବାଳକ ଧରାପଡିଲା । ପୀଡ଼ିତାଙ୍କ ବନ୍ଧୁ ମୁକେଶଙ୍କୁ ଅନ୍ୟତମ ଅପରାଧୀ ବୋଲି ଚିହ୍ନଟ କରନ୍ତି । ଷଷ୍ଠ ଅଭିଯୁକ୍ତ ଅକ୍ଷୟ ଠାକୁରଙ୍କୁ ଧରିବା ପାଇଁ ପୋଲିସ ହରିୟାଣା ଏବଂ ବିହାରରେ ବିଭିନ୍ନ ସ୍ଥାନରେ ଚଢାଉ କଲେ ।
  • ଡିସେମ୍ବର ୨୧-୨୨: ଅନ୍ୟତମ ଅଭିଯୁକ୍ତ ଠାକୁରକୁ ବିହାରର ଅଉରଙ୍ଗାବାଦ ଜିଲ୍ଲାକୁ ଗିରଫ କରି ଦିଲ୍ଲୀ ଅଣାଗଲା । ପୀଡ଼ିତାଙ୍କ ଡାକ୍ତରଖାନାରେ ଉପଖଣ୍ଡ ଅଧିକାରୀଙ୍କ ସମ୍ମୁଖରେ ବିବୃତ୍ତି ରେକର୍ଡ କରାଗଲା ।
  • ଡିସେମ୍ବର ୨୩: ବିକ୍ଷୋଭକାରୀମାନେ ନିଷେଧାଦେଶ ଆଦେଶକୁ ଅବମାନନା କରନ୍ତି, ବିରୋଧ ସହ ରାସ୍ତା ଅବରୋଧ କରନ୍ତି । ବିରୋଧକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ପୋଲିସ କନଷ୍ଟେବଳ ସୁଭାଷ ତୋମାର ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।
  • ଡିସେମ୍ବର ୨୫: ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପର୍ଣ୍ନ ହେଲା ।
  • ଡିସେମ୍ବର ୨୬: ହୃଦ୍‌ଘାତ ପରେ ପୀଡ଼ିତାଙ୍କୁ ଭାରତ ସରକାରଙ୍କଦ୍ୱାରା ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ ହସ୍ପିଟାଲକୁ ପଠାଇ ଦିଆଯାଏ ।
  • ଡିସେମ୍ବର ୨୯: ପୀଡ଼ିତା ଚିକିତ୍ସିତ ଅବସ୍ଥାରେ ମୃତ ଘୋଷିତ । ପୋଲିସ ଏଫଆଇଆରରେ ବଳାତ୍କାର ସହ ହତ୍ୟା ଅଭିଯୋଗ ଯୋଡନ୍ତି ।
  • ଜାନୁୟାରୀ ୨, ୨୦୧୩: ଉକ୍ତ ଘଟଣାର ଗମ୍ଭୀରତାକୁ ଅନୁଭବ କରି ଭାରତର ତତ୍‌କାଳୀନ ପ୍ରଧାନ ବିଚାରପତି ଅଲତମାସ କବୀର ଯୌନ ଅପରାଧ ମାମଲାରେ ଶୀଘ୍ର ବିଚାର ପାଇଁ ଫାଷ୍ଟ ଟ୍ରାକ୍ କୋର୍ଟ (FTC)ର ଉଦଘାଟନ କରନ୍ତି ।
  • ଜାନୁଆରୀ ୩: ହତ୍ୟା,ଗଣ ବଳାତ୍କାର, ହତ୍ୟା ଉଦ୍ୟମ, ଅପହରଣ, ଅପ୍ରାକୃତିକ ଅପରାଧ ଏବଂ ଦକାୟତି ଅଭିଯୋଗରେ ଅଭିଯୁକ୍ତ ପାଞ୍ଚଜଣ ବୟସ୍କଙ୍କ ବିରୋଧରେ ପୋଲିସ ଚାର୍ଜସିଟ୍ ଦାଖଲ କରନ୍ତି ।
  • ଜାନୁଆରୀ ୫: ଅଦାଲତ ଚାର୍ଜସିଟ୍ ବିଷୟରେ ଅପରାଧ ସଜ୍ଞାନ ଗ୍ରହଣ କରନ୍ତି ।
  • ଜାନୁଆରୀ ୧୭: ପାଞ୍ଚଜଣ ବୟସ୍କ ଅଭିଯୁକ୍ତଙ୍କ ବିରୋଧରେ ଫାଷ୍ଟ ଟ୍ରାକ୍ କୋର୍ଟରେ ନ୍ୟାୟୀକ ପ୍ରକ୍ରିୟା ଆରମ୍ଭ ହୁଏ ।
  • ଜାନୁଆରୀ ୨୮: ଜୁଭେନାଇଲ ଜଷ୍ଟିସ୍ ବୋର୍ଡ (ଜେଜେବି) କହନ୍ତି ଯେ ଅନ୍ୟ ଅଭିଯୁକ୍ତର ନାବାଳକତ୍ୱ ପ୍ରମାଣିତ ହୋଇଛି ।
  • ଫେବୃଆରୀ ୨: ପାଞ୍ଚଜଣ ବୟସ୍କ ଅଭିଯୁକ୍ତଙ୍କ ବିରୋଧରେ ଫାଷ୍ଟ ଟ୍ରାକ କୋର୍ଟ (FTC)ଚାର୍ଜ ଫ୍ରେମ୍ କରନ୍ତି । ଫେବୃଆରୀ ୨୮ : ନାବାଳକ ବିରୋଧରେ ଜେଜେବି ଚାର୍ଜ ଫ୍ରେମ କରେ ।
  • ମାର୍ଚ୍ଚ ୧୧: ତିହାର ଜେଲରେ ରାମ ସିଂ ଆତ୍ମହତ୍ୟା କରନ୍ତି । ମାର୍ଚ୍ଚ ୨୨: ଦିଲ୍ଲୀ ଉଚ୍ଚ ନ୍ୟାୟାଲୟ ଜାତୀୟ ଗଣମାଧ୍ୟମକୁ ତଳ କୋର୍ଟର ପ୍ରକ୍ରିୟା ରିପୋର୍ଟ କରିବାକୁ ଅନୁମତି ଦିଏ ।
  • ଜୁଲାଇ ୫: ନାବାଲକଙ୍କ ବିରୋଧରେ ଜେଜେବିରେ ଅନୁସନ୍ଧାନ (ବିଚାର) ଶେଷ ହୁଏ । ଜୁଲାଇ ୧୧ ପାଇଁ ଜୁଭେନାଇଲ ଜଷ୍ଟିସ ବୋର୍ଡ (JJB) ରାୟ ସଂରକ୍ଷଣ କରନ୍ତି ।
  • ଜୁଲାଇ ୮: ଫାଷ୍ଟ ଟ୍ରାକ କୋର୍ଟ ସମସ୍ତ ସାକ୍ଷୀଙ୍କ ବୟାନ ରେକର୍ଡିଂ ସମାପ୍ତ କରେ ।
  • ଜୁଲାଇ ୧୧: ଗଣବଳାତ୍କାରରେ ଭାଗନେବା ପୂର୍ବରୁ ଡିସେମ୍ବର ୧୬ ରାତିରେ ଜଣେ ତନ୍ତୀକୁ ବେଆଇନ ଭାବେ ବନ୍ଦ କରି ଲୁଟିବାରେ ଜେଜେବି ନାବାଳକଙ୍କୁ ଦୋଷୀ ସାବ୍ୟସ୍ତ କରନ୍ତି । - ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ତିନିଟି ଅନ୍ତର୍ଜାତୀୟ ସମ୍ବାଦ ଏଜେନ୍ସିକୁ ଏହି ମାମଲାର ଶୁଣାଣି କରିବାକୁ ଅନୁମତି ଦିଅନ୍ତି ।
  • ଅଗଷ୍ଟ ୨୨: ଚାରିଜଣ ବୟସ୍କ ଅଭିଯୁକ୍ତଙ୍କ ବିରୋଧରେ ଶୁଣାଣିରେ ଫାଷ୍ଟଟ୍ରାକ ଅଦାଲତ(FTC) ଅନ୍ତିମ ଯୁକ୍ତି ଶୁଣିବା ଆରମ୍ଭ କଲା ।
  • ଅଗଷ୍ଟ ୩୧: ଜେଜେବି ନାବାଳକକୁ ଗଣ ବଳାତ୍କାର ଏବଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କଲା ଏବଂ ଏକ ସୁଧାର ଗୃହରେ ତିନି ବର୍ଷ ରହିବା ପାଇଁ ଦଣ୍ଡ ପ୍ରଦାନ କଲା ।
  • ସେପ୍ଟେମ୍ବର ୩: ଫାଷ୍ଟଟ୍ରାକ ଅଦାଲତ(FTC) ଶୂଣାଣି ଶେଷ କଲା । ସଂରକ୍ଷଣ ରାୟ - ସେପ୍ଟେମ୍ବର ୧୦: ମୁକେଶ, ବିନୟ, ଅକ୍ଷୟ, ପୱନଙ୍କୁ ଅନ୍ୟାନ୍ୟ ଦଫା ସହ ୧୩ଟି ଅପରାଧରେ ଗଣ ବଳାତ୍କାର, ଅପ୍ରାକୃତିକ ଅପରାଧ ଏବଂ ପୀଡ଼ିତାର ହତ୍ୟା ଏବଂ ପୀଡ଼ିତାର ପୁରୁଷ ବନ୍ଧୁଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ କଲେ ।
  • ସେପ୍ଟେମ୍ବର ୧୩: ସମସ୍ତ ୪ ଦୋଷୀଙ୍କୁ ଅଦାଲତ ମୃତ୍ୟୁଦଣ୍ଡ ପ୍ରଦାନ କରନ୍ତି ।
  • ସେପ୍ଟେମ୍ବର ୨୩: ଟ୍ରାଏଲ କୋର୍ଟଦ୍ୱାରା ପଠାଯାଇଥିବା ଦୋଷୀମାନଙ୍କ ମୃତ୍ୟୁ ଦଣ୍ଡ ସନ୍ଦର୍ଭ (Death Reference)ଶୁଣାଣି ଆରମ୍ଭ କରନ୍ତି ।
  • ମାର୍ଚ୍ଚ ୧୯: ନିର୍ଭୟା ଗଣବଳାତ୍କାର ଓ ହତ୍ୟା ସମୟରେ ସେ ଦିଲ୍ଲୀରେ ନାହାଁନ୍ତି ବୋଲି ଦାବି କରି କରାଯାଇଥିବା ସମୀକ୍ଷା ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରନ୍ତି । ଏକ ନିମ୍ନ ଅଦାଲତ ଏହା ପୂର୍ବରୁ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।
  • ମାର୍ଚ୍ଚ ୨୦: ୨୦୧୨ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ଚାରିଜଣ ମୃତ୍ୟୁଦଣ୍ଡର ଦୋଷୀଙ୍କୁ ତିହାର ଜେଲରେ ସକାଳ ୫.୩୦ ମିନିଟରେରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା ।

ମାମଲାର ବିଚାର

ମାମଲାର ଗମ୍ଭୀରତା ଦୃଷ୍ଟିରୁ ଉକ୍ତ ମାମଲାର ବିଚାର ସକାଶେ ଗଠିତ ସ୍ୱତନ୍ତ୍ର ଅଦାଲତ ୧୪ ସେପ୍ଟେମ୍ବର ୨୦୧୩ ଦିନ ଚାରିଜଣ ବୟସ୍କ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ସମସ୍ତଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କଲେ । ବୟସ୍କ ଅପରାଧୀମାନେ କରିଥିବା ଅପିଲ ତଥା ସଂପୃକ୍ତ ମୃତ୍ୟୁଦଣ୍ଡ ସଂଦର୍ଭ ମାମଲା (Death reference)ର ଶୂଣାଣି କରି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ମୃତ୍ୟୁଦଣ୍ଡକୁ କାଏମ ରଖିଥିଲେ ।ପରେ ଉଚ୍ଚତମ ନ୍ୟାୟାଳୟରେ ମଧ୍ୟ ସମସ୍ତ ଚାରି ଅଭିଯୁକ୍ତଙ୍କ ମୃତ୍ୟୁଦଣ୍ଡ ଆଦେଶ କାଏମ ରହିଲା । ତେବେ ଅନ୍ୟ ବାଳ ଅପରାଧୀ ବାଳ ଅପରାଧୀ ଆଇନ ପ୍ରକାରେ ତାର ସଜା ଭୋଗି ଜେଲରୁ ଖଲାସ ହୋଇଯାଇଛି । ଉକ୍ତ ବାଳ ଅପରାଧୀର ଖଲାସକୁ ବିରୋଧ କରି ଉଚ୍ଚତମ ନ୍ୟାୟାଳୟରେ କରାଯାଇଥିବା ଅପିଲ ମଧ୍ୟ ଖାରଜ ହୋଇଯାଇଛି ।

ଫାଶୀ ଦଣ୍ଡରୁ ବଞ୍ଚିବା ପାଇଁ ୪ଜଣ ଦୋଷୀଙ୍କ ସମସ୍ତ ଆଇନଗତ ପ୍ରାର୍ଥନା ନାକଚ ହୋଇଯିବା ପରେ, ୨୦ ମାର୍ଚ ୨୦୨୦ ଭୋର୍ ୫ଟା ୩୦ ମିନିଟରେ ଚାରିଜଣକୁ ତିହାର ଜେଲରେ ଫାଶୀ ଦିଆଯାଇଛି ।

ମରଣୋତ୍ତର ସମ୍ମାନ

ମାମଲାର ସଂବେଦନଶୀଳତା ଦୃଷ୍ଟିରୁ ପୀଡ଼ିତାକୁ ନିର୍ଭୟା ନାମରେ ନାମିତ କରି ସେହି ନାମରେ ତାଙ୍କୁ ମରଣୋତ୍ତର ସମ୍ମାନିତ ମଧ୍ୟ କରାଯାଇଛି ।

  • ରାଣୀ ଲକ୍ଷ୍ମୀବାଇ ସମ୍ମାନ (୨୦୧୨)- ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା
  • ନିର୍ଭୟାଙ୍କ ସମ୍ମାନାର୍ଥେ ରାଷ୍ଟ୍ରୀୟ ମହିଳା ଆୟୋଗଙ୍କ ପାଇଁ ନିର୍ମିତ ଭବନକୁ "ନିର୍ଭୟା ଭବନ" ନାମରେ ନାମିତ କରାଯାଇଛି
  • ଆନ୍ତର୍ଜାତୀୟ ସାହସୀ ମହିଳା ପୁରସ୍କାର (International woman of courage award) 2013 ମସିହାରେ ଆମେରିକା ସରକାରଦ୍ୱାରା ପ୍ରଦତ୍ତ ।

ଆଧାର

Tags:

ନିର୍ଭୟା ଗଣ ବଳାତ୍କାର ମାମଲା ପୃଷ୍ଠଭୂମିନିର୍ଭୟା ଗଣ ବଳାତ୍କାର ମାମଲା ଘଟଣାକ୍ରମନିର୍ଭୟା ଗଣ ବଳାତ୍କାର ମାମଲା ମାମଲାର ବିଚାରନିର୍ଭୟା ଗଣ ବଳାତ୍କାର ମାମଲା ମରଣୋତ୍ତର ସମ୍ମାନନିର୍ଭୟା ଗଣ ବଳାତ୍କାର ମାମଲା ଆଧାରନିର୍ଭୟା ଗଣ ବଳାତ୍କାର ମାମଲା

🔥 Trending searches on Wiki ଓଡ଼ିଆ:

କୋଷ୍ଠକାଠିନ୍ୟଖୋର୍ଦ୍ଧାନଡ଼ିଆଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରମହାପାତ୍ର ନୀଳମଣି ସାହୁଜୈନ ଧର୍ମମାଡ୍ରିଦସିଦ୍ଧାନ୍ତ ମହାପାତ୍ରରାମାୟଣଗୋବିନ୍ଦ ଚନ୍ଦ୍ର ଦାସଜିନା ସାମଲପୃଥିବୀର ବାୟୁମଣ୍ଡଳକଲିକତାମାକାଓଉଦର ଚାପଉର୍ବଶୀଶାରଳା ପୁରସ୍କାରହିନା ରବାନି ଖରତରୁଣକାନ୍ତି ମିଶ୍ରଲକ୍ଷ୍ମୀଓଡ଼ିଆ ଭାଷା ଆନ୍ଦୋଳନରମାଦେବୀ ଚୌଧୁରୀକିଲୋଗ୍ରାମନିତ୍ୟାନନ୍ଦ ମହାପାତ୍ର୯୯୦ନାଟୋନଳିନୀକାନ୍ତ ମହାନ୍ତିପରିସଂଖ୍ୟାନ୧୮୭୦ମହାତ୍ମା ଗାନ୍ଧୀପେରିକାର୍ଡ଼ାଇଟିସନାଉରୁଶତପୁରା ରେଞ୍ଜତରଳ ଝାଡ଼ାହେପାଟାଇଟିସବଂଶୀକୁଏତମୁଣ୍ଡପିଛା ଆୟଉମେଶଚନ୍ଦ୍ର ସରକାରସେସିଲିଆ ପେଇନ-ଗାପୋସ୍ଚକିନବୁଦାପେଷ୍ଟପ୍ୟାରିସସମ୍ବଲପୁରକ୍ରିଏଟିଭ କମନ୍ସକୋଣାର୍କଆନ୍ତର୍ଜାତିକ ମହିଳା ଦିବସହନୁମାନ ଚାଳିଶାହାକିମ ବାବୁଫକୀର ମୋହନ ସେନାପତିଗଞ୍ଜାମ ଜିଲ୍ଲାକୋରାପୁଟଧନୁଯାତ୍ରାଓଡ଼ିଶାର ପର୍ବପର୍ବାଣିତୁର୍କୀପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଉଇକିମିଡ଼ିଆ ଫାଉଣ୍ଡେସନଉଇକିପିଡ଼ିଆବାରାକ ଓବାମାଭାରତର ସଂସ୍କୃତିଗୁଗଲଗୋପାଳ ଛୋଟରାୟଓଡ଼ିଆଥାଲାସେମିଆଭକ୍ତ ଚରଣ ଦାସଅବକାଶ ବେଶହିନ୍ଦୁ ଧର୍ମକୋରିଆ ଯୁଦ୍ଧ🡆 More