ଚନ୍ଦ୍ରଯାନ-୨ ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ଥିଲା । ଚନ୍ଦ୍ରଯାନ-୧ର ସଫଳତା ପରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ବା ଇସ୍ରୋଦ୍ୱାରା ଏହି ମିଶନର ପରିକଳ୍ପନା କରାଯାଇଥିଲା । ଚନ୍ଦ୍ରଯାନ-୨ ଅଭିଯାନରେ ଇସ୍ରୋକୁ ୯୫ ପ୍ରତିଶତ ସଫଳତା ମିଳିଥିଲା ।
ମିସନ ପ୍ରକାର | Lunar orbiter, lander, rover | ||||
---|---|---|---|---|---|
ପରିଚାଳକ | ଭାରତୀୟ ମହାକାଶ ଗବେଷଣା ସଂସ୍ଥା | ||||
SATCAT № | 2019-042A | ||||
ୱେବସାଇଟ | www | ||||
ମିସନ ଅବଧି | Orbiter: 1 year ୱିକ୍ରମ ଲ୍ୟାଣ୍ଡର: <୧୫ ଦିନ ପ୍ରଜ୍ଞାନ ରୋୱର: <୧୫ ଦିନ | ||||
ମହାକାଶ ଯାନର ବିଶେଷତ୍ୱ | |||||
ଉତ୍ପାଦକ | ଇସ୍ରୋ | ||||
ସମୁଦାୟ ଉତକ୍ଷେପଣ ବସ୍ତୁତ୍ୱ | 3,850 kg (8,490 lb) | ||||
ଶୁଖିଲା ବସ୍ତୁତ୍ୱ | 1,308 kg (2,884 lb) | ||||
ଶକ୍ତି | ଅରବିଟର୍ ୧୦୦୦ ୱାଟ୍. ଲ୍ୟାଣ୍ଡର୍ ୬୫୦ ୱାଟ୍ ରୋଭର୍ ୫୦ୱାଟ୍ | ||||
ମିସନ ପ୍ରାରମ୍ଭ | |||||
ଉତକ୍ଷେପଣ ତାରିଖ | ୨୨ ଜୁଲାଇ, ୨୦୧୯ | ||||
ରକେଟ୍ | ଜିଏସଏଲଭି ମାକ-୩ | ||||
ଉତକ୍ଷେପଣ ସ୍ଥଳ | ସତୀଶ ଧୱନ ମହାକାଶ କେନ୍ଦ୍ର ଦ୍ୱିତୀୟ ପ୍ରକ୍ଷେପଣ ପ୍ୟାଡ | ||||
କଣ୍ଟ୍ରାକଟର | ଈସ୍ରୋ | ||||
କକ୍ଷପଥ ମାପଦଣ୍ଡ | |||||
ପରିକ୍ରମା ନିର୍ଦ୍ଦେଶ ପ୍ରଣାଳୀ | ଚନ୍ଦ୍ର କକ୍ଷପଥ | ||||
Periselene | 100 km (62 mi) | ||||
Aposelene | 100 km (62 mi) | ||||
Lunar orbiter | |||||
Orbits | 3,400 at EOM | ||||
----
|
ଏହାର ପୂର୍ବବର୍ତ୍ତୀ ଅଭିଯାନ ଚନ୍ଦ୍ରଯାନ-୧ ପରି ଚନ୍ଦ୍ରଯାନ-୨ ସାଇଣ୍ଟିଫିକ୍ ପେଲୋଡ୍ ସହିତ ଏକ ମୁନ୍-ଅର୍ବିଟର ଚନ୍ଦ୍ର ଚାରିପଟେ ପ୍ରଦିକ୍ଷଣ କରିଥିଲା । ଯୋଜନା ମୁତାବକ ଚନ୍ଦ୍ରଯାନ-୨ ଚନ୍ଦ୍ରର କକ୍ଷ ପଥରେ ପହଞ୍ଚିବା ପରେ, ପ୍ରଜ୍ଞାନ ରୋଭରକୁ ନେଇ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠରେ ଏକ ଅପେକ୍ଷାକୃତ ଉଚ୍ଚ ମଇଦାନରେ ଅବତରଣ କରିବାକୁ ଚେଷ୍ଟା କରିଥିଲା । ଚନ୍ଦ୍ର ଭୂମିପୃଷ୍ଠକୁ ଅବତରଣ କରିବାବେଳେ ବିକ୍ରମ ଲ୍ୟାଣ୍ଡରଟି ନିର୍ଦ୍ଧାରିତ କକ୍ଷପଥରୁ ବିଚ୍ୟୁତ ହୋଇଥିଲା ଏବଂ ଚନ୍ଦ୍ରପୃଷ୍ଠରୁ ୨.୧ କିଲୋମିଟର ଉଚ୍ଚତାରେ ଥିବା ସମୟରେ ଇସ୍ରୋ ସହ ସମସ୍ତ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା। ଅର୍ବିଟର ଜରିଆରେ ପ୍ରାପ୍ତ ଥର୍ମାଲ୍ ଅପଟିକାଲ ଚିତ୍ରକୁ ଅନୁଧ୍ୟାନ କରି ବିକ୍ରମ ଲ୍ୟାଣ୍ଡର ହାର୍ଡ ଲ୍ୟାଣ୍ଡିଙ୍ଗ୍ କରିଛି ବୋଲି ବୋଲି ଇସ୍ରୋ ମୂଖ୍ୟ କେ. ଶିବନ ମତବ୍ୟକ୍ତ କରିଥିଲେ। ଲ୍ୟାଣ୍ଡିଂର ୧୪ ଦିନ ମଧ୍ୟରେ ଲ୍ୟାଣ୍ଡର ବିକ୍ରମ ସହିତ ଯୋଗାଯୋଗ ପାଇଁ ଇସ୍ରୋ ଏବଂ ନାସା ପକ୍ଷରୁ ଉଦ୍ୟମ କରାଯାଇଥିଲା। କିନ୍ତୁ କୌଣସି ସଫଳତା ହାସଲ ହୋଇନଥିଲା।
ଅନ୍ୟପକ୍ଷରେ ଚନ୍ଦ୍ରଯାନ-୨ର ଅର୍ବିଟର୍ ଅତି କମରେ ୭.୫ ବର୍ଷ ଧରି ଜହ୍ନ ଚାରିପଟେ ପରିକ୍ରମା କରିବ ଏବଂ ଏଥିରେ ଥିବା ଅୱଲୋହିତ (infrared) କ୍ୟାମେରାଦ୍ୱାରା ଜହ୍ନର ଦକ୍ଷିଣ ମେରୁ ଅଞ୍ଚଳରେ ଜଳ କିମ୍ବା ବରଫର ଚିହ୍ନଟ କରିବାକୁ ଚେଷ୍ଟା କରିବ ।
୧୨ ନଭେମ୍ବର ୨୦୦୭ରେ ଇସ୍ରୋ ସହ ଋଷୀୟ ଫେଡେରାଲ ସ୍ପେସ୍ ଏଜେନ୍ସି (ରୋସ୍କୋସମୋସ)ର ପ୍ରତିନିଧି ଦଳ ଚନ୍ଦ୍ରଯାନ-୨ ଚନ୍ଦ୍ର ଅଭିଯାନରେ ମିଳିତ ଭାବେ କାମ କରିବା ନେଇ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ଚୁକ୍ତିନାମା ଅନୁସାରେ ଚନ୍ଦ୍ରଯାନ-୨ର ଦୁଇ ମୁଖ୍ୟ ଅଂଶ ଯଥା ଅର୍ବିଟର ତଥା ରୋଭର ଡିଜାଇନ କରିବା ଦାୟିତ୍ୱ ଇସ୍ରୋ ଉପରେ ଥିଲାବେଳେ ଏବଂ ଋଷୀୟ ଏନ୍ତରୀକ୍ଷ ଏଜେନ୍ସି ଉପରେ ଲ୍ୟାଣ୍ଡର ନିର୍ମାଣର ଦାୟିତ୍ୱ ଥିଲା ।
୧୮ ସେପ୍ଟେମ୍ବର ୨୦୦୮ ଦିନ ତତ୍କାଳୀନ ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅଧ୍ୟକ୍ଷ୍ୟତାରେ ଆୟୋଜିତ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ଏହି ପରୀକ୍ଷଣ ନିମିତ୍ତ ସ୍ୱୀକୃତି ଦେଇଥିଲେ ।
ଅନ୍ତରୀକ୍ଷ ଯାନର ପରିକଳ୍ପନା ଉଭୟ ଦେଶର ବୈଜ୍ଞାନିକଙ୍କ ମିଳିତ ଜ୍ଞାନକୌଶଳରେ ଅଗଷ୍ଟ ୨୦୦୯ ମସିହାରେ ସଂପୂର୍ଣ୍ଣ ହୋଇସାରିଥିଲା । ଇସ୍ରୋ ପକ୍ଷରୁ ଚନ୍ଦ୍ରଯାନ-୨ ପରୀକ୍ଷଣର ସମସ୍ତ ପ୍ରସ୍ତୁତି ଅନ୍ତିମ ସ୍ତରରେ ପହଞ୍ଚିବା ପରେ ୨୦୧୩ ମସିହାରେ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇ ୨୦୧୬ ମସିହା ନିମିତ୍ତ ପୁନର୍ନିର୍ଦ୍ଧାରଣ କରାଯାଇଥିଲା । ଋଷୀୟ ବୈଜ୍ଞାନିକ ନିର୍ଦ୍ଧାରିତ ସମୟ ମଧ୍ୟରେ ଲ୍ୟାଣ୍ଡର ନିର୍ମାଣ ନକରିପାରିବାରୁ ଏହି ପଦକ୍ଷେପ ନିଆଯାଇଥିଲା । ଏହାପରେ ଋଷୀୟ ଅନ୍ତରୀକ୍ଷ ଏଜେନ୍ସିକୁ ଏହି କାର୍ଯ୍ୟକ୍ରମରୁ ଅଲଗା କରି ଚନ୍ଦ୍ରଯାନର ସମସ୍ତ ପ୍ରସ୍ତୁତି ଇସ୍ରୋଦ୍ୱାରା ସ୍ୱତନ୍ତ୍ର ଭାବେ କରାଯାଇଥିଲା ।
ଦ୍ୱିତୀୟ ଚନ୍ଦ୍ର ଅଭିଯାନ ୨୦୧୮ ମାର୍ଚ୍ଚରେ ହେବାକୁ ଇସ୍ରୋ ପ୍ରଥମେ ସ୍ଥିର କରିଥିଲା । ପରେ ସେହିବର୍ଷ ଅପ୍ରେଲ ଓ ପରେ ଅକ୍ଟୋବରକୁ ଘୁଞ୍ଚିଥିଲା । ୨୦୧୮ ଜୁନ ୧୯ରେ ଏକ ବୈଷୟିକ ସମୀକ୍ଷା ପରେ ୨୦୧୯ ମଧ୍ୟଭାଗରେ ଚନ୍ଦ୍ର ଅଭିଯାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ପୁଣି ୨୦୧୯ ଫେବୃଆରୀରେ ପରୀକ୍ଷଣ ବେଳେ ଲ୍ୟାଣ୍ଡରର ଦୁଇଟି ଗୋଡରେ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ଶେଷରେ ୨୦୧୯ ଜୁଲାଇ ୧୫ ତାରିଖ ରାତି ୨ଟା ୫୧ ମିନିଟରେ ଉତକ୍ଷେପଣ କରାଯିବାକୁ ସ୍ଥିର କରାଯାଇଥିଲା । ଶ୍ରୀହରିକୋଟା ପ୍ରକ୍ଷେପଣ କେନ୍ଦ୍ରରୁ ଶକ୍ତିଶାଳୀ ରକେଟ୍ ଜିଏସ୍ଏଲ୍ଭି ଏମ୍କେ-୩କୁ ବ୍ୟବହାର କରି ଚନ୍ଦ୍ରଯାନ-୨କୁ ପଠାଯିବାର କାର୍ଯ୍ୟକ୍ରମ ରହିଥିଲା। ଉତ୍କ୍ଷେପଣ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଅଚାନକ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଏହାକୁ ସ୍ଥଗିତ କରାଗଲା ।
୨୨ ଜୁଲାଇ ସୋମବାର ଦିନ ୨ଟା ୪୩ ବେଳେ ରକେଟ୍ ଜିଏସ୍ଏଲ୍ଭି ଏମ୍କେ-୩ ସହାୟତାରେ ସଫଳତାର ସହ ପ୍ରକ୍ଷେପଣ କରାଯାଇଥିଲା ।
ଯୋଜନାନୁସାରେ ସେପ୍ଟେମ୍ବର ୨ ତାରିଖରେ ବିକ୍ରମ ଲ୍ୟାଣ୍ଡର, ମୁନ ଆର୍ବିଟରରୁ ଅଲଗା ହୋଇଯାଇଥିଲା ଓ ଚନ୍ଦ୍ର ଚାରିପଟେ ୨ କିମି ପ୍ରତି ଘଣ୍ଟା ବେଗରେ ପରିକ୍ରମା କରିଥିଲା ।
୭ ସେପ୍ଟେମ୍ବର ରାତ୍ର ୧ଟା ୫୩ ମିନିଟରେ ଅନୁଭୁମିକ (horizontal) ବେଗ ୪୮ ମିଟର ପ୍ରତି ସେକେଣ୍ଡ ଏବଂ ଉଲମ୍ବ (vertical) ବେଗ ୬୦ ମିଟର ପ୍ରତି ସେକେଣ୍ଡରେ ଚନ୍ଦ୍ର ଭୂମିପୃଷ୍ଠକୁ ଅବତରଣ କରିବାବେଳେ, ଚନ୍ଦ୍ରପୃଷ୍ଠରୁ ୨.୧ କିଲୋମିଟର ଉଚ୍ଚତାରେ ଥିବା ସମୟରେ ବିକ୍ରମ ଲ୍ୟାଣ୍ଡରରୁ ଇସ୍ରୋକୁ ସମସ୍ତ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା ଏବଂ ବିକ୍ରମ, ନିର୍ଦ୍ଧାରିତ କକ୍ଷପଥରୁ ବିଚ୍ୟୁତ ହୋଇ ପାଖାପାଖି ଏକ କିଲୋମିଟର ଦୂରରେ ଦୁର୍ଘଟଣାଯୁକ୍ତ ଅବତରଣ କରିଥିଲା ।
ଚନ୍ଦ୍ରଯାନ-୨ର ଅନ୍ତିମ ୫ ପ୍ରତିଶତ ବିଫଳ ହୋଇଥିଲା । ଅନ୍ୟପକ୍ଷରେ ଚନ୍ଦ୍ରଯାନ-୨ର ଅର୍ବିଟର୍ ଅତି କମରେ ଏକ ବର୍ଷ ଧରି ଜହ୍ନ ଚାରିପଟେ ପରିକ୍ରମା କରିବ ଏବଂ ଏଥିରେ ଥିବା ଅୱଲୋହିତ କ୍ୟାମେରାଦ୍ୱାରା ଜଳ କିମ୍ବା ବରଫର ଚିହ୍ନ ଖୋଜିବାକୁ ଚେଷ୍ଟା କରିବ ।
୩୮୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ମହାକାଶ ଯାନକୁ ଜିଏସଏଲଭି ଏମକେ-୩ ରକେଟ ଜରିଆରେ ଶ୍ରୀହରିକୋଟା ପ୍ରକ୍ଷେପଣ କେନ୍ଦ୍ରରୁ ପଠାଯାଇଥିଲା । ଏହି ମିଶନରେ ଜୁନ ୨୦୧୯ ପର୍ଯ୍ୟନ୍ତ ସମୂଦାୟ ୯୭୮ କୋଟି ଟଙ୍କା ପ୍ରଦାନ କରାଯାଇଛି । ମହାକାଶ ଯାନ ପାଇଁ ୬୦୩ କୋଟି ଏବଂ ‘ଜିଏସଏଲ୍ଭି ଏମ୍କେ-୩’ ରକେଟ୍ ପାଇଁ ୩୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଚନ୍ଦ୍ରଯାନ-୧ରେ ଦୁଇଟି ଯନ୍ତ୍ରାଂଶ ବା ମଡ୍ୟୁଲ (ମୁନ୍-ଅର୍ବିଟର୍ ଓ ଇମ୍ପାକ୍ଟର୍) ଥିବାବେଳେ ଚନ୍ଦ୍ରଯାନ-୨ରେ ସମୂଦାୟ ତିନୋଟି ଅଂଶ ବା ମଡ୍ୟୁଲ ରହିଥିଲା । ସେଗୁଡିକ ହେଉଛି
ମୁନ୍-ଅର୍ବିଟର୍
ମୁନ୍-ଲ୍ୟାଣ୍ଡର୍-ବିକ୍ରମ ଓ
ମୁନ୍-ରୋବର୍-ପ୍ରଜ୍ଞାନ ।
ଏହି ମିଶନରେ ଅର୍ବିଟର୍ଟି ଚନ୍ଦ୍ରକକ୍ଷରେ ପାଖାପାଖି ୨ବର୍ଷ ପରିକ୍ରମା କରିବ। ତତ୍ ସଲଗ୍ନ ବିକ୍ରମ ଅର୍ବିଟର୍ରୁ ବିଛ୍ଛିନ୍ନ ହେବା ପରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାପରେ ମୁନ୍-ଲ୍ୟାଣ୍ଡରର ଅନ୍ତଃଗର୍ଭରେ ଥିବା ସ୍ୱଃଚାଳିତ ରୋବଟ୍ ମୁନ୍-ରୋବର୍ (ପ୍ରଜ୍ଞାନ) ଚନ୍ଦ୍ରପୃଷ୍ଠରେ ଗୋଟିଏ ଚନ୍ଦ୍ର ଦିନ (ଅର୍ଥାତ ପୃଥିବୀର ୧୪ ଦିନ) ଚଳପ୍ରଚଳ କରିବାର ଯୋଜନା ଥିଲା । ୬ଟି ଚକଯୁକ୍ତ ରୋଭର ଚନ୍ଦ୍ର ପୃଷ୍ଠରେ ଚଳପ୍ରଚଳ ହୋଇ ଚନ୍ଦ୍ର ପୃଷ୍ଠର ରାସାୟନିକ ବିଶ୍ଳେଷଣ କରିବାର ଯୋଜନା ଥିଲା । ଏହି ସମୟରେ ସେହି ଯାନ ଚନ୍ଦ୍ରପୃଷ୍ଠର ମାଟି କିମ୍ବା ଚଟାଣର ନମୁନା ମଧ୍ୟ ସଂଗ୍ରହ କରିଥାନ୍ତା । ଏହି ବିଶ୍ଳେଷଣର ଫଳାଫଳ ସଂପର୍କିତ ତଥ୍ୟ କକ୍ଷଯାନ ମାଧ୍ୟମରେ ପୃଥିବୀସ୍ଥିତ ଇସ୍ରୋର ଗବେଷଣାଗାରରେ ଉପଲବ୍ଧ ହେବାର ଥିଲା ।
ଚନ୍ଦ୍ରଯାନ-୨ର ଅର୍ବିଟର୍ ଚନ୍ଦ୍ର ପୃଷ୍ଠରୁ ୧୦୦ କିଲୋମିଟର ଉଚ୍ଚରେ ରହି ଚନ୍ଦ୍ରର ପରିକ୍ରମା କରୁଛି । ଏହାର ଓଜନ ପାଖାପାଖି ୨,୩୭୯ କେଜି । ଏଥିରେ ଲାଗିଥିବା ଉଚ୍ଚ କ୍ଷମତାସମ୍ପର୍ଣ୍ଣ କ୍ୟାମେରାଦ୍ୱାରା ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଙ୍ଗ୍ ସ୍ଥଳର ଫୋଟ ଉତ୍ତୋଳନ କରିବ । ଏହାକୁ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ୍ ଦ୍ୱାରା ନିର୍ମାଣ କରାଯାଇଛି । ଅର୍ବିଟର ମହାକାଶରୁ ଚନ୍ଦ୍ରପୃଷ୍ଠରେ ମାଗ୍ନେସିୟମ୍, କ୍ୟାଲସିୟମ୍ ଓ ଲୌହ ଭଳି ଶିଳା ସୃଷ୍ଟିକାରୀ ତତ୍ତ୍ୱ ସହ ଜଳ, ଖଣିଜ ପଦାର୍ଥ ଓ ହିଲିୟମ୍-୩ର ସନ୍ଧାନ କରିବ । ଏଥିସହ ଚନ୍ଦ୍ରର ବାହ୍ୟମଣ୍ଡଳ ବା ଏକ୍ସୋସ୍ଫିୟରର ମଧ୍ୟ ଅନୁଧ୍ୟାନ କରିବ । ଅର୍ବିଟର୍ , ଲ୍ୟାଣ୍ଡର୍ ଓ ରୋଭର୍ ସଂଗ୍ରହ କରିଥିବା ଫଟୋ ଓ ତଥ୍ୟ ରେଡିଓ ତରଙ୍ଗ ସାହାଯ୍ୟରେ ପୃଥିବୀକୁ ପଠାଇବେ ।
ଭାରତର ମହାକାଶ ବିଜ୍ଞାନର ଜନକ ବିକ୍ରମ ସରାଭାଇ (୧୯୧୯-୧୯୭୧)ଙ୍କ ସମ୍ମାନରେ ମୁନ୍-ଲ୍ୟାଣ୍ଡର୍କୁ ନାମିତ କରାଯାଇଥିଲା । ଅର୍ବିଟର୍ ଚନ୍ଦ୍ର ଚାରିପଟେ ପ୍ରଦିକ୍ଷଣ କରିବା ବେଳେ ମୁନ୍-ଲ୍ୟାଣ୍ଡର୍ (ବିକ୍ରମ) ଅର୍ବିଟରରୁ ଅଲଗାହୋଇ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରଥିଲା । ଅବତରଣ କରିବା ପୁର୍ବରୁ ଲ୍ୟାଣ୍ଡର୍ ସମସ୍ତ ଉପକରଣର ସ୍ୱତଃପରୀକ୍ଷଣ କରିଥିଲା । ଏହା ଚନ୍ଦ୍ରର ଦକ୍ଷିଣ ମେରୁରେ (୭୦.୯ ଡିଗ୍ରୀ ଦକ୍ଷିଣ ଓ ୨୨.୭ ଡିଗ୍ରୀ ପୂର୍ବ) ଗ୍ରହାଣୁ ମାଡ଼ ଯୋଗୁଁ ସୃଷ୍ଟି ହୋଇଥିବା ଦୁଇଟି ଗର୍ତ୍ତ ମାଞ୍ଜିନସ୍-ସି ଓ ସିମ୍ପଲିୟସ୍-ଏନ୍ରେ ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବତରଣ କରିବାର ଯୋଜନା ହୋଇଥିଲା । ଅକ୍ଟୋବର ୨୦୧୬ରେ କର୍ଣ୍ଣାଟକର ଚାଲାକେରେ ସ୍ଥାନରେ ଲ୍ୟାଣ୍ଡରର ସମାନାନ୍ତର ମଡେଲକୁ ପରୀକ୍ଷଣ କରାଯାଇଥିଲା । ପାଖାପାଖି ୧୦ଟି ବିରାଟ ଗର୍ତ୍ତରେ ଏହି ମଡେଲର ଲ୍ୟାଣ୍ଡ କରିବାର ଦକ୍ଷତାକୁ ଅନୁଧ୍ୟାନ କରାଯାଇଥିଲା । ଲ୍ୟାଣ୍ଡର୍ ଏବଂ ଅନ୍ତଃଗର୍ଭରେ ଥିବା ସ୍ୱଃଚାଳିତ ରୋବଟ୍ (ରୋଭର)ର ଓଜନ ପାଖାପାଖି ୧୪୭୧ କିଗ୍ରା ଥିଲା । ଚନ୍ଦ୍ରପୃଷ୍ଠରେ ଅବତୀର୍ଣ୍ଣ ହେବାପରେ ଲ୍ୟାଣ୍ଡର ବିକ୍ରମର କାମ ଚନ୍ଦ୍ରକମ୍ପ ଚିହ୍ନଟ କରିବା ଓ ଚନ୍ଦ୍ରପୃଷ୍ଠର ୧୦ ସେଣ୍ଟିମିଟର ଯାଏଁ ତାପମାତ୍ରା ଓ ତାପ ପରିବହନ କ୍ଷମତା ପରୀକ୍ଷା କରିବା ଯୋଜନାଥିଲା । ଏହି ତଥ୍ୟର ଅନୁଶୀଳନ ଚନ୍ଦ୍ରର ଉତ୍ପତ୍ତିର ରହସ୍ୟ ଉନ୍ନମୋଚନ କରିବାରେ ସାହାଯ୍ୟ କରିବ ବୋଲି ଆଶା ପ୍ରକାଶ କରାଯାଇଥିଲା ।
ଏହି ମିଶନରେ ରୋବଟିକ ରୋଭରଟିର ନାମ ପ୍ରଜ୍ଞାନ ରଖାଯାଇଥିଲା । ଏହା ସୌର ଶକ୍ତିଦ୍ୱାରା ପରିଚାଳିତ ଏବଂ ଏହାର ଓଜନ ପାଖାପାଖି ୨୭ କିଗ୍ରା ଥିଲା । ୬ଟି ଚକ ବିଶିଷ୍ଟ ଏହି ରୋଭରଟି ୧ ସେଣ୍ଟିମିଟର ପ୍ରତି ସେକେଣ୍ଡ ବେଗରେ ପ୍ରାୟ ୫୦୦ ମିଟର ଯାତ୍ରା କରିବାର ଥିଲା । ଏହି ସମୟରେ ଅନେକ ବୈଜ୍ଞାନିକ ପରୀକ୍ଷଣ କରି ଏହାର ତଥ୍ୟକୁ ଲ୍ୟାଣ୍ଡର୍-ବିକ୍ରମକୁ ପ୍ରେରଣ କରିବାର ଯୋଜନା ଥିଲା । ଲ୍ୟାଣ୍ଡର୍-ବିକ୍ରମ ପୁଣି ସେହି ତଥ୍ୟକୁ ଅର୍ବିଟର୍ ପୃଥିବୀକୁ ପ୍ରେରଣ କରିବାରଥିଲା । ଚନ୍ଦ୍ରପୃଷ୍ଠରୁ ପୃଥିବୀ ପୃଷ୍ଠକୁ ତଥ୍ୟ ପହଞ୍ଚିବାକୁ ପାଖାପାଖି ୨ ସେକେଣ୍ଡ ସମୟ ଲାଗିଥାନ୍ତା ।
ଧାର୍ଯ୍ୟ ଅବଧି ଅନୁସାରେ ଅର୍ବିଟର୍ର ଆୟୁ ୧ ବର୍ଷ, ଲ୍ୟାଣ୍ଡର୍ ବିକ୍ରମର ଆୟୁ ୧୪-୧୫ ଦିନ ଏବଂ ରୋବର୍ ପ୍ରଜ୍ଞାନର ଆୟୁ ୧୪-୧୫ ଦିନ ରଖାଯାଇଥିଲା । ସୌର ଶକ୍ତି ସମ୍ପର୍ଣ୍ଣ ରୋବରଟି ଧାର୍ଯ୍ୟ ସମୟରୁ ଅଧିକା ଦିନ କାର୍ଯ୍ୟକ୍ଷମ ରହିବ ବୋଲି ଆଶା କରାଯାଉଥିଲା ।
ପର୍ଯ୍ୟାୟ | ତାରିଖ | ଘଟଣା | ବିବରଣୀ | ପରିଣାମ | ଆଧାର | |
---|---|---|---|---|---|---|
ଏପୋଜି (ପୃଥିବୀଠାରୁ ବହୁ ଦୂରରେ) | ପେରିଜି (ପୃଥିବୀଠାରୁ କମ୍ ଦୂରତା) | |||||
ଜିଓସେଣ୍ଟ୍ରିକ | 22 July 2019 09:13:12 UTC | ପ୍ରକ୍ଷେପଣ | ଇଞ୍ଜିନ ପ୍ରଜ୍ୱଳନ ସମୟ : ୧୬ମି ୧୪ ସେ | 45,475 km (28,257 mi) | 169.7 km (105.4 mi) | |
24 July 2019 09:22 UTC | ୧- କକ୍ଷ ପରିବର୍ତ୍ତନ ମାନୁଭର | ଇଞ୍ଜିନ ପ୍ରଜ୍ୱଳନ ସମୟ : ୪୮ ସେ | 45,163 km (28,063 mi) | 230 km (140 mi) | ||
25 July 2019 19:38 UTC | ୨-କକ୍ଷ ପରିବର୍ତ୍ତନ ମାନୁଭର | ଇଞ୍ଜିନ ପ୍ରଜ୍ୱଳନ ସମୟ : ୮୮୩ ସେ | 54,829 km (34,069 mi) | 251 km (156 mi) | ||
29 July 2019 09:42 UTC | ୩-କକ୍ଷ ପରିବର୍ତ୍ତନ ମାନୁଭର | ଇଞ୍ଜିନ ପ୍ରଜ୍ୱଳନ ସମୟ : ୯୮୯ ସେ | 71,792 km (44,609 mi) | 276 km (171.5 mi) | ||
2 August 2019 09:57 UTC | ୪-କକ୍ଷ ପରିବର୍ତ୍ତନ ମାନୁଭର | ଇଞ୍ଜିନ ପ୍ରଜ୍ୱଳନ ସମୟ : ୬୪୬ ସେ | 89,472 km (55,595 mi) | 277 km (172 mi) | ||
6 August 2019 09:34 UTC | ୫-କକ୍ଷ ପରିବର୍ତ୍ତନ ମାନୁଭର | ଇଞ୍ଜିନ ପ୍ରଜ୍ୱଳନ ସମୟ : ୧୦୪୧ ସେ | 142,975 km (88,841 mi) | 276 km (171 mi) | ||
13 August 2019 20:51 UTC | ଟ୍ରାନ୍ସ-ଲୁନାର ଇନ୍ଜେକ୍ସନ୍ | Burn time: 1203 sec | — | — | ||
ସେଲେନୋସେଣ୍ଟ୍ରିକ | 20 August 2019 03:32 UTC | ଚନ୍ଦ୍ର କକ୍ଷରେ ପ୍ରବେଶ, ୧- ଚନ୍ଦ୍ର କକ୍ଷ ପରିବର୍ତ୍ତନ ମାନୁଭର | Burn time: 1738 sec | 18,072 km (11,229 mi) | 114 km (71 mi) | |
21 August 2019 07:20 UTC | ୨- ଚନ୍ଦ୍ର କକ୍ଷ ପରିବର୍ତ୍ତନ ମାନୁଭର | Burn time: 1228 sec | 4,412 km (2,741 mi) | 118 km (73 mi) | ||
28 August 2019 03:34 UTC | ୩- ଚନ୍ଦ୍ର କକ୍ଷ ପରିବର୍ତ୍ତନ ମାନୁଭର | Burn time: 1190 sec | 1,412 km (877 mi) | 179 km (111 mi) | ||
30 August 2019 12:48 UTC | ୪- ଚନ୍ଦ୍ର କକ୍ଷ ପରିବର୍ତ୍ତନ ମାନୁଭର | Burn time: 1155 sec | 164 km (102 mi) | 124 km (77 mi) | ||
1 September 2019 12:51 UTC | ୫- ଚନ୍ଦ୍ର କକ୍ଷ ପରିବର୍ତ୍ତନ ମାନୁଭର | Burn time: 52 sec | 127 km (79 mi) | 119 km (74 mi) | ||
ଲ୍ୟାଣ୍ଡର୍ ବିକ୍ରମର ଅବତରଣ | 2 September 2019 7:45 UTC | ଲ୍ୟାଣ୍ଡର୍ ବିକ୍ରମ ଅରବିଟର୍ରୁ ବିଛିନ୍ନ | — | 127 km (79 mi) | 119 km (74 mi) | |
3 September 2019 3:20 UTC | 1st deorbit burn | Burn time: 4 sec | 128 km (80 mi) | 104 km (65 mi) | ||
3 September 2019 22:12 UTC | 2nd deorbit burn | Burn time: 9 sec | 101 km (63 mi) | 35 km (22 mi) | ||
6 September 2019 20:08 UTC | Powered descent | Burn time: 15 min | Landing (planned) | Landing (planned) | ||
6 September 2019 20:23 UTC | ଲ୍ୟାଣ୍ଡର୍ ବିକ୍ରମର ଅବତରଣ | ଚନ୍ଦ୍ରପୃଷ୍ଠରୁ ୨.୧ କିମି ଦୂରରେ ଥିବା ବେଳେ ବିକ୍ରମ ସହ ହଠାତ୍ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ | ||||
7 September 2019 00:00 UTC-01:00 UTC (ପୂର୍ବନିର୍ଦ୍ଧାରିତ) | ରୋଭର ପ୍ରଜ୍ଞାନର ଅବତରଣ | — | — | — |
ପ୍ରଥମେ ଜୁଲାଇ ୧୫, ୨୦୧୯, ୨ଟା ୫୧ ମିନିଟ୍ ସମୟରେ ଚନ୍ଦ୍ରଯାନ-୨ ଉତକ୍ଷେପଣ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଶେଷ ମୂହୁର୍ତ୍ତରେ (T-୫୬ ମି) ଯାନ୍ତ୍ରୀକ ତ୍ରୁଟି ଦେଖାଦେବାରୁ ଏହାକୁ ସ୍ଥଗିତ କରାଗଲା। ଇସ୍ରୋ ପକ୍ଷରୁ ଜାରି ବିବୃତିରେ କୁହାଯାଇଥିଲା ଯେ ଚନ୍ଦ୍ରଯାନ-୨କୁ ମହାକାଶକୁ ନେଇଯିବା ଲାଗି ବ୍ୟବହାର କରାଯିବାକୁ ଥିବା ଶକ୍ତିଶାଳୀ ପ୍ରକ୍ଷେପଣ ଯାନ ଜିଏସଏଲଭି ଏମକେ-୩ର କ୍ରାୟୋଜେନିକ ଷ୍ଟେଜରେ ତରଳ ହାଇଡ୍ରେଜେନ ଭରିବା ପ୍ରକ୍ରିୟା ରାତି ୧ଟା ୩୪ରେ ଶେଷ ହୋଇଥିବଲା । ଏହା ପରେ ପରେ ସେଥିରେ ତ୍ରୁଟି ଦେଖାଦେଇଥିଲା । ଉତକ୍ଷେପଣର ଠିକ ୫୬ ମିନିଟ୍ ପୂର୍ବରୁ ଏହି ତ୍ରୁଟି ଦେଖିବାକୁ ମିଳିଥିଲା।
ପରିଶେଷରେ ଜୁଲାଇ ୨୨, ୨୦୧୯, ଅପରାହ୍ଣ ୨ଟା ୪୩ ମିନିଟରେ ଏହାକୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ୱନ ମହାକାଶ କେନ୍ଦ୍ରରୁ ସଫଳତାର ସହ ଉତକ୍ଷେପଣ କରାଗଲା।
ପ୍ରକ୍ଷେପଣ ପରେ ଚନ୍ଦ୍ରଯାନ ପୃଥିବୀ ପୃଷ୍ଠରୁ ୧୬୯.୭ x ୪୬,୪୭୫ କିଲୋମିଟର ଉର୍ଦ୍ଧ୍ୱରେ ଅଣ୍ଡାକୃତି ପଥ ୨୩ ଦିନ ପର୍ଯ୍ୟନ୍ତ ପୃଥିବୀର ପରିକ୍ରମା କରିଥିଲା । ଏହି ସମୟରେ ଚନ୍ଦ୍ରଯାନର ସର୍ବାଧିକ ଗତି ସେକେଣ୍ଡ ପ୍ରତି ୧୦ କିଲୋମିଟର ଏବଂ ସର୍ବନିମ୍ନ ଗତି ଘଣ୍ଟା ପ୍ରତି ୩ କିମି ରହିଥିଲା । ଏହି ସମୟରେ ଧୀରେ ଧୀରେ ଚନ୍ଦ୍ରଯାନର ୫ଟି କକ୍ଷପଥରେ ସାମାନ୍ୟ ପରିବର୍ତ୍ତନ କରାଯାଇ ୧.୦୫ ଲକ୍ଷ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।
୨୩ ଦିନ ପର୍ଯ୍ୟନ୍ତ ପୃଥିବୀର ପରିକ୍ରମା କରି ଚନ୍ଦ୍ରର ଗୁରୁତ୍ୱାକର୍ଷଣର ପ୍ରଭାବରେ ଚନ୍ଦ୍ର କକ୍ଷ ପଥରେ ପ୍ରବେଶ କରିଥିଲା । ୭ ଦିନ ପରେ (ଉତକ୍ଷେପଣର ୩୦ ଦିନ ପରେ) ଚନ୍ଦ୍ରଯାନ-୨ ଚନ୍ଦ୍ରର କକ୍ଷ ପଥରେ ପହଞ୍ଚିଥିଲା ଏବଂ ୧୦୦X୧୦୦ କିଲୋମିଟରର ବୃତ୍ତାକାର ପଥରେ ଚନ୍ଦ୍ରର ପରିକ୍ରମା କରିଥିଲା । ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବାର ଦୁଇ ଦିନ ପରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରୁ ପ୍ରାୟ ୨୬୫୦ କିମି ଉଚ୍ଚରୁ ଚନ୍ଦ୍ରର ପ୍ରଥମ ଫଟୋଚିତ୍ର ପଠାଇଥିଲା। ଏହି ଫଟୋରେ ଚନ୍ଦ୍ରପୃଷ୍ଠ ଓ ସେଥିରେ ଥିବା ଗର୍ତ୍ତଗୁଡ଼ିକ, ଯେପରିକି ମାର ଓରିଏଣ୍ଟାଲ ବେସିନ ଓ ଆପୋଲୋ କ୍ରାଟର ଆଦି ସ୍ପଷ୍ଟଭାବରେ ଦେଖାଯାଉଥିଲା । ପଶ୍ଚିମପାର୍ଶ୍ୱରେ ଅବସ୍ଥିତ ମାର ଓରିଏଣ୍ଟାଲ ହେଉଛି ସମତଳ ଅଭ୍ୟନ୍ତର ଥିବା ଏକ ବିଶାଳ ଗର୍ତ୍ତ ଯାହାକି ଅଗ୍ନୀ ଉଦଗୀରଣଦ୍ୱାରା ସୃଷ୍ଟି ହୋଇଛି । ସେହିପରି ଆପୋଲୋ କ୍ରାଟନର ଚନ୍ଦ୍ରର ଦକ୍ଷିଣ ମେରୁରେ ଥିବା ଏକ ବିଶାଳ ଗୋଲେଇ ଭିତରେ ଥିବା ଖାଲୁଆ ଅଞ୍ଚଳ।
କ୍ରମଶଃ ଉତକ୍ଷେପଣର ୪୩ ଦିନ ପରେ ଚନ୍ଦ୍ରପୃଷ୍ଠରୁ ୩୫କିମି ଉର୍ଦ୍ଧ୍ୱରେ ଥିବାବେଳେ ବିକ୍ରମ ଲ୍ୟାଣ୍ଡର୍, ଅର୍ବିଟର୍ରୁ ଅଲଗା ହୋଇଥିଲା। ଏହି ସମୟରେ ଏହାର ବେଗ ୬,୦୦୦ କିମି ପ୍ରତି ଘଣ୍ଟା ଥିଲା। ପରବର୍ତ୍ତୀ ୧୦ ମିନିଟ ପରେ ୭.୫ କିମି ଉର୍ଦ୍ଧ୍ୱରେ ପହଞ୍ଚିଥିଲା ଏବଂ ଏହି ସମୟରେ ଲ୍ୟାଣ୍ଡର୍ର ବେଗ ୫୨୬ କିମି ପ୍ରତି ଘଣ୍ଟା ହୋଇଥିଲା। ପରବର୍ତ୍ତୀ ୩୮ ସେକଣ୍ଡରେ ୩୩୧.୨ ପ୍ରତି ଘଣ୍ଟା ବେଗ ସହ ଚନ୍ଦ୍ରପୃଷ୍ଠରୁ ୫ କିମି ଉର୍ଦ୍ଧ୍ୱରେ ପହଞ୍ଚିଥିଲା। ଶେଷ କ୍ଷଣ ପର୍ଯ୍ୟନ୍ତ ପୂର୍ବନିର୍ଦ୍ଧାରିତ ଯୋଯନା ଅନୁଯାୟୀ କାର୍ଯ୍ୟ କରୁଥିଲାବେଳେ ନିର୍ଦ୍ଧାରିତ ପଥରୁ ବିଚ୍ୟୁତ ହୋଇଥିଲା ଏବଂ ୨.୧ କିଲୋମିଟର ଉଚ୍ଚତାରେ ଥିବା ସମୟରେ ଇସ୍ରୋ ସହ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା।
ଅର୍ବିଟର ଜରିଆରେ ପ୍ରାପ୍ତ ଥର୍ମାଲ୍ ଅପଟିକାଲ ଚିତ୍ରକୁ ଅନୁଧ୍ୟାନ କରି ବିକ୍ରମ ଲ୍ୟାଣ୍ଡର ହାର୍ଡ ଲ୍ୟାଣ୍ଡିଙ୍ଗ୍ କରିଛି ବୋଲି ବୋଲି ଇସ୍ରୋ ମୂଖ୍ୟ କେ. ଶିବନ ମତବ୍ୟକ୍ତ କରିଥିଲେ।
ଲ୍ୟାଣ୍ଡର୍ ବିକ୍ରମରେ ଥିବା ବ୍ୟାଟେରୀ ଯୋଗୁ ଏହା ୧୪-୧୫ ଦିନ କାର୍ଯ୍ୟକରିପାରିବ ବୋଲି ବିଶ୍ୱାସ କରି ଇସ୍ରୋ ପକ୍ଷରୁ ଯୋଗାଯୋଗ ପାଇ ଉଦ୍ୟମ କରାଯାଇଥିଲା। ନାସାର ଜେଟ୍ ପ୍ରୋପୁଲସନ ଲ୍ୟାବ(ଜେପିଏଲ) ପକ୍ଷରୁ ଡିପ୍ ସ୍ପେଶ ନେଟୱର୍କ(ଡିଏସଏନ)ଦ୍ୱାରା ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ କରିବାକୁ ବାର୍ତ୍ତା ପଠାଯାଇଥିଲା। ହେଲେ ସଫଳ ହୋଇନଥିଲା।। ପୃଥିବୀର ୧୪ ଦିନ ଚନ୍ଦ୍ରର ଗୋଟିଏ ଦିନ ସହିତ ସମାନ। ଆଜି ଅପରାହ୍ନ ଅବତରଣ କ୍ଷେତ୍ରରେ ସୂର୍ଯ୍ୟାସ୍ତ ହେବ ଓ ସୌର ସଂପନ୍ନ ହୋଇଥିଲେ ସୂଦ୍ଧା ଶକ୍ତିଭାବ ଯୋଗୁ କାର୍ଯ୍ୟ କରିବାରେ ଅସମର୍ଥ ହେବ। ଏହାପରେ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ସମ୍ଭବ ନୁହେଁ ବୋଲି ପୂର୍ବରୁ ଇସ୍ରୋ ପକ୍ଷରୁ କୁହାଯାଇଥିଲା।
This article uses material from the Wikipedia ଓଡ଼ିଆ article ଚନ୍ଦ୍ରଯାନ-୨, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.