ଧିରଜଲାଲ ଦେଶାଇ: ଭାରତୀୟ ସ୍ୱାଧୀନତା ସଂଗ୍ରାମୀ

ଧିରଜଲାଲ ଭୁଲାଭାଇ ଦେଶାଇ (୨୨ ଜୁନ୍ ୧୯୦୮ - ୨୧ ମାର୍ଚ୍ଚ ୧୯୫୧) ଜଣେ ଭାରତୀୟ କୂଟନୀତିଜ୍ଞ ତଥା ସ୍ୱାଧୀନତା ସଂଗ୍ରାମୀ ଥିଲେ । ଧିରୁଭାଇ ନାମରେ ସେ ବେଶ୍ ଜଣାଶୁଣା ଥିଲେ । ସେ ସୁଇଜରଲ୍ୟାଣ୍ଡରେ ଭାରତର ପ୍ରଥମ ରାଷ୍ଟ୍ରଦୂତ ତଥା ସର୍ବଭାରତୀୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ ୧୯୪୧ ମସିହାରେ ବମ୍ବେ ପ୍ରାଦେଶିକ କଂଗ୍ରେସ କମିଟି (ବିପିସିସି)ର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ସେ ବ୍ରିଟିଶ ଭାରତର ବମ୍ବେରେ ଜନ୍ମଗ୍ରହଣ କରିଥିଲେ ଏବଂ ବିଶିଷ୍ଟ ଓକିଲ ତଥା ନେତା ଭୁଲାଭାଇ ଦେଶାଇଙ୍କ ପୁଅ ଥିଲେ ।

ଜୀବନି

ସେ ବମ୍ବେର ଏଲଫିନ୍‌ଷ୍ଟୋନ୍ କଲେଜ, ଭରଦାର ନୂତନ ଉଚ୍ଚ ବିଦ୍ୟାଳୟ ଏବଂ ସରକାରୀ ଆଇନ ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ସେ ଭାରତର ସୁପ୍ରିମକୋର୍ଟରେ ବାରିଷ୍ଟର ଏବଂ ବମ୍ବେ ପ୍ରେସିଡେନ୍ସିରେ ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ମଧ୍ୟ ଥିଲେ । ଏତଦ୍ ବ୍ୟତୀତ ସେ ଆମେରିକୀୟ ସିଆନାମିଡର କାଲକୋ କେମିକାଲ୍ କମ୍ପାନୀର ଭାରତୀୟ ଶାଖା ଆମେର ଟ୍ରେଡିଂ କର୍ପୋରେସନର ନିର୍ଦ୍ଦେଶକ ଥିଲେ ।

ଦେଶାଇ ୧୭ ଡିସେମ୍ବର ୧୯୪୮ରୁ ୨୧ ମାର୍ଚ୍ଚ ୧୯୫୧ ପର୍ଯ୍ୟନ୍ତ ସ୍ୱିଜରଲ୍ୟାଣ୍ଡରେ ଭାରତର ପ୍ରଥମ ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିଥିଲେ । ସେ ୧୯୪୧ ମସିହାରେ ବମ୍ବେ ପ୍ରାଦେଶିକ କଂଗ୍ରେସ କମିଟି (ବିପିସିସି)ର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ବିଶେଷ କରି ଭାରତ ଛାଡ଼ ଆନ୍ଦୋଳନ ସମୟରେ ସେ ତାଙ୍କ ଓଜସ୍ୱିନୀ ଭାଷଣ ପାଇଁ ଜଣାଶୁଣା ଥିଲେ । ସେ ସ୍ୱାଧୀନତା ଏବଂ ଆତ୍ମନିର୍ଭରଶୀଳତାର ଜଣେ ଦୃଢ ପ୍ରବକ୍ତା ଥିଲେ । କଂଗ୍ରେସ ଦଳ ପ୍ରତି ବ୍ରିଟିଶ ସାମ୍ରାଜ୍ୟର ନକାରାତ୍ମକ ମନୋଭାବ ଏବଂ ସ୍ୱାଧୀନ ବକ୍ତବ୍ୟର ଅଧିକାରକୁ ଅସ୍ୱୀକାର କରିଥିବାରୁ ସେ ଏହାର ଘୋର ବିରୋଧ କରିଥଲେ ।

ଦେଶାଇ ବମ୍ବେର ବିଭିନ୍ନ ସ୍ଥାନରେ ବକ୍ତୃତା ପ୍ରଦାନ କରିଥିଲେ ଏବଂ ପ୍ରାୟତଃ ଶ୍ରମିକ ଶ୍ରେଣୀର ଦର୍ଶକଙ୍କ ସହ ବାର୍ତାଳାପ କରୁଥିଲେ । ସେମାନଙ୍କୁ ଅଳ୍ପ ରୋଜଗାରର ମାଧ୍ୟମ ଭାବରେ ଦିନକୁ ଅତି କମରେ ଅଧ ଘଣ୍ଟା ପାଇଁ ଚରଖା ଚଳାଇବାକୁ ଉତ୍ସାହିତ କରୁଥିଲେ ।

୨୧ ମାର୍ଚ୍ଚ ୧୯୫୧ରେ ବର୍ନରେ ମାତ୍ର ୪୨ ବର୍ଷ ବୟସରେ ହୃଦଘାତରେ ଧୀରଜଲାଲ ଦେଶାଇଙ୍କର ମୃତ୍ୟୁ ହୋଇଥିଲା ।

ଆଧାର

Tags:

ସୁଇଜରଲ୍ୟାଣ୍ଡ

🔥 Trending searches on Wiki ଓଡ଼ିଆ:

ବିଜୟ ମିଶ୍ରଜନ ଗଣ ମନପ୍ରଧାନ ପୃଷ୍ଠାପ୍ରଗତିବାଦୀବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପୋଟଳ ରସାଶେୟାର ବଜାରଓଡ଼ିଶାର ମାପ ବ୍ୟବସ୍ଥାଧର୍ମେନ୍ଦ୍ର ପ୍ରଧାନହୃଷୀକେଶ ମଲ୍ଲିକଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରବାରବାଟି ଦୁର୍ଗଲାଟିନ ଭାଷାରାଜା ରାମମୋହନ ରାୟରାଉରକେଲାଚାରି ଧାମବୁଧଫକୀର ମୋହନ ସେନାପତିରାଜକିଶୋର ରାୟ୨୬ ଅପ୍ରେଲମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାମୟୂରଭଞ୍ଜ ଜିଲ୍ଲାଲକ୍ଷ୍ମୀ ପୁରାଣଦାସକାଠିଆଭାରତୀୟ ସମ୍ବିଧାନଗୋପାଳ କୃଷ୍ଣ ରଥହେମଲତା ମାନସିଂହହୃତ୍‌ପିଣ୍ଡସମୟ (କାଳ)କାଶୀ ବିଶ୍ୱନାଥ ମନ୍ଦିରତମନ୍ନା ବ୍ୟାସଗୋବିନ୍ଦ ତ୍ରିପାଠୀପଖିଆମହାନଦୀନୋବେଲ ପୁରସ୍କାରଓଡ଼ିଆ କାବ୍ୟ କବିତାବଣ୍ଡ (ଅର୍ଥ)ମାଗୁଣିର ଶଗଡ଼ଅମାବାସ୍ୟାର ଚନ୍ଦ୍ରଟ୍ରାଲୋକିନୁମାବକାଗଜବି. ଆର. ଆମ୍ବେଦକରଆରିଷ୍ଟୋଟଲଆଜାଦ ହିନ୍ଦ୍ ଫୌଜଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାପୁରୀ ଜିଲ୍ଲାଭାରତୀୟ ମହାକାଶ ଗବେଷଣା ସଂସ୍ଥାଉତ୍କଳ ସଙ୍ଗୀତ ମହାବିଦ୍ୟାଳୟୟୁରୋପଲକ୍ଷ୍ମୀକାନ୍ତ ମହାପାତ୍ରସୁଇଜରଲ୍ୟାଣ୍ଡଲୋକ ସଭାଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରଥନନ୍ଦିନୀ ଶତପଥୀଓଡ଼ିଆ ଖାଦ୍ୟୟୁକ୍ରେନଯକୃତଶ୍ୱେତସାରଓଡ଼ିଆ ରାମାୟଣ୨୭ ଜୁନଅଚ୍ୟୁତ ନାୟକଜହ୍ନବିଶ୍ୱନାଥ କରଶ୍ରବଣା (ନକ୍ଷତ୍ର)ବିଦ୍ୟାଳୟଦାମୋଦର ରାଉତଗଣ୍ଡାଶବ୍ଦ (ପଦ)ଅଭିରାମ ପରମହଂସଛାନ୍ଦ🡆 More