ନାଗ ସାଇ ମନ୍ଦିର

ଶ୍ରୀ ନାଗ ସାଇ ମନ୍ଦିର ଏକ ହିନ୍ଦୁ ମନ୍ଦିର ଯାହା ଭାରତର ତାମିଲନାଡୁ ପ୍ରଦେଶରେ ଥିବା କୋଏମ୍ବାଟୁର ସହରରେ ଅବସ୍ଥିତ ଓ ଶିରିଡ଼ି ସାଇ ବାବାଙ୍କୁ ସମର୍ପିତ ହୋଇଛି ।

ଶ୍ରୀ ନାଗ ସାଇ ମନ୍ଦିର
ଶ୍ରୀ ନାଗ ସାଇ
Image Of The Deity
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtକୋଏମ୍ବାଟୁର
ଦେବାଦେବୀଶିରିଡ଼ି ସାଇ ବାବା
FestivalsRamnavami Day for 9 days

Darshan Day on 7 January Maha Samadhi Day for 10 days

Guru Poornima
Location
ସ୍ଥାନMettupalayam Road, Coimbatore
Stateତାମିଲ ନାଡ଼ୁ
Countryଭାରତ
ନାଗ ସାଇ ମନ୍ଦିର is located in Tamil Nadu
ନାଗ ସାଇ ମନ୍ଦିର
Shown within Tamil Nadu
ଭୌଗଳିକ ଅବସ୍ଥିତି11°01′38″N 76°57′02″E / 11.02722°N 76.95056°E / 11.02722; 76.95056
Architecture
TypeTamil architecture
Completed1939
Website
http://www.srinagasai.com

ଇତିହାସ

୧୯୩୯ ଖ୍ରୀଷ୍ଟାବ୍ଦରେ ନରସିଂହ ସ୍ୱାମୀଜି, ଶ୍ରୀ ସି ବରଦାରାଜ ଆୟାଃ, ଶ୍ରୀ ଏଭିକେ ଚାରୋ ସନ ୧୯୩୯ରେ କୋଏମ୍ବାଟୁର ସାଇ ଆନ୍ଦୋଳନ ଆରମ୍ଭ କରିଥିଲେ ।

ଭକ୍ତଙ୍କର ଦର୍ଶନ ନିମନ୍ତେ ଶ୍ରୀ ସାଇବାବା ମଠ ଅନୁଷ୍ଠାନ ଅବସ୍ଥିତ । ଏହି ମନ୍ଦିରର ରକ୍ଷଣାବେକ୍ଷଣ ନିମନ୍ତେ ଶ୍ରୀ ଏଭିକେ ଚାରିଙ୍କୁ ସ୍ୱାମୀ ନିଯୁକ୍ତ କରିଥିଲେ । ୧୯୪୨ ମସିହାରେ ସି ବରଦାରାଜା ଆୟାଃ ଏହି ମନ୍ଦିର ନିମନ୍ତେ ଏକ ଏକର ଜାଗା ଦାନ କରିଥିଲେ ଯେଉଁଠାରେ ଏକ ଚାଳ କୁଡ଼ିଆ ଘର ତିଆରି କରି ଶ୍ରୀ ସାଇବାବା ମିସନ ଗୃହ ତିଆରି ହେଲା ଓ ପରବର୍ତ୍ତୀ ସମୟରେ ଏହାର ଶ୍ରୀ ସାଇ ବାବା ମାଡାମ ନାମକରଣ ହୋଇଥିଲା । ସେଠାରେ ସାଇ କୋଏମ୍ବାଟୁରର ଭକ୍ତମାନେ ଗୁରୁବାର ଓ ରବିବାର ଦିନ ଏକତ୍ରିତ ହୋଇ ସାଇ ଭଜନ କରୁଥିଲେ । ଫେବୃୟାରୀ ୧୯୬୧ ତାରିଖ ଦିନ ଶିରିଡ଼ି ସାଇ ବାବାଙ୍କର ଏକ ଶଙ୍ଖ ମର୍ମରରେ ନିର୍ମିତ ବିଗ୍ରହ ‘ସତ୍ୟ ସାଇ ବାବା’ ସ୍ଥାପନ କରିଥିଲେ । ସତ୍ୟ ସାଇ ବାବା ପ୍ରଥମ ଥର ନିମନ୍ତେ ଶିରିଡ଼ି ସାଇ ବାବାଙ୍କର ବିଗ୍ରହ ଉନ୍ମୋଚନ କରିଥିଲେ ।

ନାଗ ସାଇ ମନ୍ଦିର ନାମକରଣ ପଛରେ ଏକ କାହାଣୀ ଥିବା ଶିରିଡ଼ି ସାଇ ଭକ୍ତମାନେ କହନ୍ତି । ଫୁଲ ବଗିଚାରୁ ଏକ ନାଗ ସାପ ବାହାରି ଆସି ସାଇଙ୍କର ଦର୍ଶନ କରେ ଓ ପ୍ରବଚନ ଶୁଣେ ।

ନାଗ ଆଗମନ

କୋଏମ୍ବାଟୁରର ଶିରିଡ଼ି ସାଇଙ୍କର ଶ୍ରୀ ନାଗ ସାଇ:

ଏକ ଚମତ୍କାର ଘଟଣା ୧୯୪୩ ମସିହାର ଜାନୁଆରୀ ୭ ତାରିଖ ଘଟିଥିଲା । ଏକ କ୍ଷୁଦ୍ର ଆକାର କିନ୍ତୁ ବଡ଼ ଫଣା ବିଶିଷ୍ଠ ନାଗ ସାପ ବାବାଙ୍କର ଚିତ୍ର ସାମନାକୁ ଆସିଲା ଯାହାର ଫଣାରେ ତ୍ରିଶୂଳ, ଶଙ୍ଖ ଓ ଚକ୍ର ଚିହ୍ନ ଥିଲା ଓ ବାଦ୍ୟର ତାଳ ଅନୁସାରେ ଖେଳୁଥିଲା । ତାହା ଉପରେ ଆଲୋକ ଓ ଆରତିର କୌଣସି ପ୍ରଭାବ ପଡ଼ୁନଥିଲା । ଲୋକମାନେ ଭୟଭୀତ ହେଉନଥିଲେ । ବାବାଙ୍କର ଭକ୍ତମାନେ ଚାଙ୍ଗୁଡ଼ି ଚାଙ୍ଗୁଡ଼ି ପୁଷ୍ପ ବର୍ଷଣ ତା’ ଉପରେ କରିଥିଲେ । ଏହି ଫୁଲ ଗଦା ଭିତରେ ବୁଡ଼ି ରହିଥିଲେ ମଧ୍ୟ ନାଗ ହଲଚଲ ହେଉନଥିଲା ।

ନାଗ ସାଇ ମନ୍ଦିର 
୭ ଜାନୁଆରୀ ୧୯୪୩ ଦିନର ନାଗ ଦର୍ଶନ

ନାଗ ଆବିର୍ଭାବର ଦ୍ୱିତୀୟ ଦିନ ସେହି ନାଗାର ଫୋଟୋ ଉଠେଇବାକୁ ଜଣେ ଫୋଟୋଗ୍ରାଫର ଆସିଥିଲେ କିନ୍ତୁ ଫୁଲ ଗଦା ଭିତରେ ସେ ଲୁଚିଯାଇଥିଲା । ସେହି ଫୁଲ ଗଦାକୁ ବାହାର କରିବାକୁ କାହାର ସାହସ ନଥିଲା । ଏଥି ନିମନ୍ତେ ପ୍ରାର୍ଥନା କରିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନଥିଲା । ଏହା ପରେ ସେହି ଫୁଲ ଗଦାରୁ ନାଗ ବାହାରି ଆସିଲା ଓ ଲାଗିଲା ଯେମିତି ସମସ୍ତଙ୍କ ପ୍ରାର୍ଥନାର ଉତ୍ତର ଦେବା ପାଇଁ ଫୋଟୋଗ୍ରାଫର ନିମନ୍ତେ ଆସିଛି । ଏହା ପରେ ସେମାନଙ୍କର ନିୟମିତ କାମ କରିବାକୁ ସକ୍ଷମ କରିବା ନିମନ୍ତେ ସେଠାରୁ ଚାଲିଯିବାକୁ ସମସ୍ତେ ଭକ୍ତି ସହକାରେ ନାଗକୁ ପ୍ରାର୍ଥନା କରିଥିଲେ ଓ ସେମାନଙ୍କର ଡାକ ଶୁଣି ନାଗ ଧୀରେ ଧୀରେ ବାହାରି ଆସି ସାଇ ବାବାଙ୍କ ଛବି ଚାରିପାଖରେ ବୁଲିବା ପରେ ଏକ ବୁଦା ଭିତରେ ଥିବା ଉଇ ହୁଙ୍କା ଭିତରକୁ ଚାଲିଗଲା ।

ଏହି ଖବର ‘ଶ୍ରୀ ସାଇ ସତଚରିତ ତାମିଲ ଅଧ୍ୟାୟ ୩୫’ରେ ଛପା ଯାଇଥିଲା ।

ସେହି ଦିନଠାରୁ କୋଏମ୍ବାଟୁରର ସାଇ ଭକ୍ତମାନେ ସେହି ସ୍ଥାନକୁ ପବିତ୍ର ଭୂମି ରୂପରେ ମାନିଲେ ଓ ତାଙ୍କୁ “ଶ୍ରୀ ନାଗ ସାଇ” ନାମରେ ପୂଜା କଲେ । ସେଠାରେ ୨୬ ଫେବୃଆରୀ ୧୯୬୧ ତାରିଖ ଦିନ ଏକ ଶଙ୍ଖ ମର୍ମର ବିଗ୍ରହ ସ୍ଥାପନ କରିଥିଲେ ।

ସ୍ୱର୍ଣ୍ଣିମ ରଥ

ଏହି ମନ୍ଦିରରେ ସାଇ ବାବାଙ୍କର ଏକ ସ୍ୱର୍ଣ୍ଣିମ ରଥ ଉପରେ ସ୍ୱର୍ଣ୍ଣିମ ବିଗ୍ରହ ଅଛି ଯାହା ଜାନୁଆରୀ ୬ ତାରିଖ ୨୦୦୭ ମସିହାରେ ସ୍ଥାପିତ ହୋଇଥିଲା । ସପ୍ତାହରେ ଥରେ ଗୁରୁବାର ଦିନ ରାତି ୮:୦୦ ସମୟରେ ସେହି ରଥ ପରିକ୍ରମା କରେ ।

ଧୁନି

ଶିରିଡ଼ିରୁ ପବିତ୍ର ଧୁନି ଶିଖା ଆଣି ରଖାଯାଇଛି । ଏହି ଧୁନିର ବିଭୁତି ଭକ୍ତଙ୍କୁ ପ୍ରସାଦ ଭାବରେ ଦିଆଯାଏ ଯାହାର ସମସ୍ତ ରୋଗ ଉପଶମ କରିବାର ଶକ୍ତି ରହିଛି ।

ଆଧାର

Tags:

ନାଗ ସାଇ ମନ୍ଦିର ଇତିହାସନାଗ ସାଇ ମନ୍ଦିର ସ୍ୱର୍ଣ୍ଣିମ ରଥନାଗ ସାଇ ମନ୍ଦିର ଧୁନିନାଗ ସାଇ ମନ୍ଦିର ଆଧାରନାଗ ସାଇ ମନ୍ଦିରତାମିଲନାଡୁଭାରତଶିରିଡ଼ି ସାଇ ବାବା

🔥 Trending searches on Wiki ଓଡ଼ିଆ:

ସୋନପୁର ରାଜ୍ୟକବିସୂର୍ଯ୍ୟ ବଳଦେବ ରଥଓଡ଼ିଆ ଭାଷାଇନ୍ଦିରା ଗାନ୍ଧୀଚିଲିକା (ବହୁବିକଳ୍ପ)ପ୍ରଗତିବାଦୀଅଲାରନାଥ ମନ୍ଦିରଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗବିନୋଦ ଚନ୍ଦ୍ର ନାୟକବନ୍ୟାଅକ୍ଷାଂଶଫେବୃଆରୀ ୨୮ଓଡ଼ିଆ କଥାଚିତ୍ର ଜଗତଇତିହାସଅଚ୍ୟୁତାନନ୍ଦ ଦାସରାଜକିଶୋର ପଟ୍ଟନାୟକଓ ଅନ୍ଧଗଳିଆଚାର୍ଯ୍ୟ ହରିହରସମର ସଲିମ ସାଇମନବୃହସ୍ପତିମହାରାଷ୍ଟ୍ରବଣଭୋଜି ବେଶଭାଷାଶ୍ରୀଲଙ୍କାର ଭୂଗୋଳଶନିବାରଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କୁଜିବର ପ‌ତ୍ରରାଧାନାଥ ରଥଗଙ୍ଗାଧର ରଥଇଣ୍ଟରନେଟଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)କବାଟ୨୧ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଗଣ୍ଡାଭାରତର ସଂସଦwiki.phtmlଜ୍ଞାନକୋଷପାରମିତା ଶତପଥୀଆରିଷ୍ଟୋଟଲଉପେନ୍ଦ୍ର ଭଞ୍ଜଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରନଟବର ସାମନ୍ତରାୟଲକ୍ଷ୍ମୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରଜୁନଉତ୍କଳ ଦୀପିକାବଳମସ୍କୋଲକ୍ଷ୍ମୀଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବ୍ରୁସେଲୋସିସଧରିତ୍ରୀରାଧାମୋହନ ଗଡ଼ନାୟକଶ୍ରୀରାଧାରତ୍ନାକର ଚଇନିପଞ୍ଚସଖାଏଣ୍ଡୋମେଟ୍ରିଓସିସଉଦ୍ଭିଦ ବିଜ୍ଞାନଜୟଦେବଚରକ୫ ନଭେମ୍ବରମଙ୍ଗଳୁ ଚରଣ ବିଶ୍ୱାଳପୁରୀ ଜିଲ୍ଲାଅଭିରାମ ପରମହଂସରାଉରକେଲାସରୋଜିନୀ ନାଇଡୁପୂର୍ଣ୍ଣଚ୍ଛେଦବିଶ୍ୱନାଥ କରଭାରତ ସରକାର🡆 More