ତାରାନା ହାଲିମ

ତାରାନା ହାଲିମ (ଜନ୍ମ: ୧୬ ଅଗଷ୍ଟ ୧୯୬୬) ବଙ୍ଗଳାଦେଶୀ ରାଜନୈତିଜ୍ଞ, ପ୍ରାକ୍ତନ ଆଇନଜୀବୀ, ଦୂରଦର୍ଶନ ଏବଂ ଚଳଚ୍ଚିତ୍ର ଅଭିନେତ୍ରୀ ଓ ନାଟ୍ୟକାର । ସେ ପ୍ରଥମେ ଜଣେ ଦୂରଦର୍ଶନ ଅଭିନେତ୍ରୀ ଭାବରେ କାମ କରିବା ଆରମ୍ଭ କରିଥିଲେ ଏବଂ ପରେ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଜାନୁଆରୀ ୨୦୧୮ରେ ତାଙ୍କୁ ବଙ୍ଗଳାଦେଶର ଏକ ରାଜ୍ୟର ସୂଚନା ବିଭାଗ ମନ୍ତ୍ରୀ ଭାବରେ ନିଯୁକ୍ତି କରାଯାଇଥିଲା । ଏହାପୂର୍ବରୁ ସେ ଦୂରସଞ୍ଚାର ବିଭାଗର ମନ୍ତ୍ରୀ ଭାବରେ ଜୁଲାଇ ୨୦୧୪ରୁ ବଙ୍ଗଳାଦେଶ ସରକାର ପାଇଁ କାର୍ଯ୍ୟ କରିଥିଲେ ।

ତାରାନା ହାଲିମ
তারানা হালিম
ତାରାନା ହାଲିମ
୨୦୧୭ରେ ତାରାନା
ଜନ୍ମ (1966-08-16) ୧୬ ଅଗଷ୍ଟ ୧୯୬୬ (ବୟସ ୫୭)
ତାଙ୍ଗାଇଲ, ପୂର୍ବ ପାକିସ୍ତାନ, ପାକିସ୍ତାନ
ଜାତୀୟତାବଙ୍ଗଳାଦେଶୀ
ଶିକ୍ଷାଏଲ୍ଏଲ୍ଏମ୍
ଶିକ୍ଷାନୁଷ୍ଠାନଢାକା ବିଶ୍ୱବିଦ୍ୟାଳୟ
Officeସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ
Predecessorହସନୁଲ ହକ୍ ଇନୁ
ରାଜନୈତିକ ଦଳବଙ୍ଗଳାଦେଶ ଆୱାମୀ ଲିଗ୍
ବୈବାହିକ-ସାଥୀଅହମ୍ମଦ ରୁବେଲ

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

ତାରାନା ହାଲିମ ପୂର୍ବ ପାକିସ୍ତାନର ତାଙ୍ଗାଇଲଠାରେ ୧୬ ଅଗଷ୍ଟ ୧୯୬୬ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଏମ୍ଏ ହାଲିମ ଜଣେ ଆୟକର ବିଭାଗର ଆୟୁକ୍ତ ଥିଲେ ଏବଂ ପରେ ଏବଂ ପରେ ସେ ବଙ୍ଗଳାଦେଶର ଅର୍ଥ ବିଭାଗ ମନ୍ତ୍ରାଳୟରେ ଜଣେ ସଚିବ ଭାବରେ ଯୋଗ ଦେଇଥିଲେ । ତାଙ୍କ ମାଆ ଅଖତାର ହାଲିମ ସ୍କୁଲରେ ଜଣେ ଶିକ୍ଷୟିତ୍ରୀ । ତିନି ଭାଇଭଉଣୀ ମଧ୍ୟରେ ତାରାନା ଥିଲେ କନିଷ୍ଠା । ତାଙ୍କ ଘର ତାଙ୍ଗାଇଲର ନାଗରପୁର ଉପଜିଲ୍ଲାର ଧୁବରିୟା ଗାଁରେ ।

ତାରାନା ୧୯୮୨ ମସିହାରେ ଆଜିମପୁର ଅଗ୍ରଣୀ ବାଳିକା ବିଦ୍ୟାଳୟରୁ ତାଙ୍କର ପ୍ରାରମ୍ଭିକ ଶିକ୍ଷା ଶେଷ କରିଥିଲେ ଏବଂ ୧୯୮୪ରେ ହଲିକସ୍ ମହାବିଦ୍ୟାଳୟରୁ ଉଚ୍ଚଶିକ୍ଷା ଶେଷ କରିଥିଲେ । ସେ ଢାକା ଶିକ୍ଷା ବୋର୍ଡ଼ରେ ଉଭୟ ଶିକ୍ଷାରେ ୯ମ ସ୍ଥାନରେ ରହିଥିଲେ । ଏହାପରେ ସେ ଢାକା ବିଶ୍ୱବିଦ୍ୟାଳୟରେ ଆଇନ ବିଭାଗରେ ପାଠ ପଢ଼ିଥିଲେ ।

ଅଭିନୟ ଜୀବନ

ତାରାନା ସ୍କୁଲରେ ପଢ଼ୁଥିବାବେଳେ ମାତ୍ର ୫ ବର୍ଷ ବୟସରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ସେ ପିମ୍ପଲସୁଟର ଭଳି ନାଟକରେ ଏକ ଜନ୍ଦାର ଭୂମିକାରେ ଅଭିନୟ କରିଥିଲେ । ଏହାପରେ ତାରାନା କଲେଜରେ ପଢ଼ୁଥିବାବେଳେ ଏକ ଦୂରଦର୍ଶନ ନାଟକରେ ଅଭିନୟ କରିଥିଲେ ଏବଂ ଏହାପରେ ସେ ରଙ୍ଗୀନ ଦୁନିଆରେ କାମ କରିବା ଆରମ୍ଭ କରିଥିଲେ । ସେ ଦୂରଦର୍ଶନରେ ସ୍ନେହଧାକେ ଟାକି ଭଳି ନାଟକରେ କାମ କରିଥିଲେ । ସେ ଏକ ଚଳଚ୍ଚିତ୍ରରେ ଅଭିନେତା ଫାରୁକ୍‌ଙ୍କର ସାନ ଭଉଣୀ ଭୂମିକାରେ ଅଭିନୟ କରିଥିଲେ ଏବଂ ଏହାପରେ ସେ ବଙ୍ଗାଳୀ ଚଳଚ୍ଚିତ୍ର ସାହେବରେ କାମ କରିଥିଲେ ।

ତାରାନା ଅଭିନୟ ସ‌ହିତ ନିଜର ପାଠ ପଢ଼ା ଜାରି ରଖିଥିଲେ ଏବଂ ସେ ବିଶ୍ୱବିଦ୍ୟାଳୟରେ ଆଇନ ବିଜ୍ଞାନରେ ପାଠ ପଢ଼ୁଥିବାବେଳେ ଉମୟ ଟିଭିର ଏକ ନାଟକରେ ମଦିନା ଭୂମିକାରେ ଅଭିନୟ କରିଥିଲେ ଏବଂ ସେତେବେଳେ ଦର୍ଶକ ତାଙ୍କୁ ଅଧିକ ପସନ୍ଦ କରିଥିଲେ । ସେ ୧୯୭୮ ମସିହାରେ ଅମଜାଦ ହୁସେନଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଅମିତାଭ ଗୋଲାପିରେ ଅଭିନୟ କରିଥିଲେ ।

ରାଜନୀତି ଓ ଅନ୍ୟାନ୍ୟ କାମ

ତାରାନା ବଙ୍ଗବନ୍ଧୁ ସାଂସ୍କୃତିକ ଜାତି ନାମକ ଏକ ସାଂସ୍କୃତି ସଂସ୍ଥାରେ କାମ କରୁଥିଲେ । ୨୦୦୯ ମସିହା ମାର୍ଚ୍ଚ ମାସ ୨୦ ତାରିଖରେ ସେ ବଙ୍ଗଳାଦେଶର ସଂସଦରେ ଥିବା ୪୫ଟି ସଂରକ୍ଷିତ ମହିଳା ଆସନରୁ ଗୋଟିଏ ପାଇଁ ନିର୍ବାଚିତ ହୋଇଥିଲେ ।

ବ୍ୟକ୍ତିଗତ ଜୀବନ

ତାରାନା ପ୍ରଥମେ ଜଣଙ୍କୁ ବିବାହ କରିଥିଲେ ଏବଂ ଉଭୟଙ୍କର ଏକ ପୁଅ ଅଛି । ମାତ୍ର ପରେ ଏହି ଦମ୍ପତିଙ୍କର ବିବାହ ବିଚ୍ଛେଦ ହେବାପରେ ସେ ଅଭିନେତା ଅହମ୍ମଦ ରୁବେଲଙ୍କୁ ବିବାହ କରିଥିଲେ ।

ଆଧାର

ବାହାର ଆଧାର

Tags:

ତାରାନା ହାଲିମ ପ୍ରାରମ୍ଭିକ ଜୀବନ ଓ ଶିକ୍ଷାତାରାନା ହାଲିମ ଅଭିନୟ ଜୀବନତାରାନା ହାଲିମ ରାଜନୀତି ଓ ଅନ୍ୟାନ୍ୟ କାମତାରାନା ହାଲିମ ବ୍ୟକ୍ତିଗତ ଜୀବନତାରାନା ହାଲିମ ଆଧାରତାରାନା ହାଲିମ ବାହାର ଆଧାରତାରାନା ହାଲିମ

🔥 Trending searches on Wiki ଓଡ଼ିଆ:

ଦଗ୍ଧଛାନ୍ଦଗୋଦାବରୀଶ ମହାପାତ୍ରଆକବରପ୍ରଗତିବାଦୀବିଶ୍ୱନାଥ କରମୋନିକା ସେଲ୍ସଟ୍ରାଲୋକିନୁମାବବିଷମ କଟକବାଇଶି ପାହାଚବୃହସ୍ପତିIndiaଢେଙ୍କାନାଳଓଡ଼ିଆ ଭାଗବତଜଗନମୋହ‌ନ ଲାଲଭ୍ୟାକୁମ୍ କ୍ଲିନର୍ଲଣ୍ଡନଗିରିଧର ଗମାଙ୍ଗନରେନ୍ଦ୍ର ମୋଦୀଫକୀର ମୋହନ ସେନାପତିକୋଷ୍ଠକାଠିନ୍ୟଦ୍ଵାରକାଧୀଶ ମନ୍ଦିରଶ୍ରୀଲଙ୍କାର ଭୂଗୋଳଗୋପାଳ କୃଷ୍ଣ ରଥବିରଳା ମନ୍ଦିର, କୋଲକାତାଏଞ୍ଜେଲା ମେର୍କେଲ୍ଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପବସନ୍ତ କୁମାର ଶତପଥୀମନୋରଞ୍ଜନ ଦାସଭାରତ ସରକାରଓଡ଼ିଆ କବି ମାନଙ୍କର ତାଲିକାବାଘଉଦୟନାଥ ଷଡ଼ଙ୍ଗୀପର୍ଫେନାଜାଇନଉତ୍ତମ ମହାନ୍ତିଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ପୁରୀ ଜିଲ୍ଲାଛତୁ ତରକାରୀରଥଭଦ୍ରକଅଚ୍ୟୁତ ନାୟକଜ୍ୟୋତିର୍ଲିଙ୍ଗରାମାବତାରମ୍ବିଜ୍ଞାନତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟମଇ ଦିବସଉତ୍କଳ ବ୍ରାହ୍ମଣଓମ'ଙ୍କ ନିୟମଟାହିଆଲାଗି ବେଶଗର୍ଭାବସ୍ଥାଚନ୍ଦ୍ରଶେଖର ନନ୍ଦକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଦୀନକୃଷ୍ଣ ଦାସବ୍ୟାସଦେବହମିଦା ବାନୁ ବେଗମବୁଧସତ୍ୟବାଦୀ ବନ ବିଦ୍ୟାଳୟପ୍ରଯୁକ୍ତି ବିଦ୍ୟାସୁନାବେଶପ୍ରଥମ ବିଶ୍ୱଯୁଦ୍ଧସମ୍ବଲପୁର ଜିଲ୍ଲାପ୍ରଧାନ ପୃଷ୍ଠାଆର୍ଯ୍ୟଭଟ୍ଟ🡆 More