ଗର୍ଭ ଅସୁସ୍ଥି

ଗର୍ଭ ଅସୁସ୍ଥି, ଗର୍ଭାବସ୍ଥାର କତିପୟ ଲକ୍ଷଣମାନଙ୍କର ନାମ ଯେଉଁଥିରେ ଓକାଳ (nausea) ଓ ବାନ୍ତି (vomiting) ହୁଏ । ଓକାଳ ଓ ବାନ୍ତି ଦିନର ଯେ କୌଣସି ସମୟରେ ହୋଇପାରେ । ଗର୍ଭର ୪ରୁ ୧୬ ସପ୍ତାହ ମଧ୍ୟରେ ଏହି ଲକ୍ଷଣ‌ଗୁଡ଼ିକ ଦେଖାଯାଏ । ଗର୍ଭର ୨୦ ସପ୍ତାହ ପରେ ମଧ୍ୟ ୧୦% ମହିଳାଙ୍କର ଏହି ଲକ୍ଷଣ ଲାଗିରହେ । ଏହାର ଏକ ସାଂଘାତିକ ଅବସ୍ଥାକୁ ହାଇପରଏମେସିସ ଗ୍ରାଭିଡାରମ୍ (hyperemesis gravidarum) କୁହାଯାଏ ।

ଗର୍ଭ ଅସୁସ୍ଥି
nausea and vomiting of pregnancy, nausea gravidarum, emesis gravidarum, pregnancy sickness
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିObstetrics
ଆଇସିଡ଼ି-୧୦O21.0.
ଆଇସିଡ଼ି-୯-ସିଏମ୍643.0
ମେଡ଼ିସିନ-ପ୍ଲସ003119

ଗର୍ଭ ଅସୁସ୍ଥିର କାରଣ ଅଦ୍ୟାବଧି ଅଜ୍ଞାତ, କିନ୍ତୁ ପରିବର୍ତ୍ତିତ ହ୍ୟୁମ୍ୟାନ କୋରିଓନିକ ଗୋନାଡୋଟ୍ରଫିନ (human chorionic gonadotrophin) ହରମୋନ ସ୍ତର ସ‌ହିତ ଏହାର ସମ୍ପର୍କ ଥାଇପାରେ । କେତେକ ଲୋକ ପ୍ରସ୍ତାବ ଦିଅନ୍ତି; କ୍ରମ‌ବିକାଶ ମତବାଦ ଅନୁସାରେ ଏହା ଆବଶ୍ୟକ ହୋଇପାରେ । ଅନ୍ୟାନ୍ୟ ସମ୍ଭାବ୍ୟ କାରଣମାନ ତ୍ୟାଗ କଲାପରେ ଏହି ରୋଗ ନିର୍ଣ୍ଣୟ କରାଯାଏ । ଗର୍ଭ ଅସୁସ୍ଥିରେ ଉଦର ଯନ୍ତ୍ରଣା (Abdominal pain), ଜ୍ୱର, ବା ମୁଣ୍ଡବଥା ହୁଏନାହିଁ ।

ଗର୍ଭାବସ୍ଥା ହେବା ପୂର୍ବରୁ ଉପ‌ଯୁକ୍ତ ଜୀବସାର ଓ ଲବଣ ଖାଇଲେ ଏହି ଗର୍ଭ ଅସୁସ୍ଥି ସଙ୍କଟ ଦୂର ହୋଇଯାଇପାରେ । ସାମାନ୍ୟ ବେମାର ଥିଲେ କୌଣସି ନିର୍ଦ୍ଦିଷ୍ଟ ଖାଦ୍ୟ ନ ଦେଇ ନରମ ଆହାର ଦେଲେ ଯଥେଷ୍ଟ ହୁଏ । ଔଷଧ ଆବଶ୍ୟକ ହେଲେ ପ୍ରଥମରୁ ଡକ୍ସିଲାମିନ ଓ ପାଇରିଡକ୍ସିନ (doxylamine and pyridoxine) ମିଶ୍ରିତ ଦେବାକୁ ସୁପାରିସ କରାଯାଏ । ଅଦା ବ୍ୟବ‌ହାରର ଉପକାର ଥିବା ପ୍ରମାଣ ମିଳୁଛି । ସାଂଘାତିକ ଥିଲେ ଓ କୌଣସି ଉପଚାର କାର୍ଯ୍ୟକାରୀ ନ ହେଲେ ମିଥାଇଲ ପ୍ରେଡନିସୋଲୋନ ଦେଇ (methylprednisolone) ପରୀକ୍ଷା କରାଯାଇପାରେ । ଗର୍ଭିଣୀର ଓଜନ ହ୍ରାସ ହେଉଥିଲେ ନଳି ଖାଦ୍ୟ Tube feeding ଦିଆଯାଏ ।

କିଛି ପରିମାଣରେ ୮୦% ଗର୍ଭିଣୀ ମହିଳାମାନେ ଗର୍ଭ ଅସୁସ୍ଥି ଭୋଗ କରନ୍ତି । ପ୍ରାୟ ୬୦% ମହିଳାଙ୍କର ବାନ୍ତି ହୁଏ । ୧.୬% ଗର୍ଭିଣୀଙ୍କର ହାଇପରଏମେସିସ ଗ୍ରାଭିଡାରମ୍ ହୁଏ । ଗର୍ଭ ଅସୁସ୍ଥି ହେଲେ ଜୀବନ‌ଚର୍ଯ୍ୟା ପ୍ରଭାବିତ ହୁଏ, କର୍ମଶୀଳତା କମିଯାଏ ଓ ସ୍ୱାସ୍ଥ୍ୟରକ୍ଷା ଖର୍ଚ୍ଚ ବଢ଼ିଯାଏ । ସାଧାରଣତଃ ସାମାନ୍ୟ ଓ ମଧ୍ୟମ ଧରଣର କେଶ୍‌ରେ ଶିଶୁ ଉପରେ କିଛି ପ୍ରଭାବ ପଡ଼େନାହିଁ । ସାଂଘାତିକ କେଶ୍‌ରେ ମଧ୍ୟ ଫଳାଫଳ ସାଧାରଣ ହୋଇପାରେ । ଅତିଶୟ କଷ୍ଟଦାୟକ ଲକ୍ଷଣ ପ୍ରକାଶ ପାଇଲେ କେତେକ ମହିଳା ଗର୍ଭପାତ କରିବାକୁ ପସନ୍ଦ କରନ୍ତି । ଅଧିକ ଜଟିଳ କେଶ୍‌ରେ ୱେର୍ନିକ ଏନସେଫାଲୋପାଥି (Wernicke encephalopathy) ବା ଏସୋଫେଜିଆଲ ଭାରିସେସ (esophageal rupture) ହୋଇପାରେ କିନ୍ତୁ କ୍ୱଚିତ ଏହି ରୋଗମାନ ହୁଅନ୍ତି ।

ଆଧାର

Tags:

en:hyperemesis gravidarumen:nauseaen:vomiting

🔥 Trending searches on Wiki ଓଡ଼ିଆ:

ମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାଏ. ପି. ଜେ. ଅବଦୁଲ କଲାମବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଆଚାର୍ଯ୍ୟ ହରିହରବାଙ୍କୀବିଦ୍ୟାଳୟଶ୍ରବଣା (ନକ୍ଷତ୍ର)କୁଜିବର ପ‌ତ୍ରଜୟୀରାମ ସାମଲଧରିତ୍ରୀଲଣ୍ଡନକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଖିଲିପାନ୧୭ ଫେବୃଆରୀକାଟୁଲୁ ରବି କୁମାରଉତ୍କଳ ବ୍ରାହ୍ମଣହନୁମାନ ଚାଳିଶାସରସ୍ୱତୀ ସମ୍ମାନଛାୟାପଥରାଜକିଶୋର ପଟ୍ଟନାୟକରାମ ନବମୀନବକଳେବରଲକ୍ଷ୍ମୀନାରାୟଣ ସାହୁସ୍ତନ୍ୟପାୟୀଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଟ୍ରାପିଜିଅମଜଗନ୍ନାଥଙ୍କ ବେଶଭଦ୍ରକ ଜିଲ୍ଲାନେଲସନ ମଣ୍ଡେଲାସ୍ତନଭୃସଙ୍ଗ ଗଛସଚ୍ଚିଦାନନ୍ଦ ରାଉତରାୟ୫ ନଭେମ୍ବରସରୋଜିନୀ ନାଇଡୁଗଙ୍ଗାଧର ମେହେରକଟକ ଜିଲ୍ଲାପୁରୀମସ୍କୋରଥଲକ୍ଷ୍ମୀଗିରିଜା କୁମାର ବଳୀୟାରସିଂହଆର୍ଯ୍ୟଭଟ୍ଟଚାଣକ୍ୟତପନ କୁମାର ପ୍ରଧାନଉପନିଷଦଭଦ୍ରକଗୋପାଳକୃଷ୍ଣ ପଟ୍ଟନାୟକପଞ୍ଚସଖାନେପଚୁନଗୁରୁପ୍ରସାଦ ମହାନ୍ତିକୋଣାର୍କଭୁବନେଶ୍ୱର ବେହେରାତିଳ ଚତୁର୍ଥୀପ୍ଲୁଟୋଗୌରୀଶଙ୍କର ରାୟପ୍ରାଣୀଫତୁରାନନ୍ଦଉଦ୍ଭିଦରବର୍ଟ ହିଲ୍ଅଶ୍ରୁମୋଚନ ମହାନ୍ତି୭୦୧ତପସ୍ୱିନୀବନ୍ୟାରାସେଶ୍ୱରୀ ପାଣିଗ୍ରାହୀ୧୯୦୫ବ୍ୟାସଦେବ୧୭୪୬ଶେର ଶାହ ସୁରୀଗୌତମ ବୁଦ୍ଧପୁଷ୍ଟିସାର୨୦୦୬ଗାଲୁଆ🡆 More