ଜିତେନ୍ଦ୍ର ହରିପାଲ: ଭାରତୀୟ ଓଡ଼ିଆ ଗାୟକ

ଜିତେନ୍ଦ୍ର ହରିପାଲ (ଜିତେନ୍ଦ୍ରିୟ ହରିପାଳ ନାମରେ ମଧ୍ୟ ପରିଚିତ) ଜଣେ ପଦ୍ମଶ୍ରୀ ସମ୍ମାନିତ ଗାୟକ । ସେ 'ରଙ୍ଗବତୀ' ଗୀତ ଗାଈ ପ୍ରସିଦ୍ଧ ହୋଇଥିଲେ । ସେ ସମ୍ବଲପୁରୀ ଗାୟିକା କ୍ରୀଷ୍ଣା ପଟେଲଙ୍କ ସହ କୋଶଳୀ ଭାଷାରେ ଲୋକ ସଂଗୀତ ରଙ୍ଗବତୀର ଉପସ୍ଥାପନା କଲେ । ଜିତେନ୍ଦ୍ର ସମ୍ବଲପୁରର ଏକ ଦଳିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ପରେ ସେ ରଙ୍ଗବତୀର ପ୍ରଭୁତା ସଫଳତା ପରେ କୋଶଳୀ ଭାଷାରେ ୧୦୦୦ରୁ ଉର୍ଦ୍ଧ ଗୀତ ଗାଇଥିଲେ । ଆକାଶବାଣୀ କଳାକାର ହିସାବରେ ମଧ୍ୟ ବହୁତ ସଙ୍ଗୀତ ପରିବେଷଣ କରିଥିଲେ ଭି ବର୍ତ୍ତମାନ ସୁଦ୍ଧା ଦାରିଦ୍ରତାର କଷାଘାତରୁ ମୁକ୍ତ ହେଇ ପରି ନାହାନ୍ତି ।

ଜିତେନ୍ଦ୍ର ହରିପାଲ
ଜିତେନ୍ଦ୍ର ହରିପାଲ‌
ଜାତୀୟତାଭାରତୀୟ
ଅନ୍ୟ ନାମଜିତେନ୍ଦ୍ରୀୟ ହରିପାଳ
ପିତାମାତାମାନଧାତା ହରିପାଳ
ପୁରସ୍କାରପଦ୍ମଶ୍ରୀ ୨୦୧୭

ବ୍ୟକ୍ତିଗତ ଜୀବନ

ଜିତେନ୍ଦ୍ରଙ୍କ ପିତା ମାନଧାତା ହରିପାଳ ଜଣେ ଲୋକ ସଂଗୀତକାର ଓ ଗାୟକ ଥିଲେ। ଅର୍ଥାଭାବ ଯୋଗୁଁ ଜିତେନ୍ଦ୍ର ବିଦ୍ୟାଳୟ ଶିକ୍ଷା ଅଧାରେ ବନ୍ଦ କରିଥିଲେ । ଜିତେନ୍ଦ୍ର ତାଙ୍କ ପିଲା ଦିନରୁ ହିଁ ଗୀତ, ପାରମ୍ପାରିକ ବାଦ୍ୟ ପ୍ରତି ଅତ୍ୟନ୍ତ ଆଗ୍ରହୀ ଥିଲେ । ସଙ୍ଗୀତ ବିଦ୍ୟାଳୟରେ ନା ଲେଖିବାକୁ ଅର୍ଥ ନ ଥିବାରୁ ସେ ସ୍କୁଲ ବାହାରେ ଛିଡ଼ା ହେଇ ଶିଖୁଥିଲେ । ଏପରିକି ବର୍ଷାରେ ଭିଜି ଭିଜି ବାହାରେ ଠିଆ ହେଇ ସଙ୍ଗୀତ ଆଖଡ଼ାରୁ ଶିଖୁଥିଲେ । ସେ ନିଜେ କହନ୍ତି ଯେ ସେ ସବୁ ରାଗ ବିଷୟରେ ଜାଣୁଥିଲେ ମଧ୍ୟ ରାଗର ନା ଜାଣୁ ନଥିଲେ । ଜିତେନ୍ଦ୍ରଙ୍କ ପୁଅ ଓ ପୁତ୍ରବଧୂ ମଧ୍ୟ ଗାୟକ ଗାୟିକା । ଏବେ ଜିତେନ୍ଦ୍ର ସପରିବାର ସମ୍ବଲପୁର ଷ୍ଟେସନ ପାଖ ଝୋପଡ଼ି ଘରେ ରହନ୍ତି ।

ବୃତିଗତ ଜୀବନ

"ସଙ୍ଗୀତକୁ ନେଇ ଜୀବିକା ନିର୍ବାହ କରି ହେବ ନାହିଁ , ମନ ସିନା ଭରି ହେବ, ପେଟ ନୁହେଁ " ଏହା ଜିତେନ୍ଦ୍ରଙ୍କ ଉକ୍ତି । ବାଧ୍ୟ ହେଇ ଜିତେନ୍ଦ୍ର ଶ୍ରମିକ ଭାବେ ବା ଅନ୍ୟ ଯେ କୌଣସି କାର୍ଯ୍ୟ ମିଳିଲେ କରି ଥାଆନ୍ତି । ତାଙ୍କ ଗୀତ ରଙ୍ଗବତୀ ଏତେ ବିଖ୍ୟାତ ହେଇଥିଲେ ମଧ୍ୟ ସେ ବିଶେଷ କିଛି ଲାଭ ପାଇ ନଥିଲେ । ରେକର୍ଡ଼ କରିଥିବା କମ୍ପାନୀ ହିଁ ସବୁ ଲାଭ ଅର୍ଜନ କଲା ।

୧୯୭୧ରୁ ସେ ଆକାଶବାଣୀରେ 'ବି' ଗ୍ରେଡ କଳାକାର ଭାବେ ନିଯୁକ୍ତି ପାଇ ଅନେକ ଲୋକ ଗୀତ, କୋଷଳୀ ଆଞ୍ଚଳିକ ଗୀତ ଗାଇଥିଲେ । ରଙ୍ଗବତୀ ୧୯୭୬ରେ ରେକର୍ଡ଼ ହେଇଥିଲେ ବି ସ୍ୱତ୍ତ୍ୱାଧୀକାର ବିବାଦ ହେତୁ ୭୮/୭୯ ଯାଏ ମୁକ୍ତିଲାଭ ହେଇ ପାରି ନଥିଲା । ପରେ ସେ ଗୀତ ଖୁବ ଲୋକପ୍ରିୟ ହେଲା, ପରେ କଲିକତାର ରେକର୍ଡ କମ୍ପାନୀ ତାଙ୍କ ସରଳତାର ସୁଯୋଗ ନେଇ ୩ ବର୍ଷ ପାଇଁ ତାଙ୍କଠୁ ଚୁକ୍ତି ସ୍ୱାକ୍ଷର କରିନେଲା । ଚୁକ୍ତି କାରଣରୁ ଜିତେନ୍ଦ୍ର ଆଉ କୌଣସି ଅନ୍ୟ କମ୍ପାନୀ ତରଫରୁ ଗାଈ ପାରିଲେ ନାହିଁ । ତାଙ୍କର ଆର୍ଥିକ ଅବସ୍ଥା ସେଇଥି ପାଇଁ ଖରାପ ହେବାରେ ଲାଗିଲା । ଓଡ଼ିଆ, ଭୋଜପୁରୀ, ବଙ୍ଗାଳୀ, ଛତିଶଗଡ଼ ତଥା ଢକିଆ ଭାଷାରେ ତାଙ୍କର ଅନେକ ଗୀତ ରହିଛି ।

ପୁରସ୍କାର ଓ ସମ୍ମାନ ସବୁ

ଆଧାର

Tags:

ଜିତେନ୍ଦ୍ର ହରିପାଲ ବ୍ୟକ୍ତିଗତ ଜୀବନଜିତେନ୍ଦ୍ର ହରିପାଲ ବୃତିଗତ ଜୀବନଜିତେନ୍ଦ୍ର ହରିପାଲ ପୁରସ୍କାର ଓ ସମ୍ମାନ ସବୁଜିତେନ୍ଦ୍ର ହରିପାଲ ଆଧାରଜିତେନ୍ଦ୍ର ହରିପାଲଆକାଶବାଣୀକୋଶଳୀ ଭାଷାପଦ୍ମଶ୍ରୀରଙ୍ଗବତୀସମ୍ବଲପୁର

🔥 Trending searches on Wiki ଓଡ଼ିଆ:

ରୋମୀୟ ସାମ୍ରାଜ୍ୟଧାତୁଦାସକାଠିଆହେମନ୍ତ ଦାସପ୍ରଥମ ବିଶ୍ୱଯୁଦ୍ଧଯୌନ ସମ୍ଭୋଗଜଗଦୀଶ ମହାନ୍ତିସିକ୍ଲ ସେଲ୍ ରୋଗଚମ୍ପୂ୨୧ତ୍ରିଭୁଜମହାନଦୀପଞ୍ଚକନ୍ୟାଚୁଡ଼ାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବହେମୋଫିଲିଆପଞ୍ଚସଖାଡୋରାଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୭ଯଶୋଧାରା ମିଶ୍ରଚାନ୍ଦବାଲିସାମବେଦପ୍ରଣବ ପ୍ରକାଶ ଦାସରାସନ କାର୍ଡ଼ (ଭାରତ)ଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାକଟକ ଜିଲ୍ଲାଶେର ଶାହ ସୁରୀଆମ୍ବରାଜ୍ୟ ସଭାବେଲ ପଣାସରଳା ଦେବୀ୧୮ ଅପ୍ରେଲଚନ୍ଦନଲାଗି ବେଶପକ୍ଷୀଲକ୍ଷ୍ମଣ ନାୟକଚାଣକ୍ୟରାଧାମୋହନ ଗଡ଼ନାୟକମାୟାଧର ମାନସିଂହଭାରତ ଛାଡ଼ ଆନ୍ଦୋଳନରାମଚନ୍ଦ୍ର ମିଶ୍ରରାମକୃଷ୍ଣ ପରମହଂସଅକ୍ଷୟ ତୃତୀୟାରାଧାନାଥ ରାୟସୌର ଜଗତଜଳ ପ୍ରଦୂଷଣଅଚ୍ୟୁତାନନ୍ଦ ଦାସମଧୁସୂଦନ ରାଓଜ୍ଞାନୀ ଦେବାଶିଷ ମିଶ୍ରଗୁଗଲକାଞ୍ଚନ ଅୱସ୍ତିସିପାହୀ ବିଦ୍ରୋହରମାଦେବୀ ଚୌଧୁରୀରଥଯାତ୍ରାମହାଭାରତଶଙ୍ଖଲକ୍ଷ୍ମୀନାରାୟଣ ସାହୁଲକ୍ଷ୍ମଣ ମିଶ୍ରଚନ୍ଦନ ଯାତ୍ରାଅଂଶୁଘାତସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହନୁମାନ ଜୟନ୍ତୀଦେବସ୍ନାନ ପୂର୍ଣ୍ଣିମାସୌଭାଗ୍ୟ କୁମାର ମିଶ୍ର🡆 More