ଧାମରାଈ: ହିନ୍ଦୁ ଦେବୀ

ଏହି ଲେଖାଟି ଧାମରେଈ/ଧାମରାଈ ଠାକୁରାଣୀଙ୍କ ବାବଦରେ, ଧାମରେଈ ମନ୍ଦିର ବିଷୟରେ ଜାଣିବାପାଇଁ ଧାମରେଈ ମନ୍ଦିର ଦେଖନ୍ତୁ

ମର୍ତ୍ତ୍ୟଗଙ୍ଗା ବୈତରଣୀ ନଦୀ କୂଳରେ ବିରଜା ଧାମ ,ଆରଡି ଧାମ ପରେ ଧାମରା ଅନ୍ୟ ଏକ ପ୍ରସିଦ୍ଧ ଧାମ୤ ଓଡ଼ିଶା ଉପକୂଳରେ ଗଢିଉଠିଥିବା ପ୍ରାଚୀନ ବନ୍ଦରଗୁଡ଼ିକ ମଧ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଏହି ପ୍ରାକୃତିକ ପୋତାଶ୍ରୟ ଧାମରା ୤ଧାମରା ଶବ୍ଦର ସୃଷ୍ଟି ବୋଧହୁଏ ଧାମ ଶବ୍ଦରୁ ଯାହାର ଅର୍ଥ ବାସସ୍ଥାନ ବା ଦେବଭୂମି୤ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଧାମରା୤ଏହାର ପୁର୍ବରେ ବଙ୍ଗୋପସାଗର,ପଶ୍ଚିମରେ ଚାନ୍ଦବାଲି,ଉତ୍ତରରେ ବାସୁଦେବପୁର ଓଦକ୍ଷିଣରେ କାଳିଭଞ୍ଜଡିଆ ଜଙ୍ଗଲ୤ଗୋନାସିକା ପର୍ବତରୁ ବାହାରି ତିନିଶହ ମାଇଲ ପଥ ଅତିକ୍ରାନ୍ତ୍ କଲା ପରେ ଚାନ୍ଦବାଲିର ପୁର୍ବକୁ ପ୍ରବାହିତ ହୋଇ ଧାମରା ମୁହାଣରେ ସଂଗମ ଲଭିଛି୤ବୈତରିଣୀ ସହ ସାଳନ୍ଦୀ ଧାନଖଣିଆଠାରେ ଓ ବ୍ରାହ୍ମଣୀ ନଳିତାପଟିଆଠାରେ ମିଳିତ ହେଲାପରେ ମନ୍ତେଇ ନଦୀ ଯେଉଁଠାରେ ମିଳିତ ହୋଇ ଗଣ୍ଡ ସୃଷ୍ଟି ହୋଇଛି ତାହା ସୁନାଦରିଆ ନାମରେ ପରିଚିତ୤ବୈତରିଣୀର ଦକ୍ଷିଣରେ କାଳିଭଞ୍ଜଡିଆ ଟାପୁ, ଅନତି ଦୁରରେ ଭିତରକନିକାର ମନୋରମ ଜଙ୍ଗଲ ଏବଂ ଉତ୍ତରତୀରରେ ସୁନାଦରିଆ ନିକଟରେ ମା ଧାମରାଈଙ୍କ ବିଜେସ୍ଥ୍ଳଳୀ ଧାମରା୤

କିମ୍ବଦନ୍ତୀ

ଧନେଶ୍ୱର ନାମକ ଏକ ବଣିକ ପାଷାଣ ମଙ୍ଗଳାଙ୍କୁ ସିଂହଳରୁ ଆଣି ଉତ୍କଳରେ ସ୍ଥାପନା କରିଥିଲେ୤ ସିଂହଳରୁ ଫେରିବା ବାଟରେ ବୈତରଣୀ ନଦୀ ଗର୍ଭରୁ ପାଇଥିବା ପଥର ମୁର୍ତ୍ତିକୁ ଧାମରାରେ ପ୍ରତିଷ୍ଠା କରିଥିବାରୁ,ପୀଠଟି ଦେବୀ ଧାମରାଇ ନାମରେ ପରିଚିତ ହେଲା୤ଅନ୍ୟ ଏକ ଲୋକ କଥା ଅନୁଯାୟୀ ମା ଧାମରାଇ ସାତଭାୟାରେ ଥିବା ପଞ୍ଚୁବରାହଙ୍କ ଅନ୍ୟତମ ଭଉଣୀ୤ଅନ୍ୟ ଚାରି ଭଉଣୀ ମାସାଂସୀ ଥିବା ବେଳେ ଧାମରାଈ ଥିଲେ ସାକାହାରୀ୤ସେହି କାରଣରୁ ବିବାଦ ହେବାରୁ ସେମାନେ ଧାମରାଈକୁ ସମୁଦ୍ର ମଧ୍ୟକୁ ଠେଲି ଦେଇ ଥିଲେ୤ପୁର୍ବଦିଗକୁ ଚାନ୍ଦିନୀପାଳଠାରେ ଭାସିଆସି ଧାମରାଈ ସନାତନ ବେହେରା ଓ ବୁଲେଇ ବେହେରା ବସାଇ ଥିବା ଜାଲରେ ଲାଗିଥିଲେ୤ ସ୍ୱପ୍ନାଦେଶ ପାଇବାପରେ ମାଙ୍କୁ ଉଦ୍ଧାର କରି ନିଜ ଘରେ ପୂଜା କରିଥିଲେ୤ଲୋକମୁଖରୁ ଶୁଣାଯାଏ ଧୀବରମାନେ ଏକ ନିଖୋଜ ଧୀବରକୁ ଖୋଜୁଥିବାବେଳେ ମାଙ୍କ ପଥର ମୂତ୍ତୀଟିକୁ ପାଇଥିଲେ୤ଦେବୀଙ୍କ ସ୍ୱପ୍ନାଦେଶରେ ମୃତ ଧୀବରଙ୍କ ବିଧବା ପତ୍ନୀ ତାଙ୍କ ପୂଜା କାର୍ଯରେ ନିଯୁକ୍ତି ହେଲେ୤ସେବେଠାରୁ କୈବର୍ତ୍ତ କୁଳର ବିଧବା ନାରୀମାନେ ମା ଧାମରାଈଙ୍କୁ ପୂଜାର୍ଚ୍ଚନା କରିଆସୁଛନ୍ତି୤ ଧାମରାଈ ସାଗରକନ୍ୟା ଓ ନାବିକ ଅର୍ଜିତ ହୋଇଥିବାରୁ ମଙ୍ଗଳାଙ୍କପରି ନାଆ ମଙ୍ଗରେ ପୂଜା ପାଇଥାନ୍ତି୤ ଧାମରାଈଙ୍କ ପର୍ବ ପର୍ବାଣି ମଧ୍ୟରେ ମଧୁପାର୍ବଣ ଓ ମକର ମେଳା ପ୍ରଧାନ ପର୍ବ୤୫୫ଫୁଟ ଉଚତା ବିଶିଷ୍ଟ ଧାମରାଈଙ୍କ ମନ୍ଦିର ସମ୍ଭବତଃ ଭଦ୍ରକ ଜିଲ୍ଲାର ବ୍ୟୟବହୁଳ ଓ ବିଶାଳ ମନ୍ଦିର୤

ଆଧାର

Tags:

ଧାମରେଈ ମନ୍ଦିର

🔥 Trending searches on Wiki ଓଡ଼ିଆ:

ଭାରତୀୟ ଡାକ ସେବାଶ୍ରବଣା (ନକ୍ଷତ୍ର)ଶ୍ରଦ୍ଧାକର ସୂପକାରଉଇକିପିଡ଼ିଆବି. ଆର. ଆମ୍ବେଦକରଟମ୍ ଖା କାଇଗୁରୁ ପ୍ରସାଦ ମହାନ୍ତିମୟୂରଭଞ୍ଜ ଜିଲ୍ଲାଜାପାନ ସାଗରଅଣ୍ଡାମାଣବସା ଗୁରୁବାରଅଭିରାମ ପରମହଂସ୨୬ ଅପ୍ରେଲରାଜକିଶୋର ରାୟପ୍ଲୁଟୋଗଙ୍ଗାଧର ରଥହେମଲତା ମାନସିଂହଶାସ୍ତିଜ୍ଞାନକୋଷସାଇକେଲସୂର୍ଯ୍ୟବଂଶୀ ସୂରଜମହୁଏଞ୍ଜେଲା ମେର୍କେଲ୍କବିସୂର୍ଯ୍ୟ ବଳଦେବ ରଥରାମଚନ୍ଦ୍ର ମିଶ୍ରଜନ୍ମ ନିରୋଧଦଗ୍ଧଗଣନ ସଂଖ୍ୟାଓଡ଼ିଶାଓଡ଼ିଆ ଉଇକିପିଡ଼ିଆନାରାୟଣ ସାହୁଛାୟାପଥଗୌତମ ବୁଦ୍ଧପ୍ରତୀକ୍ଷାଇନ୍ଦିରା ଗାନ୍ଧୀଅଭିମନ୍ୟୁ ସାମନ୍ତସିଂହାର୪ (ସଂଖ୍ୟା)ମଧୁସୂଦନ ରାଓଚୈତନ୍ୟମହାତ୍ମା ଗାନ୍ଧୀc3bn4ଦେବସ୍ନାନ ପୂର୍ଣ୍ଣିମାଓଡ଼ିଆ କଥାଚିତ୍ର ଜଗତବ୍ୟଞ୍ଜନ ବର୍ଣ୍ଣରାସନ କାର୍ଡ଼ (ଭାରତ)ଜଣ୍ଡିସ୍ଉତ୍କଳ ବିଶ୍ୱବିଦ୍ୟାଳୟଭାରତୀୟ ସ୍ୱାଧୀନତା ଆନ୍ଦୋଳନରାଜ୍ୟ ସଭାକୋଷ୍ଠକାଠିନ୍ୟପୁରୀପ୍ରଗତିବାଦୀବ୍ରଜନାଥ ରଥରାମଶଙ୍କର ରାୟନବକଳେବରଓପନ-ସୋର୍ସ ସଫ୍ଟୱେରମହାନଦୀଅଂଶୁଘାତରାଣୀ ଲକ୍ଷ୍ମୀବାଈରାଜେନ୍ଦ୍ର କିଶୋର ପଣ୍ଡାଲକ୍ଷ୍ମୀ ପୁରାଣବିଶ୍ୱ ମ୍ୟାଲେରିଆ ଦିବସଭାରତର ସଂସ୍କୃତିନେପଚୁନଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରବ୍ରାହ୍ମ ସମାଜତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରଅଷ୍ଟ୍ରେଲିଆପକୋଡ଼ାରାଧାନାଥ ରାୟ🡆 More